"ଅସହଯୋଗ ଆନ୍ଦୋଳନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୨ କ ଧାଡ଼ି:
'''ଅସହଯୋଗ ଆନ୍ଦୋଳନ''' [[ମହାତ୍ମା ଗାନ୍ଧୀ]]ଙ୍କ ପରିଚାଳିତ ଇଂରେଜ ସରକାରଙ୍କ ବିରୁଦ୍ଧରେ ଥିଲା ପ୍ରଥମ ଜନ ଆନ୍ଦୋଳନ। ଏହି ଆନ୍ଦୋଳନ ବ୍ରିଟିଶ ସାମ୍ରାଜ୍ୟର ମୂଳଭିତ୍ତିକୁ ଦୋହଲାଇ ଦେଇଥିଲା। କେତେକ କାରଣ ଯୋଗୁଁ ଗାନ୍ଧିଜୀ ଇଂରେଜ ସରକାର ବିରୁଦ୍ଧରେ ଏହି ଆନ୍ଦୋଳନ କରିବା ପାଇଁ ସ୍ଥିର କରିଥିଲେ।
==ସୂତ୍ରପାତ==
ପ୍ରଥମତଃ ଭାରତୀୟମାନେ [[ପ୍ରଥମ ବିଶ୍ବଯୁଦ୍ଧବିଶ୍ୱଯୁଦ୍ଧ]]ରେ [[ଇଂଲଣ୍ଡ]]କୁ ଅକାରଣରେ ସାହାଯ୍ୟ କରିଥିଲେ। ତେଣୁ ଭାରତୀୟମାନେ ଆଶା କରିଥିଲେ ଯେ ବିଶ୍ବଯୁଦ୍ଧବିଶ୍ୱଯୁଦ୍ଧ ପରେ ଇଂରେଜ ସରକାର [[ସ୍ବାୟତସ୍ୱାୟତ ଶାସନ]] ମାଧ୍ୟମରେ କିଛି ସଂସ୍କାର ପ୍ରଦାନ କରିବେ। କିନ୍ତୁ ଯୁଦ୍ଧ ଶେଷରେ ଭାରତୀୟମାନଙ୍କୁ ଦମନ କରିବା ପାଇଁ ଇଂରେଜ ସରକାର ରାଓଲାତ୍ ଆଇନ(Rawlatt Act) ପ୍ରଚଳନ କଲେ। ୧୯୧୯ ମସିହାରେ ସାରା ଭିରତରେ ରାଓଲାତ୍ ଆଇନ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। କିନ୍ତୁ ଇଂରେଜ ସରକାର ଏଥିପ୍ରତି କର୍ଣ୍ଣପାତ କଲେ ନାହିଁ। ଅପରପକ୍ଷେ ସରକାର ଭାରତୀୟମାନଙ୍କ ବିରୁଦ୍ଧରେ ଦମନମୂଳକ ନୀତି ପ୍ରୟୋଗ କଲେ। ରାଓଲାତ୍ ଆଇନ ପରେ [[ଜଳିଆନାୱାଲାବାଗ୍ ହତ୍ୟାକାଣ୍ଡ]], ଖିଲାଫତ୍ ଘଟଣା ପରି ପ୍ରତାରଣାମୂଳକ ଓ ଆମାନୁଷିକ ଘଟଣାମାନ ଘଟିଥିଲା। ୧୯୧୯ ମସିହା ଏପ୍ରିଲ ମାସରେ [[ପଞ୍ଜାବ]]ର [[ଜାଲିଆନାୱାଲାବାଗ]]ରେ [[ଜେନେରାଲ୍ ଡାୟାର]] ନିରୀହ ପ୍ରଜାମାନଙ୍କୁ ଆଖିବୁଜା ଗୁଳିଚାଳନା କରିଥିଲେ। ଗାନ୍ଧିଜୀ ଓ [[ଭାରତୀୟ ଜାତୀୟ କଂଗ୍ରେସ]] ଏହି ହତ୍ୟାକାଣ୍ଡର ନ୍ୟାୟ ବିଚାର ପାଇଁ ଇଂରେଜ ସରକାରଙ୍କ ନିକଟରେ ଆପତ୍ତି ଜଣାଇଥିଲେ ମଧ୍ୟ ସରକାର ଏହି ହତ୍ୟାକାଣ୍ଡକୁ ଶାସନର ଏକ ଅଙ୍ଗ ରୂପେ ଘୋଷଣା କରିଥିଲେ। ଏହି ଘଟଣାମାନ ଭାରତୀୟମାନଙ୍କର ବ୍ରିଟିଶ ଶାସନ ଉପରେ ଥିବା ବିଶ୍ବାସକୁବିଶ୍ୱାସକୁ ପରିବର୍ତ୍ତନ କଲା। ଇଂରେଜ ଜାତିର ଉଦାରତା ଉପରେ ଥିବା ଗାନ୍ଧିଙ୍କର ବିଶ୍ୱାସ ଲୋପ ପାଇବାରୁ ସେ ଦୃଢ କଣ୍ଠରେ ଘୋଷଣା କଲେ, "ଜାତିର ସମ୍ନାନ ରକ୍ଷା ପାଇଁ ଏକମାତ୍ର ଉପାୟ ହେଉଛି ସ୍ୱରାଜ ସ୍ଥପନ"।
 
୧୯୨୦ ମସିହା ସେପ୍ଟେମ୍ବର ମାସରେ ଭାରତୀୟ ଜାତୀୟ କଂଗ୍ରେସର ଏକ ବିଶେଷ ଅଧିବେଶନ ଅନୁଷ୍ଠିତ ହୋଇଥିଲା। [[ବାଲ୍ ଗଙ୍ଗାଧର ତିଳକ]]ଙ୍କ ତିରୋଧାନ ହେତୁ ଉକ୍ତ ଅଧିବେଶନରେ ନେତୃତ୍ବନେତୃତ୍ୱ ପଡିଥିଲା ଗାନ୍ଧିଜୀଙ୍କ ଉପରେ। ସେଠାରେ ସେ ପ୍ରସ୍ତୁତ କରିଥିବା ଅସହଯୋଗ ଆନ୍ଦୋଳନର କାର୍ଯ୍ୟକ୍ରମ ଅଧିବେଶନରେ ଉପସ୍ଥାପନ କରିଥିଲେ। ଏହା ମଧ୍ୟ ଭାରତୀୟ ଜାତୀୟ କଂଗ୍ରେସର ଅନ୍ୟାନ୍ୟ ଜାତୀୟତାବାଦୀ ନେତାମାନଙ୍କଦ୍ୱାରା ସମର୍ଥନ ଲାଭ କରିଥିଲା। ଏହିପରି ଉପରୋକ୍ତ ଘଟଣାମାନଙ୍କଦ୍ୱାରା ଅସହଯୋଗ ଆନ୍ଦୋଳନର ସୂତ୍ରପାତ ହୋଇଥିଲା।
 
==ଅସହଯୋଗ ଓ ଏହାର କାର୍ଯ୍ୟକ୍ରମ==
୧୮ କ ଧାଡ଼ି:
# ଛାତ୍ରମାନେ ବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ନିଜକୁ ପ୍ରତ୍ୟାହାର କରିବେ।
# ସମ୍ମାନସୂଚକ ପଦବୀ ଓ ଉପାଧିଗୁଡିକ ଫେରସ୍ତ ଦିଆଯିବ।
# ସରକାରଙ୍କ ଦ୍ବାରାଦ୍ୱାରା ଆୟୋଜିତ ଦରବାର ଓ ଉତ୍ସବାଦି ବର୍ଜନ କରାଯିବ।
# ସୈନ୍ୟ, କିରାଣି ଓ ଶ୍ରମିକମାନେ ମେସୋପଟାମିଆ ସରକାରୀ କାର୍ଯ୍ୟରେ ଯୋଗ ଦେବେ ନାହିଁ।
# ଏବଂ ପରିଶେଷରେ ବିଦେଶୀ ଦ୍ରବ୍ୟ ବର୍ଜନ କରାଯିବ।
 
===ଅସହଯୋଗ କାର୍ଯ୍ୟକ୍ରମର ଦ୍ବିତୀୟଦ୍ୱିତୀୟ ପର୍ଯ୍ୟାୟ===
ଦ୍ବିତୀୟଦ୍ୱିତୀୟ ପର୍ଯ୍ୟାୟରେ କେତେକ ଗଠନମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିଲା। ସେଗୁଡିଚ ନିମ୍ନରେ ପ୍ରଦତ୍ତ ହୋଇଛି-
# ଗ୍ରାମାଞ୍ଚଳରେ ପଞ୍ଚାୟତ ଅଦାଲତ ପ୍ରତିଷ୍ଠା କରାଯାଇ ସେଠାରେ ସମସ୍ତ ମାଲିମୋକଦ୍ଦମା ବିଚାର କରାଯିବ।
# ଛାତ୍ରମାନଙ୍କୁ ଶିକ୍ଷାଦେବା ନିମନ୍ତେ ଜାତୀୟ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ଥାପିତ ହେବ।
# ହାତକଟାଓ ହାତବୁଣା ଖଦି ସମେତ ସ୍ବଦେଶୀସ୍ୱଦେଶୀ ଦ୍ରବ୍ୟ ବ୍ୟବହାର କରାଯିବ।
# ସାମ୍ପ୍ରଦାୟିକ ଐକ୍ୟ ଓ ଅସ୍ପୃଶ୍ୟତା ଦୂରୀକରଣ ଉପରେ ଗୁରୁତ୍ବଗୁରୁତ୍ୱ ଦିଆଯିବ।
 
==ଅସହଯୋଗ ଆନ୍ଦୋଳନର ଅଗ୍ରଗତି==
୩୫ କ ଧାଡ଼ି:
* [[ମୋତିଲାଲ ନେହେରୁ]], [[ବିଠଲ ଭାଇ ପଟେଲ]], [[ଚିତରଞ୍ଜନ ଦାସ]], [[ରାଜେନ୍ଦ୍ରପ୍ରସାଦ]], [[ବଲ୍ଲଭଭାଇ ପଟେଲ]] ଓ ଅନ୍ୟାନ୍ୟ କେତେଚ ଖ୍ୟାତିନାମା ଆଇନଜୀବୀ ନିଜ ନିଜର ଲାଭଜନକ ଓକିଲାତି [[ବ୍ୟବସାୟ]] ବର୍ଜନ କରିଥିଲେ।
* ଓକିଲାତି ବର୍ଜନ କରିଥିବା ଆଇନଜୀବୀମାନଙ୍କ ପାଇଁ ଶେଠ୍ ଯମୂନା ଲାଲ୍ ବଜାଜ୍ ବାର୍ଷିକ ଏକ ଲକ୍ଷ [[ଟଙ୍କା]] ଦାନ ଦେବା ପାଇଁ ଘୋଷଣା କରିଥିଲେ।
* [[ବିଦ୍ୟାଳୟ]] ଓ [[ମହାବିଦ୍ୟାଳୟ]] ଛାତ୍ରଛାତ୍ରୀମାନଙ୍କ ଦ୍ବାରାଦ୍ୱାରା ବର୍ଜନ କରାଯାଇଥିଲା।
* ଅଧିକାଂସ ସ୍ଥାନରେ [[ଇଂରେଜ]] ତିଆରି ବସ୍ତ୍ରଗୁଡିକ ସର୍ବସାଧାରଣରେ ପୋଡି ଦିଆଯାଇଥିଲା।
* ସମ୍ମାନସୂଚକ ଉପାଧିଗୁଡିକ ମଧ୍ୟ ଇଂରେଜ ସରକାରଙ୍କୁ ଫେରସ୍ତ ଦିଆଯାଇଥିଲା। [[ଗାନ୍ଧିଜୀ]] ନିଜେ ତାଙ୍କର [[କିଇଜର-ଇ-ହିନ୍ଦ]] ଉପାଧି ଫେରସ୍ତ ଦେଇଥିଲେ।
 
ଏଥି ସହିତ କେତେକ ଗଠନମୂଳକ କାର୍ଯ୍ୟ ମଧ୍ୟ ଗ୍ରହଣ କରାଯାଇଥିଲା। ବଙ୍ଗୀୟ ଜାତୀୟ ବିଶ୍ବବିଦ୍ୟାଳୟବିଶ୍ୱବିଦ୍ୟାଳୟ, ଦିଲ୍ଲୀର ଜାମିଆ ମିଲିଆ ବିଶ୍ବବିଦ୍ୟାଳୟବିଶ୍ୱବିଦ୍ୟାଳୟ, ତିଳକ ମହାରାଷ୍ଟ୍ର ବିଦ୍ୟାଳୟ, ବିହାର ବିଦ୍ୟାପୀଠ, ଗୁଜରାଟ ବିଦ୍ୟାପୀଠ, ବନାରସ ବିଦ୍ୟାପୀଠ, ଲାହୋର ଜାତୀୟ ବିଦ୍ୟାଳୟ ପରି କେତେକ ଜାତୀୟ ଅନୁଷ୍ଠାନ ପ୍ରତିଷ୍ଠିତ ହୋଇଥିଲା। ସ୍ବଦେଶୀସ୍ୱଦେଶୀ ବସ୍ତ୍ର ଉପାଦନ ପାଇଁ, ୨୦,୦୦୦ ଚରଖା ନିର୍ମିତ ହୋଇଥିଲା। ସେହି ଦିନଠାରୁ ଚରଖା ଜାତୀୟ ଆନ୍ଦୋଳନର ପ୍ରତୀକ ଭାବେ ଗ୍ରହଣ କରାଯାଇ କଂଗ୍ରେସ ପତାକାରେ ସ୍ଥାନ ପାଇଥିଲା। ସେବେଠାରୁ ମଧ୍ୟ ନିଜେ ଗାନ୍ଧିଜୀ କୁର୍ତ୍ତା ପରିଧାନ ପରିହର କରି କେବଳ ଧୋତି ପରିଧାନ କରିଥିଲେ। ଏହି ଆନ୍ଦୋଳନକୁ ଅର୍ଥ ଯୋଗାଇବା ପାଇଁ "ତିଳକ ସ୍ବରାଜ୍ୟସ୍ୱରାଜ୍ୟ ଫଣ୍ଡ' ଗଠିତ ହୋଇଥିଲା ଏବଂ ସ୍ବଲ୍ପସ୍ୱଲ୍ପ ସମୟ ମଧ୍ୟରେ ବିପୁଳ ଟଙ୍କା ଉକ୍ତ ଫଣ୍ଡରେ ଜମା କକରି ରଖାଯାଇଥିଲା। ମହିଳାମାନେ ନିଜ ନିଜର ଅଳଙ୍କାର ବିନା ଦ୍ବିଧାରେଦ୍ୱିଧାରେ ଦାନ କରିଥିଲେ।
 
==ଅସହଯୋଗ ଆନ୍ଦୋଳନ ପ୍ରତି ଦମନନୀତି ପ୍ରୟୋଗ ଓ ତାର ପ୍ରତିକ୍ରିୟା==
ଅସହଯୋଗ ଆନ୍ଦୋଳନ ଅପ୍ରତ୍ୟାଶିତ ସଫଳତା ହାସଲ କରୁଥିବାର ଦେଖି ଇଂରେଜ ସରକାର ଏହାର ଦମନ ପାଇଁ କେତୋଟି ପଦକ୍ଷେପମାନ ଗ୍ରହଣ କରିଥିଲେ। ଆନ୍ଦୋଳନର ସୂତ୍ରପାତ ହେବାର ଠିକ୍ ପରେ ପରେ ନେତାମାନଙ୍କୁ ଜେଲଖାନାରେ ରଖାଯାଇଥିଲା। ମାତ୍ର ସରକାରଙ୍କ ଏତାଦୃଶ କାର୍ଯ ଆନ୍ଦୋଳନର ନିର୍ବିପାତ କରିବା ପରିବର୍ତ୍ତେ ଏହାକୁ ଇନ୍ଧନ ଯୋଗାଇଥିଲା। ଭାରତୀୟ ଜାତୀୟ କଂଗ୍ରେସର କାର୍ଯ୍ୟକାରୀ କମିଟିର ସରକାରଙ୍କର ଏହି କାର୍ଯ୍ୟକଳାପକୁ ନିନ୍ଦା କରିବା ସଙ୍ଗେ ସଙ୍ଗେ ଓ୍ବେଲସର ଯୁବରାଜଙ୍କ [[ଭାରତ]] ପରିଦର୍ଶନକୁ ବର୍ଜନ କରିବା ପାଇଁ ଏକ ନିଷ୍ପତ୍ତି ଗ୍ରହଣ କରିଥିଲେ। ୧୯୨୧ ମସିହା ନଭେମ୍ବର ୧୭ ତାରିଖ ଦିନ ସେ ବମ୍ବେଠାରେ ପଦାର୍ପଣ କରିବା ମାତ୍ରେ ତାଙ୍କୁ ହରତାଳ ମାଧ୍ୟମରେ ବିକ୍ଷୋଭ ପଦର୍ଶନ କରାଯାଇଥିଲା। ଏଥିରେ କ୍ରୋଧାନ୍ବିତକ୍ରୋଧାନ୍ୱିତ ହୋଇ ଇଂରେଜମାନେ ୫୦ ଜଣଙ୍କୁ ହତ୍ୟା କରିବା ସଙ୍ଗେ ସଙ୍ଗେ ୪୦୦ ଲୋକଙ୍କୁ ଆହାତ କରିଥିଲେ। ଫଳରେ ବମ୍ବେର ହରତାଳ କ୍ରମଶଃ ଅନ୍ୟ ଆଡକୁ ସଂକ୍ରାମିତ ହୋଇଥିଲା। ରାଜକୁମାର ପରିଦର୍ଶନ କରିଥିବା ସବୁ ଅଞ୍ଚଳରେ ଅନୁରୂପ ହରତାଳ ପାଳନ କରାଯାଇଥିଲା। ତେଣୁ ଇଂରେଜ ସରକାର ଆରମ୍ଭ କରିଥିଲେ ଦମନ ତାଣ୍ଡବଲୀଳା। ଗୁଳି ଓ ଲାଠି ଚାଳନା ନିତ୍ୟ ନୈମିତ୍ତିକ ଘଟଣା। ସର୍ବସାଧାରଣ ସଭା ଅସିଦ୍ଧ ବୋଲି ଘୋଷଣା କରାଯାଇଥିଲା। ବ୍ୟାପକ ଗିରଫ କରି ୩୦,୦୦୦ ପର୍ଯ୍ୟନ୍ତ ଭାରତୀୟଙ୍କୁ କାରାଗାର ମଧ୍ୟରେ ନିକ୍ଷପ କରାଯାଇଥିଲା। [[ଗାନ୍ଧିଜୀ]]ଙ୍କ ବ୍ୟତୀତ [[ମୋତିଲାଲ୍ ନେହେରୁ]], [[ଲାଜପତ ରାୟ]], [[ଆବୁଲ କାଲାମ ଆଜାଦ]] ଏବଂ ଅନ୍ୟ କେତେକ ତୃଙ୍ଗ ନେତ୍ରୁବର୍ଗଙ୍କୁ ବନ୍ଦୀଶାଳାରେ ରଖାଯାଇଥିଲା। ମାତ୍ର ଏସବୁ ପ୍ରତିଷେଧମୂଳକ ଦମନଲୀଳା ସତ୍ତ୍ବେସତ୍ତ୍ୱେ ଏହି ଆନ୍ଦୋଳନ ବନାଗ୍ନି ସଦୃଶ ପ୍ରସାରଲାଭ କରିଥିଲା।
 
==ଆନ୍ଦୋଳନ ସ୍ଥଗିତ==
୪୮ କ ଧାଡ଼ି:
 
==ଅସହଯୋଗ ଆନ୍ଦୋଳନର ଫଳାଫଳ==
ସ୍ବାଧୀନତାସ୍ୱାଧୀନତା ଆନ୍ଦୋଳନର ଇତିହାସରେ ଅସହଯୋଗ ଆନ୍ଦୋଳନ ଥିଲା ଏକ ଜାଜ୍ବଲ୍ୟମାନଜାଜ୍ୱଲ୍ୟମାନ ଅଧ୍ୟାୟ। ଏହା ଆଶୁ ଫଳପ୍ରଦ ହୋଇନଥିଲେ ମଧ୍ୟ ଭବିଷ୍ୟତ ପାଇଁ ବହୁ ଆର୍ଶିବାଦ ଆଣିପାରିଥିଲା। ଭାରତୀୟଙ୍କ ହୃଦୟରେ ଏହା ଏକ ନୂତନ ଚେତନା ସୃଷ୍ଟି କରିଥିଲା। ସେମାନେ ଏହାପରେ ଅଧିକ ନିର୍ଭିକ ଓ କର୍ମତତ୍ପର ହୋଇ ଉଠିଥିଲେ। ସେମାନଙ୍କ ମଧ୍ୟରେ ମଧ୍ୟ ଅଧିକ ଆତ୍ମବିଶ୍ବାସଆତ୍ମବିଶ୍ୱାସ ଭାବ ଜାଗ୍ରତ ହୋଇଥିଲା। ପୁନଶ୍ଚ ଏହି ଅସହଯୋଗ ଆନ୍ଦୋଳନ ମଧ୍ୟ ଭାରତୀୟ ଜାତୀୟ କଂଗ୍ରେସ କାର୍ଯ୍ୟକଳାପରେ ଏକ ନୂତନ ଅଧ୍ୟୟ ସୃଷ୍ଟି କରିଥିଲା। ବିଶେଷତଃ ଭାରତୀୟ ଜାତୀୟ କଂଗ୍ରେସର ଲକ୍ଷ୍ୟ ଓ ପନ୍ଥାରେ ଏକ ପରିବର୍ତ୍ତନ ଦେଖାଯାଇଥିଲା। ତା ପରଠାରୁ କେବଳ ସ୍ବରାଜସ୍ୱରାଜ ହୋଇଥିଲା ଭାରତୀୟ ଜାତୀୟ କଂଗ୍ରେସର ଲକ୍ଷ୍ୟ। ସେହିପରି ଆବେଦନ ନୁହେଁ, ପ୍ରତ୍ୟକ୍ଷ କାର୍ଯ୍ୟ ଗ୍ରହଣ ହେଲା ଏହି ଲକ୍ଷ୍ୟ ହାସଲ କରିବାର ପନ୍ଥା। ତା ପରଠାରୁ ଭାରତୀୟ ଜାତୀୟ କଂଗ୍ରେସ ମଧ୍ୟ କେବଳ ଶିକ୍ଷିତମାନଙ୍କ ଅନୁଷ୍ଠାନ ହୋଇ ରହିନଥିଲା। ଆନ୍ଦୋଳନରେ ସର୍ବସାଧାରଣ ଜନତା ବହୁସଂଖ୍ୟାରେ ଯୋଗଦେବା ଫଳରେ ଏହା ଏକ ସାର୍ବଜନୀନ ଅନୁଷ୍ଠାନରେ ପରିଣତ ହୋଇଥିଲା। ପୁନଶ୍ଚ ଏହି ଆନ୍ଦୋଳନ ପରେ ହିଁ ସ୍ବଦେଶୀସ୍ୱଦେଶୀ ବସ୍ତ୍ର ଲୋକପ୍ରିୟ ହୋଇଥିଲା।ଫଳରେ ବହୁ ବୁଣାକାରଙ୍କୁ ଏହା କର୍ମସଂସ୍ଥାନ ଯୋଗାଇଥିଲା। ପରେ ପରେ ଖଦଡ ଲୋକମାନଙ୍କ ମଧ୍ୟରେ ଆଦୃତି ଲାଭ କରିବା ସଙ୍ଗେ ସଙ୍ଗେ ଭାରତୀୟ ଜାତୀୟ କଂଗ୍ରେସ ନେତାଙ୍କର ଏହା ସମ୍ମାନଜନକ ପୋଷାକ ହୋଇଥିଲା।
 
==ଆଧାର==