"ଦଶାବତାର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବ/ୱ ଫଳା ବଦଳ
ଟିକେ Regular Character Changes
୬୩ କ ଧାଡ଼ି:
 
== ଅଲଗାଭାବେ ==
ଡାରୱିନ୍ (Darwin) ଙ୍କର ବିବର୍ତ୍ତନ ବାଦ (Evolution theory) ସଙ୍ଗେ ହିନ୍ଦୁମାନଙ୍କର ଦଶ ଅବତାର ତୁଳନା କଲେ ଜୀବସୃଷ୍ଟିରେ ବିବର୍ତ୍ତନର ଭିନ୍ନ ଭିନ୍ନ ଅନୁରୂପ କ୍ରମିକ ସୋପାନ ଦେଖାଯାଏ । ଯଥା – ‘ମତ୍ସ୍ୟ’ ପ୍ରଥମ ପୂର୍ଣ୍ଣ ଜଳଚର । ‘ମତ୍ସ୍ୟ’ରୁ ବିବର୍ତ୍ତନ ଦ୍ୱାରାବିବର୍ତ୍ତନଦ୍ୱାରା ଉଭୟଚର (ବେଶି ସମୟ ଜଳରେ ଓ ଅଳ୍ପ ସମୟ ସ୍ଥଳରେ ବିଚରଣ କରୁଥିବା) ‘କଚ୍ଛପ’ । ତତ୍ପରେ ସ୍ଥଳଚର (ଅଧିକାଂଶ ସମୟ ସ୍ଥଳରେ ଓ ଅତି ଅଳ୍ପକାଳ ଜଳ ବା ପଙ୍କରେ ବିଚରଣକାରୀ) ‘ବରାହ’ (ପଶୁ ସୃଷ୍ଟିର ଆରମ୍ଭ) । ‘ବରାହ’ ପରେ ‘ନୃସିଂହ’ (ଅଧା ପଶୁ ଓ ଅଧା ମନୁଷ୍ୟ ଓ ତାହାର ଅସ୍ତ୍ର ଦନ୍ତ ଓ ନଖ) । ତତ୍ପରେ ‘ବାମନ’ (ଅର୍ଥାତ ସମସ୍ତ ଅଙ୍ଗବିଶିଷ୍ଟ କିନ୍ତୁ ମନୁଷ୍ୟର ପୂର୍ଣ୍ଣାକାର ପ୍ରାପ୍ତ ହୋଇ ନ ଥିବା ମନୁଷ୍ୟ) । ତତ୍ପରେ ‘ପର୍ଶୁରାମ’ (ଅର୍ଥାତ ପୂର୍ଣ୍ଣ ସଭ୍ୟତା ପାଇ ନ ଥିବା ଓ ଯୁଦ୍ଧପ୍ରିୟ ଆଦିମ ଅବସ୍ଥାର ମନୁଷ୍ୟ; ତାହାର ଅସ୍ତ୍ର ଗୋଟିଏ ଲୌହମୟ କୁଠାର) । ତତ୍ପରେ ‘ରାମ’ (ସମାଜ ଓ ରାଜ୍ୟ ପରିଚାଳନରେ ଦକ୍ଷ କିନ୍ତୁ କୃଷି ବିଦ୍ୟାରେ ନିପୁଣତା ଲାଭ କରି ନ ଥିବା ଅବସ୍ଥା) । ତତ୍ପରେ ‘ବଳରାମ’ (କୃଷିଜୀବୀ ଓ ସଂସାର କର୍ମରତ ମନୁଷ୍ୟ) । ତତ୍ପରେ ‘[[ଗୌତମ ବୁଦ୍ଧ|ବୁଦ୍ଧ]]’ ଧର୍ମପ୍ରାଣତା ଯୁକ୍ତ ଓ ଆଧ୍ୟାତ୍ମିକତା (spirituality) ଯୁକ୍ତ ମନୁଷ୍ୟ ଓ ପରିଶେଷରେ କଳ୍କୀ ଅବତାର (ଯାହା ଏ ପର୍ଯ୍ୟନ୍ତ ହୋଇନାହିଁ); ଏ ଜନ ସମାଜରେ ବିପ୍ଳବ ଓ ଭୟଙ୍କର ଗଣ୍ଡଗୋଳ ଓ ରକ୍ତପାତ ଘଟାଇବା ବ୍ୟକ୍ତି।
==ଦଶାବତାର ଅଷ୍ଟକମ==
ଜୟଦେବଙ୍କ ଗୀତଗୋବିନ୍ଦ କାବ୍ୟର ପ୍ରଥମ ଅଷ୍ଟପଦୀରେ ଦଶାବତାରଙ୍କ ବର୍ଣ୍ଣନା ରହିଅଛି । ପ୍ରତ୍ୟେକ ପଦ 'ଜୟ ଜଗଦୀଶ ହରେ' ଧାଡ଼ିରେ ସମାପ୍ତ ହୁଏ । ଏହି ଅଷ୍ଟପଦୀଟି ଅତ୍ୟନ୍ତ ଲୋକପ୍ରିୟ ଅଟେ । ଅଷ୍ଟପଦୀ ଶେଷରେ କବି କୃଷ୍ଣଙ୍କୁ ସମସ୍ତ ଅବତାରଙ୍କ ସାର ରୂପରେ କଳ୍ପନା କରିଛନ୍ତି ।
"https://or.wikipedia.org/wiki/ଦଶାବତାର"ରୁ ଅଣାଯାଇଅଛି