"କେଳୁଚରଣ ମହାପାତ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୧୦ କ ଧାଡ଼ି:
| birth_place = [[ରଘୂରାଜପୁର]], [[ପୁରୀ ଜିଲ୍ଲା|ପୁରୀ]], [[ଓଡ଼ିଶା]]
| death_date = {{Death date and age|2004|4|7|1926|1|8|mf=y}}
| death_place = [[ଭୁବନେଶ୍ବରଭୁବନେଶ୍ୱର]], [[ଓଡ଼ିଶା]]
| occupation = [[ଓଡ଼ିଶୀ]]ନୃତ୍ୟଶିଳ୍ପୀ, [[ନୃତ୍ୟ ନିର୍ଦ୍ଦେଶକ]]
| years_active = ୧୯୩୫-୨୦୦୪
୨୨ କ ଧାଡ଼ି:
== ଜୀବନୀ ==
[[File:Naveen Patnaik (FB) 06.jpg|thumb|ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁ କେଲୁଚରଣ ପୁରସ୍କାର ସମ୍ମିଳନୀକୁ ଉଦ୍ଘାଟନ କରୁଛନ୍ତି । ]]
କେଳୁଚରଣ [[ପୁରୀ ଜିଲ୍ଲା|ପୁରୀ]]ରେ ଥିବା ଶିଳ୍ପୀଗ୍ରାମ [[ରଘୂରାଜପୁର]]ର ଏକ ଶିଳ୍ପୀ ପରିବାରରେ ୧୯୨୬ ମସିହା ଜାନୁଆରୀ ୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ପିତା ଚିନ୍ତାମଣୀ ମହାପାତ୍ର ଜଣେ ଚିତ୍ରକର ଓ ମର୍ଦଳ ବାଦକ ଥିଲେ । ଯାତ୍ରା ଓ ସଂକୀର୍ତ୍ତନ ତାଙ୍କ ଗ୍ରାମରେ ସବୁବେଳେ ପରିବେଷଣ କରାଯାଉଥିଲା । ଏ ସବୁର ରଭାବ ପଡିଥିଲା ବାଳକ କେଳୁଚରଣଙ୍କ ଉପରେ । ଗ୍ରାମରେ ଥିବା ''ବଳଭଦ୍ର ସାହୁ''ଙ୍କ ଆଖଡାକୁ କେଳୁଚରଣ ବରାବର ଯାଉଥିଲେ ଓ ସେଠାରେ ଶିଖା ଯାଉଥିବା [[ଗୋଟିପୁଅ ନାଟ|ଗୋଟିପୁଅ ନାଚ]] ପ୍ରତି ଆକର୍ଷିତ ଥିଲେ । ପିତାଙ୍କୁ, କେଳୁଚରଣଙ୍କ ଗୋଟିପୁଅ ନାଚ କରିବା ପସନ୍ଦ ନଥିଲା । ସେ କେଳୁଚରଣଙ୍କୁ ଏଥିରୁ ନିବୃତ କରି, [[ପୁରୀ]]ରେ [[ମୋହନ ସୁନ୍ଦର ଦେବ ଗୋସ୍ବାମୀଗୋସ୍ୱାମୀ]]ଙ୍କ "କୁଞ୍ଜ ବିହାରୀ ରାସ ଲିଳା" ଦଳରେ ଛାଡିଥିଲେ । ଏଠାରେ କେଳୁଚରଣ ନୃତ୍ୟ ସଙ୍ଗୀତ ଅଭିନୟ ସହିତ ମଞ୍ଚ ସଜ୍ୟା, ମେକ୍ ଅପ୍, ନୃତ୍ୟ ସଂଯୋଜନା ଆଦି ଶିକ୍ଷା କରିଥିଲେ । ଏହି ଦଳ ବର୍ଷର ୬/୭ ମାସ ଗାଁ ଗାଁ ବୁଲି କୃଷ୍ଣ ଲିଳା ଓ ପୁରାଣର ଅନ୍ୟ ଉପାଖ୍ୟାନ ନୃତ୍ୟ ସଙ୍ଗୀତ ମାଧ୍ୟମରେ ପରିବେଷଣ କରୁଥିଲେ । [[ଉପେନ୍ଦ୍ର ଭଞ୍ଜ]], [[ବନମାଳୀ ଦାସ|ବନମାଳୀ]], [[ଗୋପାଳକୃଷ୍ଣ ପଟ୍ଟନାୟକ|ଗୋପାଳକୃଷ୍ଣ]] ଓ [[ଜୟଦେବ]] ଆଦିଙ୍କ ରଚନାରୁ "ବାଲ୍ୟଲୀଳା", "ମାନଭଞ୍ଜନ", "ରାଧା ପ୍ରେମାମୃତ", "ବିଦଗ୍ଧ ମାଧବ" ଆଦି ବିଷୟ ନୃତ୍ୟ ମାଧ୍ୟମରେ ପରିବେଷଣ କରାଯାଉଥିଲା । ନୃତ୍ୟ ସଂଯୋଜନା, ସଙ୍ଗୀତ, ମଞ୍ଚସଜ୍ୟା ଆଦୁ ସବୁ ମୋହନ ସୁନ୍ଦର ଦେବ ଗୋସ୍ବାମୀଙ୍କଦ୍ବାରାଗୋସ୍ୱାମୀଙ୍କଦ୍ୱାରା କରାଯାଉଥିଲା । କେଳୁଚରଣ ଏହି ଦଳରେ ଦଶ ବର୍ଷ ରହିଥିଲେ । ଏଠାରେ ସେ ଗୁରୁ ଅଗାଧୁ ମହାରଣାଙ୍କଠାରୁ ମୃଦଙ୍ଗ ଓ କ୍ଷେତ୍ରମୋହନ କରଙ୍କଠାରୁ ତବଲା ବଜେଇବା ଶିଖିଥିଲେ । ଗୁରୁ-ଶିଷ୍ୟ ପରମ୍ପରାରେ ସମୃଦ୍ଧ ଏହି ଦଳରେ ଶିକ୍ଷାଗ୍ରହଣ ସହିତ କେଳୁଚରଣ, ଗୁରୁଙ୍କ ପାଇଁ ରୋଷେଇ, ବାସନ ମଜା ଭଳି ସେବା ମଧ୍ୟ କରୁଥିଲେ । ମୋହନ ସୁନ୍ଦର ଦେବଙ୍କ ପ୍ରଭାବ କେଳୁଚରଣଙ୍କ ଗଭୀର ଭାବରେ ପଡିଥିଲା । ପରବର୍ତ୍ତୀ ସମୟରେ ଯେତେବେଳେ କେଳୁଚରଣ ନିଜେ ଗୁରୁ ସାଜିଥିଲେ, ସେହି ଗୁରୁ-ଶିଷ୍ୟ ପରମ୍ପରାକୁ ଆବୋରୀ ଥିଲେ ଓ ଶିଷ୍ୟମାନଙ୍କୁ ନିଜ ସନ୍ତାନ ଭାବରେ ମନେ କରୁଥିଲେ ।
 
ପିତାଙ୍କ ଦେହନ ପରେ କେଳୁଚରଣଙ୍କୁ ରାସ ଲିଳା ଦଳ ଛାଡି ଗାଁକୁ ଫେରିବାକୁ ପଡିଥିଲା । ଜୀବିକା ନିର୍ବାହ ପାଇଁ ଏକ ପାନ ବରଜରେ ମୂଲିଆ ଭାବରେ କାର୍ଯ୍ୟ କରିବାକୁ ପଡିଥିଲା । ତାଙ୍କ କଳାକାର ମନ ବିଦ୍ରୋହ କରିଥିଲା ଓ କିଛିଦିନ ପରେ ଗାଁ ଛାଡି [[କଟକ]] ଚାଲି ଆସିଥିଲେ । କଟକ ଆସି, ସେ [[କାଳୀଚରଣ ପଟ୍ଟନାୟକ|କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ]] ''ଓଡ଼ିଶା ଥିଏଟର୍ସ''ରେ ଯୋଗ ଦେଇଥିଲେ । ଏଠାରେ ସେ ମଞ୍ଚ ସଜ୍ୟା ଓ ମର୍ଦଳ ବାଦନ ଆଦି କରୁଥିଲେ । ଦରମା ଥିଲା ମାସକୁ ୭ ଟଙ୍କା । କଟକରେ ସେ ହରିହର ରାଓଙ୍କଠାରୁ ତବଲାରେ ଅଧିକ ଶିକ୍ଷାଗ୍ରହଣ କରିଥିଲେ । ତାପରେ ସେ "ଅନ୍ନପୂର୍ଣ୍ଣା ବି" ଦଳରେ ଯୋଗ ଦେଇଥିଲେ । ଏଠାରେ ଗୁରୁ [[ପଙ୍କଜ ଚରଣ ଦାସ]]ଙ୍କ ସଂସ୍ପର୍ଶରେ ଆସି ତାଙ୍କ ନୃତ୍ୟ ପ୍ରତିଭାର ବିକାଶ ଘଟିଥିଲା ।<ref>{{cite news|title=ଓଡ଼ିଶୀ ନୃତ୍ୟ-ଗୁରୁ କେଳୁଚରଣ|url=http://sambadepaper.com/Details.aspx?id=222566&boxid=21111345|accessdate=8 January 2016|newspaper=ସମ୍ବାଦ ୦୮/୦୧/୨୦୧୬ ଭୁବନେଶ୍ବରଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨}}</ref> ପଙ୍କଜ ଚରଣଙ୍କ ସଂଯୋଜନାରେ ନୃତ୍ୟ ନାଟିକା "ଦେବୀ ଭସ୍ମାସୁର"ରେ "ନଟରାଜ" ଭୂମିକାରେ କେଳୁଚରଣ ଲୋକଲୋଚନକୁ ଆସିଲେ । ଏଥିରେ "ମୋହିନୀ" ଭୂମିକାରେ ଅଭିନୟ କରିଥିଲେ "ଲକ୍ଷ୍ମୀପ୍ରିୟା" । ଏଠାରୁ ଆରମ୍ଭ ହୋଇଥିଲା କେଳୁଚରଣ-ଲକ୍ଷ୍ମୀପ୍ରିୟାଙ୍କର ଯୁଗଳବନ୍ଦୀ ଏବଂ ତାଙ୍କ ବିବାହ ପର୍ଯ୍ୟନ୍ତ ଏହି ଜୋଡି ପ୍ରାୟ ସବୁ ପରିବେଷଣରେ ଏକାଠି ନୃତ୍ୟାଭିନୟ କରୁଥିଲେ । ଅନ୍ନପୂର୍ଣ୍ଣା ବି ଦଳରେ ଥାଇ, କେଳୁଚରଣ ଗୁରୁ [[ଦୁର୍ଲଭ ସିଂ|ଦୁର୍ଲଭ ଚନ୍ଦ୍ର ସିଂ]], ଗୁରୁ ''ଦୟାଳ ଶରଣ'' ଆଦିଙ୍କ ଠାରୁ ଅଭିନୟ ନୃତ୍ୟ ଓ ବ୍ୟାକରଣରେ ଅଧିକ ଜ୍ଞାନ ଆହରଣ କରିଥିଲେ । କ୍ରମେ ସେ ନିଜକୁ ଜଣେ ନର୍ତ୍ତକ, ବାଦକ ଓ ନୃତ୍ୟ ସଂଯୋଜକ ଭାବରେ ପ୍ରତିଷ୍ଠା କରିଥିଲେ । ଅନ୍ନପୂର୍ଣ୍ଣା ବି ଦଳରେ ସେ ପ୍ରାୟ ୫/୬ ବର୍ଷ ରହିଥିଲେ ।
 
କେଳୁଚରଣଙ୍କୁ ୨୮ବର୍ଷ ହେଲା ବେଳକୁ ସେ ଲକ୍ଷ୍ମୀପ୍ରିୟାଙ୍କୁ ବିବାହ କରିଥିଲେ । ଅନ୍ନପୂର୍ଣ୍ଣା ବି ଦଳ ଛାଡି, ଉଭୟ ପୁରୀ ଚାଲି ଯାଇଥିଲେ । ପୁରୀରେ ସେମାନେ [[ମାହାରୀ]] ଓ ଗୋଟିପୁଅ ନୃତ୍ୟ ଉପରେ ଗବେଷଣା କରି, ସେ ସବୁକୁ ଆୟତ୍ତ କରି ନିଜସ୍ବନିଜସ୍ୱ ଏକ ପରିଚୟ ସୃଷ୍ଟି କରି ପାରିଥିଲେ । କେଳୁଚରଣଙ୍କ ଭାଷାରେ "ଓଡ଼ିଶୀ ନୃତ୍ୟ ମାହାରୀର ଭାବ ଓ ଗୋଟିପୁଅର ଅଙ୍ଗଭଙ୍ଗୀକୁ ନିଜର କରିଛି" । ପୁରୀରେ ସେମାନେ "ଅନ୍ନପୂର୍ଣ୍ଣା ଏ" ଆନୁକୁଲ୍ୟରେ ନୃତ୍ୟ ପରିବେଷଣ କରୁଥିଲେ । କ୍ରମେ କେଳୁଚରଣ [[ଆକାଶବାଣୀ କଟକ]]ର ବିଭିନ୍ନ କାର୍ଯ୍ୟକ୍ରମରେ ତବଲା ଓ ମର୍ଦଳ ବାଦନ କରିବା ଆରମ୍ଭ କରିଥିଲେ । ୧୯୫୩ ମସିହାରେ, ସେ କଟକର ''କଳା ବିକାଶ କେନ୍ଦ୍ର''ରେ ଯୋଗ ଦେଇଥିଲେ । ସେତେବେଳ ଯାଏଁ କଳା ବିକାଶ କେନ୍ଦ୍ରର ପାଠ୍ୟକ୍ରମରେ ଓଡ଼ିଶୀ ନୃତ୍ୟର ସ୍ଥାନ ନଥାଏ । କେଳୁଚରଣ ସେ କାମଟି କରି ପାରିଥିଲେ । କଳା ବିକାଶ କେନ୍ଦ୍ରରେ ସେ ୧୫ ବର୍ଷ କାଳ ଓଡ଼ିଶୀ ଶିକ୍ଷାଦାନ କରି ବହୁ ସଂଖ୍ୟକ ଛାତ୍ର ଛାତ୍ରୀ ସୃଷ୍ଟି କରି ପାରିଥିଲେ । ଏ ସମୟରେ ସେ [[ସଂଯୁକ୍ତା ପାଣିଗ୍ରାହୀ]], [[ମିନତି ମିଶ୍ର]], [[ପ୍ରିୟମ୍ବଦା ମହାନ୍ତି ହେଜମାଦି]] ଆଦି ଛାତ୍ରୀମାନଙ୍କୁ ବ୍ୟକ୍ତିଗତ ଭାବରେ ଓଡ଼ିଶୀ ନୃତ୍ୟ ଶିକ୍ଷାଦାନ କରୁଥିଲେ । ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ମଧ୍ୟ ଓଡ଼ିଶୀ ନୃତ୍ୟ ଶିକ୍ଷାଦାନ କରୁଥିଲେ । "ପଞ୍ଚପୁଷ୍ପା", "କୃଷ୍ଣ ଗାଥା", "ଗୀତ ଗୋବିନ୍ଦ", "ଉର୍ବଶୀ", "କୃଷ୍ଣ ଲୀଳା", "ସାକ୍ଷୀଗୋପାଳ", "କୋଣାର୍କ" ଆଦି କେଳୁଚରଣଙ୍କ ସେହି ସମୟରେ ନୃତ୍ୟ ସଂଯୋଜନା । କଳା ବିକାଶ କେନ୍ଦ୍ର ସହଯୋଗରେ ସେ ଓଡ଼ିଶାର ବିଭିନ୍ନ ମନ୍ଦିରରେ ଖୋଦେଇ ହୋଇଥିବା ନର୍ତ୍ତକ/ନର୍ତ୍ତକୀ ମାନଙ୍କର ମୁଦ୍ରା ଉପରେ ଗବେଷଣା କରି, ସେଗୁଡିକୁ ନିଜ ନୃତ୍ୟ ମଧ୍ୟରେ ଆୟତ୍ତ କରିଥିଲେ । ସେତେବେଳକୁ କେଳୁଚରଣଙ୍କ ନିଜସ୍ବନିଜସ୍ୱ ନୃତ୍ୟ ଶୈଳୀ ସମୃଦ୍ଧ ହୋଇ ଆସୁଥିଲା ।<ref>http://www.srjan.com/GuruKelucharanMohapatra.php</ref>
 
ଅଶି ଦଶକ ବେଳକୁ, କେଳୁଚରଣ କଳା ବିକାଶ କେନ୍ଦ୍ର ଛାଡି, ଭାରତର ବିଭିନ୍ନ ସ୍ଥାନରେ ଓଡ଼ିଶୀ ନୃତ୍ୟ ଶିକ୍ଷା ଦେବା ଆରମ୍ଭ କରିଥିଲେ । ସେଗୁଡିକ ମଧ୍ୟରେ [[ଦିଲ୍ଲୀ]]ର ''ଗାନ୍ଧର୍ବ ମହାବିଦ୍ୟାଳୟ'', [[ମୁମ୍ବାଇ]]ର ''ନେସନାଲ ସେଣ୍ଟର ଫର ପରଫର୍ମିଙ୍ଗ ଆର୍ଟ୍ସ'', [[କଲିକତା]]ର ''ପଦାତିକ ନୃତ୍ୟ କେନ୍ଦ୍ର'' ଅନ୍ୟତମ ଥିଲା । କେଳୁଚରଣଙ୍କର ଲୋକପ୍ରିୟତା ଓ ଶିଷ୍ୟମାନଙ୍କ ସଂଖ୍ୟା ବଢି ଚାଲିଥିଲା । ବହୁ ବିଦେଶୀ ଶିଷ୍ୟ କଟକ ଆସି, କେଳୁଚରଣଙ୍କ ଘରେ ରହି ତାଙ୍କଠାରୁ ନୃତ୍ୟ ଶିକ୍ଷା କରୁଥିଲେ । ନିଜସ୍ବନିଜସ୍ୱ ନୃତ୍ୟ ପରିବେଷଣ ମଧ୍ୟ ଚାଲିଥିଲା । ଭାରତର ବିଭିନ୍ନ ସ୍ଥାନ ସହ [[ଜାପାନ]], [[ଜର୍ମାନୀ]], [[ଋଷିଆ]], [[ଫ୍ରାନ୍ସ]], [[ଯୁକ୍ତରାଜ୍ୟ]] ଓ [[ଯୁକ୍ତରାଷ୍ଟ୍ର ଆମେରିକା]] ଆଦି ସ୍ଥାନରେ ସେ ନୃତ୍ୟ ପରିବେଷଣ କରୁଥିଲେ । ସେ [[ଭୁବନେଶ୍ବରଭୁବନେଶ୍ୱର]]ସ୍ଥିତ "ଓଡ଼ିଶୀ ଗବେଷଣା କେନ୍ଦ୍ର'' ସହିତ ପ୍ରାୟ ୧୦ ବର୍ଷ ଧରି ଜଡିତ ରହିଥିଲେ । ଏହି ସମୟରେ ଓଡ଼ିଶୀ ନୃତ୍ୟ ବାବଦରେ ବହୁ ପ୍ରଲେଖନ ଆଦି କରି ଓଡ଼ିଶୀକୁ ପରପିଢି ପାଇଁ ସଂରକ୍ଷିତ କରିବା କାର୍ଯ୍ୟ କରିଥିଲେ । [[ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର|ଓଡ଼ିଶୀ ଗବେଷଣା କେନ୍ଦ୍ରକୁ]] ତାଙ୍କରି ନାମରେ ନାମିତ କରାଯାଇଛି ।<ref>http://www.odissiresearchcentre.org/about_us.html</ref> ୧୯୯୫ ମସିହାରେ ଓଡ଼ିଶୀ ଗବେଷଣା କେନ୍ଦ୍ର ଛାଡିବା ପରେ, ସେ ନିଜସ୍ବନିଜସ୍ୱ ଅନୁଷ୍ଠାନ "ସୃଜନ"ର ନିର୍ମାଣ କରିଥିଲେ ।
 
୨୦୦୪ ମସିହା ଅପ୍ରେଲ ୭ ତାରିଖରେ କେଳୁଚରଣ ଇହଧାମ ତ୍ୟାଗ କରିଥିଲେ ।<ref>http://www.rediff.com/news/2004/apr/07gkm.htm</ref>