"ଗୀତଗୋବିନ୍ଦ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୨୪ କ ଧାଡ଼ି:
}}
 
'''ଗୀତଗୋବିନ୍ଦ''' କବି [[ଜୟଦେବ]]ଙ୍କଦ୍ବାରାଙ୍କଦ୍ୱାରା [[ସଂସ୍କୃତ ଭାଷା]]ରେ ରଚିତ ଦ୍ୱାଦଶ ଶତାବ୍ଦୀର ଏକ କାବ୍ୟ । ଦ୍ବାଦଶଦ୍ୱାଦଶ ସର୍ଗ ବିଶିଷ୍ଟ ଏହି କାବ୍ୟଟି ରାଧାକୃଷ୍ଣଙ୍କ ରାସଲୀଳା ଉପରେ ପର୍ଯ୍ୟବେସିତ । ବୈଷ୍ଣବ ଭକ୍ତି ମାର୍ଗ ଉପରେ ଗୀତଗୋବିନ୍ଦ କାବ୍ୟର ବିଶେଷ ପ୍ରଭାବ ପଡିଛି । କାନ୍ତ କୋମଳ ପଦାବଳୀ, ମଧୁର ଶବ୍ଦ ସଂଯୋଜନା, ଭକ୍ତି ଭାବରେ ପୂର୍ଣ୍ଣ ବିଷୟ ନିମନ୍ତେ ଗୀତଗୋବିନ୍ଦର ସଂସ୍କୃତ ସାହିତ୍ୟରେ ଏକ ବିଶେଷ ସ୍ଥାନ ରହିଚି । <ref>{{cite book|title=Sri Gita Govinda of Sri Jayadeva Gosvami|publisher=Gaudiya Vedanta Publications}}</ref> ପ୍ରସିଦ୍ଧ ଦଶାବତାର ବର୍ଣ୍ଣନା ଓ ସ୍ତୋତ୍ର ଏହି କାବ୍ୟର ପ୍ରଥମ ସର୍ଗରେ ରହିଛି । ଶ୍ରୀ ଜଗନ୍ନାଥ ସଂସ୍କୃତି ଓ ପରମ୍ପରାରେ ମଧ୍ୟ ଗୀତଗୋବିନ୍ଦର ଏକ ପ୍ରଧାନ ସ୍ଥାନ ରହିଛି।
 
===ବିଷୟବସ୍ତୁ ଓ ଭାବଧାରା===
୩୫ କ ଧାଡ଼ି:
ଶ୍ରୀ ଗୀତଗୋବିନ୍ଦ କାବ୍ୟ [[ଓଡିଶୀ]] ସଙ୍ଗୀତର ମୂଳଦୁଆ ଅଟେ । ହୁଏତ ଓଡିଶୀ ସଙ୍ଗୀତ ପୂର୍ବରୁ ପ୍ରଚଳିତ ଥିଲା, ମାତ୍ର ଶ୍ରୀ ଜୟଦେବ, ଗୀତଗୋବିନ୍ଦ କାବ୍ୟରେ ତାହାକୁ ଲିଖିତ ରୂପ ଦେଇଥିଲେ। ଗୀତଗୋବିନ୍ଦର ପ୍ରତି ଅଷ୍ଟପଦୀ ଓଡିଶୀ ରାଗ ଓ ତାଳ ଅନୁସାରେ ଲିଖିତ । ଏହି କାବ୍ୟରେ ମାଳବ, ଗୁର୍ଜରୀ, ବସନ୍ତ, ରାମକରୀ, ମାଳବଗୌଡ, ଗୁଣ୍ଡକେରୀ, ଆଦି ରାଗ ବ୍ୟବହୃତ ହୋଇଛି । ରୂପକ, ଏକତାଳୀ, ଅଷ୍ଟତାଳୀ ପ୍ରଭୃତି ତାଳର ବ୍ୟବହାର ମଧ୍ୟ ପରିଲକ୍ଷିତ ହୁଏ । ଓଡିଶୀ ସଙ୍ଗୀତ ହିନ୍ଦୁସ୍ତାନୀ ଓ କର୍ଣ୍ଣାଟକୀ ଶାସ୍ତ୍ରୀୟ ସଙ୍ଗୀତ ଠାରୁ ସ୍ୱତନ୍ତ୍ର । ଗୀତଗୋବିନ୍ଦରେ ବ୍ୟବହୃତ ରାଗ ଓ ତାଳର ବ୍ୟବହାର ବର୍ତ୍ତମାନ ମଧ୍ୟ ଓଡିଶୀ ସଙ୍ଗୀତରେ ହୁଏ। ଗୀତଗୋବିନ୍ଦ ଏକ ଗୀତିକାବ୍ୟ ଏବଂ ଏହାର ପ୍ରତି ଅଷ୍ଟପଦୀକୁ ଗୀତ କୁହାଯାଏ।
 
=== ଦ୍ବାଦଶଦ୍ୱାଦଶ ସର୍ଗ ===
ଏହି କାବ୍ୟଟି ଦ୍ୱାଦଶ ସର୍ଗରେ ବିଭକ୍ତ । ଦ୍ୱାଦଶ ସର୍ଗର ନାମକରଣ ଶ୍ରୀକୃଷ୍ଣଙ୍କର ଭିନ୍ନ ଭିନ୍ନ ନାମଦ୍ବାରାନାମଦ୍ୱାରା ହୋଇଛି । କେତେକ ଗବେଷକଙ୍କ ମତରେ ଏହି ଦ୍ୱାଦଶ ସର୍ଗର ପ୍ରେରଣା କବିଙ୍କୁ [[ପ୍ରାଚୀ ନଦୀ|ପ୍ରାଚୀ]] ଉପତ୍ୟକାରେ ପୂଜା ପାଉଥିବା ଦ୍ୱାଦଶ ମାଧବଙ୍କ ଠାରୁ ମିଳିଛି ।<ref>{{cite book|title=ପ୍ରାଚୀ ତୀର୍ଥ|publisher=ହଂସନାଥ ସାହୁ|pages=୪୫-୯୨}}</ref> ପ୍ରତି ସର୍ଗ କେତେକ ଗୀତରେ ବିଭକ୍ତ । ନିମ୍ନରେ ସର୍ଗଗୁଡିକର ନାମ ପ୍ରଦତ୍ତ ।
 
* ସମୋଦଦାମୋଦର