"ସାରଳା ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବ/ୱ ଫଳା ବଦଳ
ଟିକେ Regular Character Changes
୩୫ କ ଧାଡ଼ି:
* ଚଣ୍ଡୀପୁରାଣ <ref>{{cite web |url= http://www.orissadiary.com/personality/poet/SARALA_DAS%20.asp |title=SARALA DAS |work=orissadiary.com |quote=In a clear statement the poet declares the Vilanka Ramayana, the Mahabharat and the Chandi Purana to be respectively the first, second and third of his compositions |accessdate=11 April 2013}}</ref>
 
ଆଦିକବି ଶାରଳା ଦାସ ନିଜ ଗ୍ରନ୍ଥମାନଙ୍କରେ ନିଜକୁ ମୁର୍ଖ, ଅଜ୍ଞାନ ତଥା କେବଳ ମା ଶାରଳାଙ୍କ ଆଶୀର୍ବାଦ ଯୋଗୁ କାବ୍ୟ ଲେଖିଛ୍ହନ୍ତି ବୋଲି ବର୍ଣନାବର୍ଣ୍ଣନା କରିଛନ୍ତି; ତେଣୁ କିଛି ସମାଲୋଚକ ତାଙ୍କୁ ମହାମୁର୍ଖ ବୋଲି ବର୍ଣ୍ଣନା କରିଛନ୍ତି । ତେବେ ଯେକୌଣସି ପାଠକ ଯଦି ତାଙ୍କ ସାହିତ୍ୟ ପଢିବ, ତାହାହେଲେ ସେ ନିଶ୍ଚୟ ଅନୁଭବ କରିବ ଯେ ଶାରଳା ଦାସ ମୋଟେ ଗଜମୁର୍ଖ ନ ଥିଲେ । ବରଂ ସେ ଥିଲେ ବିଭିନ୍ନ ଶାସ୍ତ୍ରର ପଣ୍ଡିତ, ତେଣୁ ସେ ତତ୍କାଳୀନ ସମାଜର ବୁଦ୍ଧିଜୀବିମାନଙ୍କୁ ମୂର୍ଖ ବନାଇ ଦେଉଥିଲେ । ଶାରଳା ଦାସ ଅବଶ୍ୟ ମା ଶାରଳାଙ୍କର ଅନୁଗ୍ରହ ଲାଭ କରିଥିଲେ, କିନ୍ତୁ ତାଙ୍କର ବହୁ ଶାସ୍ତ୍ର ପୁରାଣରେ ପ୍ରବେଶ ଥିଲା । ଅନେକ ଗ୍ରନ୍ଥ ଅଧ୍ୟୟନ କରିଥିବାରୁ ତାଙ୍କର ଅସୀମ ଜ୍ଞାନ ଥିଲା । ସେ କପିଳେନ୍ଦ୍ରଦେବଙ୍କର ସୈନ୍ୟବାହିନୀରେ ଯୋଗଦେଇ ଅନେକବର୍ଷ ବିଭିନ୍ନ ସ୍ଥାନ ଭ୍ରମଣ କରିଥିଲେ, ଏଣୁ ତାଙ୍କର ଭୌଗଳିକ ଜ୍ଞାନ ମଧ୍ୟ ବହୁତ ଥିଲା । ବିଭିନ୍ନ ଲୋକଙ୍କ ସହ ସିଧାସଳଖ ସଂସ୍ପର୍ଶରେ ଆସିବାଦ୍ୱାରା ସେ ଲୋକଚରିତ୍ର କଣ ଅନୁଭବ କରିପାରିଥିଲେ । ଏତେ ସବୁ ସତ୍ତ୍ୱେ ସେ ସେତେବେଳର ସମାଜକୁ ଭୟ କରୁଥିଲେ, ତେଣୁ ସାଧାରଣ ଲୋକମାନେ ବୁଝିବା ଭଳି ଭାବ ଭାଷାରେ ସେ ଓଡ଼ିଆରେ କେଖୁଥିଲେ । ତତ୍କାଳୀନ ବ୍ରାହ୍ମଣପ୍ରଧାନ ସମାଜ ଓ ସସ୍କୃତପ୍ରେମୀ ଜନତା କାଳେ ତାଙ୍କ ସାହିତ୍ୟକୁ ଅନାଦର କରିବେ, ଏଇ ଭୟରେ ସେ ଚତୁରତାର ସହ ପ୍ରଚାର କଲେ ଯେ ସେ କିଛି ଲେଖିନାହାନ୍ତି । ଯାହା ମା ଶାରଳା କୁହନ୍ତି, ତାକୁ ସେ ଲେଖନ୍ତି । ମା ଶାରଳାଙ୍କ ନାମକୁ ନେଇ କବି ତାଙ୍କ ରଚନାକୁ ସମାଜରେ ପ୍ରତିଷ୍ଠିତ କରି ପାରିଥିଲେ । ଓଡ଼ିଆ ଭାଷା ସାହିତ୍ୟର ସେ ଜଣେ ବିରଳ ପ୍ରତିଭା । ତାଙ୍କର ପ୍ରମୁଖ ଗ୍ରନ୍ଥଗୁଡିକ ମଧ୍ୟରେ "ବିଲଙ୍କା ରାମାୟଣ", "ମହାଭାରତ", "ଚଣ୍ଡି ପୁରାଣ" ଏବଂ "ଲକ୍ଷ୍ମୀନାରାୟଣ ବଚନିକା ନାମକ ଏକ କ୍ଷୁଦ୍ର ଗ୍ରନ୍ଥ ରଚନା ଅନ୍ତର୍ଭୁକ୍ତ । ଆହୁରି ଅନେକ ଗ୍ରନ୍ଥ ଶାରଳାଙ୍କଦ୍ୱାରା ରଚିତ ବୋଲି ଲେଖାଥିଲେ ମଧ୍ୟ ତାହା ପ୍ରକୃତରେ ଆଦିକବିଙ୍କଦ୍ୱାରା ଲେଖା ଯାଇଛି କି ନାହିଁ ପ୍ରମାଣ ହୋଇପାରି ନାହିଁ ।
 
'''ବିଲଙ୍କା ରାମାଯ଼ଣ'''
୪୩ କ ଧାଡ଼ି:
'''ମହାଭାରତ'''
 
ବ୍ୟାସଦେବଙ୍କ ଲିଖିତ ସଂସ୍କୃତ ମହାଭାରତର କଥାବସ୍ତୁକୁ ନେଇ ଆଦିକବି ସାରଳା ଦାସ ଓଡ଼ିଆରେ ମହାଭାରତ ଲେଖିଛନ୍ତି । ସଂସ୍କୃତରୁ ସିଧା ସିଧା ଅନୁବାଦ ନ କରି କବି ତାଙ୍କର ଦୃଷ୍ଟିଭଙ୍ଗୀ ଓ ମୌଳିକ ବିଚାରବୋଧର ପ୍ରକାଶ କରିଛନ୍ତି । ଓଡ଼ିଆ ଘରର ଚାଲିଚଳଣୀ, ରୀତିନୀତି, ଖାଦ୍ୟପେୟ,ବେଶଭୁଷା, ପୁଣ୍ୟପର୍ବ, ଯାନିଯାତ୍ରା, କଥାବାର୍ତ୍ତା ସବୁକିଛି ତାଙ୍କ ମହାଭାରତରେ ଫୁଟି ଉଠିଛି । କେତେକ ସ୍ଥାନରେ ସେ ମୂଳ ସଂସ୍କୃତ ମହାଭାରତର ଘଟଣାକୁ ସଂକ୍ଷିପ୍ତ କରିଛନ୍ତି ତ କେଉଠି ଛୋଟ ଘଟଣାକୁ ବଡ କରି ବର୍ଣ୍ଣନା କରିଛନ୍ତି । ସେହିପରି ମୂଳ ମହାଭାରତର କେତେକ ଘଟଣାକୁ ସେ ସମ୍ପୁର୍ଣ ଛାଡ଼ି ଦେବାବେଳେ କିଛି ଘଟଣା ସେ ନିଜ ମନରୁ ବର୍ଣନାବର୍ଣ୍ଣନା କରିଛନ୍ତି । କବି ''ଶାହାଡ଼ାଗଛର ମାହାତ୍ମ୍ୟ'', ''ଶାନ୍ତନୁଙ୍କ ସହ ଗଙ୍ଗାଙ୍କ ବିବାହ'', ''ସିନ୍ଧିଚୋର କଥା'', ''ସତ୍ୟ ଆମ୍ବ କଥା'', ''ବାବନାଭୁତ କଥା'', ''ଗାନ୍ଧାରିଙ୍କ ସନ୍ତାନଲାଭ କଥା'', ''ଧୃତରାଷ୍ଟ୍ରଙ୍କ ଶହେ ପୁଅଙ୍କ ନାମକରଣ'', ''ଅଳସୁଆ କାହାଣୀ'', ''ସିଂହ-ଶୃଗାଳ କଥା'', ''ସିଂହ-ମଶା କଥା'', ''ତୁଳସୀବଣ ବାଘ'' ଓ ''ତୁଳାମୁହାଁଙ୍କ ଗଳ୍ପ'', ''କଳି ଅବତରଣ ପ୍ରସଙ୍ଗ'' ଓ ''ସୁହାଣୀ କନ୍ୟା ସହ ଯୁଧିଷ୍ଠିରଙ୍କ ବିବାହ'' କଥା - ଏମିତି କେତେସବୁ ଗପ ନିଜ ମନରୁ ସୃଷ୍ଟି କରିଛନ୍ତି ।
 
'''ଶାହଡ଼ାଗଛର ମାହାତ୍ମ୍ୟ'''