"ଜନ୍ ଏଫ୍. କେନେଡ଼ି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବ/ୱ ଫଳା ବଦଳ
ଟିକେ Bot: Automated text replacement (-ମ୍ୱ +ମ୍ବ)
୮୮ କ ଧାଡ଼ି:
ସେପ୍ଟେମ୍ବର ୧୯୪୧ରେ ତାଙ୍କର ଦୀର୍ଘକାଳୀନ ଅଣ୍ଟା ବ୍ୟଥା ଅସୁବିଧା ଲାଗି ଆମେରିକୀୟ ସେନାବାହିନୀଦ୍ୱାରା ସ୍ୱାସ୍ଥ୍ୟ ଆଧାରରେ ପ୍ରତ୍ୟାଖ୍ୟିତ ହେଲେ । ତେବେ ଏଥିରେ ହାରି ନ ଯାଇ ସେ ନୌବାହିନୀରେ ଯୋଗଦେବା ଲାଗି ଉଦ୍ୟମ କଲେ । ନୌବାହିନୀ ଗୁପ୍ତବିଭାଗର ଡାଇରେକ୍ଟର ତାଙ୍କ ପିତା ଜୋସେଫ କେନେଡ଼ିଙ୍କ ଚିହ୍ନା ହୋ‍ଇଥିବାରୁ ତାଙ୍କୁ ନୌବାହିନୀରେ ସ୍ଥାନ ମିଳିଲା । ନୌବାହିନୀ ସେକ୍ରେଟାରୀଙ୍କ କାର୍ଯ୍ୟାଳୟରେ ସେ ଏନସାଇନ୍ ଭାବେ କାମ କରୁଥିଲେ ।ଏହି ସମୟରେ ପଲ୍ ହାର୍ବର ଆକ୍ରମଣ ହେବାରୁ ସେ ନୌବାହିନୀ ରିଜର୍ଭ ଅଫିସର ଟ୍ରେନିଂ କର୍ପରେ ଓ ପରେ ମୋଟର ଟର୍ପେଡ଼ୋ ବୋଟ ସ୍କ୍ୱାଡ଼୍ରନ (ମେଲଭିଲ, ରୋଡ଼ ଆଇଲ୍ୟାଣ୍ଡ)ରେ ଯୋଗ ଦେଲେ । ତାଙ୍କ ପ୍ରଥମ କମାଣ୍ଡ ଥିଲା PT-101 (୭ ଡିସେମ୍ବର ୧୯୪୨-୨୩ ଫେବ୍ରୁଆରୀ ୧୯୪୩) ଯାହା ଟ୍ରେନିଂ ପାଇଁ ବ୍ୟବହାର ହେଉଥିଲା । ତା ପରେ ତାଙ୍କ ନେତୃତ୍ୱରେ ତିନିଟି PT ବୋଟ (PT-98, PT-99, PT-101)କୁ ରୋଡ଼ ଆଇଲ୍ୟାଣ୍ଡରୁ ଜ୍ୟାକସନଭିଲ, ଫ୍ଲୋରିଡ଼ାକୁ ନିଆଗଲା । ଏହି ଯାତ୍ରା ସମୟରେ ଥଣ୍ଡା ପାଣି ସଂସ୍ପର୍ଶରେ ଆସିବା ଯୋଗୁଁ ସେ କିଛି ସମୟ ରୋଗଗ୍ରସ୍ତ ହୋ‍ଇଥିଲେ । ତା’ପରେ ତାଙ୍କୁ ପାନାମା ଓ ପରେ ପ୍ରଶାନ୍ତ ମହାସାଗରରେ ନିୟୋଜିତ କରାଗଲା । ସେ ଲେଫ୍ଟିନାଣ୍ଟ ପଦବୀକୁ ଉତ୍ତୀର୍ଣ୍ଣ ହେବା ସହ ଆଉ ଦୁଇଟି ପାଟ୍ରୋଲ ଟର୍ପେଡ଼ୋ (PT) ବୋଟର ନେତୃତ୍ୱ ନେଇଥିଲେ ।
[[File:PT-109 crew.jpg|thumb|250px|[[Lieutenant (junior grade)]] John F. Kennedy (standing at right) with his ''PT-109'' crew, 1943.]]
୨ ଅଗଷ୍ଟ ୧୯୪୩ରେ କେନେଡ଼ିଙ୍କ PT-109 ବୋଟ ସହ PT-162 ଓ PT-169 ସୋଲୋମନ ଦ୍ୱୀପ ପାଖରେ ପାଟ୍ରୋଲିଂ କରୁଥିଲା ବେଳେ PT-109, ଜାପାନୀ ଯୁଦ୍ଧଜାହାଜ ଆମାଗିରି ଧକ୍କାରେ ନଷ୍ଟ ହୋ‍ଇଗଲା । କେନେଡ଼ି ନିଜ ବଞ୍ଚିଥିବା ନାବିକ ମାନଙ୍କୁଏକତ୍ରିତ କରି ଲଢ଼ିବା କିମ୍ୱାକିମ୍ବା ଆତ୍ମସମର୍ପଣ କରିବା, ସେ ନେଇ ଭୋଟ କଲେ । ତାଙ୍କ ଭାଷାରେ "ଏପରି ଶୋଚନୀୟ ଅବସ୍ଥାରେ କଣ କରିବାକୁ ହୁଏ ତାହା ଆମକୁ ପଢ଼ାଯାଇ ନାହିଁ । ମୁଁ ଜାଣେ ତମ ମାନଙ୍କର ପରିବାର ଅଛି,କିଛିଙ୍କ ପିଲାଛୁଆ ବି ଅଛନ୍ତି । ତମେ ମାନେ କଣ କରିବାକୁ ଚାହଁ? ମୋର ହରାଇବା ଲାଗି କିଛି ନାହିଁ ।" କେନେଡ଼ିଙ୍କ ସହକର୍ମୀ ମାନେ ଭୀରୁ ରୂପେ ଆତ୍ମସମର୍ପଣ ନ କରି ଗୋଟେ ଛୋଟ ଦ୍ୱୀପକୁ ପହଁରି ଗଲେ ।
[[File:Lt. John F. Kennedy aboard the PT-109.jpg|upright|thumb|Kennedy on his navy patrol boat, the [[PT boat|''PT-109'']].]]
ସେଇ ଧକ୍କାରେ କେନେଡ଼ିଙ୍କ ପିଠି ଆଘାତଗ୍ରସ୍ତ ହୋ‍ଇଥିଲେ ହେଁ ସେ ତାକୁ ଖାତିର ନକରି ନିଜ ଦାନ୍ତରେ ଗୋଟେ ଲାଇଫ ଜ୍ୟାକେଟ ଧରି ଜଣେ ନିଆଁରେ ପୋଡ଼ିଯାଇଥିବା ନାବିକଙ୍କୁ ଉଦ୍ଧାର କଲେ । ନିଜ କର୍ମୀମାନଙ୍କୁ ସେ ଗୋଟିଏ ଦ୍ୱୀପ ଓ ସେଠୁ ଆଉ ଗୋଟେ ଦ୍ୱୀପକୁ ନେଇଗଲେ ଯେଉଁଠୁ ପରେ ସେମାନଙ୍କୁ ଉଦ୍ଧାର କରାଗଲା । ତାଙ୍କର ସାହସିକତା ଲାଗି ନୋମ୍ନୋକ୍ତ ଉର୍ଦ୍ଧୃତି ସହ ନାଭାଲ ଓ ମାରିନ୍ କର୍ପ ମେଡ଼ାଲ ମିଳିଥିଲା ।
୯୭ କ ଧାଡ଼ି:
ଜାନୁଆରୀ ୧୯୪୫ ବେଳେ ସେ ନିଜ ଅଣ୍ଟା ବ୍ୟଥା ଲାଗି ଆରିଜୋନାର କାସଲ ହଟ ସ୍ପ୍ରିଂ ନାମକ ରେସର୍ଟ ଓ ସେନା ହାସପାତାଳରେ ତିନିମାସ କାଳ କାଟିଥିଲେ । ୧୯୪୫ରେ ଜାପାନର ଆତ୍ମସମର୍ପଣର କିଛି ଦିନ ପୂର୍ବେ ହିଁ ତାଙ୍କୁ ସେନାରୁ ସେନା ଡ୍ୟୁଟିରୁ ପୂର୍ଣ୍ଣ ମୁକ୍ତି ମିଳିଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧରେ ତାଙ୍କୁ ମିଳିଥିବା ପଦକ ଗୁଡ଼ିକ ହେଲା: ପର୍ପଲ ହାର୍ଟ, ଆମେରିକାନ ଡିଫେନ୍ସ ସର୍ଭିସ ମେଡାଲ, ଆମେରିକାନ କାମ୍ପେନ ମେଡାଲ, ଏସିଆଟିକ-ପାସିଫିକ କାମ୍ପେନ ମେଡାଲ, ତିନିଟି ବ୍ରୋଞ୍ଜ ସର୍ଭିସ ଷ୍ଟାର ଓ ଦ୍ୱିତୀୟ ବିଶ୍ୱଯୁଦ୍ଧ ବିଜୟ ମେଡାଲ । ଥରେ କେନେଡ଼ିଙ୍କୁ ପଚରାଗଲା ଯେ ସେ କିପରି ଯୁଦ୍ଧ ହିରୋ ହେଲେ, ସେ ବ୍ୟଙ୍ଗରେ ଉତ୍ତର ଦେଲେ "ସେଇଟା ଅତି ସହଜ ଥିଲା । ଜାପାନୀ ମାନେ ମୋ PT ବୋଟକୁ ଦୁଇ ଖଣ୍ଡ କରିଦେବାରୁ (ମୁଁ ହିରୋ ପାଲଟିଗଲି) ।"
 
ଏପ୍ରିଲ ୧୯୪୫ରେ କେନେଡ଼ିଙ୍କ ପିତା, ନିଜ ବନ୍ଧୁ ୱିଲିୟମ ରାଣ୍ଡୋଲ୍‌ଫ ହର୍ଷ୍ଟଙ୍କ ମାଧ୍ୟମରେ କେନେଡ଼ିଙ୍କୁ ହର୍ଷ୍ଟ ସମ୍ବାଦପତ୍ର ଗ୍ରୁପରେ ସମ୍ବାଦଦାତା ରୂପେ ନିଯୁକ୍ତ କରାଇଲେ । ଏହାଦ୍ୱାରା କେନେଡ଼ି ଜନମାଧ୍ୟମରେ ପରିଚିତ ହେବା ସହ କୂଟନୀତିରେ ପାରଙ୍ଗମ ହେଲେ । ସେହି ମେରେ ସେ ପୋଷ୍ଟଡ଼ାମ କନଫରେନ୍ସ ଓ ଅନ୍ୟାନ୍ୟ ଖବର ଲାଗି ସମ୍ୱାଦଦାତାସମ୍ବାଦଦାତା ରୂପେ କାର୍ଯ୍ୟ କରିଥିଲେ ।
 
==ସଂସଦରେ କେନେଡ଼ି==
୧୨୯ କ ଧାଡ଼ି:
ଏହି ପ୍ରଚାର ସମୟରେ ସେ ଜଣେ ରାବ୍ୱି ମେନାଖେମ ଏମ. ସ୍ନିୟରସନଙ୍କ ସହ ସାକ୍ଷାତ ଲୋଡ଼ିଥିଲେ, କିନ୍ତୁ ରାବ୍ୱି ଜଣକ ସେଇ ସନ୍ଧ୍ୟାରେ ବ୍ୟସ୍ତ ଥିବାରୁ ତାଙ୍କ ଅନୁରୋଧ ପ୍ରତ୍ୟାଖ୍ୟାନ କରିଥିଲେ ।
 
ସେପ୍ଟେମ୍ବର ଓ ଅକ୍ଟୋବରରେ କେନେଡ଼ି ରିପବ୍ଲିକାନ ପ୍ରାର୍ଥୀ ରିଚାର୍ଡ଼ ନିକ୍ସନ (ଯିଏ ସେ ସମୟରେ ଉପ-ରାଷ୍ଟ୍ରପତି ଥିଲେ)ଙ୍କ ସହ ପ୍ରଥମ କରି ଟିଭିରେ ତର୍କ ବିତର୍କ କାର୍ଯ୍ୟକ୍ରମରେ ଆସିଥିଲେ । ଏହି ସମୟରେ ନିକ୍ସନଙ୍କ ଗୋଡ଼ଟି ଆଘାତଗ୍ରସ୍ତ ହୋ‍ଇଥିବାରୁ ସେ ପୀଡ଼ିତ ଥିଲେ ଏଣୁ ସେ ଝାଳନାଳ ହୋ‍ଇ ବ୍ୟସ୍ତ ରହୁଥିଲେ, ଅପର ପକ୍ଷରେ କେନେଡ଼ି ପୁରା ଚ‍ଇନିଫିଟ ହୋ‍ଇ ଆତ୍ମବିଶ୍ୱାସର ସହ ଆସିଥିଲେ । ଏଣୁ ଅଧିକାଂଶ ଟିଭି ଦର୍ଶକଙ୍କ ସମର୍ଥନ କେନେଡ଼ିଙ୍କ ପକ୍ଷକୁ ଯାଇଥିଲା । ମଜାର କଥା ଯେ ରେଡ଼ିଓ ଶ୍ରୋତାମାନେ ଭାବିଥିଲେ ନିକ୍ସନ ଏହି ତର୍କରେ ଜିତିଲେ କିମ୍ୱାକିମ୍ବା ଏହା ଅନିର୍ଣ୍ଣିତ ରହିଲା । ଏହି ତର୍କବିତର୍କରୁ ଆମେରିକୀୟ ରାଜନୀତିକୁ ଏକ ନୂଆ ମୋଡ଼ ମିଳିଥିଲା-- ଏଇଠୁ ହିଁ ଟେଲିଭିଜନ ରାଜନୀତିକ ପ୍ରଚାର ପ୍ରସାର ଏକ ଅବିଚ୍ଛେଦ୍ୟ ଅଙ୍ଗ ହେଲା ।
 
ଏହି ପ୍ରଥମ ତର୍କବିତର୍କ ପରେ କେନେଡ଼ି ସମର୍ଥନ ଧୀରେ ଧୀରେ ବଢ଼ିଲା ଓ ଅଧିକାଂଶ ପୋଲ୍ରେ ସେ ନିକ୍ସନଙ୍କ ଠାରୁ ସାମାନ୍ୟ ଆଗୁଆ ହେଲେ । ନଭେମ୍ବର ୮ରେ କେନେଡ଼ି, ନିକ୍ସନଙ୍କୁ ପରାଜିତ କଲେ, ଏହା ବିଂଶ ଶତାବ୍ଦୀର ସବୁଠୁ କଣ୍ଟାକଣ୍ଟି ନିର୍ବାଚନ ମଧ୍ୟରୁ ଅନ୍ୟତମ । ଜାତୀୟ ଲୋକପ୍ରିୟ ଭୋଟରେ ଉଭୟଙ୍କ ଭିତରେ ଫରକ ଏକ ପ୍ରତିଶତ ଏକ ପଞ୍ଚମାଂଶ ମାତ୍ର ଥିଲା (କେନେଡ଼ି - ୪୯.୭%, ନିକ୍ସନ - ୪୯.୫%), ଇଲେକ୍ଟୋରାଲ କଲେଜରେ ନିକ୍ସନଙ୍କ ୨୧୯ ତୁଳନାରେ ତାଙ୍କୁ ୩୦୩ଟି ଭୋଟ ମିଳିଥିଲା (ଜିତିବା ଲାଗି ୨୬୯ ଭୋଟ ଆବଶ୍ୟକ) ।
୧୫୧ କ ଧାଡ଼ି:
===ବୈଦେଶିକ ନୀତି===
 
ରାଷ୍ଟ୍ରପତି କେନେଡ଼ିଙ୍କ ଶାସନ କାଳ ସୋଭିଏତ ଋଷିଆ ସହ ମୁହାଁମୁହିଁ ହେବା ପରିସ୍ଥିତି ବାରମ୍ୱାରବାରମ୍ବାର ଉପୁଜିଥିଲା । ଶୀତଳ ଯୁଦ୍ଧର ପ୍ରାରମ୍ଭିକ ଭାଗରେ ଏହା ପରୋକ୍ଷ ଛକାପଞ୍ଝାରେ ସୀମିତ ରହିଥିଲା । ୧୯୬୧ରେ କେନେଡ଼ିଙ୍କ ସୋଭିଏତ ଶାସନମୁଖ୍ୟ ନିକିତା କୃଶ୍ଚେଭଙ୍କ ସହ ଗୋଟେ ବୈଠକ ହେବାର ଥିଲା । ତେବେ ଏହି ବୈଠକର ଠିକ୍ ପୂର୍ବରୁ କୃଶ୍ଚେଭଙ୍କ ଗୋଟେ ସାଧାରଣ ଭାଷଣକୁ ନେଇ କେନେଡ଼ି ଆକ୍ରମଣାତ୍ମକ ହୋ‍ଇ ପଡ଼ିବାରୁ ଦୁଇ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଲା ଯାହା ଜୁନ ୧୯୬୧ରେ ଭିଏନା ଶିଖର ସମ୍ମେଳନରେ ସ୍ପଷ୍ଟ ଦେଖାଯାଇଥିଲା । କୃଶ୍ଚେଭଙ୍କ ଭାଷଣଟି ବାସ୍ତବରେ ଅତି ମାମୁଲି ଥିଲା ଓ ସୋଭିଏତ୍ର ଘରୋ‍ଇ ଦର୍ଶକଙ୍କ ପାଇଁ ଉଦ୍ଦିଷ୍ଟ ଥିଲା, କିନ୍ତୁ କେନେଡ଼ି ଏହାକୁ ବ୍ୟକ୍ତିଗତ ଚ୍ୟାଲେଞ୍ଜ ରୂପେ ଦେଖିବାରୁ କଥା ବିଗିଡ଼ି ଯାଇଥିଲା ।
 
ଏଇ ଶିଖର ସମ୍ମେଳନୀ ଯିବା ବାଟରେ କେନେଡ଼ି ପ୍ୟାରିସରେ ଚାର୍ଲ୍ସ ଡି ଗଲଙ୍କୁ ଦେଖା କଲେ, ଯେ କି ତାଙ୍କୁ କୃଶ୍ଚେଭଙ୍କ କର୍କଶ ସ୍ୱଭାବକୁ ଅଣଦେଖା କରିବା ଲାଗି ଉପଦେଶ ଦେଲେ । କାଳେ କେନେଡ଼ିଙ୍କ ପ୍ରତିଷ୍ଠା କାଳେ ଇଉରୋପରେ ବଢ଼ିପାରେ ଏ ନେଇ ଫରାସୀ ରାଷ୍ଟ୍ରପତି ଡି ଗଲ ଚିନ୍ତିତ ଥିଲେ ହେଁ, ଯୁବକ କେନେଡ଼ି ଓ ତାଙ୍କ ପରିବାର ପ୍ରତି ତାଙ୍କର ଶ୍ରଦ୍ଧା ଥିଲା । ଏ ବିଷୟରେ କେନେଡ଼ି ପ୍ୟାରିସରେ ଦେଇଥିବା ତାଙ୍କ ଭାଷଣରେ ଉଲ୍ଲେଖ କରିଥିଲେ ।