"ସପ୍ତପୁରୀ ଅମାବାସ୍ୟା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୨୪ କ ଧାଡ଼ି:
}}
 
[[ଭାଦ୍ରବ]] ମାସର [[ଅମାବାସ୍ୟା]]କୁ '''ସପ୍ତପୁରୀ ଅମାବାସ୍ୟା''' ବା କୁଶଗ୍ରହଣୀ ଅମାବାସ୍ୟା ନାମରେ ପାଳନ କରାଯାଏ । ଏହି ଅମାବାସ୍ୟା ତିଥିରେ ଓଡ଼ିଆ ଜାତିର ଆରାଧ୍ୟ ଭଗବାନ ଜଗନ୍ନାଥଙ୍କଠାରେ ସପ୍ତପୁରୀ ଭୋଗ ଲାଗିଥାଏ ।<ref name="Manti2014">{{cite book|author=J C Manti|title=The Saga of Jagannatha and Badadeula at Puri (: Story of Lord Jagannatha and his Temple)|url=http://books.google.com/books?id=QweqCQAAQBAJ&pg=PA243|date=22 August 2014|publisher=Vij Books India Pvt Ltd|isbn=978-93-82652-45-8|pages=243–}}</ref> ଶ୍ରୀଜୀଉଙ୍କର ଏହିଦିନ ବିଶେଷ ପୂଜାନୀତି ଅନୁଷ୍ଠିତ ହେବା ସହ ସେବାୟତଙ୍କଦ୍ଵାରାସେବାୟତଙ୍କଦ୍ବାରା ଏକ ବଡ଼ ସପ୍ତପୁରୀ (ସାତପୁରୀ) ପ୍ରସ୍ତୁତ କରାଯାଇ ଠାକୁରଙ୍କଠାରେ ଭୋଗଲାଗି ହୋଇଥାଏ । ଏହାକୁ ସପ୍ତପୁରୀ ତାଡ଼ ମଧ୍ୟ କୁହାଯାଇଥାଏ ।
 
[[ଅଠର ନଳା]] ନିକଟରେ ଅବସ୍ଥିତ [[ଅଲାମଚଣ୍ଡୀ ମନ୍ଦିର]]ରୁ ସପ୍ତପୁରୀ ଅମାବାସ୍ୟାରେ ସପ୍ତପୁରୀ ଭୋଗ ପାଇଁ ଆବଶ୍ୟକ ତାଡ଼ [[ଶ୍ରୀମନ୍ଦିର]]କୁ ଯାଇଥାଏ । ଭାଦ୍ରବ କୃଷ୍ଣ ଚତୁର୍ଦ୍ଦଶୀ ଦିନ କୁମ୍ଭାର ବିଶୋଇମାନେ ମୁହଁରେ ବାଘମୁହାଁ ବାନ୍ଧି ସାତପୁରୀ ତାଡ଼କୁ ମୁଣ୍ଡରେ ମୁଣ୍ଡାଇ [[ଘଣ୍ଟ]],[[ଛତା]],[[କାହାଳୀ]] ସହ ସିଂହଦ୍ୱାର ଦେଇ ଘେନାଣ ନିମନ୍ତେ ଦ୍ଵିପ୍ରହରଦ୍ବିପ୍ରହର ଧୂପପରେ ଅଲାମଚଣ୍ଡୀ ମନ୍ଦିରରୁ ଶ୍ରୀମନ୍ଦିରକୁ ସପ୍ତପୁରୀ ପୂଜା ପାଇଁ ନେଇଥାନ୍ତି ।
 
[[File:ସପ୍ତପୁରୀ ତାଡ଼ ବିଜେ.jpg|thumb|ସପ୍ତପୁରୀ ତାଡ଼ ବିଜେ ପଟୁଆରର ଚିତ୍ର]]
 
ହିନ୍ଦୁଧର୍ମର ପରମ୍ପରାରେ ଅନେକ ପ୍ରକାର ପୂଜାକାର୍ଯ୍ୟରେ [[କୁଶ]] (ଏକ ବିଶେଷ ପ୍ରକାରର ଘାସ, ଯାହାର ଉପଯୋଗ କେବଳ ଧାର୍ମିକ କାର୍ଯ୍ୟରେ କରାଯାଇଥାଏ) କରାଯାଇଥାଏ । ପ୍ରତ୍ୟେକ ଗୃହସ୍ଥ ଏହି ଅମାବାସ୍ୟା ଦିନ କୁଶଗୁଡ଼ିକୁ ସଂଗ୍ରହ କରିଥାନ୍ତି । ସୂର୍ଯ୍ୟ ଉଦୟ ସମୟରେ ଉତ୍ତର କିମ୍ବା ପୂର୍ବାଭିମୁଖି ହୋଇ କୁଶ ହାତରୁ ବାହାର କରାଯାଇଥାଏ । ବର୍ଷତମାମ କରାଯାଇଥିବା ପୂଜା ଏବଂ ଧାର୍ମିକ କାର୍ଯ୍ୟରେ ଉପଯୋଗ ହୋଇଥିବା ଶାସ୍ତ୍ରରେ ଦଶ ପ୍ରକାରର କୁଶ ବିଷୟରେ ବର୍ଣ୍ଣନା କରାଯାଇଛି । “ କୁଶାଃ କାଶ ଯବା ଦୁର୍ବା ଉଶୀରଚ୍ଛ ସକୁନ୍ଦକାଃ । ଗୋଧୂମା ବ୍ରାହ୍ମୟୋ ମୌନ୍‌ଜା ଦଶ ଦର୍ଭାଃ ସବଲ୍ବଜାଃ” ଅମାବାସ୍ୟା ତିଥିର ସ୍ଵାମୀସ୍ବାମୀ ବା ଉପାସିତା ଦେବତା ହେଉଛନ୍ତି ପିତୃଦେବ । ସେଥିପାଇଁ ପିତୃଦେବଙ୍କ ତୃପ୍ତି ନିମନ୍ତେ ଏହି ଦିନ ତର୍ପଣ, ଦାନପୂଣ୍ୟ ଆଦି କରାଯାଏ । ଅମାବାସ୍ୟା ଦିନ ସୋମବାର, ମଙ୍ଗଳବାର ଏବଂ ଗୁରୁବାର ହୋଇଥିଲେ ତଥା ଅନୁରାଧା, ବିଶାଖା ଏବଂ ସ୍ଵାତୀସ୍ବାତୀ ନକ୍ଷତ୍ର ଯୋଗ ସୃଷ୍ଟି ହୋଇଥିଲେ, ଏହାକୁ ଅତ୍ୟନ୍ତ ପବିତ୍ର ତିଥି ଭାବେ ଗ୍ରହଣ କରାଯାଇଥାଏ । ଏହାକୁ ଦୃଷ୍ଟିରେ ରଖି କୁଶାଗ୍ରହଣୀ ଅମାବାସ୍ୟା ଦିନ ତୀର୍ଥ, ସ୍ନାନ, ଜପ, ତପ ଏବଂ ବ୍ରତ କରିବାଦ୍ଵାରାକରିବାଦ୍ବାରା ପାପ ଦୂର ହୋଇ ପୂଣ୍ୟ ବଳରେ ଋଣ ଆଦି ପୀଡ଼ାରୁ ମୁକ୍ତି ପ୍ରାପ୍ତ ହୁଏ । ସଂଯମ, ସାଧନା ଏବଂ ତପ ନିମନ୍ତେ ଏହା ଶ୍ରେଷ୍ଠ ଦିନ ବୋଲି ବିଶ୍ଵାସବିଶ୍ବାସ କରାଯାଏ । ଏହି ବ୍ରତ ବର୍ଷକୁ ଥରେ ଏହିଦିନ କରାଯାଇଥାଏ । ଯଦ୍ଵାରାଯଦ୍ବାରା ମାନସିକ ଶାନ୍ତି ପ୍ରାପ୍ତ ହୁଏ । <ref>ପୃଷ୍ଠା-୨ଦିନଲିପି,୧୨.୯.୧୫</ref>
 
==ଆଧାର==