"ଭୂମିକମ୍ପ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୪ କ ଧାଡ଼ି:
{{Earthquakes}}
'''ଭୂମିକମ୍ପ''' ଏକ [[ପ୍ରକୃତିକ ଦୁର୍ବିପାକ]] ଅଟେ । [[ଇଂରାଜୀ ଭାଷା|ଇଂରାଜୀ]]ରେ ଏହାକୁ earthquake, quake, tremor ବା temblor କୁହାଯାଏ । [[ପୃଥିବୀ]] ପୃଷ୍ଠରୁ ହଠାତ ବହୁତ ପରିମାଣରେ ଶକ୍ତି ନିର୍ଗତ ହେବା ଯୋଗୁଁ ଭୂକମ୍ପୀୟ ତରଙ୍ଗ (seismic wave) ସୃଷ୍ଟି କରେ । ଭୂଗର୍ଭସ୍ଥ ଶିଳାସ୍ତରରେ ଥିବା ତୃଟି ସ୍ଥଳ ଭାଙ୍ଗିଯିବା ଯୋଗୁ ସାଧାରଣତଃ ଭୂମିକମ୍ପ ହୁଏ । ସେଠାରେ ଥିବା ଦୁଇଟି ଶିଳା ବା ପ୍ଲେଟ ପରଷ୍ପର ସ‌ହ ଘସି ହୋଇ ସାମାନ୍ୟ ଲାଖିଯାଆନ୍ତି । ସେଗୁଡ଼ିକ ପରଷ୍ପରକୁ ଠେଲୁଥାଆନ୍ତି । ବେଳେ ବେଳେ ଚାପ ଅତ୍ୟାଧିକ ହେଲେ ସେଗୁଡ଼ିକ ଭାଙ୍ଗିଯାଏ ଓ ଭୂମିକମ୍ପ ହୁଏ । ଏହି ସମୟରେ ମଧ୍ୟ ଶିଳା ସ୍ତର ଘୁଞ୍ଚୁଥାଏ । ଆଉଥରେ ଯେତେବେଳେ ଦୁଇ ସ୍ତର ଲାଖିଯାଆନ୍ତି ସେତେବେଳେ ଏହା ବନ୍ଦ ହୁଏ ।<ref>{{cite web|title=Why Do Earthquakes Happen?|url=http://www.geo.mtu.edu/UPSeis/why.html|publisher=UPSeis|accessdate=28/04/2015}}</ref> ଏହି ଚାପଗ୍ରସ୍ତ ସ୍ଥାନର ଠିକ୍ ଉପରକୁ ଥିବା ଭୂପୃଷ୍ଠକୁ '''ଏପିସେଣ୍ଟର''' କୁହାଯାଏ । ଭୂମିକମ୍ପର ଆବୃତ୍ତି, ଆକାର ଓ ଟାଇପକୁ '''ସିସ୍‌ମିସିଟି''', '''ସିସ୍‌ମିଜିମ୍''' କିମ୍ବା '''ସିସ୍‌ମିକ''' କ୍ରିୟା କୁହାଯାଏ ।<br />
ଭୂମିକମ୍ପକୁ ଆମେ [[ସିସ୍‌ମୋମିଟର]] (seismometers)ଦ୍ଵାରାଦ୍ବାରା ମାପିଥାଉ । [[ମୋମେଣ୍ଟ ମ୍ୟାଗ୍‌ନିଚ୍ୟୁଡ୍]] ଅତି ସାଧାରଣ ସ୍କେଲ୍‌ ଯେଉଁଥିରେ ଭୂମିକମ୍ପ ମାନ‌କ ୫ରୁ ଅଧିକ ହେଲେ ସାରା ପୃଥିବୀକୁ ରିପୋର୍ଟ କରାଯାଏ । ମାନ‌କ ୫ରୁ କମ୍ ଥିଲେ ସ୍ଥାନୀୟ ସ୍କେଲ୍‌ରେ ମ‌ପାଯାଏ ଯାହାକୁ ରିଟର ମ୍ୟାଗ୍‌ନିଚ୍ୟୁଡ୍ ସ୍କେଲ କୁହାଯାଏ ।
ମାନ‌କ ୩ରୁ କମ୍ ଥିଲେ ପ୍ରାୟ କମ୍ପନ ଜଣାଯାଏ ନାହିଁ । ମାନ‌କ ୭ରୁ ଅଧିକ ହେଲେ ପ୍ରଳୟଙ୍କରୀ ଅବସ୍ଥା ସୃଷ୍ଟି ହୋଇ ସାଙ୍ଘାତିକ ବିନାଶ ହୁଏ । ଅଗଭୀର ସ୍ଥାନରେ ଭୂମିକମ୍ପ ହେଲେ ଅଧିକ ବିନାଶ ହୁଏ ।<ref>{{cite web|url=http://www.crustal.ucsb.edu/outreach/faq.php |title=Earthquake FAQ |publisher=Crustal.ucsb.edu |accessdate=2011-07-24}}</ref>
 
"https://or.wikipedia.org/wiki/ଭୂମିକମ୍ପ"ରୁ ଅଣାଯାଇଅଛି