"ଶୈଳେନ ମହାପାତ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଅଧିକ ତଥ୍ୟ
୩୨ କ ଧାଡ଼ି:
 
'''ଶୈଳେନ ମହାପାତ୍ର''' (୨୦ ମଇ ୧୯୨୩ - ୨୧ ସେପ୍ଟେମ୍ବର ୧୯୮୧) ଜଣେ [[ଓଡ଼ିଆ ଲୋକ|ଓଡ଼ିଆ]] ରାଜନୀତିଜ୍ଞ ଥିଲେ । ସେ [[ଓଡ଼ିଶା]] ରଜନୀତିରେ [[ଭାରତୀୟ ଜାତୀୟ କଂଗ୍ରେସ]]<nowiki/>ର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ [[ଓଡ଼ିଶା ବିଧାନ ସଭା]]<nowiki/>ରେ ଜଣେ ବିଧାୟକ ଏବଂ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୧୯୭୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ [[ଶିମୂଳିଆ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ଶିମୂଳିଆ ବିଧାନ ସଭା ନିର୍ବାଚନ ମଣ୍ଡଳୀ]]<nowiki/>ରୁ [[୬ଷ୍ଠ ଓଡ଼ିଶା ବିଧାନ ସଭା]]<nowiki/>କୁ ନିର୍ବାଚିତ ହୋଇଥିଲେ ।<ref name="Sailen Mohapatra">{{cite web|url=http://odishaassembly.nic.in/memberprofile.aspx?img=684|title=Late Sailen Mohapatra |last=|first=|date=|website=odishaassembly.nic.in|publisher=Odisha Assembly|archive-url=|archive-date=|dead-url=|accessdate=25 April 2019}}</ref>
 
== ଜନ୍ମ, ଶିକ୍ଷା ଓ ପରିବାର ==
ଶୈଳେନ ମହାପାତ୍ର ୧୯୨୩ ମସିହାର ମଇ ମାସ ୨୦ ତାରିଖରେ [[ବାଲେଶ୍ୱର ଜିଲ୍ଲା]]<nowiki/>ରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଥିଲା ଜଗମୋହନ ମହାପାତ୍ର । ଶୈଳେନଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା କଳାରେ ସ୍ନାତକ । ସେ ସୁରମା ମହାପାତ୍ରଙ୍କୁ ବିବାହ କରିଥିଲେ । ଏହି ଦମ୍ପତ୍ତିଙ୍କର ୪ଜଣ ପୁଅ ଓ ୩ଜଣ ଝିଅ ଥିଲେ ।
 
== ରାଜନୈତିକ ଜୀବନ ==
ଶୈଳେନ ଛାତ୍ର ଜୀବନରେ ଭାରତୀୟ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳରେ ଯୋଗ ଦେଇଥିଲେ । ୧୯୪୨ ମସିହାର [[ଭାରତ ଛାଡ଼ ଆନ୍ଦୋଳନ]] ସମୟରେ ତାଙ୍କୁ ଦୁଇ ବର୍ଷ କାରାଦଣ୍ଡ ହୋଇଥିଲା । ସ୍ୱାଧୀନତା ପରେ ସେ [[ଓଡ଼ିଶା ବିଧାନ ସଭା]]<nowiki/>ରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ ।
 
୧୯୭୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ଶୈଳେନ [[ଶିମୂଳିଆ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ଶିମୂଳିଆ ବିଧାନ ସଭା ନିର୍ବାଚନ ମଣ୍ଡଳୀ]]<nowiki/>ରୁ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ନିର୍ବାଚନରେ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ [[୬ଷ୍ଠ ଓଡ଼ିଶା ବିଧାନ ସଭା]]<nowiki/>କୁ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ ସେ ୧୯୭୪ ମସିହାରୁ ୧୯୭୭ ମସିହାରେ ବିଧାନ ସଭା ଭଙ୍ଗ ହେବାଯାଏଁ କାର୍ଯ୍ୟ କରିଥିଲେ ।
 
== ଆଧାର ==