"ସମୁଦ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୭ କ ଧାଡ଼ି:
ବର୍ତ୍ତମାନର ସମୟରେ, ପୃଥିବୀର ଉପର ଅଧା ଅଂଶ ପ୍ରାୟ ସମାନ ଭାବରେ ସ୍ଥଳ ଭାଗ ଏବଂ ଜଳ ଭାଗ ମଧ୍ୟରେ ବିଭକ୍ତ ହୋଇ ରହି ଅଛି (୨:୩ ଅନୁପାତ) । କିନ୍ତୁ ଦକ୍ଷିଣରେ ଥିବା ଅଧା ଅଂଶ ସମୁଦ୍ରରେ ପୂର୍ଣ୍ଣ ହୋଇରହିଅଛି ।
 
ମଣିଷ ଜୀବନରେ ସମୁଦ୍ରର ଭୂମିକା ବହୁତ ଗୁରୁତ୍ବପୂର୍ଣ୍ଣଗୁରୁତ୍ୱପୂର୍ଣ୍ଣ ଅଟେ । ବାଣିଜ୍ୟ, ଯାତାୟତ, ସାମୁଦ୍ରିକ ଶକ୍ତି ଇତ୍ୟାଦିରେ ସମୁଦ୍ରର ଭୂମିକା ବହୁତ ଗୁରୁତ୍ୱ ପୂର୍ଣ୍ଣ ।
 
==ସଂଜ୍ଞା==
ସମୁଦ୍ର ହେଉଛି ପ୍ରଚୁର ପରିମାଣର ଲୁଣି ପାଣିର ସମନ୍ବୟସମନ୍ୱୟ । ସମୁଦ୍ର ଏବଂ ମହାସାଗର ମଧ୍ୟରେ ଏମିତି କିଛି ପାର୍ଥକ୍ୟ ନଥିଲେ ମଧ୍ୟ, ସମୁଦ୍ର ଆକାରରେ ମହାସାଗରଠାରୁ ସାନ ଅଟେ ।
[[File:MS Freedom of the Seas in its maiden voyage.jpg|thumb|MS Freedom of the Seas in its maiden voyage]]
 
୫୦ କ ଧାଡ଼ି:
ସମୁଦ୍ର ଜଳ ବହୁତ ଲୁଣିଆ, କିନ୍ତୁ ଏହି ଲବଣାଂଶ ସବୁ ସ୍ଥାନରେ ସମାନ ନୁହେଁ । ସମୁଦ୍ର ଜଳରେ ଥିବା ଏହି ଲବଣାଂଶ ମୁଖ୍ୟତଃ ଏହା ମଧ୍ୟକୁ ପ୍ରବାହିତ ହେଉଥିବା ନଦୀ ଗୁଡ଼ିକରୁ ଆସିଥାଏ । ସମୁଦ୍ର ଜଳରେ ସୋଡିୟମ ଏବଂ କ୍ଲୋରାଇଡ଼ର ମାତ୍ର ୮୫ ପ୍ରତିଶତ ଅଟେ । ଅନ୍ୟ ଦ୍ରବୀଭୂତ ପଦାର୍ଥ ଗୁଡିକ ମଧ୍ୟରୁ ଧାତବ ଅୟନ ଯଥା ମଗ୍ନେଶୀୟମ, କଲେସିୟମ, ସଲ୍ଫଏଟ, କାର୍ବୋନେଟ ଅନ୍ୟତମ । ସମୁଦ୍ର ଜଳ ଶରୀର ପକ୍ଷେ କ୍ଷତିକାରକ ନ ହେଲେ ମଧ୍ୟ ଏହା ପାନୀୟ ଯୋଗ୍ୟ ନୁହେଁ । ଏହି ଜଳ ସିଧା ସଳଖ ଭାବେ କୌଣସି ଚାଷ କାମରେ ମଧ୍ୟ ବ୍ୟବହାର କରିହେବ ନାହିଁ ।
 
ସମୁଦ୍ର ଜଳରେ ଏହି ଲବନାଂଶର ଭିନ୍ନତା ଭିନ୍ନ ଭିନ୍ନ କାରଣରୁ ଆସିଥାଏ । ଉଦାହରଣ ସ୍ବରୂପସ୍ୱରୂପ ଏହା ମଧ୍ୟକୁ ପ୍ରବାହିତ ହେଉଥିବା ନଦୀ, ସବୁ ସମୟରେ ତରଳୁଥିବ ବରଫ, ସମୁଦ୍ର ମଧ୍ୟରେ ପ୍ରବାହିତ ହେଉଥିବା ବୈଦ୍ୟୁତିକ ଶକ୍ତି ଇତ୍ୟାଦି । ଯାହାସବୁକି ତାପମାତ୍ରା, ପବନର ସ୍ରୋତ ଏବଂ ସମୁଦ୍ରର ଢେଉ ଯୋଗୁଁ ପ୍ରଭାବିତ ହୋଇଥାଏ ।
 
ସମୁଦ୍ରର ତାପମାତ୍ରା ମୁଖ୍ୟତଃ ସୂର୍ଯ୍ୟକିରଣ ଉପରେ ନିର୍ଭର କରିଥାଏ । ଯେତେ ପରିମାଣର ସୂର୍ଯ୍ୟକିରଣ ସମୁଦ୍ର ନେଇଥାଏ ସେହି ଅନୁସାରେ ଏହାର ତାପମାତ୍ରାର ପରିବର୍ତ୍ତନ ହୋଇଥାଏ ।
୬୩ କ ଧାଡ଼ି:
 
===ଜଳଚକ୍ର===
ଜଳଚକ୍ରକୁ ସୁଚାର ରୂପରେ ଚଳାଇବାରେ ସମୁଦ୍ରର ଭୂମିକା ବହୁତ ଗୁରୁତ୍ବପୂର୍ଣ୍ଣଗୁରୁତ୍ୱପୂର୍ଣ୍ଣ ଅଟେ । ସମୁଦ୍ର ଜଳ [[ସୂର୍ଯ୍ୟ]]କିରଣରେ ବାଷ୍ପୀଭୂତ ହୋଇ, ଉପରକୁ ଯାଇଥାଏ । ଏହି ବାଷ୍ପ ଉପରେ ଘନୀଭୂତ ହୋଇ ମେଘର ସୃଷ୍ଟି କରି ଥାଏ । ଏହି ମେଘ ପରବର୍ତ୍ତୀ ସମୟରେ ବର୍ଷାର ରୂପ ନେଇ ପୃଥିବୀ ପୃଷ୍ଟକୁ ଫେରି ଆସିଥାଏ । ଏହି ଚକ୍ରକୁ ଜଳଚକ୍ର ବୋଲି ମଧ୍ୟ କୁହା ଯାଏ ।
 
===ସମୁଦ୍ର ମଧ୍ୟରେ ଜୀବନ===
୬୯ କ ଧାଡ଼ି:
 
==ମଣିଷ ଓ ସମୁଦ୍ର==
ମାନବ [[ଇତିହାସ]]ରେ ସମୁଦ୍ରର ଭୂମିକା ବହୁତ ଗୁରୁତ୍ୱ ପୂର୍ଣ୍ଣ । ପୁରାତନ କାଳରେ [[ମଣିଷ]] ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଯିବାପାଇଁ ସମୁଦ୍ରର ବ୍ୟବହାର କରୁଥିଲେ । ଓଡ଼ିଶାର [[ବଣିକ]]ମାନେ ଜାଭା, ସୁମାତ୍ରା ଅଦି ଦ୍ବୀପକୁଦ୍ୱୀପକୁ ଯାଇ ବ୍ୟବସାୟ ବାଣିଜ୍ୟ କରିବା କଥା ପୁରାଣରେ ଲେଖା ଅଛି ।
 
===ବାଣିଜ୍ୟ===
ମାନବ [[ଇତିହାସ]]ର ପ୍ରଥମ ଅଧ୍ୟାୟରୁ ଜଳପଥରେ ବାଣିଜ୍ୟ ଏକ ସାଧାରଣ କଥା ବୋଲି ରହିଆସିଅଛି । ଏହି ଜଳପଥ ପ୍ରାଚୀନ ସମୟରେ ଭାରତକୁ ଜାଭା, ସୁମାତ୍ରା ଭଳି ସୁଦୂର ଦ୍ବୀପଦ୍ୱୀପ ମାନଙ୍କ ସହ ସଂଯୁକ୍ତ କରୁଥିଲା । ଏହି ଜଳ ପଥ ଦେଇ, ଉତ୍କଳର ବଣିକମାନେ ସେହିସବୁ ଦେଶଗୁଡିକ ସାଙ୍ଗରେ ବ୍ୟବସାୟ ବାଣିଜ୍ୟ କରୁଥିଲେ ।
 
ବର୍ତ୍ତମାନ ପ୍ରଚୁର ପରିମାଣର ସାମଗ୍ରୀ ଏହି ସମୁଦ୍ର ଦେଇ, ଅନ୍ୟ ଦେଶମାନଙ୍କ ସହ ଆଦାନ ପ୍ରଦାନ ହେଉଅଛି । ଆକାଶପଥରେ ବୃହତକାୟ ସାମଗ୍ରୀ ନେବା ବିପଦ ସଂକୁଳ ହେଉଥିବାରୁ ବ୍ୟବସାୟୀମାନେ ଜଳୀୟ ମାର୍ଗର ବ୍ୟବହାର କରିଥାନ୍ତି । ଆଜି ସମୟରେ ଏହି ଜଳପଥରେ ପ୍ରତିବର୍ଷ $୪୦ ହଜାର କୋଟିର ବ୍ୟବସାୟ ହେଉଅଛି ।
"https://or.wikipedia.org/wiki/ସମୁଦ୍ର"ରୁ ଅଣାଯାଇଅଛି