"ହରଗୋବିନ୍ଦ ଖୁରାନା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରେ +ରେ )
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୧୬ କ ଧାଡ଼ି:
|religion = [[Hinduism]]}}
 
[[ଭାରତ]] ଜନ୍ମିତ ଆମେରିକୀୟ ଜୈବ ରସାୟନ ବିଜ୍ଞାନୀ ହରଗୋବିନ୍ଦ ଖୋରାନା ଅଖଣ୍ଡ ଭାରତର ପଞ୍ଜାବ ପ୍ରଦେଶର ରାୟପୁରରେ ୧୯୨୨ ଜାନୁଆରୀ ୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ବ୍ରିଟିଶ ଶାସନାଧିନ ଭାରତରେ ତାଙ୍କ ପିତା ଥିଲେ ଜଣେ କୃଷି ବିଭାଗ କିରାଣି । ଖୋରାନା ମୁଲତାନର ଡିଏଭି ସ୍କୁଲରୁ ବିଦ୍ୟାଶିକ୍ଷା ସମାପ୍ତ କରିବା ପରେ ଲାହୋର ବିଶ୍ଵବିଦ୍ୟାଳୟରୁବିଶ୍ବବିଦ୍ୟାଳୟରୁ ବିଜ୍ଞାନରେ ସ୍ନାତକୋତ୍ତର ଉପାଧି ହାସଲ କରିଥିଲେ । ବୃତ୍ତି ପାଇ ଅଧିକ ଅଧ୍ୟୟନ ନିମନ୍ତେ ଇଂଲଣ୍ଡ ଯାଇ ସେ ଲିଭରପୁଲ ବିଶ୍ଵବିଦ୍ୟାଳୟରୁବିଶ୍ବବିଦ୍ୟାଳୟରୁ ପି.ଏଚ.ଡି ଡିଗ୍ରି ହାସଲ କରି ଭାରତ ଫେରିଥିଲେ । [[ଭାରତ]] ସ୍ଵାଧିନସ୍ବାଧିନ ହେବାପରେ ୧୯୪୯ରେ ସେ ପୁଣି ଇଂଲଣ୍ଡ ଯାଇ କେମ୍ବ୍ରିଜ ବିଶ୍ଵବିଦ୍ୟାଳୟରେବିଶ୍ବବିଦ୍ୟାଳୟରେ ସେ ପ୍ରୋଟିନ ଓ ନ୍ୟୁକ୍ଳିକ ଏସିଡ଼ ଉପରେ ଦୁଇଜଣ ବୈଜ୍ଞାନିକ ଡି.ଡବ୍ଲ୍ୟୁ କେନର ଓ ଏ.ଆର. ଟଡ଼ଙ୍କ ସହ ମିଶି ଗବେଷଣା କଲେ । ପରେ ଅନ୍ୟତମ ବୈଜ୍ଞାନିକ ଡ. ଗର୍ଡ଼ନ ଏମ. ଶ୍ରୁମ ତାଙ୍କୁ ଭାଙ୍କୋଭର ନେଇଗଲେ, ସେଠରେ ଖୁରାନା ସ୍ଵତନ୍ତ୍ରସ୍ବତନ୍ତ୍ର ଭାବେ ପ୍ରୋଟିନ ଓ ନ୍ୟୁକ୍ଳିକ ଏସିଡ଼ ଉପରେ ଅଧିକ ଗବେଷଣା ଆରମ୍ଭ କଲେ । ୧୯୬୦ରେ ସେ ୱିସ୍କନସିନ ବିଶ୍ଵବିଦ୍ୟାଳୟବିଶ୍ବବିଦ୍ୟାଳୟ ଯାଇ ସେଠରେ ଥିବା ଇନଷ୍ଟିଚ୍ୟୁଟ ଅଫ ଏଞ୍ଜାଇମ ରିସର୍ଚ୍ଚରେ ଗବେଷଣା ଆରମ୍ଭ କଲେ । ଖୋରାନାଙ୍କୁ ୧୯୬୮ମସିହାରେ ଚିକିତ୍ସା କ୍ଷେତ୍ରରେ ଅନ୍ୟ ଦୁଇଜଣ ବୈଜ୍ଞାନିକଙ୍କ ମର୍ଶଲ ଡବ୍ଲ୍ୟୁ ନିରେନବର୍ଗ ଏବଂ ରବର୍ଟ ଡବ୍ଲ୍ୟୁ ହୋଲିଙ୍କ ସହିତ ନୋବେଲ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ରା. ଏନ୍. ଏ.ରେ ନ୍ୟୁକ୍ଳିଓଟାଇଡ଼ ସିକ୍ଵେନ୍ସରସିକ୍ବେନ୍ସର ରହସ୍ୟକୁ ଉଦ୍ଘାଟନ କରିବା ଏବଂ ଜେନେଟିକ କୋଡ଼କୁ ଜାଣିବା ପାଇଁ ତାଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା । ସେହି ସମୟରେ ସେ ଭିସ୍କୋସିନ ବିଶ୍ଵବିଦ୍ୟାଳୟରେବିଶ୍ବବିଦ୍ୟାଳୟରେ କାର୍ଯ୍ୟ କରୁଥିଲେ । ସେ ମା.ଇ.ଟେ.ର ଆଲଫ୍ରେଡ଼ ପି. ସୋଲାନ ପ୍ରଫେସର ଅଫ ବାୟୋଲୋଜି ଆଣ୍ଡ କେମିଷ୍ଟ୍ରିରେ ସେ କିଛି ଦିନ ଅଧ୍ୟାପନା କରିଥିଲେ । ତାଙ୍କୁ ନ୍ୟାସନାଲ ମେଡାଲ ଅଫ ସାଇନ୍ସ ପ୍ରଦାନ କରାଯାଇଥିଲା । ସ୍କ୍ରିପ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ବୋର୍ଡ ଅଫ ସାଇଣ୍ଟିଫିକ ଗଭର୍ଣ୍ଣରର ସେ ସଦସ୍ୟ ଥିଲେ । ୧୯୫୨ରେ ସେ ଏସଦର ଏଲିଜାବେଥ ସିବ୍ଲରଙ୍କୁ ବିବାହ କରିଥିଲେ । ୧୯୬୬ରେ ସେ ଆମେରିକାର ନାଗରିକତ୍ଵନାଗରିକତ୍ବ ଗ୍ରହଣ କରିଥିଲେ । ୯ ନଭେମ୍ବର ୨୦୧୧ରେ ସେ ଦେହତ୍ୟାଗ କରିଥିଲେ ।
== ଆଧାର ==
{{ଆଧାର}}