"ବ୍ରାହ୍ମ ସମାଜ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବ/ୱ ଫଳା ବଦଳ
ଟିକେ Regular Character Changes
୫୪ କ ଧାଡ଼ି:
}}
 
'''ବ୍ରାହ୍ମ ସମାଜ''' ରାଜା ରାମମୋହନ ରାୟଙ୍କଦ୍ୱାରା ୧୮୨୮ ମସିହା ଅଗଷ୍ଟ ୨୦ ତାରିଖରେ ପ୍ରତିଷ୍ଠିତ ଏକ ଧାର୍ମିକ ଅନୁଷ୍ଠାନ। ବ୍ରହ୍ମ ସମାଜ ଥିଲା ରାଜା ରାମମୋହନ ରାୟଙ୍କର ଏକ ଅନବଦ୍ୟ ସୃଷ୍ଟି। ଏହି ଅନୁଷ୍ଠାନ ମାଧ୍ୟମରେ ହିଁ ସେ ଜନସାଧାରଣମାନଙ୍କୁ ତାଙ୍କ ବାଣୀ ପ୍ରଚାର କରିଥିଲେ। ଆଧ୍ୟତ୍ମିକତା, ସହିଷ୍ଣୁତା ଓ ସର୍ବ ଧର୍ମସମନ୍ୱୟ ଥିଲା ବ୍ରାହ୍ମ ସମାଜର ଆଦର୍ଶ। [[ରାମସେ ମେକଡୋନାଲଡ]]ଙ୍କ ଭାଷାରେ ବ୍ରାହ୍ମ ସମାଜ [[ହିନ୍ଦୁ ଧର୍ମ]]କୁ ପରିତ୍ୟାଗ ନକରି ପାଶ୍ଚାତ୍ୟ ଜଗତର ଧର୍ମ ବିଶ୍ୱାସ ପ୍ରତି ଉଦାର ଓ ସହାନୁଭୂତି ସମ୍ପନ୍ନ ହେବାକୁ ଚେଷ୍ଟା କରୁଥିଲା। ଏହି ସମାଜ ଦ୍ୱାରାସମାଜଦ୍ୱାରା ରାମମୋହନ ହିନ୍ଦୁ ଧର୍ମର ରକ୍ଷଣଶୀଳତାକୁ ଦୂର କରିବା ନିମନ୍ତେ ଚେଷ୍ଟା କରି କେତେକାଂଶରେ କୃତକାର୍ଯ୍ୟ ହୋଇଥିଲେ। ବାସ୍ତବପକ୍ଷେ ଭାରତୀୟମାନଙ୍କ ମନରେ ସ୍ୱାଧୀନ ଚିନ୍ତାଧାରା ଓ ଦୁଃସାହାସିକ ମନୋଭାବର ବୀଜ ବପନ କରିବାରେ ସାହାର୍ଯ୍ୟ କରିଥିଲା ବ୍ରହ୍ମ ସମାଜ। ପରେ ପରେ ଏହି ବୀଜ ଏକ ବିରାଟ [[ବୃକ୍ଷ]]ରେ ପରିଣତ ହୋଇ ସ୍ୱାଧୀନତା ଲାଭ ନିମନ୍ତେ ସଂଗ୍ରାମ କରିବାକୁ ଭାରତୀୟମାନଙ୍କୁ ପ୍ରୋତ୍ସାହିତ କରିଥିଲା। ଏହା ଏକ ପ୍ରଭାବଶାଳୀ ଧାର୍ମିକ ଆନ୍ଦୋଳନ ମଧ୍ୟରୁ ଅନ୍ୟତମ ଥିଲା,<ref>[[J. N. Farquhar]], [http://www.archive.org/stream/modernreligiousm00farquoft/modernreligiousm00farquoft_djvu.txt ''Modern Religious Movements of India''] (1915), p. 29</ref> ଯାହା ଆଧୁନିକ ଭାରତ ନିର୍ମାଣର ବିଶ୍ୱାସଯୋଗ୍ୟ । <ref>"Brahmo Samaj and the making of modern India, David Kopf, publ. 1979 Princeton University Press (USA)."</ref>
==ରାଜା ରାମମୋହନ ରାୟଙ୍କ ଅବଦାନ==
ବ୍ରାହ୍ମ ସମାଜ ପ୍ରତିଷ୍ଠା କରିବାରେ ରାମମୋହନ ରାୟଙ୍କ ଅବଦାନ ଅନେକ ଥିଲା। ନିଜ ଜୀବନକାଳ ମଧ୍ୟରେ ଅଦମ୍ୟ ପ୍ରୟାସ ଦ୍ୱାରାପ୍ରୟାସଦ୍ୱାରା ସେ ବ୍ରହ୍ମ ସମାଜ ପ୍ରତିଷ୍ଠା କରାଇପାରିଥିଲେ। [[ବଙ୍ଗପ୍ରଦେଶ]]ସ୍ଥ [[ବର୍ଦ୍ଧମାନ ଜିଲ୍ଲା]] ଅନ୍ତର୍ଗତ [[ରାଧାକାନ୍ତପୁର]] ଗ୍ରାମରେ ଗୋଟିଏ ରକ୍ଷଣଶୀଳ [[ବ୍ରାହ୍ମଣ]] ପରିବାରରେ ୧୭୭୪ ମେ ୨୨ ତାରିଖ ଦିନ ରାମମୋହନଙ୍କ ଜନ୍ମ। ତାଙ୍କ ପିତାଙ୍କ ନାମ ଥିଲା ରମାକାନ୍ତ ରାୟ ଓ ମାତାଙ୍କ ନାମ ଥିଲା ତାରିଣୀ ଦେବୀ। ପ୍ରାଚୁର୍ଯ୍ୟ ଓ ଐଶ୍ୱର୍ଯ୍ୟ ମଧ୍ୟରେ ରାମମୋହନ ରାୟ ତାଙ୍କର ବାଲ୍ୟାବସ୍ଥା ଅତିବାହିତ କରିଥିଲେ ମଧ୍ୟ ବାଲ୍ୟଚାଳରୁ ଧର୍ମ [[ପୁସ୍ତକ]] ପଠନରେ ତାଙ୍କର ଯଥେଷ୍ଟ ଆଗ୍ରହ ପ୍ରକାଶ ପାଇଥିଲା। ଅନ୍ୟାନ୍ୟ ଭାଷା ଅଧ୍ୟୟନରେ ମଧ୍ୟ ତାଙ୍କର ପ୍ରବଳ ଆଗ୍ରହ ଜନ୍ମିବାରୁ ଅଳ୍ପଦିନ ମଧ୍ୟରେ ସେ [[ସଂସ୍କୃତ]], [[ପାରସିକ]], [[ଆରବିକ]] ଏବଂ [[ଇଂରାଜୀ]] ଭାଷାରେ ପ୍ରସିଦ୍ଧି ଲାଭ କରିବା ସଙ୍ଗେ ସଙ୍ଗେ [[ଇଟାଲୀ]] ଓ [[ଗ୍ରୀକ]] ଭାଷାରେ ମଧ୍ୟ କିଛି ଜ୍ଞାନ ଆହାରଣ କରିପାରିଥିଲେ।
===ହିନ୍ଦୁ ଦର୍ଶନର ପରିବର୍ତ୍ତନ ସମ୍ପର୍କରେ ସୂଚନା===
[[ଧର୍ମଗ୍ରନ୍ଥ]] ଅଧ୍ୟୟନ କରିବା ସମୟରେ ରିମମୋସନ ଅତି ଦୁଃଖର ସହିତ ଆବିଷ୍କାର କରିଥିଲେ ଯେ ବେଦରେ ଉଦଘୋଷିତ ହୋଇଥିବା ହିନ୍ଦୁ ଦର୍ଶନ କାଳକ୍ରମେ ରକ୍ଷଣଶୀଳ ବ୍ରାହ୍ମଣମାନଙ୍କ ଦ୍ୱାରାବ୍ରାହ୍ମଣମାନଙ୍କଦ୍ୱାରା କିଛି ପରିମାଣରେ ପରିବର୍ତ୍ତିତ ହୋଇଯାଇଛି। ସେ ନିଜେ [[ବଙ୍ଗଳା]] ଭାଷାରେ ଏକ କ୍ଷୁଦ୍ର ପୁସ୍ତିକା ପ୍ରକାଶ କରି ପ୍ରତ୍ୟକ୍ଷ ଭାବରେ ଘୋଷଣା କରିଥିଲେ ଯେ ଭାରତୀୟ ଦର୍ଶନରେ ପ୍ରତିମାପୂଜାର ସ୍ଥାନ ନାହିଁ। ଏତାଦୃଶ ଲେଖାପାଇଁ ତାଙ୍କ ରକ୍ଷଣଶୀଳ ପିତା ତାଣ୍ଠ ଉପରେ ବିରକ୍ତ ହୋଇ ତାଙ୍କୁ ଗୃହରୁ ବହିଷ୍କାର କରିଦେଇଥିଲେ। ତେଣୁ ସେ ଜଣେ ନିର୍ବାସିତର ଜୀବନଯାପନ କରିବା ବ୍ୟତୀତ ରାମମୋହନଙ୍କ ଅନ୍ୟ କିଛି ଉପାୟ ନଥିଲା। ସେତେବେଳେ ସେ ମାତ୍ର ୧୫ ବର୍ଷର ଯୁବକ ଥିଲେ।
===ବିଭିନ୍ନ ଧର୍ମ ସମ୍ବନ୍ଧରେ ଜ୍ଞାନ ଅହାରଣ===
ନିର୍ବାସନ ସମୟ ତଙ୍କ ପାଇଁ ଆଶୀର୍ବାଦ ସଦୃଶ ହୋଇଥିଲା । କାରଣ ଏହି ସମୟରେ ବହୁସ୍ଥାନ ଭ୍ରମଣ କରି ବହୁ ସାଧୁ ସନ୍ଥଙ୍କ ସମ୍ପର୍କରେ ଆସି ଓ ବିଭିନ୍ନ ଧର୍ମ ଉପରେ ପୁସ୍ତକ ଅଧ୍ୟୟନ କରି ନିଜର ଜ୍ଞାନ ଭଣ୍ଡାର ପରିପୂର୍ଣ୍ଣ କରିପାରିଥିଲେ। [[ବେଦ]] ଓ [[ଉପନିଷଦ]] ସେ ଯେପରି ତନ୍ନ ତନ୍ନ ଭାବେ ଅଧ୍ୟୟନ କରିଥିଲେ ସେହିପରି ଭାବେ [[କୋରାନ]] ଓ [[ବାଇବେଲ]] ଅଧ୍ୟୟନ କରିବାକୁ ସେ ପଶ୍ଚାତପଦ ହୋଇନଥିଲେ। ପୁନଶ୍ଚ ଜ୍ଞାନ ପିପାସାକୁ ମେଣ୍ଟାଇବା ନିମନ୍ତେ ସେ ଯାଇ ପହଞ୍ଚିଥିଲେ ୟୁରୋପରେ।
୬୫ କ ଧାଡ଼ି:
 
===ସାମାଜିକ ଓ ଧର୍ମଗତ ବାଣୀ===
ରାଜା ରାମମୋହନ ରାୟ ଯଦି ଭାରତୀୟମାନଙ୍କର କୃତଜ୍ଞତାର ପାତ୍ର ହୋଇ ଇତିହାସରେ ଅମରତ୍ୱ ପ୍ରାପ୍ତ ହୋଇଛନ୍ତି, ତାହି କେବଳ ତାଙ୍କର ସାମାଜିକ ତଥା ଧର୍ମଗତ ବାଣୀପାଇଁ। ସେଗୁଡିକ ସେ ସେ ତାଙ୍କର ବିଭିନ୍ନ ସଂସ୍କରମୂଳକ କାର୍ଯ୍ୟରେ ରୂପାୟତ କରିପାରିଥିଲେ। ତାଙ୍କ ଦ୍ୱାରାତାଙ୍କଦ୍ୱାରା ପ୍ରଚାରିତ ବାଣୀ ମୁଖ୍ୟତଃ ରାଜନୈତିକ, ସାମିଜିକ ଓ ଧର୍ମଗତ ଥିଲା।
===ରାଜନୈତିକ ଜାଗରଣ===
ରାମମୋହନ ଭାରତୀୟମାନଙ୍କ ମଧ୍ୟରେ ରାଜନୈତିକ ଜାଗରଣ ଆଣିବା ପାଇଁ ଏଥିରେ ଉପଯୁକ୍ତ ବାତାବରଣ ସୃଷ୍ଟି କରିବା ଦିଗରେ ପଦକ୍ଷେପ ଗ୍ରହଣ କରିଥିଲେ। ଇଂରାଜୀ ଶିକ୍ଷାର ପ୍ରବର୍ତ୍ତନ ପାଇଁ ଲର୍ଡ ଉଇଲିୟମଙ୍କୁ ସାହାର୍ଯ୍ୟ ପ୍ରଦାନ କରିବା ମୂଳରେ ଥିଲା ତାଙ୍କର ଏହି ପବିତ୍ର ଉଦ୍ଦେଶ୍ୟ। ସ୍ୱାଧିନ ଭାବରେ ମତବ୍ୟକ୍ତ କରିବା ପାଇଁ ଭାରତରେ ସର୍ବ ପ୍ରଥମେ "[[ସମ୍ବାଦ କୌମୁଦି]]' ନାମକ ସ୍ୱଦେଶୀ ଭାଷାରେ ଏକ [[ସମ୍ବାଦପତ୍ର]] ପ୍ରକାଶ କରିଥିଲେ। ଭାରତରେ ତାଙ୍କ ଦ୍ୱାରାତାଙ୍କଦ୍ୱାରା ମୁଦ୍ରଣ ଯନ୍ତ୍ର ପ୍ରତିଷ୍ଠା ଥିଲା ଭାରତୀୟମାନଙ୍କ ମଧ୍ୟରେ ରାଜନୈତିକ ଚେତନାର ଅଭିବୃଦ୍ଧି ହେବା ଦିଗରେ ଅନ୍ୟ ଏକ ପ୍ରଚେଷ୍ଟା।
===ସାମାଜିକ ଓ ଆଧ୍ୟାତ୍ମିକତା ସଂସ୍କାର===
ସାମାଜିକ ସଂସ୍କାରରେ ମଧ୍ୟ ରାମମୋହନଙ୍କ କୃତିତ୍ୱ ଥିଲା ଅବିସ୍ମରଣୀୟ। ଜାତିଗତ ଭେଦଭାବର ବିଲୋପ ଓ ନାରୀ ସ୍ୱାଧିନତା ସପକ୍ଷରେ ସେ ସ୍ୱର ଉତ୍ତୋଳନ କରିବା ସହିତ ବହୁବିବାହ, ବାଲ୍ୟବିବାହ ଓ ସତୀଦାହ ପ୍ରଥାକୁ ବିରୋଧ କରି ଏହାର ବିଲୋପ କରିବା ପାଇଁ ସେ ନେତୃତ୍ୱ ନେଇଥିଲେ।