"ସନ୍ତୋଷ ଟ୍ରଫି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୧୬ କ ଧାଡ଼ି:
}}
 
'''ସନ୍ତୋଷ ଟ୍ରଫି''' ଫୁଟବଲ ୧୯୪୧ ମସିହାରେ ଭାରତୀୟ ଫୁଟବଲ ଆସୋସିଏଶନ ସଭାପତି ଥିବା '''ସନ୍ତୋଷ'''ର ମହାରାଜା ସାର ମନ୍ମଥ ନାଥ ରାୟ ଚୈଧୁରୀଙ୍କ ନାମରେ ଏହି ଟ୍ରଫିର ନାମକରଣ ହେଇଛି।ସନ୍ତୋଷ ବର୍ତ୍ତମାନ [[ବାଂଲାଦେଶ]]ରେ ଅବସ୍ତିତ । କିନ୍ତୁ ସ୍ବାଧୀନତାସ୍ୱାଧୀନତା ପୂର୍ବରୁ ଅଖଣ୍ଡ ଭାରତୀୟ ରାଜ୍ୟଭାବେ ରହିଥିବା ସନ୍ତୋଷ ନାମରେ ହିଁ ଏହି ଟ୍ରଫିର ନାମକରଣ ହେଇଛି । ୧୯୪୧ ମସିହାରୁ ପ୍ରତିବର୍ଷ ଜାତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଭାବେ ଅନୁଷ୍ଠିତ ହେଇଆସୁଛି ଏହି ପ୍ରତିଯୋଗିତା । ଏଥିରେ ପ୍ରତ୍ୟେକ ରାଜ୍ୟ, କେନ୍ଦ୍ରଶାସିତ ଅଂଚଳ ଓ ବିଭିନ୍ନ ସରକାରୀ ସଂଗଠନ ଗୁଡିକ ଅଂଶଗ୍ରହଣ କରିଆସୁଛନ୍ତି । ରନର୍ସ ଅଫ ଟ୍ରଫି କମଳା ଗୁପ୍ତାଙ୍କ ନାମରେ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଦଳକୁ ମହୀଶୁର ଫୁଟବଲ ଆସୋସିଏଶନ ପକ୍ଷରୁ ସମ୍ପାଙ୍ଗୀ କପ ୧୯୫୨ ମସିହାରୁ ଦିଆହୋଇଆସୁଛି । ସମ୍ପାଙ୍ଗୀ ମହୀଶୁର(ବର୍ତ୍ତମାନ [[କର୍ଣ୍ଣାଟକ]])ର ଜଣେ ପ୍ରସିଦ୍ଧ ଫୁଟବଲ ଖେଳାଳି ଥିଲେ ଏବଂ ତାଙ୍କ ନାମରେ ଏହି ଟ୍ରଫି ଦେବାର ବ୍ୟବସ୍ଥା କରାଯାଇଛି।
 
== ଲକ୍ଷ୍ୟ ==
୧୯୯୬ ପର୍ଯ୍ୟନ୍ତ ସନ୍ତୋଷ ଟ୍ରଫି [[ଭାରତ]]ର ସବୁଠାରୁ ଗୁରୁତ୍ବପୂର୍ଣ୍ଣଗୁରୁତ୍ୱପୂର୍ଣ୍ଣ ଫୁଟବଲ ଟୁର୍ଣ୍ଣାମେଣ୍ଟ ଭାବେ ବିବେଚିତ ହେଇଆସୁଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ପ୍ରଦର୍ଶନକୁ ଭିତ୍ତିକରି ଜାତୀୟ ଦଳ ସହ ଅନ୍ୟାନ୍ୟ ଦଳ ଚୟନ କରାଯାଉଥିଲା । କିନ୍ତୁ ୧୯୯୬ରେ [[ନ୍ୟାଶନାଲ ଫୁଟବଲ ଲିଗ]] ଆରମ୍ଭ ହେବା ପରେ ସନ୍ତୋଷ ଟ୍ରଫିର ଗୁରୁତ୍ବଗୁରୁତ୍ୱ କମିଯାଇଛି । [[ନ୍ୟାଶନାଲ ଫୁଟବଲ ଲିଗ]]ରେ ଦେଶର ପ୍ରତିଷ୍ଠିତ ଖେଳାଳିଙ୍କ ସମେତ ଦେଶ ବାହାରର ଖେଳାଳିଙ୍କ ସମାଗମ ଯୋଗୁଁ ଏହା ଦେଶର ସବୁଠୁ ବଡ଼ ଏବଂ ଗୁରୁତ୍ବପୂର୍ଣ୍ଣଗୁରୁତ୍ୱପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ବିବେଚିତ ହେଇଛି । ଏବେ ସନ୍ତୋଷ ଟ୍ରଫିକୁ ଭବିଷ୍ୟତ ଗଢିବା ପାଇଁ ବ୍ୟବହାର କରାଯାଉଛି । ଏହି ଟୁର୍ଣ୍ଣାମେଣ୍ଟକୁ ଏବେ [[ଅଲିମ୍ପିକ କ୍ରିଡ଼ା|ଅଲିମ୍ପିକ]] ଢାଞ୍ଚାରେ ଆୟୋଜନ କରାଯାଉଛି।ଟୁର୍ଣ୍ଣାମେଣ୍ଟରେ କେବଳ ୨୩ ବର୍ଷରୁ କମ ବୟସର ଖେଳାଳି ମାନଙ୍କୁ ସାମିଲ କରାଯାଉଥିବାରୁ ଭବିଷ୍ୟତ ଖେଳାଳିଙ୍କୁ ଚିହ୍ନଟ କରିବାପାଇଁ ସବୁଠାରୁ ବଡ ପ୍ଲାଟଫର୍ମ ଭାବେ ଉଭାହେଇଛି।ଯୁବ ଖେଳାଳିମାନେ ମଧ୍ୟ ଏହାର ସଦୁପଯୋଗ କରିଛନ୍ତି ।
== ଗଠନ ==
ସନ୍ତୋଷ ଟ୍ରଫିର ଫର୍ମାଟ ବାରମ୍ବାର ପରିବର୍ତ୍ତନ ହେଇଛି । ଏବେ ଗ୍ରହଣ କରାଯାଇଥିବା ଫର୍ମାଟରେ ଅଂଶଗ୍ରହଣକାରୀ ଦଳ ଗୁଡିକୁଅଧିକ ମ୍ୟାଚ ଖେଳିବାକୁ ସୁଯୋଗ ମିଳୁଛି । ସେମି ଫାଇନାଲ ମ୍ୟାଚ ନକ୍ ଆଉଟ୍ ଭିତ୍ତିରେ ଖେଳାଯିବ । ନିର୍ଦ୍ଧାରିତ ସମୟରେ ମ୍ୟାଚ ମୀମାଂସା ହୋଇନପାରିଲେ ଅତିରିକ୍ତ ସମୟ ଖେଳାଯିବ।ଏଥିରେ ଗୋଲ୍ଡେନ ଗୋଲ ହେଲେ ମ୍ୟାଚର ଫଳାଫଳ ନିର୍ଣ୍ଣିତ ହେଇପାରିବ । କିନ୍ତୁ ଏଥିରେ ଖେଳ ସମାନ ସ୍ତରରେ ରହିଲେ ପେନାଲ୍ଟି ଶୁଟ୍ ଆଉଟର ପଦ୍ଧତି ଅନୁସୃତ ହେବାର ନିୟମ ରହିଛି । ବର୍ତ୍ତମାନ ୧୭ ଏବଂ ୧୯ ବର୍ଷରୁ କମ ଫୁଟବଲ ଟୁର୍ଣ୍ଣାମେଣ୍ଟକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି । ଗୋଟିଏ ହେଲା ଏଲିଟ୍ ଓ ଅନ୍ୟଟି ହେଲା ପ୍ଲେଟ ଡିଭିଜନ ।