"ପରଶୁରାମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୧୮ କ ଧାଡ଼ି:
ପୌରାଣିକ ମତେ '''ପର୍ଶୁରାମ''', [[ବିଷ୍ଣୁ]]ଙ୍କ ଷଷ୍ଠ ଅବତାର । ଭୃଗୁବଂଶର ଋଷି ଜମଦଗ୍ନି ଓ ରେଣୁକାଙ୍କ ଔରସରୁ ପର୍ଶୁରାମ ଜନ୍ମଗ୍ରହଣ କରିଥିଲେ । ପିଲାଦିନରୁ ପୂଜାପାଠ ଛାଡ଼ି ଧନୁଶର ଓ ପରଶୁ କୁଠାର ସାହାଯ୍ୟରେ ସେ ଯୁଦ୍ଧବିଦ୍ୟା ଶିକ୍ଷା କଲେ । ଏହି ସମୟରେ ମା’ ରେଣୁକାଙ୍କୁ ଚରିତ୍ର ସ୍ଖଳନ ଦୋଷରେ ଦୋଷୀ ସାବ୍ୟସ୍ତ କରି ଋଷି ଜମଦଗ୍ମି ତାଙ୍କୁ ମୃତ୍ୟୁଦଣ୍ଡ ଆଦେଶ ଦେଲେ । ଭୃଗୁପତି ପର୍ଶୁରାମ ପର୍ଶୁ ଆଘାତରେ ମାଆଙ୍କ ମୁଣ୍ଡରୁ ଗଣ୍ଡିକୁ ଅଲଗା କରିଦେଲେ । ପିତା ଜମଦଗ୍ନି ସନ୍ତୁଷ୍ଟ ହୋଇ ବର ଯାଚନା କଲେ । ମାଆଙ୍କୁ ପୁନର୍ଜୀବନ ଦେବା ପାଇଁ ପର୍ଶୁରାମ ବର ମାଗିଲେ । ଋଷି ଜମଦଗ୍ନି ସନ୍ତୁଷ୍ଟ ହୋଇ ରେଣୁକାଙ୍କୁ ଜୀବନ୍ୟାସ ମନ୍ତ୍ରପଢ଼ି ଜଳସିଞ୍ଚି ବଞ୍ଚାଇ ଦେଲେ । ତେବେ ମାତୃହତ୍ୟା କରିଥିବାରୁ ପାପଭାରରେ ପର୍ଶୁରାମଙ୍କ ପରଶୁ ତାଙ୍କ କାନ୍ଧରୁ ଉଠିଲା ନାହିଁ । ଏହା ଦେଖି ପିତା ଜମଦଗ୍ନି କହିଲେ ‘ଭାରତବର୍ଷର ସମସ୍ତ ତୀର୍ଥ ଦର୍ଶନ କରି ଜଳରେ ସ୍ନାନ କର । ତା’ପରେ କୈଳାସ ପର୍ବତକୁ ଯାଇ [[ଶିବ]] ପାର୍ବତୀଙ୍କ ନିକଟରେ ତପସ୍ୟା କର । ଶିବ ପାର୍ବତୀ ସନ୍ତୁଷ୍ଟ ହୋଇ ତୁମକୁ ପାପମୁକ୍ତ କରିବେ । ପିତାଙ୍କ ଆଦେଶ ପାଳନ କରି ପର୍ଶୁରାମ ଦୀର୍ଘଦିନ ତୀର୍ଥସ୍ଥାନ ପର୍ଯ୍ୟଟନ କରି କୈଳାସ ପର୍ବତରେ ତପସ୍ୟାରତ ହେଲେ । ତାଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ଶିବ ପାର୍ବତୀ ତାଙ୍କୁ ବର ପ୍ରଦାନ କରି ପାପମୁକ୍ତ କଲେ । ଫଳରେ ତାଙ୍କ କାନ୍ଧରୁ ପରଶୁ କୁଠାର ଖସିଗଲା ।
 
ଦ୍ବାପରଦ୍ୱାପର ଯୁଗରେ କ୍ଷତ୍ରୀୟମାନେ ଅତ୍ୟାଚାରୀ ହୋଇ ପ୍ରଜାମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର ଆରମ୍ଭ କରିଦେଲେ । ଭଗବାନ ପର୍ଶୁରାମ ନିଜେ ବ୍ରାହ୍ମଣ ସନ୍ତାନ ହୋଇ ମଧ୍ୟ ହାତରେ ପରଶୁ କୁଠାର ଧରି ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇଗଲେ । ସର୍ବପ୍ରଥମେ ସହସ୍ରାର୍ଜ୍ଜୁନଙ୍କୁ ହତ୍ୟା କଲେ । ପରେ ପରେ ଏକବିଂଶବାର ବୁଲି ବୁଲି ସେ କ୍ଷତ୍ରୀୟକୁଳ ଅଙ୍କୁରମାନଙ୍କୁ ନିପାତ କଲେ । ସମଗ୍ର ପୃଥିବୀ ବୀର କ୍ଷତ୍ରୀୟମାନଙ୍କ ରକ୍ତରେ ଧୌତ ହେଲା । ଅତ୍ୟାଚାରୀ କ୍ଷତ୍ରୀୟମାନଙ୍କୁ ଉପଯୁକ୍ତ ଦଣ୍ଡ ଦେଇସାରିବା ପରେ ଆଉ ପର୍ଶୁରାମ ଅବତାରରେ କୌଣସି ଆବଶ୍ୟକତା ରହିଲା ନାହିଁ । ତେଣୁ ଭଗବାନ ଶ୍ରୀରାମଚନ୍ଦ୍ର ରୂପେ ଅଯୋଧ୍ୟା ରାଜପରିବାରରେ ସେ ଜନ୍ମଗ୍ରହଣ କଲେ । ଜନକ ରାଜକୁମାରୀ ସୀତାଙ୍କୁ ବିବାହ କରିବା ପାଇଁ ଶିବଧନୁ ଭାଙ୍ଗିବା ସମୟରେ ପର୍ଶୁରାମଙ୍କ ମିଥିଳାରେ ଆବିର୍ଭାବ ଘଟିଥିଲା। ଶ୍ରୀରାମଙ୍କ ମହିମା ଜାଣିନପାରି ପର୍ଶୁରାମ ତାଙ୍କୁ ଜଣେ ସାଧାରଣ କ୍ଷତ୍ରୀୟ ସନ୍ତାନ ଭାବେ ମନେକରିଥିଲେ । ପର୍ଶୁରାମ ତାଙ୍କ ସହିତ ଯୁଦ୍ଧ ପାଇଁ ଶ୍ରୀରାମଙ୍କୁ ଆମନ୍ତ୍ରଣ କଲେ । ପର୍ଶୁରାମ କହିଲେ- ‘ତୁମେ ତ ଶିବଧନୁ ଭାଙ୍ଗି ସୀତାଙ୍କୁ ବିବାହ କରିଛ, ତେଣୁ ମୋ ଧନୁରେ ଶରସନ୍ଧାନ କରି ଦେଖାଅ ।’ ଭଗବାନ ଶ୍ରୀରାମଚନ୍ଦ୍ର ପର୍ଶୁରାମଙ୍କ ହାତରୁ ଧନୁ ନେଇ ଅକ୍ଳେଶରେ ଶରସନ୍ଧାନ କଲେ । ଠିକ୍ ଏହି ସମୟରେ ଭଗବାନ ରାମଚନ୍ଦ୍ର ପର୍ଶୁରାମଙ୍କ ଶରୀରରୁ ବିଷ୍ଣୁକଳାର ତେଜ ହରଣ କଲେ । ସେହି ଦିନଠାରୁ ପର୍ଶୁରାମ କ୍ଷତ୍ରୀୟ ତେଜ ଓ କ୍ରୋଧ ତ୍ୟାଗ କରି ତପସ୍ୟାରେ ମନ ବଳାଇଲେ । ଦ୍ୱାପର ଯୁଗରେ ପର୍ଶୁରାମ ଭୀଷ୍ମ କର୍ଣ୍ଣଙ୍କ ଭଳି ମହାରଥୀଙ୍କୁ ଯୁଦ୍ଧବିଦ୍ୟା ଶିକ୍ଷା ଦେଇଥିଲେ ।
 
ଆଷାଢ଼ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିକୁ ପର୍ଶୁରାମଙ୍କ ଜନ୍ମ ଦିବସ ଭାବେ ପାଳନ କରାଯାଏ ।
"https://or.wikipedia.org/wiki/ପରଶୁରାମ"ରୁ ଅଣାଯାଇଅଛି