"ମଦନ ମୋହନ ମାଲବ୍ୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ clean up, replaced: । → ।, → (28) using AWB
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୧୭ କ ଧାଡ଼ି:
|term =୧୯୦୯–୧୦; ୧୯୧୩,୧୯୧୯ ଓ ୧୯୩୨
|party = [[ଭାରତୀୟ ଜାତୀୟ କଂଗ୍ରେସ]]
|alma_mater = [[ଆହ୍ଲାବାଦ ବିଶ୍ଵବିଦ୍ୟାଳୟବିଶ୍ବବିଦ୍ୟାଳୟ]]<br />[[କଲିକତା ବିଶ୍ଵବିଦ୍ୟାଳୟବିଶ୍ବବିଦ୍ୟାଳୟ]]
|occupation = ଶିକ୍ଷାବିଦ, ସାମ୍ବାଦିକ, ସ୍ଵାଧୀନତାସ୍ବାଧୀନତା ସଂଗ୍ରାମୀ
|awards = [[ଭାରତ ରତ୍ନ]] ୨୦୧୪ (ମରଣୋତ୍ତର)
}}
୩୦ କ ଧାଡ଼ି:
୧୮୮୦ରେ ସେ ପ୍ରତିଷ୍ଠା କରିଥିଲେ ହିନ୍ଦୁ ସମାଜ । ସନାତନ ଧର୍ମର ମହାନତାର ପ୍ରସାର ସହ ସାମାଜିକ ସଂସ୍କାର କାର୍ଯ୍ୟରେ ନିୟୋଜିତ ମାଲବ୍ୟ ବିଭିନ୍ନ ସଂଗଠନ ପ୍ରତିଷ୍ଠା କରିଥିଲେ ଏବଂ ଅନେକ ପତ୍ରିକାର ସମ୍ପାଦନା କରିଥିଲେ । ସେ ପ୍ରୟାଗ ହିନ୍ଦୁ ସମାଜ ମଧ୍ୟ ଗଠନ କରିଥିଲେ ଏବଂ ସାମ୍ପ୍ରତିକ ଘଟଣାବଳୀ ସମ୍ପର୍କରେ ଅନେକ ଲେଖା ପ୍ରକାଶ କରିଥିଲେ । ୧୮୮୪ରେ ସେ ହିନ୍ଦି ଉଦ୍ଧାରିଣୀ ପ୍ରତିନିଧି ସଭାର ସଦସ୍ୟ ହୋଇଥିଲେ । ୧୮୮୭ରେ ସେ ଭାରତ ଧର୍ମ ମହାମଣ୍ଡଳ ପ୍ରତିଷ୍ଠା କରିଥିଲେ ଏବଂ ଏହା ଜରିଆରେ ହିନ୍ଦୁ ସଂସ୍କୃତିର ପ୍ରସାର ଦିଗରେ କାର୍ଯ୍ୟ କରିଥିଲେ । ୧୮୮୭ରେ ସେ "ହିନ୍ଦୁସ୍ଥାନ'ର ସମ୍ପାଦନା ଆରମ୍ଭ କରିଥିଲେ । ୧୮୮୯ରେ ସେ ଇଣ୍ଡିଆନ ୟୁନିଅନର ସମ୍ପାଦନା କରିଥଲେ । ୧୮୯୧ରେ ସେ ଆହ୍ଲାବାଦ ହାଇକୋର୍ଟରେ ଆଇନଜୀବୀ କାର୍ଯ୍ୟ ଆରମ୍ଭ କରିଥିଲେ । ୧୯୧୩ରେ ସେ ଆଇନ ସେବା ଛାଡ଼ି ବ୍ରିଟିଶ ବିରୋଧୀ ସଂଗ୍ରାମରେ ଝାସ ଦେଇଥିଲେ ଏବଂ ରାଷ୍ଟ୍ରର ସେବା କରିବା ପାଇଁ ଆଗେଇ ଆସିଥିଲେ । ଉଚ୍ଚଆଶାରେ ବ୍ରତୀ ଶିକ୍ଷାର୍ଥୀଙ୍କୁ ଅଧିକ ଜ୍ଞାନ ଯୋଗାଇବା ସକାଶେ ସେ ଆହ୍ଲାବାଦରେ ମ୍ୟାକଡୋନାଲଡ ହିନ୍ଦୁ ହଷ୍ଟେଲ ପ୍ରତିଷ୍ଠା କରିଥିଲେ ଏବଂ ୧୮୮୯ରେ ଏକ ଲାଇବ୍ରେରୀ ପ୍ରତିଷ୍ଠା କରିଥିଲେ । ୧୯୧୬ ଯାଏ ସେ ଆହ୍ଲାବାଦ ମ୍ୟୁନିସିପାଲିଟିର ସଦସ୍ୟ ଭାବେ ରହିଥିଲେ । ଅନେକ ବର୍ଷ ଯାଏ ସେ [[ଭାରତୀୟ ଜାତୀୟ କଂଗ୍ରେସ]]ର ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ । ୧୯୦୭ରେ ବସନ୍ତ ପଞ୍ଚମୀରେ ସେ ହିନ୍ଦୀ ସାପ୍ତାହିକୀ "ଅଭ୍ୟୁଦୟ'ର ପ୍ରକାଶନ ଆରମ୍ଭ କରିଥିଲେ । ୧୯୦୯ରେ ଇଂରାଜୀ ଖବରକାଗଜ ‘ଦ ଲିଡର’ ସ୍ଥାପନା କରିଥିଲେ । ଶିକ୍ଷା, ସାମ୍ବାଦିକତା ଓ ଓକିଲାତି କ୍ଷେତ୍ରରେ ସେ ସକ୍ରିୟ ଭୂମିକା ତୁଲାଇଥିଲେ । ୧୯୧୯ରେ ସେ ପ୍ରୟାଗରେ କୁମ୍ଭମେଳାରେ ଆରମ୍ଭ କରିଥିଲେ ପ୍ରୟାଗ ସେବା ସମିତି । ଏହା ଜରିଆରେ ସେ ତୀର୍ଥଯାତ୍ରୀମାନଙ୍କ ସେବା କରିଥିଲେ ।
 
==ବନାରସ ହିନ୍ଦୁ ବିଶ୍ଵବିଦ୍ୟାଳୟବିଶ୍ବବିଦ୍ୟାଳୟ==
ଆନ୍ନି ବେସାନ୍ତଙ୍କ ଆଦର୍ଶରେ ଅନୁପ୍ରାଣିତ ପଣ୍ଡିତ ମାଲବ୍ୟ ଶିକ୍ଷାର ବିକାଶ ଦିଗରେ ବିଶେଷ ମନୋନିବେଶ କଲେ । ବାରଣାସୀର କାମଚ୍ଚାରେ ଆନ୍ନି ବେସାନ୍ତ ସେଣ୍ଟ୍ରାଲ ହିନ୍ଦୁ କଲେଜ ପ୍ରତିଷ୍ଠା କରିଥିଲେ ଯାହାକି ପରବର୍ତ୍ତୀ ପର୍ଯ୍ୟାୟରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ସହ ସହବନ୍ଧିତ ହୋଇଥିଲା । ୧୯୦୪ରେ ସେ ବନାରସ ମହାରାଜା ପ୍ରଭୁ ନାରାୟଣ ସିଂହଜୀଙ୍କୁ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ୩୧ ଡିସେମ୍ବର ୧୯୦୫ରେ ବାରଣାସୀ ଟାଉନହଲରେ ଡି.ଏନ. ମହାଜନଙ୍କ ଅଧ୍ୟକ୍ଷତାରେ ଏହି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନିମନ୍ତେ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରାଗଲା । ୧୯୧୧ରେ ଡ. ଆନ୍ନି ବେସାନ୍ତଙ୍କ ସହାୟତାରେ କାଶୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନିମନ୍ତେ ଏକ ପ୍ରସ୍ତାବ ଗୃହିତ ହୋଇଥିଲା ଏବଂ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନିମନ୍ତେ ଏକ ସୋସାଇଟି ୨୮ ନଭେମ୍ବର, ୧୯୧୧ରେ ପ୍ରତିଷ୍ଠା କରାଗଲା । ମାର୍ଚ୍ଚ ୨୫, ୧୯୧୫ରେ ସାର ହରକୋର୍ଟ ବଟଲର ଇମ୍ପେରିଆଲ ଲେଜିସଲେସନ କାଉନସିଲରେ ଏକ ବିଲ ପାସ କରାଇଥିଲେ । ଫେବୃଆରୀ ୪, ୧୯୧୬ରେ ମାଘ ଶୁକ୍ଳ ପ୍ରତିପଦାରେ ବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଥିଲା ଏବଂ ଏହି ଅବସରରେ ଏକ ଉତ୍ସବ ପାଳନ କରାଯାଇଥିଲା । ସଂସ୍କୃତ ଶିକ୍ଷଣକୁ ସର୍ବଦା ମହତ୍ୱ ଦେବା ସହିତ କାଶୀ ହିନ୍ଦୁ ବିଶ୍ୱ ବିଦ୍ୟାଳୟ ପରିସର ମଧ୍ୟରେ ଗୀତା ପ୍ରବଚନ ଦେବାର ଯେଉଁ ପରମ୍ପରା ସେ ଆରମ୍ଭ କରିଥିଲେ ତାହା ଆଜି ମଧ୍ୟ ସତତ ଜାରି ରହିଛି । କାଶୀ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ନିର୍ମିତ କାଶୀ ବିଶ୍ୱନାଥ ମନ୍ଦିରର ଦ୍ୱାରରେ ଲେଖା ଥିବା "ହିନ୍ଦୁନାଂ ମାନବର୍ଧନଃ' ହିଁ ତାଙ୍କର ସବୁବେଳେ ଜୀବନର ଉଦ୍ଧେଶ୍ୟ ଥିଲା ।
 
୪୬ କ ଧାଡ଼ି:
[[ଶ୍ରେଣୀ:୧୯୪୬ ମୃତ୍ୟୁ]]
[[ଶ୍ରେଣୀ:ଭାରତ ରତ୍ନ ବିଜେତା]]
[[ଶ୍ରେଣୀ:ଭାରତର ସ୍ଵାଧୀନତାସ୍ବାଧୀନତା ସଂଗ୍ରାମୀ]]