"ଭାରତର ପ୍ରଧାନମନ୍ତ୍ରୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୨୯ କ ଧାଡ଼ି:
}}
 
[[ଭାରତ]]ର ସଂସଦୀୟ ଶାସନ ବ୍ୟବସ୍ଥାରେ ପ୍ରଧାନମନ୍ତ୍ରୀଙ୍କ ଭୂମିକା ବେଶ ଗୁରୁତ୍ବପୂର୍ଣ୍ଣଗୁରୁତ୍ୱପୂର୍ଣ୍ଣ । କେନ୍ଦ୍ର ମନ୍ତ୍ରୀପରିଷଦର ଅଧ୍ୟକ୍ଷ ହେଉଛନ୍ତି ନିଜେ ପ୍ରଧାନମନ୍ତ୍ରୀ । ସେ ମଧ୍ୟ କେନ୍ଦ୍ର ସରକାରଙ୍କର ପ୍ରଶାସନିକ ମୂଖ୍ୟ ।
 
ସମ୍ବିଧାନିକ ବ୍ୟବସ୍ଥା ଅନୁସାରେ ସମସ୍ତ କାର୍ଯ୍ୟପାଳିକା କ୍ଷମତା [[ଭାରତର ରାଷ୍ଟ୍ରପତି|ରାଷ୍ଟ୍ରପତି]]ଙ୍କ ହାତରେ ଥିଲେ ବି ବାସ୍ତବ କ୍ଷେତ୍ରରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେନେତୃତ୍ୱରେ ପରିଚାଳିତ କେନ୍ଦ୍ର ମନ୍ତ୍ରୀପରିଷଦ ଏହି ସମସ୍ତ କ୍ଷମତା ପ୍ରୟୋଗ କରନ୍ତି । ସେଥିପାଇଁ କୁହାଯାଇଛି ଯେ ଭାରତରେ ସମସ୍ତଙ୍କ ଅପେକ୍ଷା ଅଧିକ କ୍ଷମତାଶାଳୀ ସାମ୍ବିଧାନିକ ପଦବୀର ଅଧିକାରୀ ହେଉଛନ୍ତି ସ୍ବୟଂସ୍ୱୟଂ ପ୍ରଧାନମନ୍ତ୍ରୀ ।
== କେନ୍ଦ୍ର ମନ୍ତ୍ରୀମଣ୍ଡଳ ଗଠନ ==
କେନ୍ଦ୍ରମନ୍ତ୍ରୀମଣ୍ଡଳ ଗଠନରେ ପ୍ରଧାନମନ୍ତ୍ରୀଙ୍କର ଭୂମିକା ବିଶେଷ ଭାବେ ଗୁରୁତ୍ବପୂର୍ଣ୍ଣଗୁରୁତ୍ୱପୂର୍ଣ୍ଣ । ପ୍ରଥମେ, ପ୍ରତ୍ୟେକ ସାଧାରଣ ନିର୍ବାଚନ ପରେ, ରାଷ୍ଟ୍ରପତି ଲୋକ ସଭାରେ ଥିବା ସଂଖ୍ୟାଗରିଷ୍ଠ ଦଳର ନେତାଙ୍କୁ ଆମନ୍ତ୍ରଣ କରି ପ୍ରଧାନମନ୍ତ୍ରୀ ପଦରେ ନିଯୁକ୍ତ କରନ୍ତି ଏବଂ ତାଙ୍କର ପରାମର୍ଶକ୍ରମେ ଅନ୍ୟ ମନ୍ତ୍ରୀମାନଙ୍କୁ ନିଯୁକ୍ତ କରନ୍ତି । ମାତ୍ର ଯଦି କୈଣସି ଦଳର ସଂଖ୍ୟାଗରିଷ୍ଠତା ନ ଥାଏ, ତେବେ ରାଷ୍ଟ୍ରପତି ତାଙ୍କର ସ୍ବେଚ୍ଛାକୃତସ୍ୱେଚ୍ଛାକୃତ କ୍ଷମତା ବ୍ୟବହାର କରି ପ୍ରଧାନମନ୍ତ୍ରୀଙ୍କୁ ନିଯୁକ୍ତ କରନ୍ତି ।
 
== ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାବଳୀ ==
ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକ୍ରମେ ରାଷ୍ଟ୍ରପତି ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କରନ୍ତି । କେନ୍ଦ୍ରମନ୍ତ୍ରୀ ପରିଷଦର ଅଧ୍ୟକ୍ଷ ଭାବରେ ପ୍ରଧାନମନ୍ତ୍ରୀଙ୍କ ଦାୟିତ୍ବଦାୟିତ୍ୱ ଅନେକ । ସେ ମନ୍ତ୍ରୀ ପରିଷଦର ବୈଠକରେ ଅଧ୍ୟକ୍ଷତା କରନ୍ତି । ବୈଠକ ବସିବାର ଦିନ ଓ ସମୟ ଧାର୍ଯ୍ୟ କରିବା ଓ କାର୍ଯ୍ୟସୂଚୀ ସ୍ଥିର କରିବା, ମନ୍ତ୍ରୀମାନଙ୍କ ମଧ୍ୟରେ ସମନ୍ବୟସମନ୍ୱୟ ରକ୍ଷା କରିବା ଇତ୍ୟାଦି ଦାୟିତ୍ବଦାୟିତ୍ୱ ପ୍ରଧାନମନ୍ତ୍ରୀଙ୍କର । ପ୍ରଧାନମନ୍ତ୍ରୀ ହେଉଛନ୍ତି ରାଷ୍ଟ୍ରପତିଙ୍କର ଉପଦେଷ୍ଟା । କ୍ୟାବିନେଟ ବୈଠକରେ ନିଆଯାଉଥିବା ସମସ୍ତ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ଦାୟିତ୍ବଦାୟିତ୍ୱ ମଧ ପ୍ରଧାନମନ୍ତ୍ରୀଙ୍କ ହାତରେ ନ୍ୟସ୍ତ । ପ୍ରଧାନମନ୍ତ୍ରୀ ହେଉଛନ୍ତି '''ଯୋଜନା ଆୟୋଗ'''ର ଅଧ୍ୟକ୍ଷ । ନିଜ ପଦାଧିକାର ବଳରେ ପ୍ରଧାନମନ୍ତ୍ରୀ ଏହି ମର୍ଯ୍ୟାଦାପୂର୍ଣ୍ଣ ଅଧ୍ୟକ୍ଷ ଦାୟିତ୍ବଦାୟିତ୍ୱ ତୁଲାଉଛନ୍ତି । ପ୍ରଧାନମନ୍ତ୍ରୀ ହେଉଛନ୍ତି ଲୋକ ସଭାର ନେତା ଓ ଦେଶର ନେତା । ରାଷ୍ଟ୍ରପତି ଓ ସଂସଦ ମଧ୍ୟରେ ପ୍ରଧାନମନ୍ତ୍ରୀ ହେଉଛନ୍ତି ଏକମାତ୍ର ଯୋଗସୂତ୍ର ରକ୍ଷାକାରୀ। ବିଭିନ୍ନ ସମୟରେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରି ପ୍ରଧାନମନ୍ତ୍ରୀ ତାଙ୍କୁ ଦେଶର ହାଲଚାଲ ଜଣାଇଥାନ୍ତି । ପ୍ରଧାନମନ୍ତ୍ରୀ ସଂସଦରେ ସରକାରଙ୍କର ମୁଖପାତ୍ର ଭାବରେ ଦାୟିତ୍ବଦାୟିତ୍ୱ ତୁଲାନ୍ତି । ଆନ୍ତର୍ଜାତିକ ସ୍ତରରେ ଆମ ପ୍ରଧାନମନ୍ତ୍ରୀ ଭାରତର ନେତୃତ୍ବନେତୃତ୍ୱ ନେଇଥାନ୍ତି । ବିଶେଷକରି '''ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ'''ର ମୂଖ୍ୟ ଦିଗଦର୍ଶକ ହେଉଛନ୍ତି ଭାରତର ପ୍ରଧାନମନ୍ତ୍ରୀ । ଦେଶର ସମୂହ ସ୍ବାର୍ଥରକ୍ଷାସ୍ୱାର୍ଥରକ୍ଷା କରିବା ହେଉଛି ତାଙ୍କର ଗୁରୁଦାୟିତ୍ବଗୁରୁଦାୟିତ୍ୱ
== ଭୂମିକା ଓ ପଦମର୍ଯ୍ୟାଦା ==
ପ୍ରଧାନମନ୍ତ୍ରୀ ବାସ୍ତବରେ ହେଉଛନ୍ତି ଅଖଣ୍ଡ କ୍ଷମତାର ଅଧିକାରୀ । ତାଙ୍କ ନିର୍ଦ୍ଦେଶରେ ଆମ ଦେଶରେ ଶାସନ ଚାଲେ । ତାଙ୍କୁ ସୌର ଜଗତର ସୂର୍ଯ୍ୟଙ୍କ ସହିତ ତୁଳନା କରାଯାଇପାରେ । ତେବେ ପ୍ରଧାନମନ୍ତ୍ରୀଙ୍କ ପଦମର୍ଯ୍ୟାଦା ତାଙ୍କ ବ୍ୟକ୍ତିତ୍ବବ୍ୟକ୍ତିତ୍ୱ ଉପରେ ନିର୍ଭର କରେ । ଜଣେ ଉତ୍ତୁଙ୍ଗ ବ୍ୟକ୍ତିତ୍ତ୍ବବ୍ୟକ୍ତିତ୍ତ୍ୱ ସଂପନ୍ନ ପ୍ରଧାନମନ୍ତ୍ରୀ ନିଜ ପଦବୀକୁ ଅଧିକ ବଳିଷ୍ଠ କରିଥାନ୍ତି । ଉପଯୁକ୍ତ ଦୂରଦୃଷ୍ଟି ଥିବା ପ୍ରଧାନମନ୍ତ୍ରୀ ନିଜ କ୍ଷମତା ବଳରେ ଦେଶରେ ସୁଶାସନ ପ୍ରତିଷ୍ଠା କରିପାରନ୍ତି ।
 
ପ୍ରଧାନମନ୍ତ୍ରୀଙ୍କୁ ବାଦ ଦେଲେ ମନ୍ତ୍ରୀପରିଷଦର ସ୍ଥିତି ସମ୍ପୂର୍ଣ୍ଣ ଅସମ୍ଭବ । ତେବେ ଦଳୀୟ ସମର୍ଥନ ଓ ନେତୃତ୍ବନେତୃତ୍ୱ, ସାମ୍ବିଧାନିକ ବିଚାରଧାରା, ପ୍ରଶାସନିକ ରଣକୌଶଳ ଦେଶର ସାମ୍ପ୍ରତିକ ରାଜନୈତିକ, ଅର୍ଥନୈତିକ ତଥା ସାମ୍ବିଧାନିକ ପରିସ୍ଥିତି, ନିଜର ପ୍ରଜ୍ଞା ତଥା ପ୍ରାକ-ଅଭିଜ୍ଞତା ଇତ୍ୟାଦି କାରଣରୁ ଜଣେ କାର୍ଯ୍ୟରତ ପ୍ରଧାନମନ୍ତ୍ରୀଙ୍କର ସଫଳତା ଓ ବିଫଳତା ଆକଳନ କରାଯାଏ । ସଂପ୍ରତି ଭାରତରେ '''ପ୍ରଧାନମନ୍ତ୍ରୀୟ ସରକାର'''ର ପ୍ରାଧାନ୍ୟ ଧୀରେ ଧୀରେ ବୃଦ୍ଧି ପାଉଛି ।
== କେନ୍ଦ୍ର ମନ୍ତ୍ରୀମଣ୍ଡଳ ==
=== ଭୂମିକା ===