"ଲଗାନ (୨୦୦୧ର ହିନ୍ଦୀ କଥାଚିତ୍ର)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୩୧ କ ଧାଡ଼ି:
ଚଳଚ୍ଚିତ୍ରର ପ୍ରମୁଖ ଅଂଶ ଗୁଜରାଟର ପ୍ରାଚୀନ ଗ୍ରାମ ଭୁଜ ନିକଟରେ ଶୁଟିଂ କରାଯାଇଥିଲା । ଅକାଦମୀ ଆୱାର୍ଡ ପାଇଁ ମନୋନୀତ ହେବାରେ ଏହା ଥିଲା ମଦର ଇଣ୍ଡିଆ ପରେ ତୃତୀୟ ଚଳଚ୍ଚିତ୍ର ।
=== କାହାଣୀ ===
ଭାରତରେ ବ୍ରିଟିଶ ରାଜ ସମୟର ଏ କାହାଣୀ । ଗୁଜରାଟର ଚମ୍ପାନେର ଅଞ୍ଚଳରେ ତତ୍କାଳୀନ ବ୍ରିଟିଶ ଅଫିସର କ୍ୟାପଟେନ ଆଣ୍ଡୃ ରସେଲ ଚାଷୀଙ୍କ ଉପରେ ଅଧିକ ଲଗାଣ (କର) ଲଗାଇଲେ । ଲଗାତାର ଅନାବୃଷ୍ଟି ତଥା ଦାରିଦ୍ର‍୍ୟ ଯୋଗୁଁ ଗରୀବ ଚାଷୀ ଏହି ଲଗାଣ ଦେବାରେ ଅସମର୍ଥ ଥିଲେ । ଗାଁ ଲୋକେ ଭୁବନର ନେତୃତ୍ଵରେନେତୃତ୍ବରେ ରାଜା ପୂରନ ସିଂଙ୍କୁ ଏହି ଅସୁବିଧା ଜଣାଇବାକୁ ଗଲେ । ସେହି ସମୟରେ କ୍ୟାପଟେନ ରାସେଲ ତାଙ୍କ ଇଁରେଜ ସହଯୋଗୀଙ୍କ ସହ କ୍ରିକେଟ ଖେଳରେ ବ୍ୟସ୍ତ ଥାଆନ୍ତି । ରାଜାଙ୍କ ମାଧ୍ୟମରେ ଏହି ଗୁହାରୀ କଲାବେଳେ ଭୁବନର କ୍ୟାପଟେନ ରସେଲ ସହ ଯୁକ୍ତିତର୍କ ହୁଏ । କ୍ୟାପଟେନ ରାସେଲ ଲଗାଣ (କର) କମାଇବା ପାଇଁ ମନା କରିଦିଅନ୍ତି । ହେଲେ, କଥା ପ୍ରସଙ୍ଗରେ ସେ କହନ୍ତି ଯେ ଚମ୍ପାନେର ବାସୀ ଯଦି କ୍ରୀକେଟ ଖେଳରେ ତାଙ୍କ ଇଁରେଜ ଦଳକୁ ହରାଇଦେବେ ତେବେ ସେ ଲଗାଇଥିବା ଲଗାଣ ସମ୍ପୂର୍ଣ୍ଣ ଛାଡ କରିଦେବେ । କର ଛାଡ କଥା ଶୁଣି ଭୁବନ ଏହାକୁ ଏକ ବାଜି ଭାବେ ଗ୍ରହଣ କରିନିଏ ।
 
ଭୁବନର ସହୟୋଗୀ କେହି କିନ୍ତୁ ଏଥିରେ ରାଜି ନ ଥିଲେ । କାରଣ ସେମାନେ ଜାଣିଥିଲେ ଯେ କ୍ରିକେଟରେ ଇଁରେଜଙ୍କୁ ହରାଇବା କାଠିକର ପାଠ । ଭୁବନ କିନ୍ତୁ ନଛୋଡବନ୍ଧା । ସେ ବାଜି ଜିତିବ ଏବଂ ଗ୍ରାମବାସିଙ୍କୁ ଲଗାଣରୁ ମୁକ୍ତି ମିଳିବ । ଏହି ଆଶାରେ ସେ ପ୍ରତ୍ୟେକ ସହଯୋଗୀଙ୍କୁ ରାଜି କରାଇଛି, ଖେଳ ଶିଖାଇଛି । ଏଥିରେ ପରଦା ଆଢୁଆଳରେ ରହି କ୍ୟାପଟେନ ରାସେଲ ଭଉଣୀ ଏଲିଜାବେଥ ଭୁବନର ଦଳକୁ ଉତ୍ସାହିତ କରିଛନ୍ତି । ପରିଶେଷରେ ଅନେକ ଘାତ ଏବଂ ପ୍ରତିଘାତ ସହି ଭୁବନର ଦଳ ଖେଳରେ ବିଜୟଲାଭ କରିଛନ୍ତି ଏବଂ ଗ୍ରାମବାସୀ ଲଗାଣମୁକ୍ତ ହୋଇଛନ୍ତି ।