"ଆପୋଲୋ-୪ (ଚନ୍ଦ୍ର ଅଭିଯାନ)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Copy edit
ଟିକେ add citation
୧ କ ଧାଡ଼ି:
{{ଛୋଟ|Apollo 4}}
ଆପୋଲୋ-୪(ଚନ୍ଦ୍ର ଅଭିଯାନ) (AS-501 ଭାବେ ମଧ୍ୟ ନାମିତ) ସଟର୍ନ-୫ ଲଞ୍ଚ ମହାକାଶଯାନର ପ୍ରଥମ ମାନବ ରହିତ ପରୀକ୍ଷଣ ଅଭିଯାନ । ଏହା ଆମେରିକାର ନାସା ଦ୍ଵାରା ଚନ୍ଦ୍ରକୁ ମାନବ ପ୍ରେରଣ ନିମିତ୍ତ ଆପୋଲୋ ଚନ୍ଦ୍ର ଅଭିଯାନର ଦ୍ୱୀତୀୟ ପର୍ଯ୍ୟାୟ । ପ୍ରଥମ ଥର ପାଇଁ ଫ୍ଲୋରିଡା ସ୍ଥିତ ଜନ୍ ଏଫ୍ କେନେଡି ସ୍ପେସ ସେଣ୍ଟରର ଲଞ୍ଚ କମ୍ପ୍ଲେକ୍ସ୍-୩୯ରୁ ଏହାର ଉତ୍‌କ୍ଷେପଣ କରାଯାଇଥିଲା ।
 
ଆପୋଲୋ-୧ ଦୁର୍ଘଟଣା ପରେ ଆପୋଲୋ ଅଭିଯାନର ନାମକରଣ ପ୍ରକ୍ରିୟାକୁ ବଦଳାଇଦିଆଗଲା । ତେବେ ମାନବ ବାହିତ ପ୍ରଥମ ଆପୋଲୋ ଅଭିଯାନରେ ଦୁର୍ଘଟଣାଗ୍ରସ୍ତ ତିନି ମହାକାଶଚାରୀଙ୍କ ସମ୍ମାନାର୍ଥେ ତଥା ଉକ୍ତ୍ ଅଭିଯାନ ପ୍ରଥମ ମାନବ ବାହିତ ଅଭିଯାନ ହୋଇଥିବା ଯୋଗୁଁ ଉକ୍ତ ଅଭିଯାନର ନାମ ଆପୋଲୋ-୧ ରଖାଗଲା । ତେବେ ଏହାପରେ ନାସାର ସୁପାରିଶ କ୍ରମେ ମାନବ ରହିତ ସାଟର୍ଣ୍ଣ-ଆଇଭି ମିଶନର ଅନ୍ୟ ତିନୋଟି ଅଭିଯାନର ଆପୋଲୋ -୨ କିମ୍ବା ଆପୋଲୋ-୩ ଭାବେ ପୁନଃ ନାମକରଣ ନ କରାଯାଇ , ପରବର୍ତ୍ତୀ ଅଭିଯାନ ଆପୋଲୋ-୪ ଅଭିଯାନ ଭାବେ ନାମିତ ହେଲା ।<ref name="Nasa">{{cite web |title=chapter 4 |url=https://history.nasa.gov/SP-4402/ch4.htm |website=history.nasa.gov |accessdate=15 June 2019}}</ref>
 
ଆପୋଲୋ-୪ ଏକ "all-up" ପରୀକ୍ଷଣ ଥିଲା ଯାହାର ଅର୍ଥ ହେଉଛି, ପ୍ରାରମ୍ଭିକ ଉଡାଣ ବେଳେ ହିଁ ଅନ୍ତରୀକ୍ଷ ଯାନ ତଥା ରକେଟ ଏକାବେଳକେ କାର୍ଯ୍ୟ଼କ୍ଷମ କରାଯାଇଥିଲା । ନାସା ପକ୍ଷରେ ଏଭଳି ପରୀକ୍ଷଣ ଉଡାଣ ପ୍ରଥମ ଥିଲା । ଏହି ଅନ୍ତରୀକ୍ଷ ଯାନରେ ଏକ ପ୍ରମୁଖ କମାଣ୍ଡ ଓ ସର୍ୱିସ ମଡ୍ୟୁଲର ବ୍ୟବହାର କରାଯାଇଥିଲା ଯାହା କି ଆପୋଲୋ ଅନ୍ତରୀକ୍ଷ ଯାନ ଡିଜାଇନର ଅନେକ ସଂଶୋଧନର ପରୀକ୍ଷଣ କରିବା ସହ କାଳ୍ପନିକ ଚନ୍ଦ୍ର ଫେରନ୍ତା ଯାତ୍ରା ସମୟରେ ଯାନର ବେଗ ଏବଂ ତଦ୍‌ଜନିତ ତାପ ନିୟଂତ୍ରଣ କରିବାରେ ତାପନିରୋଧୀ ପ୍ରଲେପର କାର୍ଯ୍ୟକାରିତାର ପରୀକ୍ଷଣ ମଧ୍ୟ ସାମିଲ ଥିଲା ।