"୧୬ଶ ଲୋକ ସଭା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ added Category:ଲୋକ ସଭା using HotCat
ଟିକେNo edit summary
୩ କ ଧାଡ଼ି:
ଭାରତୀୟ ସଂସଦର ତଳ ସଦନ ଲୋକ ସଭାର '''୧୬ଶ ଲୋକ ସଭା'''<nowiki>କୁ</nowiki> ୨୦୧୪ ମସିହା ସାଧାରଣ ନିର୍ବାଚନରେ ନିର୍ବାଚିତ ସଭ୍ୟମାନେ ଯାଇଥିଲେ । ଏହି ଲୋକ ସଭା ପାଇଁ ୭ ଅପ୍ରେଲ ୨୦୧୪ରୁ ୧୨ ମଇ ୨୦୧୪ ଯାଏଁ ନିର୍ବାଚନ କରାଯାଇଥିଲା, ଯାହାର ପରିଚାଳନା କରିଥିଲେ ଭାରତୀୟ ନିର୍ବାଚନ ଆୟୋଗ ।<ref>{{cite web|url=http://eci.nic.in/eci_main1/current/Press%20Note%20GE-2014_05032014.pdf|title=General Elections – 2014 : Schedule of Elections|format=PDF|date= 5 March 2014|accessdate=5 March 2014}}</ref> ୧୬ ମଇ ୨୦୧୪ରେ ଏହି ସାଧାରଣ ନିର୍ବାଚନର ଫଳାଫଳ ଘୋଷଣା କରାଯାଇଥିଲା ଏବଂ [[ଭାରତୀୟ ଜନତା ପାର୍ଟି]] ସର୍ବାଧିକ ୨୮୨ଟି ଆସନରେ ବିଜୟୀ ହୋଇଥିଲା, ଯାହାକି ଏକ ସଂଖ୍ୟା ଗରିଷ୍ଠତା ଥିଲା । ଏହି ନିର୍ବାଚନରେ ବିଜେପି ପୂର୍ବ ଲୋକ ସଭା ତଥା [[୧୫ଶ ଲୋକ ସଭା]]<nowiki>ଠାରୁ</nowiki> ୧୬୬ଟି ଅଧିକ ଆସନରେ ବିଜୟୀ ହୋଇଥିଲା । ବିଜେପିର ପ୍ରଧାନମନ୍ତ୍ରୀ ପାର୍ଥୀ [[ନରେନ୍ଦ୍ର ମୋଦି]] ଏହି ଲୋକ ସଭାର ନେତୃତ୍ୱ ନେବା ସହ ଭାରତ ଦେଶର ୧୪ତମ ପ୍ରଧାନମନ୍ତ୍ରୀ ଭାବରେ ୨୬ ମଇ ୨୦୧୪ରେ ଶପଥ ପାଠ କରିଥିଲେ । ଏହି ଲୋକ ସଭାର ପ୍ରଥମ ଅଧିବେଶନ ୪ ଜୁନରୁ ୧୧ ଜୁନ ୨୦୧୪ ମଧ୍ୟରେ ବସିଥିଲା ।<ref>{{cite web|title=First Session of 16th Lok Sabha scheduled from June 4 to 11|url=http://news.biharprabha.com/2014/05/first-session-of-16th-lok-sabha-scheduled-from-june-4-to-11/|work=IANS|publisher=news.biharprabha.com|accessdate=30 May 2014}}</ref>
 
ଏହି ଲୋକ ସଭାରେ କେହି ବିରୋଧୀ ଦଳ ନେତା ନଥିଲେ; କାରଣ [[ଭାରତୀୟ ସମ୍ବିଧାନ]]<nowiki>ର</nowiki> ନିୟମ ଅନୁସାରେ ବିରୋଧୀ ଦଳ ଭାବରେ ପରିଗଣିତ ହେବାପାଇଁ ଏକ ଦଳ ପାଖରେ ଅତିକମରେ ସମୁଦାୟ ଲୋକ ସଭା ଆସନ ୫୪୫ର ୧୦ ପ୍ରତିଶତ ବିଜୟୀ ପାର୍ଥୀ ଥିବା ଆବଶ୍ୟକ । [[ଭାରତୀୟ ଜାତୀୟ କଂଗ୍ରେସ]]<nowiki>ର</nowiki> ସମୁଦାୟ ୪୪ଟି ଆସନରେ ଏବଂ [[ତାମିଲନାଡ଼ୁ]]<nowiki>ର</nowiki> ଏଆଇଡିମେକେ ସମୁଦାୟ ୩୭ଟି ଆସନରେ ବିଜୟୀ ହୋଇଥିଲେ । ତେଣୁ ଏହି ଲୋକ ସଭାରେ କେହି ବିରୋଧୀ ଦଳ ନେତା ରହିପାରିଲେ ନାହିଁ । ଭାରତୀୟ ଜାତୀଜାତୀୟ କଂଗ୍ରେସର ନେତା ମଲ୍ଲିକାର୍ଜୁନ ଖର୍ଗେ ଏହି ଲୋକ ସଭା ପାଇଁ କଂଗ୍ରେସ ସାଂସଦ ଦଳର ନେତା ଭାବରେ ଘୋଷିତ ହେଲେ ।<ref>[http://www.thehindubusinessline.com/news/politics/kharge-to-lead-congress-in-lok-sabha/article6078440.ece Kharge to lead Congress in Lok Sabha|Business Line<!-- Bot generated title -->]</ref>
 
୨୦୧୪ ଭାରତୀୟ ସାଧାରଣ ନିର୍ବାଚନ ପରେ [[ରାଜ୍ୟ ସଭା]]<nowiki>ର</nowiki> ୫ମ ସଦସ୍ୟ ଲୋକ ସଭାକୁ ମନୋନୀତ ହୋଇ ଆସିଥିଲେ ।<ref name="rs">{{cite web|title=Bye - elections to the Council of State s from various States |url=http://eci.nic.in/eci_main1/current/PN27_27052014.pdf|publisher=ECI, New Delhi|accessdate= 24 October 2017}}</ref>