"କଳାହାଣ୍ଡି ଜିଲ୍ଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୫୭ କ ଧାଡ଼ି:
}}
 
'''କଳାହାଣ୍ଡି''' (ଆଞ୍ଚଳିକ ଭାଷାରେ କଳାହାନି ମଧ୍ୟ କୁହାଯାଇଥାଏ) [[ଓଡ଼ିଶା]]ର ପଶ୍ଚିମାଞ୍ଚଳରେ ଅବସ୍ଥିତ ଏକ ଜିଲ୍ଲା । ଏହା ଏକ ପୁରାତନ ସଭ୍ୟତାର ମୂଳକେନ୍ଦ୍ର ଭାବରେ ବିବେଚିତ । ପ୍ରତ୍ନତତ୍ତ୍ବପ୍ରତ୍ନତତ୍ତ୍ୱ ପ୍ରମାଣ ଅନୁସାରେ ଏଠାରେ ପ୍ରସ୍ତର ଯୁଗ ଓ ଲୌହ ଯୁଗର ମାନବ ବସତିର ସୂଚନା ମିଳିଥାଏ ।<ref>B.Mishra, J. Bengal Art, Vol.9&10, 2004-2005, 383-410</ref>
 
ଅସୁରଗଡ଼ଠାରେ ୨୦୦୦ ବର୍ଷ ଆଗରୁ ଏକ ଉନ୍ନତ ଓ ସଭ୍ୟ ସହର ଜନ ବସତି ଥିବା ଜଣାଯାଏ ।<ref>P.Mohanty, B. Mishra, Op. Cit,2000; C.R. Mishra, S. Pradhan, op. cit. 1989-1990, Infra, F.N.79</ref>
 
ଆଗ କାଳରେ ଏହା '''ମହାକାନ୍ତର''' (ଅର୍ଥ ବିଶାଳ ଜଙ୍ଗଲ) ଓ ''କାରୁଣ୍ଡା ମଣ୍ଡଳ'' (କାରୁଣ୍ଡାର ଅର୍ଥ ମାଣିକ) ଭାବରେ ଜଣା ଥିଲା ଯାହା ଏଠାରେ ମାଣିକ<!--Manik-->, ଲାଲ ପଥର<!--Garnet (red stone)-->, ବେରୁଜ<!--Beruz-->, ନୀଲମ<!--Neelam (blue stone)-->, ଓ ଆଲେକଜାଣ୍ଡ୍ରା<!--Alexandra--> ଆଦି ମିଳୁଥିବାର ଜଣାଯାଏ । [[ମାଣିକେଶ୍ୱରୀ ମନ୍ଦିର|ମାଣିକେଶ୍ବରୀମାଣିକେଶ୍ୱରୀ]] (ମାଣିକର ଠାକୁରାଣୀ) କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ଯାହାଙ୍କ ଉପସ୍ଥିତି ଏହି ଜିଲ୍ଲାର ଇତିହାସ ସହ ଯୋଡ଼ା । ଏହା ଫିରିଙ୍ଗି ଶାସନ କାଳରେ ଏକ ରାଜ ଶାସନାଧୀନ ରାଜ୍ୟ ଥିଲା ଓ କଳାହାଣ୍ଡି ଜିଲା "କଳାହାଣ୍ଡି" ଓ [[ନୂଆପଡ଼ା ଜିଲ୍ଲା|ନୂଆପଡ଼ା]]କୁ ନେଇ ତିଆରି ହୋଇଥିଲା । ୧୯୬୭ରେ, ଶାସନର ସୁବିଧା ନିମନ୍ତେ କଳାହାଣ୍ଡିର କାଶୀପୁର ବ୍ଲକ [[ରାୟଗଡ଼ା ଜିଲ୍ଲା]]କୁ ସ୍ଥାନାନ୍ତର କରାଗଲା । ୧୯୮୦ରେ, କଳାହାଣ୍ଡିର ନାମ ପଛୁଆ ଓ ଅନାହାର ମୃତ୍ୟୁ ସହ ଯୋଡ଼ାଗଲା ।<ref name="mindfully.org">http://www.mindfully.org/Food/Kalahandi-Syndrome-Sharma19apr02.htm</ref> ତେବେ ଏସବୁ ସତ୍ତ୍ୱେ ବି ଇତିହାସ, ଚାଷ ବାସ, ବନ ସମ୍ବଳ, ମୁଲ୍ୟବାନ ପଥର, ବକ୍ସାଇଟ, ଲୋକନାଟ, ହାତକାମ ଓ କଳାରେ ଏହା ଏକ ସମୃଦ୍ଧ ଜିଲ୍ଲା । ୧୯୯୩ରେ, ନୂଆପଡ଼ା ସଦର ମହକୁମା ଏକ ଅଲଗା ଜିଲ୍ଲା ଭାବରେ ଗଢ଼ାଗଲା, କିନ୍ତୁ [[କଳାହାଣ୍ଡି (ଲୋକ ସଭା ନିର୍ବାଚନ ମଣ୍ଡଳୀ)|କଳାହାଣ୍ଡି ଲୋକ ସଭା ନିର୍ବାଚନ ମଣ୍ଡଳୀ]]ରେ <!--[[Kalahandi (Lok Sabha constituency)]]--> ଏବେ ଯାଏଁ ବି '''କଳାହାଣ୍ଡି''' ଓ [[ନୂଆପଡ଼ା ଜିଲ୍ଲା]] ଅଛି।
 
== ଭୂଗୋଳ ==
୮୧ କ ଧାଡ଼ି:
 
== ଲୋକକଳା ==
'''କଳାହାଣ୍ଡି''' ଆକ୍ଷରିକ ଭାବରେ ''କଳାରେ ଭରା ହାଣ୍ଡି''କୁ ବୁଝାଇଥାଏ । ଏହି ଶବ୍ଦ '''ଗୁଡ଼ହାଣ୍ଡି ଗୁମ୍ଫା'''ରେ କଳା ଓ ନାଲି ରଙ୍ଗରେ ଖୋଦିତ ପ୍ରାକ-ଐତିହାସିକ କଳାରୁ ଆସିଥିବା ବିଶ୍ବାସବିଶ୍ୱାସ କରାଯାଇଥାଏ । ଏଠାରେ ପଥରରେ ତିଆରି ନାନା ଅଳଙ୍କାର ଦେଖିବାକୁ ମିଳିଥାଏ । ''ହବସିପୁରୀ ଢାଞ୍ଚା''ରେ ତିଆରି ଶାଢ଼ୀ ଏଠାରେ ଦେଖିବାକୁ ମିଳିଥାଏ । ଖଲିପଦରର କାଠ କମ ମଧ୍ୟ ଦେଶ ବିଦେଶକୁ ରପ୍ତାନି କରାଯାଇଥାଏ ।
== ଲୋକ ନାଟ ==
କଳାହାଣ୍ଡିରେ ନାନା ପ୍ରକାର ଆଦିବାସୀ ଓ ଅଣ-ଆଦିବାସୀ ନାଟ ଦେଖିବାକୁ ମିଳିଥାଏ । ଏଠାକାର ନାଚ ବଲାଙ୍ଗିର ଜିଲ୍ଲା ଓ ସମ୍ବଲପୁର ଜିଲ୍ଲାରେ ଦେଖାଯାଉଥିବା [[ଡାଲଖାଇ]], [[ଜାଇଫୁଲ]], [[ରସରକେଳି]], [[ସଜନୀ]] ଆଦି ନାଚ ସହ ସାମଞ୍ଜସ୍ୟ ଦେଖିବାକୁ ମିଳିଥାଏ ।<ref>C. Pasayat, (Ed.) (2008), Paschima Odisara Lokageeta (in Oriya), Bhubaneswar: Folklore Foundation</ref> ସାରି ଗୀତ, ଫୋଲିଆ ଗୀତ, ପ୍ରକୃତି ସହ ଯୋଡ଼ା ନାନାପ୍ରକାରର ଗୀତ ମଧ୍ୟ ଏଠାରେ ପ୍ରଚଳିତ ଯାହା [[କୋରାପୁଟ ଜିଲ୍ଲା]]ର 'ବୋରିଆ ଗୀତ, ନିଆଳିମାଳି, କଳାକୋଳିକ' ଆଦି ଗୀତ ସହ ସାମଞ୍ଜସ୍ୟ ଥିବାର ଦେଖାଯାଏ ।