"ସାରଳା ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୫୪ କ ଧାଡ଼ି:
ଡଃ. କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀ ଓଡ଼ିଶାର ସଂସ୍କୃତି ଓ ଇତିହାସରେ ଯାଜପୁର ବହିରେ ରମା ପ୍ରସାଦ ଚନ୍ଦଙ୍କ ଯୁକ୍ତି ଉଦ୍ଧାର କରି କହିଛନ୍ତି ବିରଜା ପଞ୍ଚମ ଶତାବ୍ଦୀର। ସେତେବେଳେକୁ ଦେବୀ ବଧ କରିଥିବା ପ୍ରାଣୀଟି ପଶୁରୂପରେ ମହିଷ ଆକାରରେ ରହିଯାଇଥିଲା। ଅସୁରର ନାମ ଗନ୍ଧ ନଥିଲା କହିଲେ ଚଳେ। ଦୃଷ୍ଟାନ୍ତ ରୂପେ ପର୍ଣ୍ଣଶବରୀଙ୍କୁ ନିଆଯାଇପାରେ। ପର୍ଣ୍ଣଶବରୀଙ୍କ ଧ୍ୟାନରେ ଲେଖାଅଛି “ହୃଦ୍ୱାମ ମୁଷ୍ଟିତର୍ଜନ୍ୟାଧୋ ବିଘ୍ନଗଣାନ୍ ସଂଚର୍ଯ୍ୟ ଦକ୍ଷିଣ ବଜ୍ରମୁଷ୍ଟି ପ୍ରହାରାଭିନୟାଂ” ମୂର୍ତ୍ତିରେ ବିଘ୍ନଗଣ ସ୍ଥାନରେ ହାତୀର ରୂପ ରହିଛି ଓ ଦେବୀ ତାକୁ ଦକ୍ଷିଣ ତର୍ଜନୀ ଦେଖାଇ ମୁଷ୍ଟିପ୍ରହାର ପାଇଁ ଭୟ ଦେଖାଉଛନ୍ତି । ଧ୍ୟାନରେ ପର୍ଣ୍ଣପିଚ୍ଛିକା ବସନା ଲେଖାଅଛି । ପର୍ଣ୍ଣଶବରୀ ନାମରୁ ଜଣାଯାଉଛି ଦେବୀ ଶାବରୀ ଦେବତା । ହୁଏତ ବଣ୍ୟହସ୍ତୀ ଶବରମାନଙ୍କ ଫସଲ ଓ ଘର ନଷ୍ଟ କରୁଥିବା ହେତୁ ଏଥିରୁ ଉଦ୍ଧାର ପାଇବା ପାଇଁ ପର୍ଣ୍ଣଶବରୀ ଦେବୀଙ୍କୁ ଆରାଧନା କରୁଥିଲେ । ସେମାନଙ୍କଠାରୁ [[ବୌଦ୍ଧ ଧର୍ମ|ବୌଦ୍ଧ]] ବଜ୍ରଯାନୀମାନେ ସେହିଭାବକୁ ନେଇ ମୂର୍ତ୍ତି ଗଠନ କଲେ। ସେହିଭଳି କିଏ ନାହିଁ କରିବ ବଣ୍ୟ ମହିଷକୁ ମାରି ଦେବୀ ମାନବମାନଙ୍କୁ ରକ୍ଷା କରିବାର ଚିତ୍ର ମହିଷମର୍ଦ୍ଦିନୀରେ ନିହିତ ନ ହୋଇଥିଲା ? ପରେ ଯେତେବେଳେ ପୁରାଣ ରଚନା କରାଗଲା, ସେତେବେଳେ ମହିଷକୁ ଅସୁର ଆଖ୍ୟା ଦେଇ କାହାଣୀମାନ ସୃଷ୍ଟି ହେଲା । ବିରଜାଙ୍କ ମୂର୍ତ୍ତିଗଠନ ବେଳେ ମହିଷ ଥିଲା ଓ ଶାରଳାଙ୍କ ବେଳକୁ ମହିଷାସୁରର ରୂପ ଆସିଯାଇଥିଲା । ସେଥିପାଇଁ ସାରଳାଦାସ ତାଙ୍କ [[ଚଣ୍ଡୀ ପୁରାଣ]] ଗ୍ରନ୍ଥରେ ଲେଖିଛନ୍ତି- ମଇଁଷିର ମୁଣ୍ଡ ଗୋଟା ମନୁଷ୍ୟ ସ୍ୱରୂପ (୧୭ପୃଷ୍ଠା) । ଶାରଳାଙ୍କ ମୂର୍ତ୍ତି ଦୁର୍ଗାଙ୍କ ସ୍ୱରୂପା,ଦୁର୍ଗା ଶାବରୀୟ ଦେବତା ।
 
ହରିବଂଶରେ ସ୍ପଷ୍ଟ ଉଲ୍ଲେଖ ଅଛି, “ ଶବରୈଃ ବର୍ବରୈଶ୍ଚୈବ ପୁଲିନ୍ଦୈଶ୍ଚ ସୁପୂଜିତା”। ତେଣୁ ଦୁର୍ଗା, [[ଶବର]], ବର୍ବର, ପୁଲିନ୍ଦ ଜାତିଦ୍ୱାରା ଆରାଧିତା । ହାତର କଳ୍ପନା ଦିଗରୁ ଆସିଛି ବୋଲି ଶ୍ରୀଦୁର୍ଗାରେ ସ୍ୱାମୀ ପ୍ରଜ୍ଞାନାନନ୍ଦ ଲେଖିଛନ୍ତି । ସେ ଶ୍ରୀଦୁର୍ଗା ପୃ.୧୫୦-୧୫୧ରେ ଲେଖିଛନ୍ତି, “ ଦୁର୍ଗା ଦେବୀଙ୍କ ଦଶହାତ ଦଶଦିଗର ପରିଚାରକ । ଅତଏବ ଦିଗରୁ ହାତର କଳ୍ପନା କରାଯାଇଛି । [[ବ୍ରାହ୍ମଣ]] ସାହିତ୍ୟରେ ଦିଗର ପୁଣି ଭିନ୍ନ ଭିନ୍ନ ସଂଖ୍ୟା କହାହୋଇଛି” ଇତ୍ୟାଦି । ମଣିଷ ପ୍ରଥମରୁ ଦଶଦିଗ କଥା ଜାଣିନଥିଲା । ତାହାହେଲେ ଅଷ୍ଟଦିଗପାଳଙ୍କ ବିଷୟ କହାଯାଆନ୍ତା ନାହିଁ ଯେଉଁ ସମୟରେ ଜ୍ଞାନୀ ମଣିଷ ଅଷ୍ଟଦିଗ ଜାଣିଥିଲା ସେହି ସମୟରେ ଦେବତାଙ୍କ ହାତ ୮ ଥିଲା । ଅଷ୍ଟଦିଗକୁ ପ୍ରସାରି ଦେବୀଙ୍କ ହାତ ରହିଥିବା ହେତୁ ଶାରଳା ଅଷ୍ଟଭୁଜା । ଶାରଳା ବୌଦ୍ଧବଜ୍ରଯାନୀଙ୍କ ଦେବତା ବୋଲି କହାଯାଇପାରେ । କାରଣ ତାଙ୍କ ହାତରେ ବୌଦ୍ଧମାନଙ୍କର ଦୁଇଟି ପରମ ସଂକେତ ବଜ୍ର ଓ ଘଣ୍ଟି ଅଛି । କେତେକ ପଣ୍ଡିତ ଧାରଣା କରନ୍ତି ହିନ୍ଦୁମାନେ ବୌଦ୍ଧମାନଙ୍କଠାରୁ ଦେବାଦେବୀଙ୍କୁ ଧାର କରି ନେଇଛନ୍ତି। ତେଣୁ ଅବଲେକିତେଶ୍ୱର, ଲୋକେଶ୍ୱର, ପ୍ରଜ୍ଞାପାରମିତା, ବଜ୍ରଯୋଗିନୀ, ଆର୍ଯ୍ୟତାରା, ବାଗୀଶ୍ୱରୀ, ମଞ୍ଜୁଶ୍ରୀ, ହାରୀତ, ମାରୀଚୀ, ଅକ୍ଷୋଭ୍ୟ, ପର୍ଣ୍ଣଶବରୀ ପ୍ରଭୃତି [[ବ୍ରହ୍ମା]], [[ବିଷ୍ଣୁ]], [[ଶିବ]],ଦୁର୍ଗା, [[କାଳୀ]], [[ଲକ୍ଷ୍ମୀ]], [[ସରସ୍ବତୀସରସ୍ୱତୀ]], ବାଶୁଳୀ, ମଙ୍ଗଳା, ଶୀତଳା ପ୍ରଭୃତି ନାମ ନେଇ ଛଦ୍ମବେଶରେ ହିନ୍ଦୁମାନଙ୍କ ଘରେ ତଥା ଗ୍ରାମ, ନଗରରେ ଆଜି ମଧ୍ୟ ପୂଜା ପାଉଛନ୍ତି(ଶ୍ରୀଦୁର୍ଗା ପୃଷ୍ଠା ୧୨୩) । ଏହାଛଡ଼ା Introduction to the modern Budhist and its follows in Orissa, Page 11ରେ ମହାମହୋପାଧ୍ୟାୟ ହରପ୍ରସାଦ ଶାସ୍ତ୍ରୀ ଲେଖିଛନ୍ତି, ଦେବୀପୂଜା ତଥା ଶକ୍ତିବାଦ ବୌଦ୍ଧଧର୍ମର ଗୋଟିଏ ପରିଣତି। ତାଙ୍କ ମତରେ ଉତ୍ତର ଦେଶୀୟ ବୌଦ୍ଧଧର୍ମର ତ୍ରିତ୍ୱବାଦରୁ ତନ୍ତ୍ରଦେବତାଙ୍କ ଉତ୍ପତ୍ତି । ତା ପୂର୍ବରୁ ବ୍ରାହ୍ମଣମାନଙ୍କ ଭିତରେ ଏହା ପ୍ରଚାର ହୋଇନଥିଲା। ବର୍ତ୍ତମାନର ଶାରଳାଙ୍କ ମନ୍ଦିର ଉତ୍ତର ଦିଗରୁ ତେନ୍ତୁଳିପଦା ଗ୍ରାମରେ ବିଲ ଶାରଳା ନାମରେ ଆଉଗୋଟିଏ ଦୁର୍ଗା ମୂର୍ତ୍ତି ଆରାଧିତା । ଏହି ଦୁର୍ଗା ମଧ୍ୟ ଅଷ୍ଟଭୁଜା। ମୂର୍ତ୍ତିକୁ ଦେଖିଲେ ମନେହୁଏ, ଶାରଳାଙ୍କ ପରେ ବିଲ-ଶାରଳାଙ୍କ ମୂର୍ତ୍ତି ଅଙ୍କିତ ହୋଇଛି। ଶାରଳାଙ୍କ ଭଳି ବିଲ-ଶାରଳା ଖଣ୍ଡିଏ ପଥରରେ ଅଙ୍କିତା। ତାଙ୍କ ହାତମାନଙ୍କରେ ଖଡ୍ଗ, ଶୂଳ, ଶର, [[ଚକ୍ର]], [[ଢାଲ]], [[ଧନୁ]], ପାଶ ରହିଛି। ସପ୍ତଶତୀଚଣ୍ଡୀରେ ବର୍ଣ୍ଣିତ ମହିଷାସୁରମର୍ଦ୍ଦିନ ରୂପ ସହିତ ଏହି ମୂର୍ତ୍ତିର ରୂପ ମେଳ ଖାଇଯାଏ । ଶାରଳା ଠାକୁରାଣୀଙ୍କ ମହିଷାସୁର ଭଳି ‘ମହିଷର ମୁଣ୍ଡ ଦେହ ତ ମନୁଷ୍ୟ’ ନୁହେଁ । ମୂର୍ତ୍ତିରେ ମହିଷର କର୍ତ୍ତିତ ମୁଣ୍ଡ ପଡ଼ିରହିଛି ଓ ତା’ର ମହିଷ ଦେହ ମଧ୍ୟରୁ ଏକ ପୁରୁଷ ଖଡ୍ଗ ଢାଲ ଧରି ଦେବୀଙ୍କ ସହିତ ଯୁଦ୍ଧ କରୁଛି। ଦେବୀ ତା ବକ୍ଷରେ ଶୂଳ ବିଦ୍ଧ କରିଛନ୍ତି ଓ ବାମହାତରେ ଥିବା ସର୍ପରୂପୀ ପାଶଦ୍ୱାରା ସେ ବନ୍ଧନଯୁକ୍ତ । ଚଣ୍ଡୀର ତୃତୀୟ ଅଧ୍ୟାୟରେ ଯେଉଁ ମହିଷାସୁର ବଧ କାହାଣୀ ଉଲ୍ଲେଖ ହୋଇଛି ସେହି ବର୍ଣ୍ଣନା ସହିତ ବିଲ-ଶାରଳାଙ୍କ ସ୍ୱରୂପର ମେଳ ଖାଇଯାଏ । ଚଣ୍ଡୀ ତୃତୀୟ ଅଧ୍ୟାୟର ୪୧-୪୨ ମନ୍ତ୍ରରେ ଲେଖାଅଛି – ଅନନ୍ତର ମହିଷାସୁର ଚଣ୍ଡିକାଙ୍କ ପଦଦ୍ୱାରା ଦୃଢଭାବେ ଆକ୍ରାନ୍ତ ହୋଇ ନିଜ ମୁଖରୁ ଅନ୍ୟ ମହାସୁରରୂପେ ଅର୍ଦ୍ଧମାତ୍ର ବହିର୍ଗତ ହେଲା। ସେହି ସମୟରେ ଦେବୀଙ୍କ ଉଗ୍ର ତେଜରେ ସ୍ତମ୍ଭୀଭୂତ ହେଲା। ଏହି ମହାସୁର ଅର୍ଦ୍ଦମାତ୍ର ନିର୍ଗତ ହୋଇ ଦେବୀଙ୍କ ସହିତ ଯୁଦ୍ଧ କରୁ କରୁ ଦେବୀଙ୍କ ଖଡ୍ଗଘାତରେ ଛିନ୍ନ ମସ୍ତକ ହୋଇ ଧରାଶାୟୀ ହେଲା । ଚଣ୍ଡୀଗ୍ରନ୍ଥ ହିନ୍ଦୁତନ୍ତ୍ର ପର୍ଯ୍ୟାୟର, ତେଣୁ ବିଲ-ଶାରଳାଙ୍କୁ ହିନ୍ଦୁତାନ୍ତ୍ରିକମାନେ ଉପାସନା କରୁଥିବା ମନେହୁଏ। ଏହି ମୂର୍ତ୍ତି ଭଳି ଦୁଇଟି ବିରାଟ ବିରାଟ ଦୁର୍ଗାମୂର୍ତ୍ତି ଗରାମରେ ଭଗବତୀ ନାମରେ ଓ ତୀର୍ଥମଠର ସଂଗ୍ରହାଳୟରେ ସଂରକ୍ଷିତ । ବିଲଶାରଳା ବା ଶାରଳାଙ୍କ ଠାରୁ ଏହି ଦୁଇଟି ସ୍ଥାନ ଦୁଇକୋଶ ଦୂର ହୋଇପାରେ। ତୀର୍ଥମଠକୁ ସେ ଅଞ୍ଚଳରେ [[ପରଶୁରାମ]]ଙ୍କ ମଠ କୁହାଯାଏ । ସେଠାରେ ମଧ୍ୟ ପରଶୁରାମଙ୍କ ପିତା ମାତା ଜମଦଗ୍ନି ଓ ରେଣୁକାଙ୍କ ମୂର୍ତ୍ତି ରହିଛି । ପରଶୁରାମ ହିନ୍ଦୁ ତନ୍ତ୍ରାଚାର୍ଯ୍ୟ। ଲୋକମାନେ କୁହନ୍ତି ପରଶୁରାମ ପ୍ରଥମେ ଶାରଳାଙ୍କୁ ମାଟି ଭିତରୁ ଉଦ୍ଧାର କରି ଉପାସନା କରିଥିଲେ ଓ ବର ପାଇ ମହେନ୍ଦ୍ର ଯାଇଥିଲେ। ସେ ଯାହାହେଉ ଏହିଭଳି ମୂର୍ତ୍ତିକୁ ହିନ୍ଦୁ ପର୍ଯ୍ୟାୟର ଦୁର୍ଗାଭାବେ ନିଆଯାଇପାରେ । ଯେତେବେଳେ ବୌଦ୍ଧ ବଜ୍ରଯାନୀମାନେ ତନ୍ତ୍ରଦେବତାଙ୍କୁ ଉପାସନା କରି ଅଦ୍ଭୁତ କାର୍ଯ୍ୟମାନ ଦେଖାଇ ଲୋକମାନସକୁ ତାଙ୍କ ଆଡ଼କୁ ଟାଣି ନେଉଥିଲେ, ସେତେବେଳେ ବୈଦିକମାନେ ମଧ୍ୟ ତନ୍ତ୍ରରେ ପ୍ରବେଶ କଲେ। ତନ୍ତ୍ରସାଧନା କରିବାକୁ ହେଲେ ତାନ୍ତ୍ରିକକୁ ମଶାଣିକୁ ଯିବାକୁ ହୋଇଥାଏ ଓ ଶବ, ନରକରୋଟି ଆଦି ସେ ପରମ ପାଥେୟ ରୂପେ ଗ୍ରହଣ କରିଥାଏ । ତେଣୁ ବୈଦିକମାନେ ଏମାନଙ୍କୁ ଘୃଣାଚକ୍ଷୁରେ ଦେଖିଲେ । ସେଥିପାଇଁ ବୋଧେ ତନ୍ତ୍ରଦେବତାଙ୍କ ପୂଜକ ପଣ୍ଡା, ପାଣି, ପାଣିଗ୍ରାହୀ ଆଦି ସଂଖ୍ୟାଧାରୀ ବ୍ରାହ୍ମଣମାନଙ୍କ ସହିତ ଶାସନୀ ବ୍ରାହ୍ମଣମାନେ ବନ୍ଧୁ ବାନ୍ଧୁନଥିଲେ ।
 
 
୬୨ କ ଧାଡ଼ି:
ସମଗ୍ର ଓଡ଼ିଶାରେ ଅଷ୍ଟକାଳୀ ବା ଅଷ୍ଟଚଣ୍ଡୀଙ୍କ ଆରାଧନା କଥା କୁହାଯାଇଥାଏ । ସେହିଭଳି ପ୍ରତି ତନ୍ତ୍ର କ୍ଷେତ୍ରରେ ଅଷ୍ଟଦେବୀ ବିରାଜମାନା କରିଥାନ୍ତି। ଶାରଳାଙ୍କ ପୀଠର ଚତୁର୍ଦ୍ଦିଗରେ ଆଉ ସାତ ବା ଆଠଟି ଦେବୀପୀଠର ସନ୍ଧାନ ମିଳେ। ଯେତେବେଳେ ପୀଠଗୁଡ଼ିକ ଗଢିଉଠିଥିଲା, ସେତେବେଳେ ତନ୍ତ୍ରର ଯେଉଁ ରାଜତ୍ୱ ଚାଲିଥିଲା ତାପରେ ଦେଶର ରାଜା ବିମୁଖ ହେବା ଫଳରେ ବହୁ ତନ୍ତ୍ରପୀଠ ବିଲୟ ଲଭିଲାଣି। କେତେକ ମଧ୍ୟ ଅର୍ଦ୍ଦମୃତ ଅବସ୍ଥାରେ ପଡ଼ିରହିଛି । ସେହିଭଳି ଶାରଳାପୀଠର ଅବସ୍ଥା ସପ୍ତମ ଅଷ୍ଟମ ଶତାବ୍ଦୀ ତନ୍ତ୍ରର ସ୍ୱର୍ଣ୍ଣଯୁଗ ଥିଲା। ସେହି ସମୟରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ତନ୍ତ୍ରପୀଠ ଗଢ଼ିଉଠିଥିବା ଜଣାଯାଏ। ତାପରେ ପ୍ରାୟ ଦ୍ୱାଦଶ ଶତାବ୍ଦୀ ବେଳକୁ ଆସିଥିଲା ବୈଷ୍ଣବମାନଙ୍କ ଯୁଗ । ସେ ସମୟରେ ମଦ୍ୟ-ମାଂସ-ମତ୍ସ୍ଯ-ମୁଦ୍ରା-ମୈଥୁନରେ ଉପାସିତା ଦେବୀମାନେ ବୈଷ୍ଣବ ମତରେ ଆରାଧିତା ହେଲେ । ସେଥିପାଇଁ ସାରଳାଦାସ ତାଙ୍କ ଗ୍ରନ୍ଥର ବିଭିନ୍ନ ସ୍ଥାନରେ ଶାରଳାଙ୍କୁ ପରମ ବୈଷ୍ଣବୀ ବୋଲି କହିଛନ୍ତି। ତାହା ସତ୍ତ୍ୱେ ତାଙ୍କ ଲିଖିତ [[ମହାଭାରତ]]ର ବହୁ ସ୍ଥାନରେ ସେ ଶାରଳାଙ୍କୁ ମଦ ମାଂସରେ ତୃପ୍ତି ବା ଶୋଣିତ ଦର୍ଶନେ ତୃପ୍ତି ବୋଲି ଲେଖିଛନ୍ତି। ସାରଳାଦାସଙ୍କ ସମୟକୁ ଓଡ଼ିଶାର ରାଜା କପିଳେଶ୍ୱର ବା କପିଳେନ୍ଦ୍ର ଶକ୍ତିଙ୍କ ମହାତ୍ମ୍ୟ ଉପଲବ୍ଧି କରିଥିବା ଇତିହାସରୁ ଦେଖାଯାଏ। ସେଥିପାଇଁ କବି ସାରଳା ଦେବୀ ଶାରଳାଙ୍କ ଅନୁଗ୍ରହରୁ ଶକ୍ତିକୁ ମୂଳ କରି ଗ୍ରନ୍ଥ ରଚନା କରିଗଲେ। ମାତ୍ର ତାଙ୍କର କିଛି ବର୍ଷ ପରେ ଚୈତନ୍ୟଙ୍କ ଆଗମନ ଫଳରେ ଶକ୍ତିକୁ ମୂଳ କରି ତନ୍ତ୍ରୋପାସନା ପୁଣି ପଛେଇଗଲା। ଭାରତର ମୂଳ ତନ୍ତ୍ରଭୂମି ଓଡ଼ିଶା ହୋଇଥିଲେ ମଧ୍ୟ ଲୋକେ ତାହା ଭୁଲିଗଲେ। ଶେଷ ତନ୍ତ୍ରଭୂମି କାମରୂପ [[ଓଡ଼ିଆ]]ଙ୍କ ପାଖରେ ସର୍ବଶ୍ରେଷ୍ଠ ବୋଲି ଧାରଣା ହେଲା। ତନ୍ତ୍ରପୀଠମାନଙ୍କରେ ତନ୍ତ୍ରାଚାର୍ଯ୍ୟଙ୍କ ବଂଶଧର ଯେଉଁ ରାଉଳ, ଭୋପା, ମାଳିମାନେ ତନ୍ତ୍ରଦେବୀଙ୍କୁ ପୂଜା କରୁଥିଲେ, ସେମାନେ ବିପଥଗାମୀ ହୋଇ ସାଧନାକୁ ଭୁଲିଗଲେ। ତନ୍ତ୍ରପୋଥିଗୁଡ଼ିକ ମଧ୍ୟ କୀଟଦଂଷ୍ଟ୍ର ହୋଇ ନଷ୍ଟ ହୋଇଗଲା। କେବଳ ରହିଲା କେତେକଙ୍କ ପାଖରେ କିଛି ଟୁଣୁକାଟୁଣୁକ ମନ୍ତ୍ର। ତାହା ମଧ୍ୟ ସାଙ୍କର୍ଯ୍ୟ ଦୋଷରେ ନିଷ୍ଫଳ ହେବାକୁ ଲାଗିଲା । ଶିକ୍ଷାୟତନ, ଆଚାର୍ଯ୍ୟ ନ ରହିଲେ ବିଦ୍ୟାର ଅବସ୍ଥା ଯାହାହୁଏ ଆଜି ଓଡ଼ିଶାରେ ତନ୍ତ୍ରର ଅବସ୍ଥା ସେହିଭଳି ହୋଇଛି। କେବଳ ବୈଷ୍ଣବ ପରମ୍ପରା ଛଡ଼ା ଶୈବ, ଶାକ୍ତାଦି ପରମ୍ପରା ଆଉ ନାହିଁ। କେବଳ ଅସୁବିଧାରେ ପଡ଼ି ବିଶ୍ୱାସ ନେଇ ଲୋକେ ଶକ୍ତି ମନ୍ଦିରକୁ ଯାଉଛନ୍ତି ତାହାହିଁ ଶାରଳାପୀଠର ଅବସ୍ଥା <ref>ଶ୍ରୀଯୁକ୍ତ ଗଣେଶ ପ୍ରସାଦ ପରିଜା, ଓଡ଼ିଶାର ତନ୍ତ୍ର ସଂସ୍କୃତି, ପୃଷ୍ଠା- ୧୭୨- ୧୮୩, ISBN- 81- 7586- 019-7 </ref>
 
==ମା ଶାରଳାଙ୍କ ପୀଠର ବିଶେଷତ୍ବବିଶେଷତ୍ୱ==
ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ଶାରଳାଙ୍କଠାରେ ବୈଷ୍ଣବ ଓ ଶାକ୍ତ ସଂସ୍କୃତିର ସମନ୍ୱୟ ଦେଖିବାକୁ ମିଳେ । ଏହି ମନ୍ଦିରରେ ମା’ଙ୍କ ପୂଜାରେ ବେଲପତ୍ର ଓ ତୁଳସୀ ପତ୍ର ବ୍ୟବହୃତ ହୁଏ, ଯାହା କି ଅନ୍ୟ କୌଣସି ମନ୍ଦିରରେ ଦେଖିବାକୁ ମିଳେନାହିଁ , କାରଣ ବେଲପତ୍ର ଓ ତୁଳସୀ ପତ୍ର ହିନ୍ଦୁଧର୍ମରେ ଦୁଇଟି ଭିନ୍ନ ସଂସ୍କୃତିର ପ୍ରତୀକ ଅଟନ୍ତି । ଦେବୀଙ୍କ ପ୍ରତିମା ଗଠନକୁ ଦେଖିଲେ, ମନେହୁଏ ବୌଦ୍ଧ ତାନ୍ତ୍ରିକ ପ୍ରତିମୂର୍ତ୍ତି ହୋଇଥାଇ ପାରେ । କାରଣ ଦେବୀ ହାତରେ ବୀଣା ଓ ଘଣ୍ଟି ଧରିଛନ୍ତି; ଯାହାକି ମହାଯାନର ପ୍ରତୀକ ରୂପେ ବିଦିତ । ଚୀନ ପରିବ୍ରାଜକ ହୁଏନ୍‌ସାଂ ଓଡ଼ିଶା ଆସିଥିଲେ, ଚେଲିତାଲେ ବନ୍ଦରରୁ ଏକ ଜାହାଜ ନେଇ ଶ୍ରୀଲଙ୍କା ଯାଇଥିଲେ ଯାହାକୁ ଐତିହାସିକମାନେ ବର୍ତ୍ତମାନର ତିର୍ତ୍ତୋଲ ବୋଲି ଅଭିହିତ କରନ୍ତି । ସମ୍ଭବତଃ ଏହା ହୋଇପାରେ, ଭୌଗଳିକ ଅବସ୍ଥିତି ଅନୁସାରେ ପାରାଦ୍ୱୀପ ଏକ ଦ୍ୱୀପ ଥିଲା ଏବଂ ଅଞ୍ଚଳଟି ଭିତର ଓ କୁଜଙ୍ଗ ଚାରିପାଖ ସମୁଦ୍ର/ନଦୀ ଜଳରେ ବୁଡି ରହିଥିଲା । ଭୌଗଳିକ ତଥ୍ୟ ଏହାକୁ ସମର୍ଥନ କରେ । ନିଶ୍ଚିତ ରୂପେ କୁହାଯାଇ ପାରେ, ମା’ଶାରଳା ଶିବ-ଶକ୍ତି ଉପାସନାକୁ ପ୍ରତିପାଦିତ କରନ୍ତି ଯାହା ଶୈବ ଓ ଶାକ୍ତ ଧର୍ମର ସମ୍ମିଶ୍ରଣରୁ ଆନୀତ କିମ୍ବା ଆଉ ତନ୍ତ୍ର ରୂପରେ । ମା’ଶାରଳାଙ୍କୁ ବାକ୍ ଦେବୀ କୁହାଯାଏ, ଯିଏ ବିଦ୍ୟା ଓ ବୁଦ୍ଧିର ଦେବୀ । ବର୍ଣ୍ଣିତ ଅଛି ଯେ, ସିଦ୍ଧେଶ୍ୱର ପରିଡା ଜଣେ ସାମାନ୍ୟ କୃଷକ ଓ ସାମୟିକ ଭାବେ ଓଡ଼ିଆ ପାଇକ ମା’ଙ୍କର ପରମ ଭକ୍ତ ଥିଲେ; ତାଙ୍କରି ଆର୍ଶିବାଦ ଯୋଗୁଁ ସିଦ୍ଧେଶ୍ୱର ପରିଡା ସାରଳା ଦାସ ହେଲେ, ଯିଏ ଓଡ଼ିଆ ମହାଭାରତର ରଚୟିତା । ଲୋକକଥା ଅନୁସାରେ, ହଜାର ହଜାର ବର୍ଷ ପୂର୍ବେ ପର୍ଶୁରାମଙ୍କ ସମୟର କଥା । କୁହାଯାଏ, ଭଗବାନ୍ ପର୍ଶୁରାମ ତୀରମୁନରେ ଦେବୀଙ୍କୁ ଆଙ୍କିଥିଲେ । ଏପରିକି ମନ୍ଦିରଟି କଳାଚାନ୍ଦ(କଳାପାହାଡ)ର ଧ୍ୱଂସ ସାଧନରୁ ବର୍ତ୍ତିଯାଇ ଥିଲା । ନୂଆ ମନ୍ଦିରଟି ୫୦୦ବର୍ଷ ତଳର, ଯାହାକୁ ମଣିଜଙ୍ଗାର ରାଜାଙ୍କଦ୍ୱାରା ନିର୍ମିତ କରାଯାଇଛି । ପୁରୁଣା ମନ୍ଦିରର ଅବଶେଷ ଆଉ ଦେଖିବାକୁ ମିଳେନାହିଁ; ଲୋକକଥା ଅନୁସାରେ ତାହା ବଡ଼ ସାରୋଳଠାରେ ଥିଲା, ଯେଉଁ ସ୍ଥାନରେ ଗଣେଶ ମନ୍ଦିର ସାକ୍ଷୀ ରୂପେ ଦଣ୍ଡାୟମାନ, ସେଠାରେ ଏକଦା ପୁରୁଣା ମନ୍ଦିରଟି ଥିଲା । ଲୋକମାନେ ତାହାକୁ ନଣ୍ଡା ଦେଉଳ କହନ୍ତି, ତାହାକୁ ଏବେ ନବୀକରଣ କରାଯାଇଛି । ମନ୍ଦିରରେ ଅନେକଗୁଡିଏ ଉତ୍ସବ ପାଳନ କରାଯାଏ, ମୁଖ୍ୟପର୍ବ ଗୁଡିକ ହେଲା: ପାର୍ବଣ, ଶାରଦୀୟ ଉତ୍ସବ, ପଣା ସଂକ୍ରାନ୍ତି, ଦୋଳ ପୂର୍ଣ୍ଣିମା ଆଉ ଚନ୍ଦନ ଯାତ୍ରା । କେନ୍ଦ୍ରାପଡା, ଜଗତସିଂହପୁର ଓ କଟକର ଲୋକମାନଙ୍କର ମା’ଶାରଳା ଏତେ ଆଦରଣୀୟ ଯେ ଅନ୍ତତଃ ବର୍ଷକୁ ଥରେ ମନ୍ଦିର ଦର୍ଶନ କରିବାକୁ ମନ ବଳାଇ ଥାନ୍ତି । ଐତିହାସିକ ତଥ୍ୟ ଅନୁଯାୟୀ, ବିଶ୍ୱାସ କରାଯାଏ ଯେ ଏହି ପ୍ରସିଦ୍ଧ ସାରୋଳା ଚଣ୍ଡିବାସ ମନ୍ଦିର ଅଷ୍ଟମ ଶତାବ୍ଦୀରେ ଭୌମବଂଶର ରାଜତ୍ୱ କାଳରେ ସାରୋଳ ଗ୍ରାମରେ ନିର୍ମିତ ହୋଇଥିଲା । ୧୫୬୮ ଖ୍ରୀଷ୍ଟାବ୍ଦର ଶେଷ ହିନ୍ଦୁ ଶାସନ ପର୍ଯ୍ୟନ୍ତ ମା’ଶାରଳା ଏହି ମନ୍ଦିରରେ ପୂଜା ପାଉଥିଲେ । ଇତିହାସ, ସଂସ୍କୃତି, କିମ୍ବଦନ୍ତୀ ଓ ସାହିତ୍ୟ ସାରୋଳା ଗ୍ରାମରେ ସାରୋଳା ଚଣ୍ଡୀ ରହିଥିବାର ମୁକସାକ୍ଷୀ ଥିଲେ । ଭାଙ୍ଗିଯାଇ ଥିବା ମନ୍ଦିର ପାଖରେ ଏକ ବୃହତ ପୁଷ୍କରଣୀ ଥିଲା ଓ ଏହାର ଚାରିପାଖରେ ସମସ୍ତ ପ୍ରକାର ପୂଜକ(ପୂଜାପଣ୍ଡା, ନିୟୋଗୀ, ରାଉଳ, ସେବକ ଓ ମାଳି ଇତ୍ୟାଦି) ବାସ କରୁଥିଲେ । ଆଉମଧ୍ୟ ସେଠାରେ ଗୋଟିଏ ବୃହତ ବରଗଛ ଥିଲା, ଓଡ଼ିଆ ମହାଭାରତରେ ‘ନୀଳକଳ୍ପବଟ’ ରୂପେ ବର୍ଣ୍ଣିତ ହୋଇଛି, ତାହା ୧୯୯୯ ମସିହା ମହାବାତ୍ୟାରେ ଉପୁଡି ପଡ଼ିଲା । ଅଷ୍ଟମ ଶତାବ୍ଦୀର ଭୌମବଂଶର ଶାସନ ସମୟରେ ମନ୍ଦିରଟି ସ୍ଥାପିତ ହୋଇଥିଲା; ୧୫୬୮ ଖ୍ରୀଷ୍ଟାବ୍ଦୀର ଶେଷ ହିନ୍ଦୁଶାସନ ପର୍ଯ୍ୟନ୍ତ ସମୃଦ୍ଧିଲାଭ କରିଥିଲା । କିମ୍ବଦନ୍ତୀ ରୂପେ ଯାହାକୁ ଐତିହାସିକ ତଥ୍ୟ ସମର୍ଥନ କରେ, ୧୫୬୮ ଖ୍ରୀଷ୍ଟାବ୍ଦରେ, ବଙ୍ଗଦେଶ ସୁଲତାନ ସୁଲେମାଙ୍କରନିଙ୍କର ସେନାପତି କଳାପାହାଡ ମୁସଲମାନ ସୈନ୍ୟମାନଙ୍କ ସହିତ ସାରୋଳା ଗ୍ରାମରେ ଥିବା ସାରୋଳା ଚଣ୍ଡୀଙ୍କ ଆଦିପୀଠକୁ ଆକ୍ରମଣ କଲେ, ଏହାର ଅତି ପ୍ରସିଦ୍ଧ ଶକ୍ତିପୀଠକୁ ଆଂଶିକଭାବେ ନଷ୍ଟ କରିଦେଲେ । ଠିକ୍ ଶହେବର୍ଷ ପରେ, ମୋଗଲ ଶାସକ ଔରାଙ୍ଗଜେବଙ୍କ ଶାସନ ସମୟରେ ସାରୋଳା ଗ୍ରାମରେ ଥିବା ପୁରୁଣା ମନ୍ଦିରକୁ ନଷ୍ଟକରି ଦିଆଯାଇଥିଲା ଏବଂ ମନ୍ଦିରର ପଶ୍ଚିମ ପଟକୁ କିଛି ମିଟର ଦୂରରେ ଏକ ମସଜିଦ ନିର୍ମିତ କରାଯାଇ ଥିଲା । ବର୍ତ୍ତମାନ ନଷ୍ଟହୋଇ ଯାଇଥିବା ମନ୍ଦିରରେ ଶାରଳା ମନ୍ଦିର ଟ୍ରଷ୍ଟର ପୃଷ୍ଟପୋଷକତାରେ ଗଣେଶଙ୍କୁ ଦେବୀଙ୍କ ମୂଖ୍ୟପୂଜକଙ୍କ ପୂଜା କରାଯାଉଛି । ଉକ୍ତ ମନ୍ଦିରକୁ ୧୯୮୨ ମସିହାରେ ନୂତନଭାବେ ନିର୍ମାଣ କରାଯାଇଛି । ବିଧି ସମ୍ବଳିତ କିଛି ପ୍ରମୁଖ ଉତ୍ସବଗୁଡିକ ମଧ୍ୟ ପୁରୁଣା ପୀଠରେ ବର୍ଷକୁ ତିନିଥର ପାଳନ କରାଯାଏ । ପ୍ରାଚୀନ ବିଧିକୁ ଉଜ୍ଜିବିତ କରିବା ଉଦ୍ଦେଶ୍ୟରେ ଶାରଳାଙ୍କ ଚଳନ୍ତିବିଗ୍ରହକୁ ସୁସଜ୍ଜିତ ପାଲିଙ୍କିରେ ବର୍ତ୍ତମାନର ମନ୍ଦିରରୁ ସାରୋଳା ଗ୍ରାମକୁ ବର୍ଷକୁ ସାତଥର ଅଣାଯାଏ । ଦେବୀପ୍ରତିମାଙ୍କୁ ବିଧିପୂର୍ବକ ଭାବେ ପୁରୁଣା ବେଦୀ ଉପରେ ସ୍ଥାପିତ କରାଯାଏ, ଯେଉଁଠାରେ ସେ ଶତାବ୍ଦୀ ଶତାବ୍ଦୀ ଧରି ପୂଜା ପାଇ ଆସୁଥିଲେ । ଦଶହରା ଉତ୍ସବର ଅନ୍ତିମ ବିଧି ହୋଇଥିବା ଯୋଗୁଁ ସେଠାରେ ଏକ ବୋଦାକୁ ପଞ୍ଚଉପଚାର ପୂଜା ମାଧ୍ୟମରେ ପାରମ୍ପରିକଭାବେ ବଳିଦିଆଯାଏ । ମହାବିଷୁବ ପଣା ସଂକ୍ରାନ୍ତି ମଧ୍ୟାହ୍ନରେ ମହାନ ଉତ୍ସବ ଝାମୁଯାତ୍ରା ହୁଏ; ରାଉଳମାନେ ନିଆଁ ଉପରେ ଚାଲନ୍ତି ଆଉ ପଣ୍ଡା ପୂଜକଙ୍କଦ୍ୱାରା ଦେବୀଙ୍କୁ ପଇଡ ଅର୍ପଣ କରାଯାଏ । ଦୋଳପୂର୍ଣ୍ଣିମାର ଭୋର ସମୟରେ ସୁସଜ୍ଜିତ ବିମାନଗୁଡିକରେ ବିଗ୍ରହଗୁଡିକ ଆଖପାଖ ଅଞ୍ଚଳରୁ ଆସି ଦେବୀଙ୍କ ସହ ସମ୍ମିଳିତ ହୁଅନ୍ତି । ଏହି ଚିତାକର୍ଷକ ଉତ୍ସବ ବଡ ଧୁମଧାମରେ ପାଳନ କରାଯାଏ । ଏହି ନିର୍ଦ୍ଦିଷ୍ଟ ଉତ୍ସବରେ, ଯେତେବେଳେ ଦେବୀ ଶାରଳାଙ୍କୁ ଅନ୍ୟ ବିଗ୍ରହମାନଙ୍କ ସହିତ ପୂଜା କରାଯାଏ, ମା ଶାରଳାଙ୍କୁ ସୂଚିତ ହୁଅନ୍ତି ଯେ ସେ ବୈଦିକ,ତାନ୍ତ୍ରିକ ବିଧିର ସମ୍ମିଶ୍ରଣ ଓ ପରମ ବୈଷ୍ଣବୀ । ବର୍ତ୍ତମାନର ମନ୍ଦିରଟି ମରହଟ୍ଟା ଶାସନ କାଳରେ ୧୭୫୩ ଓ ୧୮୦୩ ମସିହା ମଧ୍ୟରେ ନିର୍ମିତ ହୋଇଥିଲା । ମରହଟ୍ଟା ସୁବେଦାରମାନେ ବର୍ତ୍ତମାନର ମନ୍ଦିର ନିର୍ମାଣ ପାଇଁ ପଦକ୍ଷେପ/ନେତୃତ୍ୱ ନେଇଥିଲେ ଏବଂ କୁଜଙ୍ଗ, କନିକା, ବେନପୁର ଓ ହରିଶପୁରମାନଙ୍କର ସ୍ଥାନୀୟ ରାଜାମାନଙ୍କୁ ଏଥିପାଇଁ ସାହାଯ୍ୟ କରିଥିଲେ । ବର୍ତ୍ତମାନର ମନ୍ଦିରଟି କନକପୁର ଗ୍ରାମର ଝଙ୍କଡ ପ୍ରଗଣା (କନକବାଟି ପାଟଣା)ରେ ଅବସ୍ଥିତ ।
==କିମ୍ବଦନ୍ତୀ==