"ଫୁଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୩ କ ଧାଡ଼ି:
'''ଫୁଲ''' ବା '''ପୁଷ୍ପ''' କ୍ଷୁଦ୍ର ଆକାର, କଅଁଳ ପାଖୁଡା, ବିଭିନ୍ନ ରଙ୍ଗ, ଭିନ୍ନ ବାସ୍ନାର ରହିଛି । ଫୁଲମାନଙ୍କର ବହୁତ ପ୍ରକାରର ଆବଶ୍ୟକତା ରହିଛି । ବିଭିନ୍ନ ଉଦ୍ଦେଶ୍ୟରେ ଫୁଲମାନେ ବି ବ୍ୟବହୃତ ହୁଅନ୍ତି - ଜନ୍ମ ଦିନରେ, ସଭାସମିତିରେ, ଦେବାଳୟରେ, ପକେଟରେ, ଶଯ୍ୟାରେ, ମୃତ୍ୟୁ ଶଯ୍ୟାରେ ଏମିତି ବହୁତ ଯାଗାରେ ।
 
ଶାନ୍ତି ଓ ସମୃଦ୍ଧି ପାଇଁ ପୁଷ୍ପମାନ ଇଶ୍ବରଙ୍କଠାରେଇଶ୍ୱରଙ୍କଠାରେ ଅର୍ପିତ । ଆକାଶକୁ ତାରାମାନ ସଜାଇବା ଭଳି ରଙ୍ଗବେରଙ୍ଗର ଫୁଲ ମାନ ପ୍ରକୃତିରାଣୀକୁ ସଜାଇଥାନ୍ତି । ସୃଷ୍ଟିକର୍ତ୍ତାଙ୍କଦ୍ବାରାସୃଷ୍ଟିକର୍ତ୍ତାଙ୍କଦ୍ୱାରା ସୃଷ୍ଟ ପ୍ରତ୍ୟେକ ପଦାର୍ଥକୁ ପ୍ରଥମେ ତାଙ୍କୁ ହିଁ ନିବେଦନ କରାଯାଇଥାଏ । ଏହା ଆର୍ଯ୍ୟ ପରମ୍ପରା । ଶାସ୍ତ୍ର ମତ, ବୃକ୍ଷରେ ଫୁଲମାନେ ଯେଭଳି ଫୁଟିଥାନ୍ତି ପ୍ରଭୁଙ୍କୁ ସେହି ଭଳି ସଜାଇବା ଦରକାର । ଫୁଲ ଓଲଟାଇ ଈଶ୍ବରରଙ୍କୁଈଶ୍ୱରରଙ୍କୁ ଅର୍ପଣ କଲେ ଫଳ କିଛି ମିଳେ ନାହିଁ । ପୁନଶ୍ଚ, ପୁଷ୍ପ ଚୟନ ସମୟରେ ଫୁଲଗଛଟିକୁ ସମ୍ପୁର୍ଣ୍ଣ ପୁଷ୍ପଶୂନ୍ୟ (ଲଣ୍ଡିତ) ନକରି ପ୍ରକୃତିର ଉପଭୋଗପାଇଁ କେତୋଟି ପୁଷ୍ପ ଛାଡ଼ିଦେବା ବିଧେୟ । ଏତଦ୍ବାରାଏତଦ୍ୱାରା ଫୁଲ ଗୁଡ଼ିକୁ ଧାରଣ କରିଥିବା ଗଛଟି ସୁନ୍ଦର ଦେଖାଯିବା ସହିତ ପ୍ରକୃତିରାଣୀ ଅପରୂପ ଶୋଭାରେ ବିମଣ୍ଡିତ ହୋଇଥାଏ । ସୌନ୍ଦର୍ଯ୍ୟ ହିଁ ପରମା ପ୍ରକୃତି । ସେଥି ପାଇଁ ମାତୃବନ୍ଦନାରେ ଯଥାର୍ଥରେ କୁହାଯାଇଛି "ଓଁ ସୌନ୍ଦର୍ଯ୍ୟମୟୀ ପରମେ, ଓଁ ଆନନ୍ଦମୟୀ ପରମେ, ଓଁ ସତ୍ୟମୟୀ ପରମେ '' - ଅର୍ଥାତ; ସୌନ୍ଦର୍ଯ୍ୟ ହିଁ ଶ୍ରେଷ୍ଠ । ଅନ୍ୟ ଅର୍ଥରେ ଶ୍ରେଷ୍ଠତ୍ବଶ୍ରେଷ୍ଠତ୍ୱ ପ୍ରତିପାଦନ କରୁଥିବା ବ୍ୟକ୍ତିତ୍ବବ୍ୟକ୍ତିତ୍ୱ ହିଁ ଦୁନିଆକୁ ସୁନ୍ଦର ଦେଖାଯାଏ । ଫୁଲମାନଙ୍କ ଠାରୁ ଏହି ସନ୍ଦେଶ ଆମକୁ ମିଳେ ।
 
== ପୁଷ୍ପ ଚୟନ ==
୧୦ କ ଧାଡ଼ି:
ଅର୍ଥାତ , ବେବୀଙ୍କ ନାସା ସଦ୍ୟ ପ୍ରସ୍ଫୁଟିତ ଚମ୍ପକ ପୁଷ୍ପ ଭଳି । କର୍ଣ୍ଣରେ ଦେବୀ କଦମ୍ବ ପୁଷ୍ପ ଧାରଣ କରନ୍ତି । ପୁଣି ମା’ଙ୍କ ଅଧିଷ୍ଠାନ ଘଞ୍ଚ ପଦ୍ମବନରେ । ପୁଷ୍ପ ଜଗତରେ ମା’ଙ୍କ ବିଚରଣ ପ୍ରକୃତିକୁ ସୌନ୍ଦର୍ଯ୍ୟମୟ କରି ଗଢି଼ତୋଳେ ।
== ଶାସ୍ତ୍ର ==
ଫୁଲକଥା ଉଲ୍ଲେଖ ନକରି ସେଭଳି କୈଣସି ସ୍ତୋତ୍ର ବା ଶ୍ଳୋକ ନାହିଁ । ଦୁର୍ଗାସ୍ତୋତ୍ରରେ ଦେବୀ ଦୁର୍ଗାଙ୍କ ଆଖିକୁ ନୀଳୋତ୍ପଳା (ନୀଳପଦ୍ମ) ସହ ତୁଳନା କରାଯାଇଛି । ଶିବ ପଞ୍ଚକେଶ୍ବରପଞ୍ଚକେଶ୍ୱର ସ୍ତୋତ୍ରରେ କୁହାଯାଇଛି- ''ମନ୍ଦାର ମୁରବ୍ୟ ବହୁପୁଷ୍ପ ସୁପୂଜିତାୟ, ତସ୍ମୈମକାର ମହିତାୟ ନମଃ ଶିବାୟ''। [[ଆଦିଶଙ୍କର]]ଙ୍କ ଶିବମାନସପୂଜାରେ '''ଜାତିଚମ୍ପକ , ବିଲ୍ବପତ୍ରବିଲ୍ୱପତ୍ର ରଚିତମ୍ ପୁଷ୍ପମ୍''' ଉଲ୍ଲେଖ ରହିଛି । ଏହି ଫୁଲ ଗୁଡିକ ଶିବଙ୍କୁ ସଜାଇବା ପାଇଁ ଉଦ୍ଧିଷ୍ଟ ।
== ପୌରାଣିକ ==
ଅଗସ୍ତ୍ୟମୁନି ଫୁଲର ପ୍ରକାର ଭେଦ ସମ୍ପର୍କରେ ବିଶଦ ସୂଚନା ଦେଇଛନ୍ତି । ଜଗତରେ ୩୮ ହଜାର କୋଟି ପ୍ରକାରର ଫୁଲ ଅଛି । ସେଥିରୁ ଦେବତାମାନେ ତାଙ୍କ ପାଇଁ ୨୦ହଜାର କୋଟି ରଖିଲେ । ସିଦ୍ଧମାନେ ତାଙ୍କ ବ୍ୟବହାର ପାଇଁ ରଖିଲେ ୧୧ହଜାର କୋଟି । ଅବଶିଷ୍ଟ ୫ ହଜାର କୋଟି ଔଷଧୀୟ ଉଦ୍ଦେଶ୍ୟରେ ରଖାଗଲା । ଅସୁରମାନେ ସେମାନଙ୍କର ବ୍ୟବହାର ପାଇଁ ୧ହଜାର କୋଟି ଲୁଟି ନେଲେ । ମାନବଗଣ ଅବଶିଷ୍ଟ ମାତ୍ର ୧ହଜାର କୋଟି ବିଷୟରେ ସଚେତନ ରହିଲେ । ତଥାପି ଏତେ ପ୍ରକାରର ଫୁଲ ବିଷୟରେ ମାନବର ପୂର୍ଣ୍ଣ ଜ୍ଞାନ ନାହିଁ ।
୧୮ କ ଧାଡ଼ି:
<ref>ଶ୍ରୀମାଙ୍କ ବାର୍ତ୍ତା , ଫେବୃଆରୀ ୨୦୧୦</ref>
=== ଲିଙ୍ଗସ୍ ପୁଷ୍ପ ===
ନାଗଲିଙ୍ଗ ପୁଷ୍ପ ଦକ୍ଷିଣାଆଫ୍ରିକୀୟ ପ୍ରଜାତିର । ଶିବଲିଙ୍ଗ ଉପରେ ନାଗଫଣା ବିସ୍ତାର କଲାଭଳି ପୁଷ୍ପର ଆକୃତି । ଯଦିଓ ଏହାର ଗୁରୁତ୍ବଗୁରୁତ୍ୱ ବିଷଠାରୁ ନଗଣ୍ୟ ଏହାର ସୂଚକ ହେଉଛି ଯେଉଁମାନେ ଜୈବକ୍ରମେ ଏ ଫୁଲଟି ଖାଇଦିଅନ୍ତି ପ୍ରାୟ ବିଷ ଖାଇବା ଭଳି ପ୍ରଭାବ ସୃଷ୍ଟି କରେ । [[ଶ୍ରୀମା]] ଏହାକୁ ଆଧ୍ୟାତ୍ମିକ ନାମକରଣ କଲେ ସମୃଦ୍ଧି । ମା' କହିଲେ ନାଗଲିଙ୍ଗ ପୁଷ୍ପ ଯଦି ନମିଳିଲା ସେହି ଏକା ଫଳ ପ୍ରାପ୍ତି ପାଇଁ କଇଁ ବ୍ୟବହାର କରାଯାଇପାରେ ।
=== କାଗଜ ଫୁଲ ===
ନିରାପତ୍ତାର ପ୍ରତିକ । ଘର ଚାରି ପାଖରେ ଲଗାଇଲେ ଗୃହର ନିରାପତ୍ତା ରକ୍ଷାହୁଏ । ଭ୍ରମଣ ସମୟରେ ନିଜସହିତ ଗୋଛାଏ ଫୁଲ ନେଲେ ଦୁର୍ଘଟଣାରୁ ରକ୍ଷା ମିଳେ ।
=== କଖାରୁ ଫୁଲ ===
ଦକ୍ଷିଣ ଭାରତୀୟ ପରମ୍ପରାରେ କେତୋଟି କଖାରୁ ଫୁଲ ମଝିରେ ଧାନ ଫୁଲ ରଖି [[ଡିସେମ୍ବର]]-[[ଜାନୁଆରୀ]] ମାସରେ ଗୋବର ପିଣ୍ଡୁଳା ଉପରେ ଥାପନ୍ତି । ଗ୍ରାମବାସୀଙ୍କର ବିଶ୍ବାସବିଶ୍ୱାସ ସେମାନଙ୍କର ଗୃହ, ଗ୍ରାମ ଓ କ୍ଷେତରେ ସମୃଦ୍ଧି ବିରାଜମାନ କରିବ । ମା' କଖାରୁ ଫୁଲକୁ ପ୍ରାଚୁର୍ଯ୍ୟ କହନ୍ତି । [[ବୃହଷ୍ପତି]]ଙ୍କର କଖାରୁ ଫୁଲ ଅତ୍ୟନ୍ତ ପ୍ରିୟ ।
=== ପାରିଜାତ ===
ବ୍ରହ୍ମଦର୍ଶନ ପୁଷ୍ପ । ବ୍ରାହ୍ମମୁହୂର୍ତ୍ତରେ ଫୁଟେ । ଏହା ଅସାଧାରଣ ଯୋଗଶକ୍ତି ପ୍ରଦାନ କରେ । ମାନବ ସମାଜର କଲ୍ୟାଣ ପାଇଁ [[କୃଷ୍ଣ]] ଏ ପୁଷ୍ପକୁ ମର୍ତ୍ତ୍ୟକୁ ଆଣିଥିଲେ ।
୨୯ କ ଧାଡ଼ି:
ପ୍ରତ୍ୟେକ ଦେଶର ଧର୍ମ ଓ ଆରାଧନା ସହିତ ଫୁଲାମାନେ ଜଡିତ । ପୃଥିବୀସାରା ଲୋକଙ୍କୁ ଫୁଲ ପ୍ରେମ ଓ ସ୍ମରଣର ପ୍ରତୀକ ଭାବେ ଜଣା । ଗୋଟିଏ ପୁଷ୍ପ ପ୍ରକୃତିର ସମସ୍ତ ଉପାଦାନ - ବାୟୁ, ଜଳ, ଅଗ୍ନି, ମୃତ୍ତିକା ଓ ଇଥର ଧାରଣ କରେ । ଏହି ବିରାଟ ସତ୍ୟ କବି ଲର୍ଡ ଟେନିସନ୍ଙ୍କ ପଙ୍କ୍ତିରେ ରହିଛି । ତାଙ୍କ ପରିକଳ୍ପନାରେ ସେ ଛୋଟ ଫୁଲଟିକୁ ସମ୍ବୋଧନାତ୍ମକ ଢ଼ଙ୍ଗରେ କହୁଛନ୍ତି - ଯଦି ମୁଁ ବୁଝନ୍ତି ତୁମେ ମୂଳ ଓ ସର୍ବେସର୍ବା, ତାହେଲେ ମୁଁ ଜାଣିପାରନ୍ତି ମନ୍ୟୁଷ ଓ ଭଗବାନ କଣ !।
== ବୈଶିଷ୍ଟ୍ୟ ==
* ପଦ୍ମ ଦେବତାମାନଙ୍କର ପୁଷ୍ପ । ତେଣୁ ପଦ୍ମଫୁଲକୁ ପଦ୍ମାବତାର କୁହାଯାଏ । ସେ ଲାଲକମଳ ବା ସଫେଦକମଲ (ଶ୍ବେତପଦ୍ମଶ୍ୱେତପଦ୍ମ) ହେଉ ତାହା ଦିବ୍ୟଚେତନାର ପ୍ରତୀକ । ପଙ୍କୁଆ/କାଦୁଆ ପୋଖରୀରେ ପଦ୍ମଜାତ ହୋଇ ଅତ୍ୟୁଚ୍ଚ ସ୍ଥାନକୁ ଯାଇଛି ପଦ୍ମ । ଆମ ଚତୁପାର୍ଶ୍ବରଚତୁପାର୍ଶ୍ୱର ଦୁନିଆ କର୍ଦ୍ଦମାକ୍ତ, ଅପରିଚ୍ଛନ୍ନ । ଭଗବାନଙ୍କ ସୃଷ୍ଟିରେ ଯେଉଁ ମଣିଷ ଶ୍ରେଷ୍ଠ ବିବେଚିତ ହୁଏ, ସେ ଉଚ୍ଚତର ସୋପାନରେ ପହଞ୍ଚେ । ପଦ୍ମ ଏହି ଉଦାହରଣ ରଖିଛି ଏବଂ ମନୁଷ୍ୟ ଏହି ଗୁଣକୁ ଉଦ୍ଧାର କରିବା ଉଚିତ । ଲାଲକମଳ ପାର୍ଥିବ ସଂମ୍ପଦ ଦିଏ ଓ ଶ୍ବେତପଦ୍ମଶ୍ୱେତପଦ୍ମ ଯଥେଚ୍ଛା ଜ୍ଞାନ ଓ ଭକ୍ତି ଦିଏ । ଲକ୍ଷ୍ମୀ ଐଶ୍ବର୍ଯ୍ୟରଐଶ୍ୱର୍ଯ୍ୟର ଅଧିକାରିଣୀ , ପଦ୍ମବନ ନିବାସିନୀ , ପଦ୍ମକୁ ଆଧାର କରି ତାଙ୍କ ସ୍ମୃତି ନିମ୍ନମତେ କରାଗଲା -
 
'''ପଦ୍ମାଳୟା ପଦ୍ମକରଂ
ପଦ୍ମପତ୍ର ନିଭେକ୍ଷଣାମ୍
ବନ୍ଦେ ପଦ୍ମମୁଖୀଂ ପ୍ରିୟାମହମ୍ '''
* ଗୋଲାପକୁ ପୁଷ୍ପ ଜଗତରେ ଚମତ୍କାର ଗୋଲାପର ଆଖ୍ୟାଦିଆଯାଇଛି । ବିଭିନ୍ନ ପ୍ରକାରର ଗୋଲାପ ଅଛନ୍ତି । ମାନବିକ ପ୍ରେମ ପ୍ରକାଶର ପୁଷ୍ପ ଏହି ଗୋଲାପ । ଅଗସ୍ତ୍ୟ ମୁନି କହିଛନ୍ତି ଗୋଟିକିଆ ଗୋଲାପ ମୁଣ୍ଡରେ ପିନ୍ଧିବା ଉଚିତ ନୁହେଁ । ଏହା କଳହ ଓ ଶତ୍ରୁତା ସୃଷ୍ଟିକରେ । ଗୋଟିକରୁ ଅଧିକ ଗୋଲାପ ପିନ୍ଧାଯାଇପାରେ । ହଳଦିଆ ଗୋଲାପ ଶକ୍ତିଶାଳୀ । ଏହା ପିନ୍ଧିଲେ ପ୍ରତିକାର୍ଯ୍ୟରେ ସଫଳତା ଆଣେ । ଲାଲ ଗୋଲାପ ନଅଗୋଟି ଏକତ୍ର କରି ଧନୁ ଆକାରରେ ମୁଣ୍ଡରେ ବାନ୍ଧିଲେ ପରିବାର ଭିତରେ ଭଲଭାବନା ସୃଷ୍ଟିକରିବ , ପିଲାମାନଙ୍କୁ ସଠିକ ମାର୍ଗରେ ନେବ । [[ଶ୍ରୀ ଅରବିନ୍ଦ]]ଙ୍କ ଭାଷାରେ ଗୋଲାପ ବହୁ ପାଖୁଡା ମେଲିବା ଭଳି ଯଶକୁ ବହୁଗୁଣିତ କରି ବ୍ୟକ୍ତିତ୍ବକୁବ୍ୟକ୍ତିତ୍ୱକୁ ପ୍ରସ୍ଫ୍ରୁଟିତ କରିବାପାଇଁ ମନୁଷ୍ୟ ସମାଜକୁ ପ୍ରେରଣା ଦିଏ ।
== ବାର ଓ ଫୁଲ ==
କେଉଁ ବାରରେ କେଉଁ ପୁଷ୍ପ ଦେବଦେବୀଙ୍କୁ ଅର୍ପଣ କଲେ କି ପ୍ରକାର ଫଳ ପ୍ରାପ୍ତି ହୁଏ ତତ୍ ସଂମ୍ପର୍କୀୟ ବିବରଣି ଅଗସ୍ତ୍ୟମୁନି ପ୍ରଦାନ କରି ଅଛନ୍ତି ।
* [[ରବିବାର]] [[ପଦ୍ମ ଫୁଲ]]ରେ ଠାକୁରଙ୍କୁ ସଜାଇଲେ ଘରେ ସମୃଦ୍ଧି ଆସିବ ।
* [[ସୋମବାର]] ଇଷ୍ଟଦେବୀଙ୍କୁ କଇଁ ଓ ଜସ୍ମିନ ପ୍ରଦାନ କଲେ ଗୃହରେ ଏକତା ଆସିବ । ସଦସ୍ୟଙ୍କ ମଧ୍ୟରୁ ଅବୁଝାମଣା ଦୂରେଇଯିବ ।
* [[ମଙ୍ଗଳବାର]] ଦେବୀଙ୍କୁ ଟ୍ୟୁରୋଜ ଦେଲେ ସ୍ବାମୀମାନେସ୍ୱାମୀମାନେ ଆଶାତୀତ ଦୁର୍ଘଟଣାରୁ ରକ୍ଷାପାଇପାରିବେ ।
* [[ବୁଧବାର]] ଇଶ୍ବରଙ୍କୁଇଶ୍ୱରଙ୍କୁ ପାରିଜାତ ଦେଲେ ପିଲାମାନଙ୍କର ସ୍ମରଣ ଶକ୍ତି ବୃଦ୍ଧି ପାଇବ ।
* [[ଶୁକ୍ରବାର]] ଧବଳ ଓ ଇସତଲାଲ୍ ରଙ୍ଗର ରାମବାଣ ପୁଷ୍ପ ଠାକୁରଙ୍କୁ ଦେଲେ ପିଲାମାନଙ୍କର ସମସ୍ତ ତ୍ରୁଟି ଦୂର ହୋଇଯାଏ । ସ୍ବାମୀରସ୍ୱାମୀର ପରମାୟୁ ଦୂର ହୋଇଯାଏ ।
* ସବୁ ଦିନ ଜସ୍ମିନକୁ ଟଙ୍କାବାକ୍ସ/ଲୁହାସିନ୍ଦୁକରେ ରଖାଗଲେ ସର୍ବ ସମୃଦ୍ଧି ପ୍ରାପ୍ତ ହେବ । <ref>ପୌରୁଷ ପତ୍ରିକା , ଫେବୃଆରୀ ୨୦୧୦, ପୃଷ୍ଠା - ୯୪</ref>
 
"https://or.wikipedia.org/wiki/ଫୁଲ"ରୁ ଅଣାଯାଇଅଛି