"ଶବରୀମାଳା ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୧ କ ଧାଡ଼ି:
 
କେରଳର[[କେରଳ]] ର ପଥାନାମଥିଟ୍ଟା ଜିଲ୍ଲାର ପଶ୍ଚିମଘାଟ ପର୍ବତମାଳା ନିକଟସ୍ଥ ଘନ ଜଙ୍ଗଲ ଭିତରେ ପାହାଡ଼ଘେରା ନିଭୃତ ଅଞ୍ଚଳରେ ଭଗବାନ ଅୟପ୍ପାଙ୍କ ମନ୍ଦିର ରହିଛି । ଏହାର ଚାରିପାଖରେ ୧୮ଟି ସୁଉଚ୍ଚ ପର୍ବତ ରହିଛି । ସମୁଦ୍ରପତ୍ତନଠାରୁ ମନ୍ଦିର ୪୮୦ମିଟର(୧୫୭୪ଫୁଟ) ଉଚ୍ଚତାରେ ଅବସ୍ଥିତ । ବିଷ୍ଣୁଙ୍କର ଅନ୍ୟତମ ଅବତାର ପ୍ରଭୁ ପର୍ଶୁରାମ ଏହି ମନ୍ଦିର ଓ ଅୟପ୍ପାଙ୍କ ମୂର୍ତ୍ତି ପ୍ରତିଷ୍ଠା କରିଥିବାର ବିଶ୍ୱାସ କରାଯାଏ । ଏଠାରେ ଶୈବ, ବୈଷ୍ଣବ ଓ ଶାକ୍ତ ପରମ୍ପରାର ପ୍ରଭାବ ଦେଖିବାକୁ ମିଳେ ।
 
ପ୍ରଭୁଙ୍କ ଦର୍ଶନ ପାଇଁ ୩ରୁ ୪କୋଟି ଭକ୍ତ ଏହି ପୀଠକୁ ଆସନ୍ତି । କେରଳ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ ଓ ମହାରାଷ୍ଟ୍ରରୁ ସବୁଠାରୁ ବେଶୀ ଭକ୍ତ ଆସନ୍ତି । ଅନ୍ୟ ମନ୍ଦିରଗୁଡ଼ିକ ପରି ଏହି ମନ୍ଦିର ବର୍ଷସାରା ଖୋଲାଯାଏ ନାହିଁ । ମଣ୍ଡଳ ପୂଜା, କିଛି ବିଶେଷ ପୂଜା ଓ ପର୍ବ ଅବସରରେ ଏହାର ଫାଟକ ଭକ୍ତଙ୍କ ପାଇଁ ଖୋଲାଯାଏ । ମଣ୍ଡଳ ପୂଜା ମକର ସଂକ୍ରାନ୍ତିରୁ ଆରମ୍ଭ ହୁଏ । ଏହି ଦିନ ରାତିରେ ପ୍ରଭୁ ଅୟପ୍ପା ଜ୍ୟୋତି ରୂପରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି ବୋଲି ଭକ୍ତ ମହଲରେ ବିଶ୍ୱାସ ରହିଛି । ତେଣୁ ଏହିଦିନ ପୀଠଟି ସ୍ଥାନୀୟ ଓ ଦୂରଦୂରାନ୍ତରୁ ଆସିଥିବା ଭକ୍ତଙ୍କ ଭିଡ ଜମେ । ନଭେମ୍ବରରୁ ଜାନୁଆରି ପର୍ଯ୍ୟନ୍ତ ପ୍ରାୟ ତିନି ମାସ ଧରି ଏଠାରେ ଧାର୍ମିକ ମେଳା ଅନୁଷ୍ଠିତ ହୁଏ । ଠାକୁର ଦର୍ଶନ ପାଇଁ ଭକ୍ତମାନଙ୍କୁ ତୀଖ ପାହାଡି ରାସ୍ତାରେ ପାଞ୍ଚକିଲୋମିଟର ଚାଲି ଚାଲି ଯିବାକୁ ହୁଏ । ଆରବର ମକ୍କାକୁ ପୃଥିବୀର ସବୁଠାରୁ ବେଶୀ ମୁସଲିମ୍ ତୀର୍ଥଯାତ୍ରୀ ଆସନ୍ତି । ତା'ତଳକୁ ସବରିମାଳା ଦ୍ୱିତୀୟ ସ୍ଥାନ ।