"ଭଦ୍ରକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରେ +ରେ )
ଟିକେ ବ/ୱ ଫଳା ବଦଳ
୩୫ କ ଧାଡ଼ି:
ଇଂରେଜମାନେ ଓଡ଼ିଶା ଅଧିକାର କରିବା ପରେ ୧୮୦୪ରେ କଟକ ଓ ବାଲେଶ୍ୱରକୁ ଦୁଇଟି ପ୍ରଶାସନିକ ଖଣ୍ଡରେ ବିଭକ୍ତ କରାଯାଇଥିଲା। ୧୮୨୮ରେ ବାଲେଶ୍ୱରକୁ ଏକ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ଦିଆଯାଇଥିଲା, କିନ୍ତୁ ଭଦ୍ରକକୁ ଏକ ସବ୍-ଡିଭିଜନ୍ ବୋଲି ଘୋଷଣା କରାଗଲା। ଭଦ୍ରକରେ ସହାୟକ ମାଜିଷ୍ଟ୍ରେଟ୍ ବସୁଥିଲେ ବି ମୁନସିଫ କୋର୍ଟ ୧୯୦୧ ପର୍ଯ୍ୟନ୍ତ ଯାଜପୁରଠାରେ ଥିଲା।
 
ଭାରତୀୟ ସ୍ୱାଧୀନତା ସଂଗ୍ରାମ ସମୟରେ ଭଦ୍ରକ ଏକ ଅଗ୍ରଣୀ ଭୂମିକା ନିଭାଇଥିଲା। ଗାନ୍ଧିଜୀଙ୍କ ଆହ୍ୱାନରେ ୧୯୨୦ ମସିହାର ଅସହଯୋଗ ଆନ୍ଦୋଳନ ସମୟରେ ଏଠାରେ ଲଗାତାର ବର୍ଷେକାଳ କଚେରୀ ବର୍ଜନ କରାଯାଇଥିଲା। ୧୯୨୧ ମସିହା ମାର୍ଚ ମାସର ଶେଷ ସପ୍ତାହ ବେଳକୁ ଲୋକମାନଙ୍କ ଦେଶପ୍ରେମ ଓ ସଂଗ୍ରାମ ପ୍ରତି ସ୍ପୃହାରେ ଅଭିଭୂତ ହୋଇ ଗାନ୍ଧିଜୀ ଭଦ୍ରକ ଆସିଥିଲେ। ୧୯୨୨ରେ କନିକାର ଐତିହାସିକ ସତ୍ୟାଗ୍ରହ ଆରମ୍ଭ ହୋଇଥିଲା, ଯାହା ଅଳ୍ପସମୟପାଇଁ ଭଦ୍ରକରେ ଅବସ୍ଥାପିତ ହୋଇଥିବା ଇଂରେଜ ସେନା ବାହିନୀଙ୍କ ଚାପରେ ଧିମା ପଡ଼ିଯାଇଥିଲା, କିନ୍ତୁ ଚକ୍ରଧର ବେହେରାଙ୍କ ସଫଳ ନେତୃତ୍ୱରେ କନିକାର ଏଇ ବିଦ୍ରୋହ ବିଜୟଲାଭ କଲା। ୧୯୩୦ର ଆଇନ ଅମାନ୍ୟ ଆନ୍ଦୋଳନରେ ଭଦ୍ରକ ନିଜର ଦେଶପ୍ରେମ ଓ ବଳିଦାନର ପରିଚୟ ଦେଇଥିଲା। ଡଃ ହରେକୃଷ୍ଣ ମହତାବଙ୍କ ନେତୃତ୍ୱରେ ଏଇ ଆନ୍ଦୋଳନ ସରକାରଙ୍କ ଲୁଣ ଆଇନ୍ ଭଙ୍ଗ କରିଥିଲା ଓ ସରକାରଙ୍କ ସ୍ଥିତିକୁ ଦୋହଲାଇ ଦେଇଥିଲା। ମହାତ୍ମାଗାନ୍ଧୀ ଏହାଦ୍ୱାର ମୁଗ୍ଧ ହୋଇ ୧୯୩୪ରେ ପୁଣିଥରେ ଭଦ୍ରକ ଗସ୍ତ କରିଥିଲେ ଓ ମହତାବଙ୍କ ବାସ ଭବନରେ ରହିଥିଲେ। ସେତେବେଳେ ସେ ଜୀବରାମ ଆଶ୍ରମ (ନୂଆସାହି, ଆଶ୍ରମ, ଗାରଦପୁର)ର ହରିଜନମାନଙ୍କୁ ଭେଟିଥିଲେ। ଏ ସମୟରେ ଇରମ୍ର ବାଞ୍ଛାନିଧି ମହାନ୍ତି ନିଜର ଅଗ୍ନିବର୍ଷୀ, ଦେଶପ୍ରେମ ମୂଳକ ରଚନାଦ୍ୱାରା ଲୋକମାନଙ୍କୁ ଜାତୀୟତାର ଭାବନାରେ ଉଦ୍ବୁଦ୍ଧଉଦ୍ୱୁଦ୍ଧ କରୁଥିଲେ।
 
୧୯୪୨ର ଐତିହାସିକ ଭାରତଛାଡ଼ ଆନ୍ଦୋଳନରେ ଭଦ୍ରକ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲା। ମୂରଲୀଧର ପଣ୍ଡାଙ୍କ ନେତୃତ୍ୱରେ, ରାଧୁ ମହାଳିକ,ନିଧି ମହାଳିକ ଓ ଅନ୍ୟ ଆଠଜଣ ଦେଶପ୍ରେମୀଙ୍କଦ୍ୱାରା ୨୨ ସେପ୍ଟେମ୍ବର ୧୯୪୨ରେ ଲୁଣିଆ, କାଟସାହିରେ ଏହି ସଂଗ୍ରାମ ଭୟଂକର ରୂପନେଲା, ଯେଉଁଠି ଏମାନେ ଭାରତମାତାର ସ୍ୱାଧୀନତା ପାଇଁ ଆତ୍ମବଳି ଦେଇଥିଲେ। ସେଥିପାଇଁ ଏହି ଜାଗାକୁ ଯଥାର୍ଥରେ ଶହୀଦ ନଗର କୁହାଯାଏ। ୨୮ ସେପ୍ଟେମ୍ବର ୧୯୪୨ରେ ଇରମ୍ଠାରେ ଜାଲିଆନାୱାଲାବାଗ ପରି ଏକ ନିବୁଜ ସ୍ଥାନରେ ଦେଶର ସ୍ୱାଧୀନତାପାଇଁ ବ୍ରିଟିଶ ସରକାରଙ୍କ ଗୁଳି ବିଦ୍ଧ କରିଥିଲା ପାଖାପାଖି ୪୦ଜଣ ସଂଗ୍ରାମୀଙ୍କର ବକ୍ଷକୁ। ଭାରତଛାଡ଼ ଆନ୍ଦୋଳନରେ ଏ ଅଞ୍ଚଳର ଡଃ ହରେକୃଷ୍ଣ ମହତାବ, ମହମ୍ମଦ ହନିଫ୍, ମୂରଲୀଧର ଜେନା, ଗୋକୁଳାନନ୍ଦ ମହାନ୍ତି, ନୀଳମଣି ରାଉତରାୟ ଓ ଅନ୍ୟ ଅନେକ ସଂଗ୍ରାମୀମାନଙ୍କର ଭୂମିକା ଉଲ୍ଲେଖନୀୟ।
"https://or.wikipedia.org/wiki/ଭଦ୍ରକ"ରୁ ଅଣାଯାଇଅଛି