"ଲକ୍ଷ୍ମୀଧର ନାୟକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୪୬ କ ଧାଡ଼ି:
 
==ଜୀବନୀ==
ଲକ୍ଷ୍ମୀଧର, ୧୯୧୩ ମସିହାରେ ଜନ୍ମଗ୍ରହଣ କରିଥିଲେ ।<ref name="Mohanty1989">{{cite book|author=Jatindra Mohan Mohanty|title=Into another intensity: essays on Oriya literature|url=http://books.google.com/books?id=NgswAAAAMAAJ|year=1989|publisher=Post-Graduate Dept. of English, Utkal University}}</ref> ପିତା, ଟାଟା ଇସ୍ପାତ କାରଖାନାରେ ଜଣେ କେମିଷ୍ଟ ଭାବରେ କାର୍ଯ୍ୟ କରୁଥିଲେ । ସେଥି ଯୋଗୁ [[ଜାମସେଦପୁର]]ଠାରେ ତାଙ୍କର ପିଲାବେଳ କଟିଥିଲା । ସ୍କୁଲ ସମୟରୁ ସେ ଗୀତ, କବିତା ରଚନା ସହ ବଂଶୀ ଓ ହାରମୋନିୟମ ବଜେଇ ପାରୁଥିଲେ । ସ୍କୁଲ ମାଗାଜିନ ମଧ୍ୟ ସମ୍ପାଦନା କରୁଥିଲେ । ପଣ୍ଡିତ ବିଶ୍ଵନାଥବିଶ୍ବନାଥ ମିଶ୍ର ଜାମସେଦପୁରଠାରେ ତାଙ୍କର ଓଡ଼ିଆ ଶିକ୍ଷକ ଥିଲେ ।
 
୧୯୩୬-୩୭ ମସିହା ବେଳକୁ ସେ ମଧ୍ୟ ଟାଟା ଇସ୍ପାତ କାରଖାନାରେ ଚାକିରି କରିବା ଆରମ୍ଭ କରି ସାରିଥିଲେ । ମାତ୍ର ୨୦ ବର୍ଷ ବୟସରେ ସେ ''ବିରହିଣୀ'' ନାମକ ଏକ କବିତା ଲେଖି "ଗଞ୍ଜାମ କବି ସମ୍ମେଳନୀ"ରେ "କୃପାସିନ୍ଧୁ ପଟ୍ଟଦେବ" ସ୍ଵର୍ଣ୍ଣପଦକସ୍ବର୍ଣ୍ଣପଦକ ଲାଭ କରିଥିଲେ । ଏ ପୁରସ୍କାର ତାଙ୍କୁ ଓଡ଼ିଶାରେ ପରିଚିତି ଆଣି ଦେଇଥିଲା । ୧୯୩୪ ମସିହାରେ ସେ ବିଚ୍ଛିନ୍ନାଞ୍ଚଳ ଲୋକଙ୍କୁ ଏକତ୍ରିତ କରିବା ପାଇଁ "ସିଂହଭୂମୀ ଓଡ଼ିଆ ସାହିତ୍ୟ ସମାଜ" ଗଠନ କରିଥିଲେ ଓ ବିଚ୍ଛିନ୍ନାଞ୍ଚଳ ଲୋକଙ୍କ ଆଶା ଓ ସ୍ଵପ୍ନକୁସ୍ବପ୍ନକୁ ଲୋକଲୋଚନକୁ ଆଣିବା ପାଇଁ ''ବିଚ୍ଛିନ୍ନ'' ପତ୍ରିକା ଆରମ୍ଭ କରିଥିଲେ । ବିଚ୍ଛିନ୍ନରେ ''ମଜଦୂର'' ନାମକ ଏକ କବିତା ପ୍ରକାଶ ପାଇଥିବାରୁ ସେ କାରଖାନା ମାଲିକଙ୍କର ରୋଷର ଶିକାର ହୋଇଥିଲେ ଓ ତାଙ୍କୁ ଚାକିରିରୁ ଇସ୍ତଫା ଦେବାକୁ ପଡିଥିଲା । ୧୯୩୪-୫୪ ପର୍ଯ୍ୟନ୍ତ ସେ ଜାମସେଦପୁରଠାରେ ରହି ସାହିତ୍ୟ ରଚନା କରିଚାଲିଥିଲେ । ୧୯୫୪ରେ ସେ [[ରାଉରକେଲା]] ଚାଲି ଯାଇଥିଲେ । ସେଠାରେ ମଧ୍ୟ ତାଙ୍କର ସାହିତ୍ୟ ସାଧନା ଜାରୀ ରହିଥିଲା । ୧୯୬୨ ମସିହାରେ ରାଉରକେଲାଠାରେ ସେ "ରାଉରକେଲା ସାଂସ୍କୃତିକ ପରିଷଦ" ନାମକ ଏକ ଅନୁଷ୍ଠାନ ଗଠନ କରିଥିଲେ । "ରୂପଶ୍ରୀ ଥିଏଟର" ଓ "ଭାରତୀ ନାଟ୍ୟ ମନ୍ଦିର" ଗଠନ କରି ସେ ନାଟକ ଓ ଚଳଚ୍ଚିତ୍ର ଆଦିକୁ ପ୍ରୋତ୍ସାହନ ଦେବାକୁ ଚେଷ୍ଟା କରିଥିଲେ । ୧୯୬୭ରେ ସେ ରାଉରକେଲା ଛାଡି, ଜଟଣିକୁ ଚାଲି ଆସିଥିଲେ ଓ ୧୯୯୮ ପର୍ଯ୍ୟନ୍ତ ସେଠାରେ ଲେଖାଲେଖି କରୁଥିଲେ । ୧୯୯୮ ମସିହାରେ ସେ [[ଆଲଜିମର ରୋଗ]]ରେ ଆକ୍ରାନ୍ତ ହୋଇଥିଲେ । ୨୦୦୦ ମସିହାରେ ସେ ଦିଲ୍ଲୀରେ ରହୁଥିବା ସାନ ପୁଅ ପାଖକୁ ଚାଲି ଯାଇଥିଲେ । ୨୦୦୪ ମସିହା ଜାନୁଆରୀ ୧୮ତାରିଖରେ ତାଙ୍କର ତିରୋଧାନ ଘଟିଥିଲା ।
 
==ରଚନାବଳୀ==