"କୃପାସିନ୍ଧୁ ମିଶ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ସାମାନ୍ୟ
ଟ୍ୟାଗସବୁ: ଭିଜୁଆଲ ସମ୍ପାଦନା ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟିକେNo edit summary
୫୧ କ ଧାଡ଼ି:
 
==ସତ୍ୟବାଦୀ ବନ ବିଦ୍ୟାଳୟ==
[[ଗୋପବନ୍ଧୁ ଦାସ]]ଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ, କୃପାସିନ୍ଧୁ ୧୯୧୪ ମସିହାରେ ସତ୍ୟବାଦୀ ବନ ବିଦ୍ୟାଳୟରେ ଜଣେ ସହକାରୀ ଶିକ୍ଷକ ଭାବରେ ଯୋଗଦାନ କରିଥିଲେ । ତାଙ୍କ ଯୋଗଦେବା ବେଳକୁ [[ନୀଳକଣ୍ଠ ଦାସ| ପଣ୍ଡିତ ନୀଳକଣ୍ଠ ଦାସ]] ଓ [[ଗୋଦାବରୀଶ ମହାପାତ୍ରମିଶ୍ର| ପଣ୍ଡିତ ଗୋଦାବରୀଶ ମିଶ୍ର]] ସେଠାରେ ଯୋଗ ଦେଇ ସାରିଥାନ୍ତି । ଏମାନଙ୍କଦ୍ୱାରା କୃପାସିନ୍ଧୁ ଗଭିର ଭାବରେ ପ୍ରଭାବିତ ହୋଇଥିଲେ । ପଢ଼ିବା ଓ ପଢ଼େଇବାରେ କୃପାସିନ୍ଧୁଙ୍କର ଆନନ୍ଦ ଥିଲା । ତାଙ୍କର [[ସଂସ୍କୃତ ଭାଷା |ସଂସ୍କୃତ]], [[ଓଡ଼ିଆ ଭାଷା|ଓଡ଼ିଆ]] ଓ [[ଇଂରାଜୀ ଭାଷା]]ରେ ଅଗାଧ ପାଣ୍ଡିତ୍ୟ ଥିଲା ଓ ସେ ଅନର୍ଗଳ ବକ୍ତୃତା ଦେଇ ପାରୁଥିଲେ । ସର୍ବଦା ଧୋତି କୂର୍ତ୍ତା ପରିଧାନ କରିଥିବା କୃପାସିନ୍ଧୁଙ୍କର ନିରାଡ଼ମ୍ବର ଜୀବନଶୈଳୀ ଓ ସରଳ ବ୍ୟକ୍ତିତ୍ୱ ଛାତ୍ରମାନଙ୍କୁ ପ୍ରଭାବିତ କରୁଥିଲା ।<ref name="Mohanty2011">{{cite book|author=Ashok K. Mohanty|title=My Life, My Work|url=http://books.google.com/books?id=6oF1W6N7sg0C&pg=PA39|date=15 February 2011|publisher=Allied Publishers|isbn=978-81-8424-640-7|pages=39–}}</ref> ଛାତ୍ରମାନଙ୍କ ମନରେ ଦେଶପ୍ରେମ ଓ ସେବାମୂଳକ ମନୋଭାବ ଜାଗ୍ରତ କରାଇବା ପାଇଁ ସେ ଥିଲେ ଯତ୍ନଶୀଳ । ୧୯୨୦ମସିହାରେ ସେ ସତ୍ୟବାଦୀ ବନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦାୟିତ୍ୱ ଗ୍ରହଣ କରିଥି ମୃତ୍ୟୁପର୍ଯ୍ୟନ୍ତ ଏହି ଦାୟିତ୍ୱ ତୁଲାଇଥିଲେ ।
ବ୍ୟାସକବି [[ଫକୀର ମୋହନ ସେନାପତି]], ସତ୍ୟବାଦୀ ବନ ବିଦ୍ୟାଳୟ ପରିଭ୍ରମଣରେ ଆସି 'ଉତ୍କଳ ଭ୍ରମଣ'ରେ ଲେଖିଥିଲେ :
{{Rquote|centre|କୃପାମୟ କୃପାସିନ୍ଧୁ ଜନହିତକର,</br>କାର୍ଯ୍ୟସାଧନରେ ଅବତୀର୍ଣ୍ଣ ଧରାଧାମେ,</br>ସମବେତ ସେମାନେ ତ ସତ୍ୟବାଦୀ ଗ୍ରାମେ,</br>ଜ୍ଞାନରାଶି, ପବିତ୍ରତା, ଉଭୟ ତ ଠୁଳ</br>ଉଦ୍ଧରିବେ ଭଗୀରଥ ସମାନରେ କୂଳ ।}}