ଟିକେ
Bot: Automated text replacement (-ମ୍ୱ +ମ୍ବ)
ଟିକେ (clean up, replaced: । → । (8), ସ୍ୱାଧିନ → ସ୍ୱାଧୀନ, ପାକିସ୍ଥାନ → ପାକିସ୍ତାନ (10), ମାନଙ୍କ → ମାନଙ୍କ using AWB) |
ଟିକେ (Bot: Automated text replacement (-ମ୍ୱ +ମ୍ବ)) |
||
ବାଲ୍ୟକାଳରେ ସେ ସୟଦ ମୀର ହସନଙ୍କଠାରୁ ପାରସ୍ୟ ଓ ଆରବୀ ଭାଷା ଶିକ୍ଷା କରିଥିଲେ। ସାହିତ୍ୟ ଓ କବିତା ପ୍ରତି ତାଙ୍କର ପ୍ରଗାଢ଼ ଅନୁରାଗ ଥିଲା। ସେ ଛାତ୍ରାବସ୍ଥାରେ ଅନେକ କବିତା ରଚନା କରି ବହୁ ପ୍ରଶଂସିତ ହୋଇଥିଲେ। ନୱାବ ମିର୍ଜା ଖାଁ – ‘ଦାରା’ ବୋଲି ଜଣେ ପ୍ରସିଦ୍ଧ କବି ଦିଲ୍ଲୀରେ ବାସ କରୁଥିଲେ। ହାଇଦ୍ରାବାଦର ନବାବ ତାଙ୍କୁ ନିଜର ଶିକ୍ଷକ ପଦରେ ବରଣ କରି ତାଙ୍କୁ ହାଇଦ୍ରାବାଦ ନେଇ ଯାଇଥିଲେ। ଭାରତର ବିଭିନ୍ନ ଅଞ୍ଚଳରୁ କବିବାନେ ସେମାନଙ୍କ କବିତା ସଂଶୋଧନ ପାଇଁ ତାଙ୍କ ପାଖକୁ ପଠାଉଥିଲେ। ଇକବଲ ମଧ୍ୟ ନିଜ କବିତା ତାଙ୍କପାଖକୁ ପଠାଇବାରୁ ସେ ଇକବଲଙ୍କ କବିତାକୁ ନିଜ କବିତାଠାରୁ ବି ଉଚ୍ଚକୋଟୀର ବୋଲି କହି ବହୁତ ପ୍ରଶଂସା କରିଥିଲେ।
== କବିତା ରଚନା ==
ଶିଆଲକୋଟ କଲେଜରେ ଏଫ.ଏ. ସାରି ସେ ବି.ଏ. ପଢ଼ିବାକୁ ଲାହୋର ଚାଲିଗଲେ। ସେଠାରେ ଦର୍ଶନଶାସ୍ତ୍ରର ଅଧ୍ୟାପକ ଆରନଲଡ ସାହେବଙ୍କ ଠାରୁ ଦର୍ଶନ ଶାସ୍ତ୍ର ଅଧ୍ୟୟନ କରିଥିଲେ। ସେମାନଙ୍କ ଭିତରେ ସମ୍ପର୍କ ଏମିତି ପ୍ରଗାଢ଼ ହୋଇଯାଇଥିଲା ଯେ, ଆରନଲଡ ସାହେବ ବିଲାତ ଫେରିଲା ବେଳକୁ ସେ ତାଙ୍କ ସହିତ ବିଲାତ ଚାଲିଗଲେ। ସେଠାରେ ସେ
ସେ ପ୍ରଥମେ ଉର୍ଦୁ ଭାଷାରେ ରଚନା କରୁଥିଲେ। କିନ୍ତୁ ‘ସନ୍ୟାସ ରହସ୍ୟ’ ନାମକ ଗ୍ରନ୍ଥ ପ୍ରଣୟନ କାଳରେ ତାଙ୍କୁ ଆରବୀ ଓ ପାର୍ସୀ ଭାଷାର ଅନେକ ଗ୍ରନ୍ଥ ଅଧ୍ୟୟନ କରିବାକୁ ପଡ଼ିଥିଲା। ଏ ସବୁ ଗ୍ରନ୍ଥ ଅଧ୍ୟୟନ କରି ତାଙ୍କୁ ଲାଗିଲା ନିଜର ଭାବର ପୂର୍ଣ ପରିପ୍ରକାଶ ପାଇଁ ତାଙ୍କୁ ଉର୍ଦୁ ଭାଷା ଛାଡ଼ି ପାର୍ସୀ ବ୍ୟବହାର କରିବାକୁ ପଡ଼ିବ। ଫଳରେ ସେ ପାର୍ସୀ ଭାଷାରେ ତାଙ୍କର ଅଧିକାଂଶ ରଚନା ଆରମ୍ଭ କରିବାକୁ ଲାଗିଲେ। ଜର୍ମାନ ଅବସ୍ଥାନ କାଳରେ ସେ କବି ଗେଟେଙ୍କର କବିତା ‘ପାଶ୍ଚାତ୍ୟ ଅଭିନଂଦନ’ର ପ୍ରତ୍ୟୁତ୍ତରରେ ‘ପ୍ରାଚ୍ୟବାର୍ତା’ କାବ୍ୟ ରଚନା କରି ସେଥିରେ ସେ ଦର୍ଶନ ଶାସ୍ତ୍ରର ଅନେକ ଜଟିଳ ଓ ସୂକ୍ଷ୍ମ ତଥ୍ୟକୁ ସରଳ ଓ ପ୍ରାଞ୍ଜଳ ଭାବରେ ବୟାନ କରି ପାରିଥିଲେ। ସେଥିପାଇଁ ଲୋକେ ତାଙ୍କୁ ‘ପ୍ରକୃତି ଗ୍ରନ୍ଥ’ର ଟୀକାକାର ଆଖ୍ୟା ଦେଇଥିଲେ।
== ଚିନ୍ତାଧାରା ==
|