"ରକ୍ତ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୧ କ ଧାଡ଼ି:
{{ଛୋଟ|Blood}}
[[ଫାଇଲ:Humanbood600x.jpg|ଫ୍ରେମକରା|ମନୁଷ୍ୟ ରକ୍ତ କୋଷର ୬୦୦ ଗୁଣ ବଡ ଛବି]]
'''ରକ୍ତ''' ହେଉଛି ଏକ ପ୍ରକାର ସଂଯୋଜକ [[ତନ୍ତୁ]] । ଏହାର ଅନ୍ତର୍ଗତ [[ଜୀବକୋଷ]]ଗୁଡ଼ିକୁ ରକ୍ତ କୋଷ ବା ରକ୍ତକଣିକା (Blood Corpuscles) କୁହାଯାଏ। ଏହି କଣିକାଗୁଡ଼ିକ ରକ୍ତରେ ଏକ ତରଳ ପଦାର୍ଥରେ ଭାସୁଥାନ୍ତି, ସେହି ତରଳ ପଦାର୍ଥକୁ ପ୍ରଲସି (plasma) କୁହାଯାଏ । ତେଣୁ ସାଧାରଣ ଭାବରେ ବୁଝିବାକୁ ଗଲେ ରକ୍ତ ହେଉଛି ମୁଖ୍ୟତଃ ପ୍ରଲସି ଓ ରକ୍ତ କଣିକାର ସମଷ୍ଟି । ରକ୍ତ ଏକ ଅଠାଳିଆ ତରଳ ପଦାର୍ଥ ଯାହାର ସ୍ବାଦସ୍ୱାଦ ଲୁଣିଆ ଓ ଗନ୍ଧ ଆଇଁଷିଣିଆ । ଏହାର ରଙ୍ଗ ଲାଲ ହୋଇଥିଲେ ମଧ୍ୟ କେତେକ ପରିସ୍ଥିତିରେ ଏହାର ରଙ୍ଗରେ ପାର୍ଥକ୍ୟ ଦେଖାଯାଇଥାଏ । [[ଅଣୁବୀକ୍ଷଣ]] ସାହାଯ୍ୟରେ ରକ୍ତକୁ ପରୀକ୍ଷା କଲେ ସେଥିରେ ଥିବା କଣିକାଗୁଡ଼ିକ ଦେଖାଯାନ୍ତି।
 
== ରକ୍ତର ଉପାଦାନ ==
୧୦ କ ଧାଡ଼ି:
(ଖ) ରକ୍ତ କଣିକା : ରକ୍ତକଣିକା ୩ ପ୍ରକାରର ଯଥା:-
# ଲୋହିତ ରକ୍ତ କଣିକା ( red blood corpuscle)
# ଶ୍ବେତଶ୍ୱେତ ରକ୍ତ କଣିକା ( white blood corpuscle)
# ଅଣୁଚକ୍ରିକା (platelet)
[[ଫାଇଲ:Red White Blood cells.jpg|ଫ୍ରେମକରା|ଲୋହିତ ରକ୍ତ କଣିକା(ବାମକୁ), ଅଣୁଚକ୍ରିକା(ମଝିରେ), ଟି-ଲିଂଫୋସାଇଟ(ଡାହାଣକୁ)]]
== ଲୋହିତ ରକ୍ତ କଣିକା<ref>http://www.orissabigyanacademy.nic.in/pdf/Bigyan_diganta_Feb_2012.pdf Monthly Odia magazine "Bigyan Diganta"(Feb,2012 ) * Content Copied using OR-TTsarala2UNICODE CONVERTER</ref> ==
[[ଫାଇଲ:1GZX Haemoglobin.png|thumbnail|ହିମୋଗ୍ଲୋବିନ(ସବୁଜ- ହିମ୍,ନାଲି ଓ ନୀଳ- ପୁଷ୍ଟିସାର)]]
ରକ୍ତରେ ଅନ୍ୟ କଣିକାମାନଙ୍କ ତୁଳନାରେ ଲୋହିତ ରକ୍ତ କଣିକାର ସଂଖ୍ୟା ସର୍ବାଧିକ । ସାଧାରଣତଃ ପ୍ରତ୍ୟେକ ଘନ ମିଲିମିଟର ରକ୍ତରେ ପ୍ରାୟ ୪.୫ରୁ ୫ ନିୟୁତ ଲୋହିତ ରକ୍ତ କଣିକା ଥାଏ (ଗୋଟିଏ ରକ୍ତ ବିନ୍ଦୁର ଆୟତନ ହେଉଛି ପ୍ରାୟ ୫୦ ଘନ ମି.ମି.) । ଏହାର ଆକାର ଗୋଲାକାର କିନ୍ତୁ ଏହାର ଦୁଇପାର୍ଶ୍ବଦୁଇପାର୍ଶ୍ୱ ଚେପଟା ହୋଇଥିବାରୁ ଏହା ଗୋଟିଏ ଗୋଲାକାର ଚକତି (disc) ପରି ଦେଖାଯାଏ । ଲୋହିତ ରକ୍ତ କଣିକାରେ ହିମୋଗ୍ଲୋବିନ ନାମକ ସଂଯୁକ୍ତ ପୁଷ୍ଟିସାର (conjugated protein) ଥାଏ । ଏହି ହିମୋଗ୍ଲୋବିନ ହିମାଟିନ ନାମକ ଲୌହ ଲବଣ ମିଶ୍ରିତ ହିମ୍ (haem or heme) ଓ ଗ୍ଲୋବିନ ନାମକ ପୁଷ୍ଟିସାରର ମିଶ୍ରଣରେ ଗଠିତ। ହିମାଗ୍ଲୋବିନର ପ୍ରକୃତ ରଙ୍ଗ ଈଷତ ବାଇଗଣୀ ମିଶ୍ରିତ ଲାଲ। କିନ୍ତୁ ଯେତେବେଳେ ଏହା ସହିତ ଅମ୍ଳଜାନ ସଂଯୁକ୍ତ ହୁଏ ସେତେବେଳେ ତାହା ଗାଢ଼ ଲାଲ ରଙ୍ଗ ଦେଖାଯାଏ। ତେଣୁ ଧମନୀରେ ପ୍ରବାହିତ ରକ୍ତରେ ବେଶି ପରିମାଣରେ ହିମୋଗ୍ଲୋବିନ ଥିବାରୁ ଏହି ରକ୍ତ ଗାଢ଼ଲାଲ ରଙ୍ଗ ଦେଖାଯାଏ ଏବଂ ଶିରାରେ ପ୍ରବାହିତ ରକ୍ତର ରଙ୍ଗ ବାଇଗଣୀ ହୋଇଥାଏ । ପ୍ରତ୍ୟେକ ଲୋହିତ ରକ୍ତ କଣିକା ଶତକଡ଼ା ପ୍ରାୟ ୭୦ ଭାଗ ଜଳ ଓ ୩୦ ଭାଗ ଅନ୍ୟ ପଦାର୍ଥକୁ ନେଇ ଗଠିତ।
[[ଫାଇଲ:Heme.svg|thumbnail|ହିମ୍]]
=== ଉତ୍ପତ୍ତି ===
୨୬ କ ଧାଡ଼ି:
* ଲୋହିତ ରକ୍ତ କଣିକା ନଷ୍ଟ ହେବାପରେ ହିମୋଗ୍ଲୋବିନର ହିମ ଅଂଶ ପିତ୍ତ ବର୍ଣ୍ଣକଣା ଗଠନ କରିବାରେ ଅଂଶଗ୍ରହଣ କରେ।
 
== ଶ୍ବେତଶ୍ୱେତ ରକ୍ତ କଣିକା ==
ଶ୍ବେତଶ୍ୱେତ ରକ୍ତ କଣିକାକୁ ଲିଉକୋସାଇଟ ( Leuccocyte) କୁହାଯାଏ । ଏଗୁଡ଼ିକ ଆୟତନରେ ଲୋହିତ ରକ୍ତ କଣିକା ଅପେକ୍ଷା ବଡ଼। ଏମାନଙ୍କର ନ୍ୟଷ୍ଟି ଥାଏ। ରକ୍ତରେ ଏମାନଙ୍କର ସଂଖ୍ୟାସବୁ କଣିକାମାନଙ୍କ ଠାରୁ କମ । ପ୍ରତି ଘନ ମିଲିମିଟର ରକ୍ତରେ ମାତ୍ର ୭୦୦୦ରୁ ୧୦,୦୦୦ ଶ୍ବେତଶ୍ୱେତ ରକ୍ତ କଣିକାଥାଏ । ଶ୍ବେତଶ୍ୱେତ ରକ୍ତ କଣିକାକୁ ମୁଖ୍ୟତଃ ୨ ଭାଗରେ ବିଭକ୍ତ କରାଯାଇଛି;-
# କଣିକାଯୁକ୍ତ ବା ବହୁରୂପୀ ନ୍ୟଷ୍ଟି ବିଶିଷ୍ଟ ଶ୍ବେତଶ୍ୱେତ ରକ୍ତ କଣିକା (polymorpho nuclear leucocyte)
# କଣିକାବିହୀନ ଏକ ନ୍ୟଷ୍ଟିବିଶିଷ୍ଟ ଶ୍ବେତଶ୍ୱେତ ରକ୍ତ କଣିକା
 
=== ବହୁରୂପୀ ନ୍ୟଷ୍ଟିବିଶିଷ୍ଟ ଶ୍ବେତଶ୍ୱେତ ରକ୍ତ କୋଷ ===
ସମସ୍ତ ଶ୍ବେତଶ୍ୱେତ ରକ୍ତ କଣିକାର ଶତକଡ଼ା ପ୍ରାୟ ୭୨ ଭାଗ ଏହି ଶ୍ରେଣୀର । ଏମାନଙ୍କର ନ୍ୟଷ୍ଟି ଖଣ୍ଡବିଖଣ୍ଡିତ ଓ ବହୁରୂପୀ । ଏମାନଙ୍କର ପ୍ରରସ (cytoplasm)ରେ କଣିକା (granule) ଦେଖାଯାଏ। ବହୁରୂପୀ ନ୍ୟଷ୍ଟିବିଶିଷ୍ଟ ଶ୍ବେତଶ୍ୱେତ ରକ୍ତ କଣିକା ମୁଖ୍ୟତଃ ୩ ପ୍ରକାରର;-
# ଉଦାସୀରଂଜୀ କୋଷ ବା ନିଉଟ୍ରୋଫିଲ୍ (neutrophil)
# ଇଓସିନୋଫିଲ୍ (eosinophil)
# ବେସୋଫିଲ୍ (basophil)
 
:ବହୁରୂପୀ ନ୍ୟଷ୍ଟି ବିଶିଷ୍ଟ ଶ୍ବେତତରକ୍ତଶ୍ୱେତତରକ୍ତ କଣିକା ଅସ୍ଥିମଜ୍ଜାରେ ଉତ୍ପନ୍ନ ହୋଇ ରକ୍ତସ୍ରୋତ ମଧ୍ୟକୁ ଆସିଥାନ୍ତି ।
 
==== ନିଉଟ୍ରୋଫିଲ୍ ====
ଏହି କୋଷଗୁଡ଼ିକର ନ୍ୟଷ୍ଟି ୨ରୁ ୭ ପାଳି (କ୍ଷଚ୍ଛଭର) ବିଶିଷ୍ଟ । କୋଷର ଆକାର ସାମାନ୍ୟ ଗୋଲାକାର । ବହୁରୂପୀ ନ୍ୟଷ୍ଟି ବିଶିଷ୍ଟ ଶ୍ବେତଶ୍ୱେତ ରକ୍ତ କୋଷର ୬୦ରୁ ୭୦ ଶତକଡ଼ା କୋଷ ହେଉଛି ଏହି ଶ୍ରେଣୀର । ଏହି କୋଷଗୁଡ଼ିକର ମୁଖ୍ୟ କାର୍ଯ୍ୟ ହେଉଛି ଶରୀରରେ ପ୍ରବେଶ କରୁଥିବା କ୍ଷତିକାରକ ଅଣୁଜୀବ ଆଦିକୁ ଭକ୍ଷଣ କରି ସୁରକ୍ଷା ପ୍ରଦାନ କରିବା ।
==== ଇଓସିନୋଫିଲ୍ ====
ଏହିକୋଷଗୁଡ଼ିକର ନ୍ୟଷ୍ଟି ୨ ପାଳି ବିଶିଷ୍ଟ । ଏଥିରେ ଥିବା କଣିକାଗୁଡ଼ିକ ଇଓସିନ (eosine) ନାମକ ରଙ୍ଗଦ୍ବାରାରଙ୍ଗଦ୍ୱାରା ଗାଢ଼ ଲାଲ ରଙ୍ଗରେ ରଙ୍ଗିତ ହୋଇପାରନ୍ତି । ଏହି କୋଷମାନଙ୍କର ପରିମାଣ ହେଉଛି ୧ରୁ ୫ ଶତାଂଶ ।
==== ବେସୋଫିଲ୍ ====
ଏହି କୋଷଗୁଡ଼ିକର ନ୍ୟଷ୍ଟି ୨ରୁ ୩ ପାଳି ବିଶିଷ୍ଟ । କୋଷଗୁଡ଼ିକରେ ଅଳ୍ପ ସଂଖ୍ୟକ କଣିକା ଦେଖାଯାଏ। ସମସ୍ତ ବହୁରୂପୀ ନ୍ୟଷ୍ଟିବିଶିଷ୍ଟ ଶ୍ବେତରକ୍ତଶ୍ୱେତରକ୍ତ କୋଷର ୦.୫ରୁ ୧ ଶତାଂଶ ହେଉଛି ଏହି ଶ୍ରେଣୀର ।
 
=== କଣିକାବିହୀନ ବା ଏକ ନ୍ୟଷ୍ଟିବିଶିଷ୍ଟ ଶ୍ବେତଶ୍ୱେତ ରକ୍ତ କୋଷ ===
ସମସ୍ତ ଶ୍ବେତଶ୍ୱେତ ରକ୍ତ କୋଷର ପ୍ରାୟ ୨୮ ଶତାଂଶ ହେଉଛି ଏକ ନ୍ୟଷ୍ଟିବିଶିଷ୍ଟ କୋଷ । ଏହି କୋଷଗୁଡ଼ିକର ନ୍ୟଷ୍ଟି ଗୋଲାକାର ଓ ବଡ଼ ।ଏହା ୨ ପ୍ରକାରର :-
# ମନୋସାଇଟ୍ (ଲଚ୍ଛଚ୍ଚଚ୍ଛମସ୍ଥନ୍ଦର)
# ଲିଂଫୋସାଇଟ୍ ( କ୍ଷସ୍ଥଲଟ୍ଟଶଚ୍ଛମସ୍ଥନ୍ଦର);ଲିଂଫୋସାଇଟ ମଧ୍ୟ ୨ ପ୍ରକାରର :-
:# ବି ଲିଂଫୋସାଇଟ୍
:#ଟି ଲିଂଫୋସାଇଟ୍
=== ଶରୀରରେ ଶ୍ବେତଶ୍ୱେତ ରକ୍ତକଣିକାର କାର୍ଯ୍ୟ ===
ଶ୍ବେତଶ୍ୱେତ ରକ୍ତ କଣିକା ଆମ ଶରୀରର ପ୍ରତିରକ୍ଷା ବାହିନୀ। ଏମାନଙ୍କର ପ୍ରଧାନ କାର୍ଯ୍ୟ ହେଉଛି ଜୀବାଣୁମାନଙ୍କ ଆକ୍ରମଣରୁ ଶରୀରକୁ ରକ୍ଷା କରିବା । ବହୁରୂପୀ ନ୍ୟଷ୍ଟି ବିଶିଷ୍ଟ ଶ୍ବେତଶ୍ୱେତ ରକ୍ତକଣିକା ଜୀବାଣୁ ବିରୁଦ୍ଧରେ ପ୍ରତ୍ୟକ୍ଷ ସଂଗ୍ରାମ କରେ ଏବଂ ଅନ୍ୟଟି ଜୀବାଣୁନାଶକ ଉପାଦାନ ଯୋଗାଏ ।
 
ଶରୀରରେ ଜୀବାଣୁ ପ୍ରବେଶ କଲେ ଶ୍ବେତଶ୍ୱେତ ରକ୍ତ କଣିକାଗୁଡ଼ିକ ରକ୍ତ କୈଶିକ (capillaries) ମଧ୍ୟରୁ ବାହାରି ଆସି ଜୀବାଣୁ ଥିବା ସ୍ଥାନରେ ଜମିଯାଏ । ସେଥିମଧ୍ୟରୁ ବହୁରୂପୀ ନ୍ୟଷ୍ଟିବିଶିଷ୍ଟ ଶ୍ବେତଶ୍ୱେତ ରକ୍ତ କଣିକା ଜୀବାଣୁ ଚାରିପାଖରେ ଘେରିଯାଏ ଓ ଜୀବାଣୁକୁ କବଳିତ କରି ନିଜ ଭିତରେ ପୁରାଇ ନଷ୍ଟ କରିଦିଏ । ଜୀବାଣୁ ନଷ୍ଟ ହେବାପରେ ଜୀବାଣୁମାନଙ୍କଦ୍ବାରାଜୀବାଣୁମାନଙ୍କଦ୍ୱାରା ହତ ବା କ୍ଷତ ହୋଇଥିବା ତନ୍ତୁଗୁଡ଼ିକର "ସଂସ୍କାର" ମଧ୍ୟ ଏହି କୋଷମାନଙ୍କଦ୍ବାରାକୋଷମାନଙ୍କଦ୍ୱାରା ହୋଇଥାଏ । କଣିକାବିହୀନ କୋଷମାନଙ୍କରୁ ଉତ୍ପନ୍ନ ବିଭିନ୍ନ ପ୍ରକାର ଜୀବାଣୁ ନାଶକାରୀ ଉପାଦାନ ଜୀବାଣୁମାନଙ୍କ ସଂସ୍ପର୍ଶରେ ଆସି ସେମାନଙ୍କୁ ପଙ୍ଗୁ କରିଦିଏ । ତେଣୁ ଜୀବାଣୁଗୁଡ଼ିକ ନଷ୍ଟ ହେବାରେ ଏହା ବହୁତ ସାହାଯ୍ୟ କରେ ।
 
== ଅଣୁଚକ୍ରିକା ==
"https://or.wikipedia.org/wiki/ରକ୍ତ"ରୁ ଅଣାଯାଇଅଛି