"ହାର୍ନିଆ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୪୩ କ ଧାଡ଼ି:
|MeshID = D006547
}}
'''ହାର୍ନିଆ''' – ଯେତେବେଳେ ଶରୀରର କୌଣସି ଅଙ୍ଗ ତାହାର ନିକଟବର୍ତ୍ତୀ ଦୂର୍ବଳ ଆବରଣ ଭେଦ କରି ଅନ୍ୟ ଅସ୍ଵାଭାବିକଅସ୍ବାଭାବିକ ସ୍ଥାନରେ ପ୍ରବେଶ କରେ ତାହାକୁ ହାର୍ନିଆ କହନ୍ତି <ref>[http://www.collinsdictionary.com/dictionary/english/hernia hernia]. CollinsDictionary.com. Collins English Dictionary - Complete & Unabridged 11th Edition. Retrieved December 01, 2012.</ref> । ଦେହର ଅନେକ ସ୍ଥାନରେ ହାର୍ନିଆ ଦେଖାଯାଏ ଓ ସେଥି ମଧ୍ୟରୁ ଅଧିକାଂଶ ପେଟରେ ଦେଖାଯାଏ । [[ଇଙ୍ଗୁଇନାଲ ହାର୍ନିଆ]] [[Inguinal hernia]] ବା [[କୋଳସନ୍ଧି ହାର୍ନିଆ]] ସବୁଠାରୁ ଅଧିକ ଦେଖାଯାଏ । ଏହା ବ୍ୟତୀତ [[ଫିମୋରାଲ ହାର୍ନିଆ]], ନାଭି ବା [[ଅମ୍ବିଲିକାଲ ହାର୍ନିଆ]] ([[Umbilical hernia]]), [[ଇନସିସନାଲ ହାର୍ନିଆ]] (Incisional hernia) ଓ [[ଡାୟାଫ୍ରାମାଟିକ ହାର୍ନିଆ]] ଆଦି ଦେଖା ଯାଆନ୍ତି । ପ୍ରତ୍ୟେକ ହାର୍ନିଆର ନିଜସ୍ଵନିଜସ୍ବ ଲକ୍ଷଣ ଓ ଚିକିତ୍ସା ଅଛି ।}}
== କାରଣ ==
ଅଧିକ ଚାପଗ୍ରସ୍ତ ହେଲେ ଗୋଟିଏ ଅଙ୍ଗ ସ୍ଥାନଚ୍ୟୁତ ହୁଏ । ଅତ୍ୟଧିକ କାଶ, ଜୋର କୁନ୍ଥାଣ, ପେଟକୁ ଅତି ଜୋରରେ ଆଘାତ, ଅସ୍ଵାଭାବିକଅସ୍ବାଭାବିକ ଅଙ୍ଗଭଙ୍ଗିମା, ଅତ୍ୟଧିକ ଓଜନ ଉଠେଇବା ଯୋଗୁ ହାର୍ନିଆ ହୁଏ । ପରିସ୍ରା ଓ ଝାଡ଼ା ହେବାରେ କାଠିନ୍ୟ ହେଲେ ଲୋକ କୁନ୍ଥେଇବାକୁ ବାଧ୍ୟ ହୁଏ । ଏହାଦ୍ଵାରାଏହାଦ୍ବାରା ପେଟ ଭିତରେ ଅଧିକ ଚାପ ପଡ଼େ । ପ୍ରୋଷ୍ଟେଟ ଗ୍ରନ୍ଥି ବଡ଼ ହେଲେ ସହଜରେ ପରିସ୍ରା କରି ହୁଏ ନାହିଁ ଓ ଚାପ ପ୍ରୟୋଗ କରିବାକୁ ହୁଏ । ସେହିଭଳି କଠିନ ମଳ ହେଲେ ଚାପ ଆବଶ୍ୟକ ହୁଏ । ସ୍ଥୌଲ୍ୟତା, ଫୁସଫୁସ ରୋଗ ଯଥା ଆଜମା ଓ ପେଟରେ ଆସାଇଟିସ (ପାଣି ଜମିବା) ହେଲେ ଚାପ ବଢେ <ref>{{cite web|url=http://www.emedicinehealth.com/hernia/page2_em.htm| title=Hernia Causes|accessdate=2010-05-24}}</ref> ।
ଅତ୍ୟଧିକ ପରିଶ୍ରମ, ଦୂର୍ବଳ ସ୍ୱାସ୍ଥ୍ୟ ଓ ଧୂମ୍ରପାନ କଲେ ମଧ୍ୟ ହାର୍ନିଆ ଦେଖାଯାଏ ।
ଶରୀରତତ୍ଵବିତଶରୀରତତ୍ବବିତ ମତ ଅନୁସାରେ ଟ୍ରାନ୍ସଭର୍ସସ ଆବଡୋମିନିସର ଆପୋନିଉରୋସିସରେ କିଛି ଗଠନ ମୂଳକ ତ୍ରୁଟି ଥିବା ଯୋଗୁ ହାର୍ନିଆ ହୁଏ <ref>{{cite journal |author=Desarda MP |title=Surgical physiology of inguinal hernia repair—a study of 200 cases |journal=BMC Surg |volume=3 |issue= |pages=2 |year=2003 |pmid=12697071 |pmc=155644 |url=http://www.biomedcentral.com/1471-2482/3/2 |doi=10.1186/1471-2482-3-2}}</ref>।
 
== ଚିହ୍ନ ଓ ଲକ୍ଷଣ ==
{{^|[[Image:Hernia.JPG|thumb|Frontal view of an inguinal hernia (right).]]}}
ସାଧାରଣତଃ ପେଟରେ ଅଧିକ ହାର୍ନିଆ ଦେଖାଯାଏ । [[ପେଟ]]ରେ ଥିବା ବିଭିନ୍ନ ସ୍ତର କାନ୍ଥରେ ବେଳେ ବେଳେ କ୍ଷୁଦ୍ର ଦୁର୍ବଳତା ବା କଣା ରହିଯାଏ । [[ଚର୍ବି]] ବା ପେଟର ଅଙ୍ଗ ଯଥା [[ଅନ୍ତ ନଳୀ]] ତାହାର [[ପେରିଟୋନିଅମ]] ଘୋଡ଼ଣି ସହ ସେହି ଦୁର୍ବଳ ପଥ ଦେଇ ସ୍ଥାନଚ୍ୟୁତ ହୁଏ ଓ ପେଟ କାନ୍ଥର ଅନ୍ୟ ସ୍ତରମାନଙ୍କ ମଧ୍ୟରେ ରହେ । ସମୟକ୍ରମେ ଏହା ଅଧିକରୁ ଅଧିକ ନିଜ ସ୍ଥାନରୁ ବାହାରି ଆସେ । ଏହି ଭଳି ହାର୍ନିଆ [[ମେଡିଆସ୍ଟାଇନମ]]ଠାରେ ଓ [[ମେରୁଦଣ୍ଡ]]ରେ ମଧ୍ୟ ଦେଖାଯାଏ । <br />
ହାର୍ନିଆ ହୋଇଥିବା ଅଂଶ ନିଜ ସ୍ଥାନକୁ ଫେରିଯାଇପାରେ ଓ ଆଉଥରେ ବାହାରି ଆସିପାରେ । ହାର୍ନିଆ ହେବା ସ୍ଥାନରେ ସାମାନ୍ୟ କଷ୍ଟ ହୁଏ ଓ ଗୋଟିଏ ଫୁଲା ଦେଖାଯାଏ । ହାର୍ନିଆରେ ଅନ୍ତ ନଳୀ ଥିଲେ ଅଟକି ଯିବା ସମ୍ଭାବନା ଥାଏ ଓ ଏପରି ହେଲେ ତାହାର ଧମନୀ ଚିପି ହୋଇ ରକ୍ତ ସରବରାହ ବନ୍ଦ ହୋଇଯାଏ । ଏହାକୁ [[ସ୍ଟ୍ରାଙ୍ଗୁଲେଟେଡ ହାର୍ନିଆ]] କୁହାଯାଏ ଓ ଏତିକି ବେଳେ [[ଜର]], [[ବାନ୍ତି]] ମଧ୍ୟ ହୁଏ । ଏତିକି ବେଳେ ଅତ୍ୟଧିକ ଯନ୍ତ୍ରଣା ଓ ଦରଜ ହୁଏ ଏବଂ ତନ୍ତୁ ମରିଯିବା ସମ୍ଭାବନା ସୃଷ୍ଟି ହୁଏ । [[ଇଙ୍ଗୁଇନାଲ ହାର୍ନିଆ]] ହେଲେ କୋଷର ଉପର ପାର୍ଶ୍ଵରେପାର୍ଶ୍ବରେ ଫୁଲା ଦେଖାଯାଏ ଓ ସମୟକ୍ରମେ ତଳକୁ ଖସିବାକୁ ଲାଗେ । କୋଷ ମଧ୍ୟରେ ଉପରୁ ତଳକୁ ଗୋଟିଏ କିଛି ଟାଣି ହୋଇଯିବା ଭଳି ଲାଗେ<ref>{{cite web|url=http://www.mayoclinic.com/health/inguinal-hernia/DS00364/DSECTION=symptoms| title=Symptoms|accessdate=2010-05-24}}</ref> । ହାର୍ନିଆ ନିଜ ସ୍ଥାନକୁ ଫେରି ନ ପାରିଲେ ତାହାକୁ ଇରୁଡିଇସିବ୍ଲ ହାର୍ନିଆ କୁହାଯାଏ । ଏହା ଏକ ଯାନ୍ତ୍ରଣାଦାୟକ ଅବସ୍ଥା । <br />
ଡାଏଫ୍ରାମାଟିକ୍ ହାର୍ନିଆ ଭଳି ହାର୍ନିଆ ଯାହା ହାତ ପାହାନ୍ତାରେ ନ ଥାଏ ତାହାକୁ ଜାଣିବା ନିମନ୍ତେ ମଲ୍ଟିଡିଟେକ୍ଟର ସି.ଟି. ଆବଶ୍ୟକ ହୁଏ । <ref>{{cite journal |author=Lee HK, Park SJ, Yi BH |title=Multidetector CT reveals diverse variety of abdominal hernias |journal=Diagnostic Imaging |volume=32 |issue=5 |pages=27–31 |year=2010 |url=http://www.diagnosticimaging.com/ct/content/article/113619/1575055}}</ref>
== ରୋଗ ନିର୍ଣ୍ଣୟ ==
୮୩ କ ଧାଡ଼ି:
== ଚିକିତ୍ସା ==
[[File:US Navy 081117-N-1512O-119 Lt. Christie Quietmeyer performs hernia repair surgery with the aid of Lt. Craig Fossee and Hospital Corpsman 3rd Class Zack Mikesell.jpg|thumb|[[Hernia repair]] being performed aboard the amphibious assault ship [[USS Bataan (LHD-5)|USS ''Bataan'']].]]
ଅନେକ ହାର୍ନିଆ ସ୍ଥାନଚ୍ୟୁତ ହୋଇ ଅଜାଗାରେ ଅଟକି ଯାଏ (Obstructed hernia) ଓ ଚିପି ହୋଇଯାଏ (Strangulated hernia) । ଏହା ନ ହେବା ନିମନ୍ତେ ଅପରେଶନ କରିଦିଆଯାଏ । କୋଳସନ୍ଧି ବା ଇଙ୍ଗୁଇନାଲ ସ୍ଥାନରେ ହାର୍ନିଆ ହେଲେ ଅପରେଶନ (Herniorrhaphy) କରେଇବା ଉଚିତ । ଏହି ସ୍ଥାନଟି ବାହାର କରି ହାର୍ନିଆ ଅଂଶଟିକୁ ତାର ନିଜ ସ୍ଥାନକୁ ଫେରେଇ ନେବା ପରେ ଦୁର୍ବଳ ସ୍ଥାନକୁ ମରାମତ (Repair) କରିଦିଆଯାଏ । ନାଭି ହାର୍ନିଆ ଓ ହାୟାଟସ୍ ହାର୍ନିଆ ନିମନ୍ତେ ଅପରେଶନ ଦରକାର ହୁଏ ନାହିଁ, ଆପେ ଆପେ ଔଷଧ ସାହାଯ୍ୟରେ ଭଲ ହୋଇଯାଏ<ref>http://www.nhs.uk/conditions/hernia/Pages/Introduction.aspx</ref> । ଅଧୁନା ଅପରେଶନ ବଦଳରେ ଲାପାରୋସ୍କୋପିଦ୍ଵାରାଲାପାରୋସ୍କୋପିଦ୍ବାରା (Laparoscopy or Minimal invasive surgery) ଅଳ୍ପ ସମୟରେ ଚିକିତ୍ସା କରାଯାଉଛି<ref>{{cite web|url=http://herniasymptoms.blogsavy.com/hernia-surgery/|title=Hernia Surgery|publisher=Hernia Symptoms|accessdate=11 October 2011}}</ref> । ଅପରେଶନ ପରେ ପୁନର୍ବାର ହାର୍ନିଆ ନ ହେବା ନିମନ୍ତେ ସ୍ଵତନ୍ତ୍ରସ୍ବତନ୍ତ୍ର ବେଲ୍ଟ ଓ [[ଟ୍ରସ]] ବ୍ୟବହାର କରିବାକୁ ପରାମର୍ଶ ଦିଆଯାଏ । ଅଧିକ ପରିଶ୍ରମ କରିବାକୁ ମନା କରାଯାଏ ।
== ଜଟିଳତା ==
* ପ୍ରଦାହ
* ସ୍ଵସ୍ଥାନସ୍ବସ୍ଥାନ ଅପ୍ରତ୍ୟାବର୍ତ୍ତନ
* ଅଟକ
* ଚିପି ହୋଇଯିବା
"https://or.wikipedia.org/wiki/ହାର୍ନିଆ"ରୁ ଅଣାଯାଇଅଛି