"ମାଟିର ମଣିଷ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବ/ୱ ଫଳା ବଦଳ
ଉପନ୍ୟାସ ଓ ଚଳଚ୍ଚିତ୍ର ମଧ୍ୟରେ ଭିନ୍ନତା
୨୭ କ ଧାଡ଼ି:
}}
 
'''ମାଟିର ମଣିଷ''', ୧୯୬୬ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।<ref>{{cite web|title=Matira Manisha (Two Brothers)|url=http://mrinalsen.org/matira_manisha.htm|publisher=mrinalsen.org|accessdate=8 July 2016}}</ref> ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବାବୁଲାଲ ଦୋଶୀ । ଏହି କଥାଚିତ୍ରଟି କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ରଚିତ ଉପନ୍ୟାସ "ମାଟିର ମଣିଷ" ଉପରେ ନିର୍ମାଣ କରାଯାଇଥିଲା । ଗୋପାଳ ଛୋଟରାୟ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ । [[ମୃଣାଳ ସେନ]] ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।<ref>{{cite journal |last1=ହାଲି |first1=ଦିଲୀପ |title=୭୦ ବର୍ଷର ଓଡ଼ିଆ ଚଳଚ୍ଚିତ୍ରର ଏକ ପର୍ଯ୍ୟାଲୋଚନା |journal=ଉତ୍କଳ ପ୍ରସଙ୍ଗ |date=1 August 2006 |url=http://magazines.odisha.gov.in/utkalprasanga/August2006/oriyapdf/63-65.pdf |accessdate=28 August 2018}}</ref><ref>{{cite journal |last1=ହାଲି |first1=ଦିଲୀପ |title=ଓଡ଼ିଆ ଚଳଚ୍ଚିତ୍ରର ଭବିଷ୍ୟତ |journal=ଉତ୍କଳ ପ୍ରସଙ୍ଗ |date=1 January 2008 |url=http://magazines.odisha.gov.in/utkalprasanga/2008/jan-2008/oriyapdf/22-24.pdf |accessdate=28 August 2018}}</ref> ଏହି ଚଳଚ୍ଚିତ୍ରଟି ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଭାବରେ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବମାନଙ୍କରେ ପ୍ରଦର୍ଶିତ ହେବାର ସୁଯୋଗ ପାଇଥିଲା ।
 
[[ପ୍ରଶାନ୍ତ ନନ୍ଦ]], [[ଶରତ ପୂଜାରୀ]], [[ଧୀର ବିଶ୍ୱାଳ]], [[ଦୁଃଖୀରାମ ସ୍ୱାଇଁ]], [[ଭୀମ ସିଂ]], [[କାର୍ତ୍ତିକ ଘୋଷ]], ରାମ ମାଣିଆ, [[ସୁଜାତା ଆନନ୍ଦ]], [[ଭାନୁମତୀ ଦେବୀ]], ସ୍ନେହଲତା, ମିତା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
 
== ଅଭିନୟ ==
Line ୪୯ ⟶ ୪୭:
== ଗୀତ ଓ ସଙ୍ଗୀତ ==
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ [[ଭୁବନେଶ୍ୱର ମିଶ୍ର]] ।
 
== ଉପନ୍ୟାସ ଓ ଚଳଚ୍ଚିତ୍ର ମଧ୍ୟରେ ଭିନ୍ନତା ==
ଚଳଚ୍ଚିତ୍ରଟି ଉପନ୍ୟାସ ଉପରେ ପର୍ଯ୍ୟବେସିତ ହୋଇଥିଲେ ମଧ୍ୟ ଉଭୟରେ କିଛି ଭିନ୍ନତା ଥିଲା । ଉପନ୍ୟାସରେ ବରଜୁ ମୁଖ୍ୟ ଚରିତ୍ରରେ ଥିବା ସମୟରେ ଚଳଚ୍ଚିତ୍ରରେ ଛକଡ଼ିକୁ ବେଶି ଗୁରୁତ୍ୱ ମିଳିଥିଲା । ଉପନ୍ୟାସଟି ୧୯୩୨ ମସିହାରେ ଲେଖାଯାଇଥିବାରୁ, ଏଥିରେ [[ଦ୍ୱିତୀୟ ବିଶ୍ୱଯୁଦ୍ଧ]] କଥା ଆଦୌ ନଥିଲା । କିନ୍ତୁ ଚଳଚ୍ଚିତ୍ରରେ ବରଜୁ ଓ ଛକଡ଼ିଙ୍କ ମଧ୍ୟରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଯୋଗୁଁ ବିବାଦ ହୋଇଥିବା ଦର୍ଶାଯାଇଥିଲା । ଉପନ୍ୟାସରେ ଗାନ୍ଧୀବାଦ ଚେତନା ଦେଖା ଦେଇଥିବା ବେଳେ, ଚଳଚ୍ଚିତ୍ରରେ ସେହି ସ୍ଥାନ ନେଇଥିଲା ମାର୍କ୍ସବାଦ । ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବା ପରେ, କାଳିନ୍ଦୀ ଚରଣ ପାଣିଗ୍ରାହୀ ପ୍ରତିବାଦ କରିଥିଲେ । ପ୍ରଯୋଜକ ବାବୁଲାଲ ଦୋଶୀ, ମୃଣାଳଙ୍କୁ ଚଳଚ୍ଚିତ୍ରରେ ସେହି ପରିବର୍ତ୍ତନ ଆଣିବାକୁ କହିଥିଲେ, କିନ୍ତୁ ମୃଣାଳ କୌଣସି ପରିବର୍ତ୍ତନ କରିବାକୁ ମନା କରିଥିଲେ । ଚଳଚ୍ଚିତ୍ରରେ କୌଣସି ପରିବର୍ତ୍ତନ ଆସିଲେ, ମୃଣାଳ ନିଜ ନାମ ସେଥିରୁ ହଟେଇ ଦେବାକୁ କହିଥିଲେ । ଚଳଚ୍ଚିତ୍ରଟି ପରିବର୍ତ୍ତିତ ହୋଇ, ଦ୍ୱିତୀୟ ଥର ମୁକ୍ତିଲାଭ କରିଥିଲା ଓ ଏଥିରେ ମୃଣାଳଙ୍କ ନାମକୁ ହଟେଇ ଦିଆଯାଇଥିଲା ।<ref>{{cite news |title=ମନେ ରଖିବ ଓଡ଼ିଆ ସିନେମା |url=http://sambadepaper.com/Details.aspx?id=545495&boxid=31630437 |accessdate=31 December 2018 |issue=ସମ୍ବାଦ ୩୧/୧୨/୨୦୧୮ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୪}}</ref>
 
== ଆଧାର ==