"ପାନ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ ବ/ୱ ଫଳା ବଦଳ |
ଟିକେ Regular Character Changes |
||
୧୧୭ କ ଧାଡ଼ି:
ଆମ ସଂସ୍କୃତିରେ ପାନର ସ୍ୱତନ୍ତ୍ର ସ୍ଥାନ ରହିଛି । ଆଗତ ଅତିଥ୍ୟ, ଅଭ୍ୟାଗତ, ବନ୍ଧୁବାନ୍ଧବ, ବ୍ରାହ୍ମଣବୈଷ୍ଣବ ଘରକୁ ଆସିଲେ ଗୃହସ୍ଥ ପାନଟିଏ ବଢ଼ାଇ ଦେଇ ଅତିଥ ଚର୍ଜା ଆରମ୍ଭ କରନ୍ତି । ଈଷ୍ଟ ପୂଜନ, ପିତୃପିଣ୍ଡ, ଦାନ, ପ୍ରୀତିଭୋଜନ, ଯଜ୍ଞାଦି କର୍ମ ସାଧନ ଆଦି ମାଙ୍ଗଳିକ କାର୍ଯ୍ୟରେ ପାନର ଉପସ୍ଥିତି ଅପରିହାର୍ଯ୍ୟ । ଓଡ଼ିଶାର ଘରେ ଘରେ ପାଳିତ ‘ରଜପର୍ବକୁ ପାନର ପର୍ବ’ କହିଲେ ଅତୁକ୍ତି ହେବ ନାହିଁ । ସୁବାସିତ କେତକି ଖଇର, ବଡ଼ଫାଳ ଗୁଆ, ଲବଙ୍ଗ, ଅଳେଇଚ, ଜାଇଫଳ ଆଦି ରଜପାନ ପାଇଁ ସଂଗ୍ରହ କରିବା ସହ ରଜବୁଲି ଆସୁଥବା ସମସ୍ତ ଅଭ୍ୟାଗତଙ୍କୁ ପାନ ଅର୍ପଣ କରି ଓଡ଼ିଆ ପରମ ସନ୍ତୋଷ ଅନୁଭବ କରେ । ଧର୍ମର ମାସ କାର୍ଭିକ ବ୍ରତ ପାଳନର ଅନ୍ତିମ ଦିବସରେ ଅର୍ଥାତ୍ ପୂଣ୍ଡିମାର ପ୍ରାତଃ ସମୟରେ ପବିତ୍ର ନଦନଦୀ, ଜଳାଶୟରେ ଉତ୍କଳ ରମଣୀ ମଙ୍ଗଳ ଧ୍ୱନି ସହ ଡ଼ଙ୍ଗା ଭସାଇ ପରିବାରର ସମସ୍ତଙ୍କ ପାଇଁ ମଙ୍ଗଳ କାମନା କରି ଡ଼ଙ୍ଗାରେ ପାନ, ଗୁଆ, ରଖୁ କହିଥାଏ– 'ଅ କା ମା ବୈ– ପାନ ଗୁଆ ଖାଇ – ମୋ ପାନ ଗୁଆ ତୋ ର– ମାସକ ଧରମ ମୋର । କେବଳ ଈଷ୍ଟଙ୍କ ଉଦ୍ଦେଶ୍ୟରେ ଅର୍ପିତ ପାନ ଖଣ୍ଡେ ପ୍ରତିବଦଳରେ ସମସ୍ତ କାର୍ଭିକ ବ୍ରତର ପୁଣ୍ୟ ନେବାକୁ ଆଶାୟୀ ଉତ୍କଳ ରମଣୀ ପାନ ପ୍ରଦାନର ମୂଲ୍ୟକୁ ଠିକ୍ ବୁଝିଥାଏ । ପୂର୍ବେ ଉତ୍କଳୀୟ ନୌବାଣିଜ୍ୟରେ ପାନ ଗୁଆ ଆଦି ମୁଖ୍ୟପଣ ଦ୍ରବ୍ୟ ଅବା ଏଥରୁ ଅନୁମେୟ ।
=== ଶ୍ରୀମନ୍ଦିରରେ ପାନ ===
ଉତ୍କଳୀୟଙ୍କ ପ୍ରାଣ ହେଉଛନ୍ତି ଶ୍ରୀଜଗନ୍ନାଥ । ତାଙ୍କୁ ପାନ ଅର୍ପଣ କରି ଏ ଜାତି ପରମ ବିଷ୍ଣୁଙ୍କ ପୂଜନରେ ଏକ ସ୍ୱତନ୍ତ୍ରତା ସୃଷ୍ଟି କରିଛି । ଶ୍ରୀମନ୍ଦିରରେ ପ୍ରଚଳିତ ତାମ୍ବୁଳ ସେବା (ହଡ଼ପ ସେବା) ବିଧରୁ ଏହା ସ୍ପଷ୍ଟ ବାରି ହୋଇଯାଏ । ବଡ଼ଠାକୁରଙ୍କ ବଡ଼ସିଂହାର, ପହୁଡ଼, ଚାପ, ଚନ୍ଦନ ଆଦିରେ ତାମ୍ବୁଳ ଅର୍ପଣ ବିଧ ଶ୍ରୀମନ୍ଦିର ସେବାର ଏକ ମୁଖ୍ୟ ଅଙ୍ଗ । ଶ୍ରୀଜଗନ୍ନାଥଙ୍କ ପ୍ରସାଦକୁ ମହାପ୍ରସାଦ କରିବା ପାଇଁ ଏକ ସୁବର୍ଣ୍ଣ ଥାଳିରେ ପୂଜକ ପ୍ରସାଦ, ଲାଗିମାଳ, ସମର୍ପିତ ତାମ୍ବୁଳ ନେଇ କ୍ଷେତ୍ରେଶ୍ୱରୀ ମା’ ବିମଳାଙ୍କୁ ଅର୍ପଣ କରିଥାନ୍ତି । ଶ୍ରୀମନ୍ଦିର ମକରବେଢ଼ା ପରିକ୍ରମା ସମୟରେ ହଡ଼ପ
=== ଅନ୍ୟାନ୍ୟ ===
|