"ଲାଲ ପାଣ୍ଡା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୨୮ କ ଧାଡ଼ି:
==AILURUS FULGENS==
ଲାଲ ପାଣ୍ଡା ଆଲିଉରୁସ ପ୍ରଜାତିର ଏକ ମାତ୍ର ଛୋଟ ସ୍ତନ୍ୟଧାରି ଜୀବିତ ପ୍ରାଣୀ ଯାହା କି ଆଇଲୁରିଡାଇ ପରିବାରର ଅନ୍ତର୍ଭୁକ୍ତ ଯେଉଥିରେ ରକୁନ ଆଉ ଭାଲୁ ମଧ୍ୟ ଅନ୍ତର୍ଭୁକ୍ତ ଥିଲେ କିନ୍ତୁ ତାଙ୍କର ବର୍ଗୀକରଣ ହେତୁ ଅଲଗା କରିଦିଆ ଯାଇଛି ।
ଲାଲ ପାଣ୍ଡାକୁ IUCNଦ୍ଵାରାIUCNଦ୍ବାରା ଅସୁରକ୍ଷିତ ବୋଲି ଘୋଷଣା କରାଯାଇଛି । ୧୦ ହଜାରରୁ କମ ସଂଖ୍ୟକ ଲାଲ ପାଣ୍ଡା ଜୀବିତ ଅଛନ୍ତି ଯାହା କି ଅବସ୍ଥାନ କରୁଥିବା ଦେଶମାନଙ୍କର ନିୟମଦ୍ଵାରାନିୟମଦ୍ବାରା ସୁରକ୍ଷିତ ରକ୍ଷା ଯାଇଅଛି । ଜଙ୍ଗଲ କ୍ଷୟ ,ବିଭାଜିକରଣ,ଅନ୍ତ ପ୍ରଜନନ ହ୍ରାସ ଯୋଗୁଁ ଏମାନଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି ।
ଲାଲ ପାଣ୍ଡା ବିଲେଇ ଠାରୁ ସାମାନ୍ୟ ବଡ ଓ ଛୋଟ ଛୋଟ ଗୋଡ଼ ପାଇଁ ବତକ ପରି ଧିମା ଧିମା ଚାଲି । ବାଉଁଶ ଏହାର ପ୍ରଧାନ ଖାଦ୍ୟ ତା’ଛଡା ପକ୍ଷୀ ଅଣ୍ଡା ,ପୋକ ଓ ଛୋଟ ସ୍ତନ୍ୟପାଇମାନଙ୍କୁ ଗ୍ରହଣ କରେ କହିବାକୁ ଗଲେ ଏହା ଏକ ସର୍ବଭୋଜି ପ୍ରାଣୀ ।
==ଗଠନ ==
ମୁଣ୍ଡରୁ ଦେହର ଲମ୍ବ ୨୦-୨୫ ଇଞ୍ଚ ଓ ଲାଞ୍ଜ ୧୧-୨୩ ଇଞ୍ଚ । ପୁରୁଷର ଓଜନ ୩.୭-୬.୨ କିଗ୍ରା ଓ ସ୍ତ୍ରୀର ଓଜନ ୩-୬ କିଗ୍ରା । ଦେହର ଉପରିଭାଗ ଲୋହିତ ରଙ୍ଗର ପଶମଦ୍ଵାରାପଶମଦ୍ବାରା ଆବୃତ ଥିବାବେଳେ ତଳଭାଗ କଳାରଙ୍ଗରେ ଆବୃତ ଥାଏ । ମୁହଁର କିଛି ଅଂଶ ହଲ୍କା ଧଳା ରଙ୍ଗ ହୋଇଥାଏ ଆଖିରୁ ମୁହଁ ପର୍ଯ୍ୟନ୍ତ ଲୁହଗଡିବା ପରି ଚିହ୍ନ ଥାଏ ।
ଛୋଟ ଗୋଲ ମୁଣ୍ଡ ଛୋଟ ଛୋଟ ଠିଆ ହୋଇ ରହିଥିବା ଦୁଇ କାନ,କଳା ନାକ ଓ ଗାଢ କଳା ଆଖି । ଲମ୍ବା ଲୋମଶ ଲାଞ୍ଜ ଯାହାର ୬ଟି ଈଷତ ହଳଦୀ ରଙ୍ଗର ଗୋଲ ଗୋଲ ବନ୍ଧନୀର ସମାହାର ଥାଏ । ମଜବୁତ,ତୀକ୍ଷଣ,ଆଙ୍କୁଚନଶିଳ ପଞ୍ଝା ଯାହାକି ପତଳା ଡାଳମାନଙ୍କରେ ଚଢିବାରେ ସାହାଯ୍ୟ କରେ । କଚଟିରୁ ବାହାରିଥିବା ଏକ ଲମ୍ବା ହାଡ ଯାହା ବୃଦ୍ଧ ଅଙ୍ଗୁଳି ପରି ଲାଗେ ତାହା ଡାଳଗୁଡିକୁ ଧରି ରଖିବାରେ ସହାୟକ ହୁଏ ।
 
୩୯ କ ଧାଡ଼ି:
==ବ୍ୟବହାର ଓ ଜୀବନ==
ଲାଲ ପାଣ୍ଡା ହୁଇଶୀଲ ପରି ଶବ୍ଦ କରେ ନିଜ ନିଜ ମଧ୍ୟରେ ଯୋଗାଯୋଗ କରିବା ପାଇଁ । ଗଛ ଡାଳ ବା ଗଛ କୋରଡ ଭିତରେ ଶୋଇ ରହିଥାଏ ଦିନ ସମୟରେ ଅପରାହ୍ନ ବା ସନ୍ଧ୍ୟାବେଳେ କାର୍ଯ୍ୟକ୍ଷମ ହୁଏ । ଗଛ ଡ଼ାଳରେ ଗୋଡ଼ ଲମ୍ବାକରି ଶୋଇ ରହିଥିବା ଦେଖିବାକୁ ମିଳେ । ଏମାନେ ଅତ୍ୟଧିକ ତାପମାତ୍ରା ସହ୍ୟ କରିପାରନ୍ତି ନାହିଁ ,୧୭-୨୫o C ଏକ ଉତ୍ତମ ବାତାବରଣ ପ୍ରସ୍ତୁତ କରେ ଏମାନଙ୍କ ପାଇଁ । କିଛି ସମୟ ବୁଲା ବୁଲି ପରେ ବିଲେଇ ପରି ନିଜଦେହକୁ ଚାଟି ଚାଟି ସଫା କରନ୍ତି,ଗଛ,ପଥର ଦେହରେ ନିଜକୁ ଘସିନିଅନ୍ତି । ନିଜ ଇଲାକାରେ ବିଚରଣ କରନ୍ତି ମୂତ୍ରଦ୍ଵାରାମୂତ୍ରଦ୍ବାରା ଚିହ୍ନଟ କରନ୍ତି । ଗଛରୁ ଗଛ ଖାଦ୍ୟ ଅନ୍ଵେଷଣଅନ୍ବେଷଣ କରନ୍ତି । ନିଜ ଆଗ ପଞ୍ଝାଦ୍ଵାରାପଞ୍ଝାଦ୍ବାରା ଖାଦ୍ୟ ମୁହଁରେ ଭରିବା ବି ପରିଲକ୍ଷିତ ହୋଇଛି । ବରଫରେ ରହୁଥିବା କଲରାପତ୍ରିଆ ବାଘ,ମନୁଷ୍ୟ,ମାର୍ଟେନ ଏମାନଙ୍କ ମୁଖ୍ୟ ଶତ୍ରୁ ଅଟନ୍ତି । କୌଣସି ପ୍ରକାର ବିପଦର ଆଭାଷ ହେଲେ ଏମାନେ ନିଜ ଦୁଇଗୋଡରେ ଛିଡା ହୋଇ ଡରେଇବାକୁ ଚେଷ୍ଟା କରନ୍ତି । ବାଉଁଶ ପତ୍ର ମୁଖ୍ୟ ଖାଦ୍ୟ ଏମାନଙ୍କର,ପାଖାପାଖି ୧.୫ କିଗ୍ରା ପତ୍ର ଖାଇଥା’ନ୍ତି ଏମାନେ । ଏମାନଙ୍କ ପାଚନ ଶକ୍ତି ବହୁତ ତୀବ୍ର ୨-୪ଘଣ୍ଟା ମଧ୍ୟରେ ଏମାନେ ଖାଦ୍ୟ ହଜମ କରିନିଅନ୍ତି ।
==ପ୍ରଜନନ==
ଲାଲ ପାଣ୍ଡା ୧୮ ମାସରେ ପରିପକ୍ଵତାପରିପକ୍ବତା ଲାଭ କରି ନିଅନ୍ତି କିନ୍ତୁ ସମ୍ପୂର୍ଣ ଭାବେ ୨-୩ ବର୍ଷ ଲାଗେ ପୂର୍ଣ ପରିପକ୍ଵତାପରିପକ୍ବତା ପାଇଁ । ମିଳନ ବ୍ୟତୀତ ବହୁତ କମ ପରିମାଣରେ ନିଜ ନିଜ ମଧ୍ୟରେ ସମ୍ପର୍କ ରଖନ୍ତି । ଉଭୟ ପୁରୁଷ ବା ସ୍ତ୍ରୀ ଲାଲ ପାଣ୍ଡା ସମ୍ଭବତଃ ଏକାଧିକ ସାଥି ସହ ମିଳନ କରନ୍ତି । ମଧ୍ୟ ଜାନୁୟାରୀରୁ ମାର୍ଚ ପର୍ଯ୍ୟନ୍ତ ଏମାନଙ୍କ ମିଳନର ସମୟ । ଶାବକ ଜନ୍ମ ପୂର୍ବରୁ ମାଁ ପାଣ୍ଡା ପିଲାଙ୍କ ପାଇଁ ପତ୍ର,ଘାସ ଆଦି ବସ୍ତୁରେ ଗଛ କୋରଡ ବା ପଥର ସନ୍ଧିରେ ଏକ ବସା ବଣାଇ ଥାଏ । ଗର୍ଭଧରଣ ସମୟ ୧୧୨-୧୫୮ ଦିନ ହୋଇଥାଏ,ମଧ୍ୟ ଜୁନରୁ ଜୁଲାଇ ମଧ୍ୟରେ ସ୍ତ୍ରୀ ପାଣ୍ଡା ୧-୪ଟି ଶାବକ ଜନ୍ମଦିଏ । ଶାବକ ୧୧୦ ଗ୍ରାମରୁ ୧୩୦ ଗ୍ରାମ ମଧ୍ୟରେ ହୋଇଥାନ୍ତି ଓ ଜନ୍ମବେଳେ ଅନ୍ଧ,ବଧିର ହୋଇ ଜନ୍ମ ନିଅନ୍ତି । ମାଁ ତାହାର ଅଧିକାଂଶ ସମୟ ପିଲାକୁ ଜଗିବା,ବସାକୁ ସଫା ରଖିବାରେ ଅତିବାହିତ କରେ । ୧୮ ଦିନ ପରେ ଶାବକ ଆଖି ଖୋଲେ ଓ ୯୦ ଦିନ ପରେ ସେମାନେ ନିଜର ଅସ୍ତିତ୍ଵକୁଅସ୍ତିତ୍ବକୁ ଆସି ଯାନ୍ତି ଏବଂ ଖାଦ୍ୟ ମଧ୍ୟ ଖାଇବାରେ ଲାଗନ୍ତି । ୬-୮ ମାସ ହେଲେ ସେମାନେ ମାଁ ଠାରୁ କ୍ଷୀର ଖାଇବା ବନ୍ଦ କରିଦିଅନ୍ତି । ପରବର୍ତୀ ଶାବକ ଜନ୍ମ ହେବ ପର୍ଯ୍ୟନ୍ତ ପିଲାମାନେ ମାଁ ପାଖରେ ରୁହନ୍ତି । ପୁରୁଷ ସମ୍ଭବତଃ ସାହାଯ୍ୟ କରନ୍ତି ପିଲାମାନେ ବଡ ହେବାରେ ଯଦି ସେମାନେ ଗୋଟିଏ ଛୋଟ ଗୋଷ୍ଟିକରିଥା’ନ୍ତି ତ ତେବେ ।
==ସଂସ୍କୃତିକ ବିଚିତ୍ରତା==
ଲାଲ ପାଣ୍ଡା ସିକ୍କିମର ପ୍ରାଦେଶିକ ପଶୁ ବୋଲି ୧୯୯୦ ମସିହାରେ ମାନ୍ୟତା ପାଇଅଛି । ଦାର୍ଜିଲିଂର ଚା’ଉତ୍ସବ ନାମକ ଉତ୍ସବରେ ଏହାକୁ ପ୍ରତୀକ ରୂପେ ଉପସ୍ଥାପନା କରାଯାଏ । ୨୦୦୫ ମସିହାରେ ବାବୁ ନାମକ ଏକ ଲାଲ ପାଣ୍ଡା ବିରମିଙଘମ ଜାତୀୟ ଉଦ୍ୟାନ,ଇଂଲଣ୍ଡରୁ ପଳାୟନରେ ସଫଳ ହୋଇଥିଲା ଆଉଥରେ ଧରାଯିବା ପୂର୍ବରୁ ଏହା ଏକ ଚର୍ଚିତ ପଶୁ ବନିଯାଇଥିଲା । ବାବୁ ପ୍ରଥମ ପଶୁ ଯିଏ କି “Brummie of the Year”ମାନ୍ୟତା ପାଇଥିଲା ।