"କେଳୁଚରଣ ମହାପାତ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ବନାନ
କେଲୁ -> କେଳୁ
୨୧ କ ଧାଡ଼ି:
 
== ଜୀବନୀ ==
[[File:Naveen Patnaik (FB) 06.jpg|thumb|ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁ କେଲୁଚରଣକେଳୁଚରଣ ପୁରସ୍କାର ସମ୍ମିଳନୀକୁ ଉଦ୍ଘାଟନ କରୁଛନ୍ତି । ]]
କେଳୁଚରଣ [[ପୁରୀ ଜିଲ୍ଲା|ପୁରୀ]]ରେ ଥିବା ଶିଳ୍ପୀଗ୍ରାମ [[ରଘୂରାଜପୁର]]ର ଏକ ଶିଳ୍ପୀ ପରିବାରରେ ୧୯୨୬ ମସିହା ଜାନୁଆରୀ ୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ପିତା ଚିନ୍ତାମଣୀ ମହାପାତ୍ର ଜଣେ ଚିତ୍ରକର ଓ ମର୍ଦ୍ଦଳ ବାଦକ ଥିଲେ । ଯାତ୍ରା ଓ ସଂକୀର୍ତ୍ତନ ତାଙ୍କ ଗ୍ରାମରେ ସବୁବେଳେ ପରିବେଷଣ କରାଯାଉଥିଲା । ଏ ସବୁର ପ୍ରଭାବ ପଡିଥିଲା ବାଳକ କେଳୁଚରଣଙ୍କ ଉପରେ । ଗ୍ରାମରେ ଥିବା ''ବଳଭଦ୍ର ସାହୁ''ଙ୍କ ଆଖଡ଼ାକୁ କେଳୁଚରଣ ବରାବର ଯାଉଥିଲେ ଓ ସେଠାରେ ଶିଖା ଯାଉଥିବା [[ଗୋଟିପୁଅ ନାଟ|ଗୋଟିପୁଅ ନାଚ]] ପ୍ରତି ଆକର୍ଷିତ ଥିଲେ । ପିତାଙ୍କୁ, କେଳୁଚରଣଙ୍କ ଗୋଟିପୁଅ ନାଚ କରିବା ପସନ୍ଦ ନଥିଲା । ସେ କେଳୁଚରଣଙ୍କୁ ଏଥିରୁ ନିବୃତ କରି, [[ପୁରୀ]]ରେ [[ମୋହନ ସୁନ୍ଦର ଦେବ ଗୋସ୍ୱାମୀ]]ଙ୍କ "କୁଞ୍ଜ ବିହାରୀ ରାସ ଲୀଳା" ଦଳରେ ଛାଡିଥିଲେ । ଏଠାରେ କେଳୁଚରଣ ନୃତ୍ୟ ସଙ୍ଗୀତ ଅଭିନୟ ସହିତ ମଞ୍ଚସଜ୍ଜା, ମେକ୍ ଅପ୍, ନୃତ୍ୟ ସଂଯୋଜନା ଆଦି ଶିକ୍ଷା କରିଥିଲେ । ଏହି ଦଳ ବର୍ଷର ୬/୭ ମାସ ଗାଁ ଗାଁ ବୁଲି କୃଷ୍ଣଲୀଳା ଓ ପୁରାଣର ଅନ୍ୟ ଉପାଖ୍ୟାନ ନୃତ୍ୟ ସଙ୍ଗୀତ ମାଧ୍ୟମରେ ପରିବେଷଣ କରୁଥିଲେ । [[ଉପେନ୍ଦ୍ର ଭଞ୍ଜ]], [[ବନମାଳୀ ଦାସ|ବନମାଳୀ]], [[ଗୋପାଳକୃଷ୍ଣ ପଟ୍ଟନାୟକ|ଗୋପାଳକୃଷ୍ଣ]] ଓ [[ଜୟଦେବ]] ଆଦିଙ୍କ ରଚନାରୁ "ବାଲ୍ୟଲୀଳା", "ମାନଭଞ୍ଜନ", "ରାଧା ପ୍ରେମାମୃତ", "ବିଦଗ୍ଧ ମାଧବ" ଆଦି ବିଷୟ ନୃତ୍ୟ ମାଧ୍ୟମରେ ପରିବେଷଣ କରାଯାଉଥିଲା । ନୃତ୍ୟ ସଂଯୋଜନା, ସଙ୍ଗୀତ, ମଞ୍ଚସଜ୍ୟା ଆଦୁ ସବୁ ମୋହନ ସୁନ୍ଦର ଦେବ ଗୋସ୍ୱାମୀଙ୍କଦ୍ୱାରା କରାଯାଉଥିଲା । କେଳୁଚରଣ ଏହି ଦଳରେ ଦଶ ବର୍ଷ ରହିଥିଲେ । ଏଠାରେ ସେ ଗୁରୁ ଅଗାଧୁ ମହାରଣାଙ୍କଠାରୁ ମୃଦଙ୍ଗ ଓ କ୍ଷେତ୍ରମୋହନ କରଙ୍କଠାରୁ ତବଲା ବଜେଇବା ଶିଖିଥିଲେ । ଗୁରୁ-ଶିଷ୍ୟ ପରମ୍ପରାରେ ସମୃଦ୍ଧ ଏହି ଦଳରେ ଶିକ୍ଷାଗ୍ରହଣ ସହିତ କେଳୁଚରଣ, ଗୁରୁଙ୍କ ପାଇଁ ରୋଷେଇ, ବାସନ ମଜା ଭଳି ସେବା ମଧ୍ୟ କରୁଥିଲେ । ମୋହନ ସୁନ୍ଦର ଦେବଙ୍କ ପ୍ରଭାବ କେଳୁଚରଣଙ୍କ ଗଭୀର ଭାବରେ ପଡିଥିଲା । ପରବର୍ତ୍ତୀ ସମୟରେ ଯେତେବେଳେ କେଳୁଚରଣ ନିଜେ ଗୁରୁ ସାଜିଥିଲେ, ସେହି ଗୁରୁ-ଶିଷ୍ୟ ପରମ୍ପରାକୁ ଆବୋରୀ ଥିଲେ ଓ ଶିଷ୍ୟମାନଙ୍କୁ ନିଜ ସନ୍ତାନ ଭାବରେ ମନେ କରୁଥିଲେ ।