"ଦୂତୀବାହନ ଓଷା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୧୪ କ ଧାଡ଼ି:
|begins =
|ends =
|date = [[ଆଶ୍ବିନଆଶ୍ୱିନ]] [[ପକ୍ଷ|କୃଷ୍ଣ]] [[ଅଷ୍ଟମୀ]]
|date2014 =
|date2015 = ୫ ଅକ୍ଟୋବର (ସୋମବାର)
୩୩ କ ଧାଡ଼ି:
 
== ପାଳନ ବିଧି ==
ଏହି ବ୍ରତର ଉପାସ୍ୟ ଦେବତା [[ଜିମୂତ ବାହନ]] । [[ଓଡ଼ିଆ ଭାଷା|ଓଡ଼ିଆ]] କବି [[ପୁରୁଷୋତ୍ତମ ଦାସ]]ଙ୍କ ରଚିତ "ଦୂତୀଆ ଓଷା କଥା"ରେ ଜିମୂତବାହନ [[ସୂର୍ଯ୍ୟ (ଦେବତା)|ସୂର୍ଯ୍ୟ]]ଙ୍କ ପୁଅ ବୋଲି ଅଭିହିତ କରାଯାଇଛି । କେବଳ ସଧବା ନାରୀମାନେ ଏହି ଓଷା କରିଥାନ୍ତି । ଜିଉଁତିଆର ପୂର୍ବ ଦିନ ଓଷା କାରିଣୀମାନେ ନଦୀ କିମ୍ବା ପୋଖରୀ ତୁଠକୁ ଭଲ ଭାବରେ ପରିଷ୍କାର କରିଦିଅନ୍ତି । ୧୦୮ ଅକ୍ଷତ ଅରୁଆ ଚାଉଳ, ୧୦୮ [[ଦୁବ]], ନାନାପ୍ରକାରର ଫୁଲ ଓ ଆଖୁ, [[କଦଳୀ]], କନ୍ଦମୂଳ, [[ନଡ଼ିଆ]], ଗଜା [[ମୁଗ]], [[ବଡ଼ଚଣା (ଶସ୍ୟ)|ବଡ଼ଚଣା]], ସୋଲା, ନାରଙ୍ଗ, [[ପାନ]], କାକୁଡି, କମଳା, ଜହ୍ନି, କଖାରୁ ଆଦି୨୧ ପ୍ରକାରର ଫଳ ଓ ପରିବା ଆଣିଥାନ୍ତି । ସପ୍ତମୀ ରାତ୍ରିରେ ଚିଲ ଓ ଶିଆଳକୁ ମନେମନେ ସ୍ମରଣକରି ତା'ପରଦିନ ପ୍ରଭାତରୁ ତାଙ୍କୁ ଯାଇ ଭେଟିବାକୁ ହୁଏ । ସ୍ନାନ ଶେଷକରି ସେହି ଦିନଯାକ ନିର୍ଜଳା ଉପବାସ କରିବାକୁ ପଡ଼େ ।<ref>{{cite web |url= http://incredibleorissa.com/en/pua-jiuntia-celebration-western-orissa/ |title=Pua Jiuntia - Dutibahana Osha celebrated Western Orissa Kosal region |first=Surya |last= |work=incredibleorissa.com |year=2012 |quote=fasting the whole day without water for the wellbeing of their children. |accessdate=2 November 2012}}</ref> ସନ୍ଧ୍ୟା ସମୟରେ ପୂଜା ସ୍ଥାନକୁ ପବିତ୍ର କରି ସେଠାରେ ଗୋଟିଏ କୋଠି ତିଆରି କରାଯାଏ । ଚାରିପାଖରୁ ମାଟିଖୋଳି ନେଇ ମଝିଟିକୁ ଛାଡ଼ି ଦିଆଯାଏ ସତେ ଯେମିତି ଚାରିପାଖରେ ପାଣି ରହିଲେ ମଝି ଅଂଶ ଗୋଟିଏ ଦ୍ବୀପପରିଦ୍ୱୀପପରି ଜଣାପଡ଼ିବ । ଏହି କୋଠି ଅତି କମରେ ଦୁଇହାତ ଲମ୍ବା ହେବା ଦରକାର । ତା'ମଝିରେ ତୁଳସୀଗଛ ଲଗାଯାଏ ଏବଂ କଦଳୀ ଗଛ ପୋତାଯାଏ ।
 
ଖୋଳାଯାଇ ଏକ [[ବିଲ]] ତିଆରି କରି ତହିଁରେ ବାଲି ଦେଇ ବେଦୀ ନିର୍ମାଣ କରାଯାଇଥାଏ । ବେଦୀର ପୂର୍ବ ପାଖରେ ସୂର୍ଯ୍ୟ ଓ ପଶ୍ଚିମ ପାଖରେ ଏକ କଦଳୀ ଗଛକୁ ଜିମୂତବାହନଙ୍କ ପ୍ରତୀକ ରୂପେ ପୂଜା କରାଯାଇଥାଏ । ଲେଉଟିଆ ଶାଗ ବ୍ୟତୀତ ଅନ୍ୟାନ୍ୟ ପନିପରିବାକୁ ନେଇ ବ୍ୟଞ୍ଜନ ପ୍ରସ୍ତୁତ କରି ଖିରିପିଠା ଇତ୍ୟାଦି ପ୍ରସ୍ତୁତ କରି ସନ୍ଧ୍ୟାରେ ସ୍ନାନ କରି ଗଙ୍ଗାମାତାଙ୍କୁ ପୂଜା କରି ରାତିରେ ଦୂତୀବାହନଙ୍କୁ ଫଳ ଭୋଗ ଦେଇ ଓଷାର ଉପାଖ୍ୟାନ ଶୁଣିଥା'ନ୍ତି ।<ref> ଦୁତୀବାହ‌ନ ଓଷା. ସମାଜ (ସେପ୍ଟେମ୍ବର ୨୭, ୨୦୧୩).ପୃ. ୨</ref> ଯଦି କେହି ଅପୁତ୍ରିକ ଥାଆନ୍ତି ତା'ହେଲେ ବାସ ଓ [[ଯୁଇ]] ଡାଳ ଆଣି ତାରି ପାଖରେ ପୋତି ରଖନ୍ତି । ବିଭିନ୍ନ ବର୍ଣ୍ଣର [[ମୁରୁଜ]] କରି ସୂର୍ଯ୍ୟ ଦେବତାଙ୍କର କାଳ୍ପନିକ ଚିତ୍ର ଆଙ୍କି, ଚିଲ ଏବଂ ଶିଆଳକୁ ଉତ୍ତରରେ ରଖି ପଶ୍ଚିମରେ ଦୂତୀବାହନଙ୍କୁ ସ୍ଥାପନ କରି ଥାଆନ୍ତି । ବ୍ରତ ଧାରଣ କରିଥିବା ନାରୀମାନେ ବାଲିରେ ଚିଲ ଏବଂ ଶିଆଳର ଚିତ୍ର ଆଙ୍କି [[ଅପାମାର୍ଗ]] କାଠିରେ ଦାନ୍ତ ଘସିଥାନ୍ତି । ସେଦିନ ସମସ୍ତେ ଶୁକ୍ଳବସ୍ତ୍ର ପରିଧାନ କରନ୍ତି । ଏଥିପାଇଁ ଯୋଗାଡ଼ କରିଥିବା ୨୧ପ୍ରକାର ଫଳ ଓ ପରିବାକୁ ଚାଙ୍ଗୁଡ଼ିରେ ଥୋଇ ତା' ଉପରେ ଗୋଟିଏ ନୂଆଲୁଗା ପକାଇ ଆସ୍ଥାନ ପାଖରେ ନେଇ ରଖାଯାଏ । ତା'ସହିତ କଉଡ଼ି, ଚଉରାଅଶୀଟା ଗୁଆ ସେହି କୋଠି ଭିତରେ ପକାଇବାକୁ ହୁଏ । ଏହି ପ୍ରକାର ବିଧିରେ ଓଷା ଶେଷକରି ଓଷା ଦ୍ରବ୍ୟକୁ ନିଜେ ନଖାଇ ରାତି ନ ପାହୁଣୁ ସ୍ନାନ କରି ବିବିଧ ବ୍ୟଞ୍ଜନ ପ୍ରସ୍ତୁତ କରି ସମସ୍ତଙ୍କୁ ବାଣ୍ଟି ଦିଆଯାଏ । ସାଧାରଣତଃ ଅପୁତ୍ରିକ ପୁତ୍ର ଲାଭ ଆଶାରେ <ref name="Gajrani2004">{{cite book|author=S. Gajrani|title=History, Religion and Culture of India|url=http://books.google.com/books?id=Ksgz4Fvt57QC&pg=PA193|accessdate=2 November 2012|date=1 September 2004|publisher=Gyan Publishing House|isbn=978-81-8205-063-1|pages=193–}}</ref>
୪୧ କ ଧାଡ଼ି:
ସନ୍ତାନବତୀ ମା' ସନ୍ତାନମାନଙ୍କର ଦୀର୍ଘଜୀବନ କାମନ କରି ଏ ପ୍ରକାର ଓଷା କରୁଥିବାରୁ ଏହି ଓଷା ପ୍ରତ୍ୟେକ ଓଡ଼ିଆ ନାରୀ ପ୍ରାଣରେ ଗଭୀର ରେଖାପାତ କରିଥାଏ । କୌଣସି ଲୋକ ବିପଦରୁ ରକ୍ଷା ପାଇଲେ ଲୋକମାନେ କହିଥା'ନ୍ତି, 'ସତରେ ମା' ତୋର ଦୂତୀଆ ପୂଜିଥିଲା । ତେଣୁ ରକ୍ଷା ପାଇଗଲୁ ।'
ପୁତ୍ରବତୀ ମା' ପୁତ୍ରର ଚନ୍ଦ୍ର ରିଷ୍ଟ ଖଣ୍ଡନ ପାଇଁ ଦୂତୀଆ ଓଷା କରିଥାନ୍ତି । ତେଣୁ ଜନ୍ମ ସମୟରେ ଚନ୍ଦ୍ରର ପ୍ରଭାବକୁ ଲାଘବ କରିବା ପାଇଁ ଦ୍ବୀତୀୟାଦ୍ୱୀତୀୟା ଚାନ୍ଦ ପୂଜା କରିବା ଯେପରି ଦରକାର ପଡ଼େ ସେହିପରି ସୂର୍ଯ୍ୟ ଦେବତାଙ୍କୁ ପୂଜା କରିବା ପାଇଁ ଏ ପ୍ରକାର ବିଧି ବିଧାନର ଆୟୋଜନ କରାଯାଇଛି ।
 
{{Rquote|right|ପୁଅ ଜିଉଁତିଆ ଓଷା ମଣିଷର ଧର୍ମୀୟ ଅନୁଚିନ୍ତାକୁ ସୁଦୃଢ଼ କରିବା ସହିତ ମାତାପୁତ୍ରର ଅନାବିଳ ସ୍ନେହ ମମତାକୁ ଋଦ୍ଧିମନ୍ତ କରିଥାଏ । ଏହି ଓଷା ପଶ୍ଚିମ ଓଡ଼ିଶାରେ ସର୍ବତ୍ର ପାଳିତ ହୋଇଥାଏ ଏବଂ ଏହି ଦିନଠାରୁ ପାର୍ବଣ ଋତୁର ଶୁଭାରମ୍ଭ ହୋଇଥାଏ । ଚିରଶୁଦ୍ଧି, ଧର୍ମୋପାସନା ଓ ଭାଗବତପ୍ରାପ୍ତି ଦିଗରେ ଏହି ପୁଅ ଜିଉଁତିଆ ଓଷାର ଉପାଦେୟତା ଅପରିହାର୍ଯ୍ୟ[|ଦେବାଶିଷ ପାଣ୍ଡିଆ, ସାମାଜିକ ଗବେଷକ<ref name="samaja"/>}}
୫୦ କ ଧାଡ଼ି:
ଗରିବ ବ୍ରାହ୍ମଣୀଟିଏ ଥାଏ ବାଳୁତ କାଳରୁ ବିଧବା । ସାହା ଭରସା ହେବାକୁ ଦାସୀଟିଏ ରଖିଥାଏ। ସେମାନେ [[ଧାନ]]କୁଟି ଚଳନ୍ତି। ଆଶ୍ୱିନ ମାସ ପିତୃପକ୍ଷ ପଡ଼ିଲା । ରାଜା କୁଟୂତୁଣିମାନଙ୍କୁ ଡକାଇ ଧାନ ଦେଲେ ଏବଂ କୋଠ ଖନ୍ଦା କରି ଚାରିଦିନରେ [[ଚାଉଳ]] ଦେବାକୁ ବରାଦ ଦେଲେ । ମେଘ ଉଠାଇଲା । ଧାନ ଶୁଖାଇ ଚାଉଳ କରିଦେବା କଷ୍ଟ। ବ୍ରାହ୍ମଣୀଟି [[ସୂର୍ଯ୍ୟ]]ଦେବତାଙ୍କ ପାଖେ ଖରାକଲେ ଅଙ୍ଗଦାନ କରିବାକୁ ମାନସିକ କଲା। ସୂର୍ଯ୍ୟଦେବତା ତା’ଦାଣ୍ଡରେ ଖରାକଲେ । ନିର୍ଦ୍ଦିଷ୍ଟ ସମୟରେ ସେ ରାଜାଘରେ ଚାଉଳ ଦେଲା । କିନ୍ତୁ ସୂର୍ଯ୍ୟ ଦେବତା ନିର୍ଦ୍ଧାରିତ ରାତ୍ରିରେ ଅଙ୍ଗସଙ୍ଗ ପାଇଲେ ନାହିଁ । ବ୍ରାହ୍ମଣୀଟି ତା’ଦାସୀକୁ ତା’ସ୍ଥାନରେ ଶୁଆଇ ଦେଇ ଆତ୍ମଗୋପନ କଲା । ଦେବତା ଦାସୀ ଅଙ୍ଗ ସ୍ପର୍ଶ ନ କରି ନିରାଶ ହୋଇ ବାହୁଡିବା ବେଳେ ଲେଉଟିଆ ପଟାଳିରେ ପରିଶ୍ରା କରି ଦେଇଗଲେ । ସେ ସେତେବେଳେ କାମାର୍ତ୍ତ ଅବସ୍ଥାରେ ଥିଲେ । ସେଠି ଇଚ୍ଛାଶାଗ ଉଠିଲା ମନକୁ ମନ, ଗହଳିଆ ହୋଇ ଉଠିଥିବା ଲେଉଟିଆ ଶାଗ ଖାଇ ବ୍ରାହ୍ମଣୀ ଗର୍ଭବତୀ ହେଲା । ବିଧବାର ଗର୍ଭବାସ ଏକ ଗର୍ହିତ ଅପରାଧ । ସେ ସେଥିପାଇଁ ରାଜରୋଷ ଏବଂ ସାମାଜିକ ବାସନ୍ଦର ସମ୍ମୁଖୀନ ହେଲା । ଆଶ୍ୱିନ କୃଷ୍ଣ ଅଷ୍ଟମୀ ଦିନ ତା’ର ପୁଅଟିଏ ହେଲା । ମିଥୁନ ଲଗ୍ନରେ ହୋଇଥିଲା । ତା’ର ନାମ ଦୂତିବାହାନ ରଖାଗଲା ‌। ପୁଅ କ୍ରମେ ବଡ ହୋଇ ଚାହାଳୀରେ ପଢିଲା । ଦିନେ ତା’ର ଖଡି ଗୋଟାଳି ଗଡି ଯିବାରୁ ଜଣେ ସାଙ୍ଗକୁ ବଢାଇ ଦେବାକୁ ଅନୁରୋଧ କଲା। ସେ ପିଲାଟି ଦୋସାଧୁର ପୁଅ । ତାକୁ ଖଡି ଗୋଟାଳି ବଢାଇ ଦେବାକୁ କହୁଥିବା ରାଣ୍ଡୀ ବ୍ରାହ୍ମଣୀ ପୁଅକୁ ସେ ଅଣବାପୁଆ ବୋଲି କହି ଅପମାନିତ କଲା । ପୁଅ ଘରକୁ ଫେରି ତା’ର ଜନକ କିଏ ବୋଲି ଜାଣିବାକୁ ମାଆ ପାଖରେ ଦାବୀ କଲା । ମାଆ ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିଲେ । ରାତି ପାହିଲା । ଅରୁଣ ରଥରେ ବସି ସପ୍ତାଶ୍ୱ ବାହନ ସୂର୍ଯ୍ୟ ଆକାଶରେ ଦେଖାଦେଲେ । ମାଆ ଚିହ୍ନାଇ ଦେଇ କହିଲେ – “ଇଏ ତୋ ବାପା ।” ପୁଅ ଦୂତିବାହାନ ସୂର୍ଯ୍ୟଙ୍କୁ ଦେଖି ନମସ୍କାର କଲା । ସୂର୍ଯ୍ୟ ହାତ ବଢାଇ କୋଳକୁ ଟେକି ନେଲେ । କୋଳରେ ବସାଇ ନାନା ଅଳଙ୍କାର ପିନ୍ଧାଇ ଦେଲେ । ଆକାଶରୁ ନାନା ଅଳଙ୍କାର ପାଟଶାଢୀ ଖସିଲା । ଏହି ବିଚିତ୍ର ଦୃଶ୍ୟଦେଖି ବହୁ ସଂଖ୍ୟାରେ ଲୋକ ଜମିଗଲେ । ଉପସ୍ଥିତ ନରନାରୀ ବିସ୍ମିତ ହେଲେ । ପୁଅ ସୂର୍ଯ୍ୟଦେବଙ୍କୁ ପଚାରିଲା-“ବାପା ! ମୋର ମାଆ କାହିଁକି ଅସତୀ ବୋଲି ନିନ୍ଦା ପାଉଛନ୍ତି ? ଆପଣ ଯଦି ମୋର ବାପା ତେବେ ମୁଁ ଅଣବାବୁଆ ବୋଲି ଅପମାନିତ ହେଉଛି” ? ସୂର୍ଯ୍ୟଦେବ ଆଶ୍ୱସନା ଦେଇ କହିଲେ- “ତୋ ମାଆ ସତୀ । କିଛିଦିନ ପରେ ତୁ ଓ ତୋ ମାଆ ପୃଥିବୀରେ ପୂଜା ପାଇବ ।”
 
===ଦ୍ବିତୀୟଦ୍ୱିତୀୟ ===
ଗୋଟିଏ ଚିଲ ଏବଂ ଗୋଟିଏ ଶୃଗାଳ ଏହି ଓଷା ପାଳନ କରିଥିଲେ । କେତେକ ସ୍ତ୍ରୀଲୋକ ଓଷାକୋଠି ପାଖରେ ବସି ଓଷା ପୂଜୁଥିବାରୁ ଦେଖି ସେମାନେ ଏଥିପ୍ରତି ମନ ବଳାଇଲେ । ଓଷେଇତି ଓଷା ଶେଷରେ ଯେଉଁ ପୂଜା ଜିନିଷ ଫୋପାଡ଼ି ଦେଇଥିଲେ ତାହା ସେମାନେ ସଂଗ୍ରହ କଲେ । ସେମାନେ ଛାଡ଼ି ଯାଇଥିବା ହଳଦୀ ଲଗାଇ ସ୍ନାନ କଲେ । ଚିଲଟି ନିଷ୍ଠାର ସହିତ କାଷ୍ଠାରେ ଓଷା କଲା । କିନ୍ତୁ ଶୃଗାଳଟି ଭୋକ ସମ୍ଭାଳି ପାରିଲାନାହିଁ । ରାତି ଭିତରେ କୋରଡ଼ ଭିତରେ ପଶି ମାଂସ ଖାଇଦେଲା । ଚିଲ କିଛି ଜାଣିନପାରି ଶିଆଳକୁ ପଚାରିଲା- ‘ ଭଉଣୀ ତୁ ଏତେବେଳେ କ’ଣ କଡ଼ମଡ଼ କରି ଚୋବାଉଛୁ ? ଶିଆଳ କହିଲା- କ’ଣ ଅଛି ଯେ ଚୋବାଇବି ? ଥଣ୍ଡାରେ ମୋ ଦାନ୍ତ କଡ଼ମଡ଼ ଶବ୍ଦ ହେଉଛି ।’ ପର ଜନ୍ମରେ ଓଷା ପ୍ରଭାବରୁ ଏହି ଚିଲ ଓ ଶୃଗାଳ ମଣିଷ ଜନ୍ମ ପାଇଲେ । ଉତ୍ତମ କୁଳରେ ଦୁଇ ଭଉଣି ହୋଇ ଜନ୍ମ ହେଲେ । ଶିଆଳ ବଡ ଭଉଣୀ ହେଲା, ଚିଲ ସାନ ଭଉଣୀ ଜନ୍ମ ହେଲା । ବଡ ଭଉଣୀ ମନ୍ତ୍ରୀ ଓ ସାନ ଭଉଣୀ ସାଧବକୁ ବିବାହ କଲେ । ପୂର୍ବ ଜନ୍ମରେ ବ୍ରତ ଖଣ୍ଡିତ କରିଥିବାରୁ ମନ୍ତ୍ରୀ ପତ୍ନୀ ପିଲାଛୁଆ ନହେବାରୁ କଷ୍ଟ ଓ ଦୁଃଖ ଅନୁଭବ କଲା । କିନ୍ତୁ ସାଧବାଣୀ ପୁତ୍ରବତୀ ହୋଇ ସୁଖରେ କାଳ କଟାଇଲା । ଫଳରେ ବଡ଼ ଭଉଣୀ ସାନ ଭଉଣୀକୁ ଇର୍ଷା କଲା । ସାନ ଭଉଣୀ (ସାଧବ ପତ୍ନୀ)ର ସନ୍ତାନମାନେ ମାଉସୀ ଘରକୁ ଖେଳିବାକୁ ଯାଆନ୍ତି । ବଡ଼ ଭଉଣୀ ତଥା ମନ୍ତ୍ରୀ ପତ୍ନୀ ଶୀଳାବତୀ ସେମାନଙ୍କୁ ବିଭିନ୍ନ ଭାବରେ ହତ୍ୟା କରି ସାଧବ ସ୍ତ୍ରୀ ପାଖକୁ ହାଣ୍ଡି, ଚାଙ୍ଗୁଡ଼ି ଇତ୍ୟାଦିରେ ପ୍ରତିଥର ମୃତ ପୁତ୍ରଙ୍କର ଶରୀର ପଠାଏ ଏବଂ ଦୂତୀବାହାନଙ୍କ ମହିମାରୁ ପୁଅମାନେ ଭଲରେ ଥାଆନ୍ତି । ପଠା ହୋଇଥିବା ମାୟା ପୁତ୍ରମାନଙ୍କର ଶରୀର ନଡ଼ିଆ, ଆଖୁ, ଅଦା, ଚଣା ଇତ୍ୟାଦି ଖାଦ୍ୟ ପଦାର୍ଥ ପାଲଟନ୍ତି । ସରଳ ସାଧବ ସ୍ତ୍ରୀ ଏକଥା ଜାଣିପାରେ ନାହିଁ । ପୁଅମାନେ ଠିକ୍ ସମୟରେ ବାହୁଡ଼ନ୍ତି ଏବଂ ମାଉସୀ ପଠାଇଥିବା ଖାଦ୍ୟ ଖାଇ ଖୁସି ହୁଅନ୍ତି । ବାରମ୍ବାର ମାରିବା ପରେ ପୁଅମାନେ ନ ମରିବାରୁ ଶୀଳାବତୀ ଆତଙ୍କିତ ହେଲା । ଏହି ଅବସରରେ ମନ୍ତ୍ରୀ ଏକଥା ଜାଣି ତାକୁ ଭର୍ତ୍ସନା କଲେ । ଶୀଳାବତୀକୁ ନେଇ ସାଧବାଣୀ ପାଖରେ କ୍ଷମା ମାଗିଲେ । କିନ୍ତୁ ଦୂତିବାହାନ ସାଧବାଣିକୁ ପୂର୍ବରୁ ସ୍ୱପ୍ନରେ ସବୁକଥା କହିଦେଇଥିଲେ । ସେ ଭଉଣୀ ଉପରେ ରାଗିଥିଲେ ମଧ୍ୟ ଦୂତୀବାହାନଙ୍କ ଓଷା କରିଥିବାରୁ ସବୁ ପ୍ରକାରେ ସାହାଯ୍ୟ କଲା । ସେମାନେ ଓଷା ପୂଜିବା ସମୟରେ ଦୂତୀବାହାନ ସାତବର୍ଷର ପିଲା ବେଶରେ ଧନୁରେ ଜୁଈର କାଠିଶର ଜୋଖି ଶୀଳାବତୀକୁ କାଣ୍ଡ ବିନ୍ଧିଲେ ଓ ତା’ର ମଡ଼ିଛି ଦୋଷ ଭଗ୍ନ ହୋଇ ସେ ପୁତ୍ରବତୀ ହେଲା । <ref>ସଂଚାର, ପୃଷ୍ଠା-୧୪, ୨୭ ସେପ୍ଟେମ୍ବର ୨୦୧୩</ref><ref>ଅରବିନ୍ଦ ପଟ୍ଟନାୟକ, ବ୍ରତ ସାହିତ୍ୟ, ପୃଷ୍ଠା-୫୧-୫୩, ISBN:81-7586-183-5</ref>