"ଉଦ୍ଭିଦ ବିଜ୍ଞାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେ Replacing ଵ with ୱ
୧୮ କ ଧାଡ଼ି:
୧୬ଶହ ଶତାଦ୍ଧୀରେ ଈଟାଲୀରେ ଅନେକ ଗୁଡିଏ ''ବଟାନିକାଲ୍ ଉଦ୍ୟାନ'' (ବଟାନିକାଲ୍ ଗାର୍ଡେନ୍)ର ସ୍ଥାପନା କରଯାଇଥିଲା। ଏହି ପ୍ରକାରର ଉଦ୍ୟାନ ମାନଙ୍କୁ ଧାର୍ମିକ ଅନୁଷ୍ଠାନ (monastery) ମାନେ ପୃଷ୍ଠପୋଷକତା କରୁଥିଲେ ଏବଂ ଉଦ୍ଭିଦ ବିଜ୍ଞାନ ଅଧ୍ୟୟନର ପ୍ରାସ୍ଛହିତ କରିଥିଲେ। ୧୬୨୧ରେ ଇଉରୋପରେ ପ୍ରଥମ ବଟାନିକାଲ୍ ଉଦ୍ୟାନ ଇଂଲଣ୍ଡ ସ୍ଥିତ ''ଅକ୍ସଫୋର୍ଡ୍ ବିଶ୍ୱବିଦ୍ୟାଳୟ''ରେ ସ୍ଥାପନ କରଗଲା। ଏହି ସମୟ ପର୍ଯ୍ୟନ୍ତ ଉଦ୍ଭିଦବିଜ୍ଞାନର ଔଷଧୀୟ ବିଜ୍ଞାନର ଅଂଶ ଭାବେ ଗ୍ରହଣ କରାଯାଉଥିଲା।
 
୧୬୬୫ ମସିହାରେ ରବର୍ଟ୍ ହୂକ୍ ( Robert Hooke) ସ୍ଵବିକଶିତସ୍ୱବିକଶିତ [[ଅଣୁବିକ୍ଷଣ ଯନ୍ତ୍ର]]ଦ୍ୱାରା ଉଦ୍ଭିଦ ବକ୍କଳ (କର୍କ)କୁ ଅନୁଧ୍ୟାନ କରି ଅନେକ ଛୋଟ ଛୋଟ କୋଠରୀ ପରି ଆକୃତି ପାଇଥିଲେ। ପରେ ସେ ସମାକୃତି ଆକାର ଜୀବନ୍ତ ଉଦ୍ଭିଦ ଅଂଗରେ ପାଇଥିଲେ। ଏହି ଛୋଟ କୋଠରୀକୁ [[ଜୀବକୋଷ]] (cell) କୁହାଗଲା। ଜୀବକୋଷ ହେଉଛି ପ୍ରତ୍ୟେକ ଜୀବନ୍ତ ପ୍ରାଣୀର ଏକକ।
 
୧୮ଶହ ଶତାଦ୍ଧୀରେ ଇଉରୋପ ଉଦ୍ୟାନ ମାନଙ୍କରେ ଫୁଲଗଛ ମାନଙ୍କ ଚିହ୍ନଟ, ବର୍ଗୀକରଣ ଏବଂ ନାମକରଣର ଆବଶ୍ୟକତା ପଡିଥିଲା। ବୈଜ୍ଞାନିକ ପଦ୍ଧତିରେ ଉଦ୍ଭିଦ ଶ୍ରେଣୀଭୁକ୍ତ କରିବା କାର୍ଯରୁ ଆଧୁନିକ ଉଦ୍ଭିଦବିଜ୍ଞାନର ଅୟମାରମ୍ଭ ହୋଇଥିଲା। ଜନ୍‌ ରେ (John Ray) କାମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରେ ବିଭ୍ଭିନ୍ନ ପ୍ରଜାତିର ଫୁଲକୁ ଅନୁଧ୍ୟାନ କରିଥିଲେ। ସେ ପ୍ରଥମେ ଜାତିର (species) ସଂଜ୍ଞାକରଣ କରିଥିଲେ। ପ୍ରଜାତି ହେଉଛି ପ୍ରାଣୀ ବର୍ଗୀକରଣର ଏକକ। ପରେ ୧୭୫୩ରେ [[କ୍ୟାରୋଲସ୍ ଲିନିୟସ୍]] ଉଦ୍ଭିଦ ମାନଙ୍କୁ ବିଭ୍ଭିନାତାକୁ ଅଧ୍ୟୟନ କରି ବାଇନୋମିଆଲ୍ ନୋମେନକ୍ଳେଚର୍ (binomial nomenclature) ପଦ୍ଧତି ''ସିଷ୍ଟେମାନଚୁରେ'' ନାମକ ପୁସ୍ତକରେ ବର୍ଣ୍ଣନା କରିଥିଲେ। ସମସ୍ତ ଉଦ୍ଭିଦ ଜଗତକୁ ସେ ୨୪ଟି ଶ୍ରେଣୀରେ ବିଭକ୍ତ କରିଥିଲେ। ଏହି ପଦ୍ଧତି ଅନୁସାରେ ପ୍ରତ୍ୟେକ ଜୀବକୁ ଦୁଇଟି ପଦରେ ନାମିତ କରାଗଲା। ଦୁଇଟି ପଦରୁ ପ୍ରଥମ ପଦଟିକୁ ''ପ୍ରଜାତି'' (Genus) ଏବଂ ଦ୍ୱିତୀୟ ପଦଟି ''ଜାତି'' (Species)କୁ ବୁଝାଏ। ସମୟକ୍ରମେ ୧୮୫୯ ମସିହାରେ [[ଚାର୍ଲସ୍ ଡାରୱିନ୍]]ଙ୍କଦ୍ୱାରା ବିବର୍ତ୍ତନବାଦ ପ୍ରକାଶିତ ହେଲାପରେ ଆଧୁନିକ ବର୍ଗୀକରଣ କରାଗଲା।<br />