"ଶରଣ ଶ୍ରୀକ୍ଷେତ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ଠାରେ +ଠାରେ )
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୪ କ ଧାଡ଼ି:
୧୬୦୦ ଖ୍ରୀଷ୍ଟାବ୍ଦରେ [[କଳାପହାଡ଼]] ଆକ୍ରମଣ ସମୟରେ [[ଜଗନ୍ନାଥ]]ଙ୍କ ସୁରକ୍ଷା ଏବଂ [[ଗଜପତି ମହାରାଜା]]ଙ୍କୁ ଶରଣ ଦେଇଥିବାରୁ ଏହି ସ୍ଥାନର ନାମ ଶରଣ ଶ୍ରୀକ୍ଷେତ୍ର । [[ଆଠଗଡ଼]] ରାଜା [[ମଧୁସୂଦନ ଜଗଦେବ]] ତତ୍କାଲିନ ରାଜା ଗଜପତି [[ରମଚନ୍ଦ୍ର ଦେବ]] ଓ ତାଙ୍କ ସପରିବାରଙ୍କୁ ଆକ୍ରମଣକାରୀଙ୍କ ଠାରୁ ଉଦ୍ଧାର କରିବା ପାଇଁ ସହଯୋଗ କରିଥିଲେ । [[ପାନ୍ତିଆମାଗଡ଼]]ଠାରେ ଗଜପତି ଓ ରାଜପରିବାର ସଦସ୍ୟଙ୍କୁ ଭୂଗର୍ଭରେ ଥିବା ଏକ ମହଲ [[ଗୁପ୍ତଗଡ଼]]ଠାରେ ଶରଣ ଦେଇଥିଲେ । ଏକ ସୁନ୍ଦର ଉଦ୍ୟାନ ତଳେ ଏହି ମହଲଟି ନିର୍ମାଣ କରାଯାଇଥୁଲା ଯାହା ଫଳରେ ଆକ୍ରମଣକାରୀ ଏହାର କୌଣସି ସନ୍ଧାନ ମଧ୍ୟ ପାଇ ପାରିନଥିଲେ । ଏଥୁରୁ ପ୍ରମାଣିତ ହୁଏ ରାଜପରିବାରକୁ ସାହାଯ୍ୟ କରି ଉତ୍ତମ ବନ୍ଧୁର ପରିଚୟ ଦେଇଥିଲେ [[ଆଠଗଡ଼]] ରାଜା । ଆଠଗଡ଼ ରାଜାଙ୍କ ଏହି ସାହାଯ୍ୟକୁ ଚିରଦିନ ଇତିହାସରେ ସାକ୍ଷୀ ଭାବରେ ରଖୁବାକୁ ତାଙ୍କୁ [[ପୁରୀ]] ଗଜପତି, '''ମନୋଦ୍ଧାରଣ ଶରଣ ପଞ୍ଜର ବିରାଧୀବୀର ଭାଇ ଶ୍ରୀ ହରିଚନ୍ଦନ ଜଗବ୍ଦବ ରାଜା ବାହାଦୂର''' ଉପାଧିରେ ଭୂଷିତ କରିଥିଲେ । ସେହିଦିନଠାରୁ [[ଆଠଗଡ଼]] ରାଜାଙ୍କୁ ସମ୍ମାନ ଦେବା ଉଦ୍ଦେଶ୍ୟରେ [[ଜଗନ୍ନାଥ ମନ୍ଦିର]]ରେ ପ୍ରତି ଏକାଦଶୀ ତିଥିରେ ଏକ [[ମହାଦୀପ]] ଜଳିଥାଏ । [[ଗଜପତି ମହାରାଜା]] [[ଆଠଗଡ଼]]ଠାରେ ଅକ୍ଷୟକୀର୍ତ୍ତି ପ୍ରସ୍ତର ନିର୍ମିତ ସଭା ମଣ୍ଡପ ଓ [[ଜଗନ୍ନାଥ ମନ୍ଦିର]]ର ଶୁଭ ଦେଇଥିଲେ । [[ପୁରୀ]] [[ଜଗନ୍ନାଥ ମନ୍ଦିର]] ଭଳି ଅନୁରୂପ ଏକ ମନ୍ଦିର [[ଆଠଗଡ଼ ପାଟଣା]]ଠାରେ ନିର୍ମାଣ କରାଗଲା । [[ପୁରୀ]] ମହାରାଜା ଗଜପତି [[ଦିବ୍ୟସିଂହ ଦେବ]] ହୃଦୟଙ୍ଗମ କଲେ ଯେ ପ୍ରଭୁଙ୍କର ଏହି ସ୍ଥାନ ହିଁ ଶେଷ ଲୀଳା ଖେଳାର ସ୍ଥାନ । ତେଣୁ ଏହି ମନ୍ଦିରକୁ ସେ କିଛି ପରିମାଣର ସାହାଯ୍ୟ କରୁଛନ୍ତି ।
==ନାମକରଣ==
ଏହାକୁ [[ଅଷ୍ଟଦୁର୍ଗ]] କୁହାଯିବାର ଅନ୍ୟତମ ପ୍ରମୁଖ କାରଣ ହେଉଛି ଏହା ଏକ ଗଡ଼ଜାତ ରାଜ୍ୟ ଥୁଲା । ଏହି ରାଜ୍ୟଟି ଏକ ଭୂସ୍ବର୍ଗ ସହ ସମାନ ଥୁଲା । ଏହାର ଚାରିପାଖରେ ସୁନ୍ଦର ବନାନୀ, ଫୁଲ ବଗିଚା [[ନାଗେଶ୍ଵରନାଗେଶ୍ବର]] ଫୁଲର ବଗିଚା ଏହାକୁ ଅଧିକ ସୁନ୍ଦରମୟ କରୁଥିଲା । ବିଭିନ୍ନ ବନ ପଶୁ ଓ ପକ୍ଷୀଙ୍କ କୋଳାହଳ ଶବ୍ଦରେ ପ୍ରକମ୍ପିତ ହୋଇଉଠୁଥୁଲା ସମ୍ପୂର୍ଣ୍ଣ ପରିବେଶ । ଏହି ରାଜ୍ୟର ଚାରିପାଖେ ଆଠଟି ସୁରକ୍ଷିତ ପ୍ରାଚୀର ସଦୃଶ ଦୁର୍ଗ ରହିଥିଲା ତେଣୁ ଏହାର ନାମକରଣ ଏଇଭଳି ହୋଇଛି । ସେହି ଆଠଟି ଦୁର୍ଗ ମଧ୍ୟରେ ଖିଲାଡ଼ି, ପାଣ୍ଡିରିପଡ଼ା, ବତପଙ୍କଳବାଡ଼ି, ଶିକୁଳା, ଘାଟିପାରି, ଜକର ଯମୁନା ଦୁର୍ଗ, ରୁମାଗଡ଼, ଓପାଟିଗଡ଼ ଦୁର୍ଗ ସୁରକ୍ଷାର କବଚ ଭାବେ ରାଜ୍ୟକୁ ଶତ୍ରୁ କବଳରୁ ରକ୍ଷା କରୁଥିଲେ । <ref>{{cite web|last=ଡାକୁଆ|first=ରାମକୃଷ୍ଣ|title=ଅଷ୍ଟଦୁର୍ଗ ଐତିହର ସୁରକ୍ଷା ଚିନ୍ତା|url=http://www.ameodia.com/?p=3816|publisher=ଆମେ ଓଡ଼ିଆ - ମାସିକ ପତ୍ରିକା|accessdate=11 October 2015}}</ref>
 
==ସ୍ଥାନୀୟ ପ୍ରତିଭା==
କବି [[ବଳଦେବ ରଥ]]ଙ୍କ ଜନ୍ମସ୍ଥାନ ଓ [[ଯଦୁମଣି ମହାପାତ୍ର]]ଙ୍କ ଲୀଳା ଖେଳା ଭାବରେ ରହିଛି ଏହାର ଇତିହାସ । ଏହି ମାଟିରେ କବିସୂର୍ଯ୍ୟ [[ବଳଦେବ ରଥ]]ଙ୍କ ଅଜା [[ତ୍ରୀପୁରାରି ଓତା]] ଏଠାରେ ନିଜର ତନ୍ତ୍ର ସାଧନା କରି ମା [[ବନଦେବୀ]]ଙ୍କୁ ସନ୍ତୁଷ୍ଟ କରିବାରେ ସକ୍ଷମ ହୋଇଥିଲେ । ଉତ୍କଳଘଣ୍ଟ [[ଯଦୁମଣି ମହାପାତ୍ର]] ୧୭୮୧ ଖ୍ରୀଷ୍ଟାବ୍ଦରେ ଏହି ଭୂମିରେ ଜନ୍ମଗ୍ରହଣ କରିଥିଲେ । ଆଠଗଡ଼ ପାଟଣାର ଘୋଟିକା ସାହିରେ ସେ ଜନ୍ମଗ୍ରହଣ କରିଥୁଲେ । ସେଇଭଳି ବଳଦେବ ରଥ ୧୭୮୯ ଅଜା ତ୍ରୀପୁରାରି ଓ ତାଙ୍କ ଘରେ ଜନ୍ମଗ୍ରହଣ କରିଥୁଲେ । ଯେଉଁ ସମୟରେ ଅସାଧାରଣ ଜ୍ଞାନ, ପାଣ୍ଡିତ୍ୟ, କବି ପ୍ରତିଭା ବଳରେ କବି ସମ୍ରାଟ [[ଉପେନ୍ଦ୍ର ଭଞ୍ଜ]] [[ରିତୀଯୁଗ]]ରେ ପ୍ରତିଷ୍ଠିତ କବି ଭାବେ ଉଭା ହୋଇଥିଲେ । ସେତେବେଳେ ଏହି ଦୁଇ ମହାନ କବି [[ରିତୀଯୁଗ]]ର ଅନ୍ତିମ ସୂର୍ଯ୍ୟାଲୋକ ଭାବେ ଉଭା ହୋଇଥିଲେ ।
==ଅନ୍ୟାନ୍ୟ ବିଶେଷତ୍ଵବିଶେଷତ୍ବ==
ଆଠଗଡ଼ ପାଟଣାର ଆଉ ଏକ ବିଶେଷତ୍ଵବିଶେଷତ୍ବ ହେଉଛି ଏଠାକାର ତିନିଦିଗକୁ ସୁରକ୍ଷା ଦେଉଥିବା ନଦୀମାନଙ୍କରୁ ଅନେକ ନଦୀ ପ୍ରବାହିତ ହେଉଛି । ଯାହା ଫଳରେ ଅଞ୍ଚଳର ଜନସାଧାରଣ ନିଜ ଚାଷ ଜମି ପାଇଁ ଜଳସେଚନ କରୁଛନ୍ତି । ସେଇଭଳି ଅନେକ ପାହାଡ଼ ଗୁମ୍ଫାରେ ବହୁ ଋଷିଗଣ ତପସ୍ୟା କରିଥିବାର ଇତିହାସ ରହିଛି । ସେମାନଙ୍କ ମଧ୍ୟରେ ପଣ୍ଡୁ ନାମକ ସାଧୁ ବହୁ ବର୍ଷ ଧରି ସାଧନା କରୁଥିବା କଥା ଜଣାଯାଏ । ଆଠଗଡ଼ ପାଟଣାରେ ଥିବା ରାଜଦରବାରରୁ ଧରାକୋଟ ରାଜ ଦରବାର ପର୍ଯ୍ୟନ୍ତ ଏକ ସୁଡ଼ଙ୍ଗ ଥିବା ଚର୍ଚ୍ଚା ହୁଏ । <ref>{{cite web|last=ଡାକୁଆ|first=ରାମକୃଷ୍ଣ|title=ଅଷ୍ଟଦୁର୍ଗ ଐତିହର ସୁରକ୍ଷା ଚିନ୍ତା|url=http://www.ameodia.com/?p=3816|publisher=ଆମେ ଓଡ଼ିଆ - ମାସିକ ପତ୍ରିକା|accessdate=11 October 2015}}</ref>
==ଅଧିକ ଦେଖନ୍ତୁ==
*[[ଶାବର ଶ୍ରୀକ୍ଷେତ୍ର]], କୋରାପୁଟ