"ବିନ୍ଦୁ ଏ ବମ୍ବାଃ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ →‎ଅଧିକ ତଥ୍ୟ: re-categorisation per https://or.wikipedia.org/s/t0f
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୧ କ ଧାଡ଼ି:
'''ବିନ୍ଦୁ ଏ ବମ୍ବାଃ''' ଲେଖିଥିବା ଆତ୍ମକାହାଣୀ 'ମୁଁ କାହିଁକି ବିଜ୍ଞାନୀ ହେଲି'<ref>http://www.ias.ac.in/womeninscience/bindu.html#11</ref>ର (Why I became a scientist) ଅନୁବାଦ ।

ପାରିପାର୍ଶ୍ଵିକପାରିପାର୍ଶ୍ବିକ ଅବସ୍ଥା ‘ଜଣେ ମହିଳାଙ୍କର [[ବିଜ୍ଞାନ]]ରେ ଭାଗ ନେବା’ ଉପରେ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରେ । ସ୍କୁଲରେ ବିଜ୍ଞାନ ଓ [[ଗଣିତ]]ର ଚାପ ବୋଧ ହୁଏ ବିଜ୍ଞାନକୁ ଏକ ବୃତ୍ତି ଭାବରେ ନେବାକୁ ପ୍ରଭାବ ପକାଏ । ବିଜ୍ଞାନରେ କୃତକାର୍ଯ୍ୟ ହେବାକୁ ଶିକ୍ଷକ ଶିକ୍ଷୟିତ୍ରୀମାନେ ମହିଳାଙ୍କ ଉପରେ ପ୍ରଭାବ ପକାନ୍ତି ।

ମୋର ସ୍କୁଲରେ ଅନେକ ଗୁଡିଏ ଉତ୍ତମ ଶିକ୍ଷକ ଥିଲେ ଯେଉଁମାନେ ମୋର ବିଜ୍ଞାନ ଚିନ୍ତାଧାରାକୁ ଉଜ୍ଜୀବିତ କରିବାକୁ ସଦା ସର୍ବଦା ଚେଷ୍ଟିତ ଥିଲେ । ମୋତେ ଦଶ ବର୍ଷ ବୟସ ହୋଇଥିଲା ବେଳେ ୧୯୬୭ ମସିହାରେ [[ଡାଃ କ୍ରିଷ୍ଟିଆନ ବର୍ନାଡ]] ପ୍ରଥମ ହୃତପିଣ୍ଡ [[ଟ୍ରାନ୍ସପ୍ଲାଣ୍ଟ]] ମୋ ଜୀବନରେ ପ୍ରଥମ ବିଜ୍ଞାନ କୃତି ବିଷୟରେ ଧାରଣା ଦେଇଥିଲା । ବିଜ୍ଞାନ ଆଗ୍ରହୀ ଆମର ଶିକ୍ଷୟିତ୍ରୀ ଜେସିକା କେଲର (Ms. Jessica Keller) ଗୋଟିଏ ଘୁଷୁରି [[ହୃତପିଣ୍ଡ]] ଶ୍ରେଣୀକୁ ଆଣି ତାହାର କାର୍ଯ୍ୟ ପ୍ରଣାଳୀ ବୁଝେଇ ଥିଲେ । ତା ପରେ ୧୯୬୯ ମସିହାରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବା ପରେ ଆମକୁ ଚନ୍ଦ୍ରର ଶିଳା ଦେଖେଇବାକୁ ନେଇଥିଲେ । ଆକାଶର ଏହି ବାହ୍ୟ ସଂସାର ମୋତେ ପ୍ରକୃତିକୁ ଅନୁଶୀଳନ କରିବାକୁ ପ୍ରରୋଚିତ କରିଥିଲା ।

ହାଇ ସ୍କୁଲରେ ସିଷ୍ଟର ଭିନସେଣ୍ଟ ଆମକୁ କ୍ଵାଣ୍ଟମକ୍ବାଣ୍ଟମ ମେକାନିକ୍ସର ବୈଜ୍ଞାନିକ ରହସ୍ୟ ବିଷୟକୁ ପରିଚିତ କରେଇ ଥିଲେ । ଆମର କେମିଷ୍ଟ୍ରି
ଶିକ୍ଷକ ବେଞ୍ଜିନର ଆକାର ବୁଝେଇବାକୁ ଯାଇ କେକ୍ୟୁଲ ସର୍ପ ଗଳ୍ପ (tale of [[Kekule’s snake]]) କହି ବୁଝେଇ ଥିଲେ । ପୁଅ
ଝିଅ ପ୍ରତି କୌଣସି ଭେଦ ଭାବ ନ ରଖି ମୋର ଶିକ୍ଷକମାନେ ପଢେଇଥିବାରୁ ମୁଁ ସେମାନଙ୍କ ପାଖରେ କୃତଜ୍ଞ । ଆମେ ଝିଅମାନେ ଏକତ୍ର ହୋଇ ଆମର ଲକ୍ଷ ପୂରଣ କରିବା ନିମନ୍ତେ ଚେଷ୍ଟା କରିବାକୁ କହୁଥିଲେ । ଅଧୁନା ଜୀବନର ପ୍ରତ୍ୟେକ କ୍ଷେତ୍ରରେ ବସ୍ତୁବାଦ ଭେଦ ଥିବାରୁ ମୁଁ ଭାବୁଛି ସ୍କୁଲରେ ଆଗ୍ରହ ସୃଷ୍ଟି କରୁଥିବା ଶିକ୍ଷକ ଆବଶ୍ୟକ ।

ସ୍କୁଲରେ ମୋତେ ବିଜ୍ଞାନ ଯେଭଳି ଆନନ୍ଦ ଦେଇଥିଲା ସେ ଭଳି ଆନନ୍ଦ ପରେ ପାଇଲି ନାହିଁ । ସୁତରାଂ ବିଜ୍ଞାନ ମୋର ପ୍ରଥମ ପସନ୍ଦ ଥିଲା ।

[[ଜାତୀୟ ବିଜ୍ଞାନ ଟ୍ୟାଲେଣ୍ଟ ସର୍ଚ୍ଚ]]ରେ ଭଲ କରିଥିବାରୁ ମୋତେ [[ବିରଳା ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ ଆଣ୍ଡ ଟେକ୍ନୋଲୋଜୀ]] ଓ [[ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି, କାନପୁର]]ରୁ ପଢିବାକୁ ନିମନ୍ତ୍ରଣ ମିଳିଥିଲେ ମଧ୍ୟ ମୁଁ ମୋର ଘର ଟାଉନରେ ଥିବା ପଞ୍ଜାବ ୟୁନିଭରସିଟିର ଇଣ୍ଟିଗ୍ରେଟେଡ ଫିଜିକ୍ସ ବିଷୟ ପଢିବାକୁ ବହୁତ ଚିନ୍ତା କରିବା ପରେ ସ୍ଥିର କଲି । ଲିଙ୍ଗଗତ ଭାବନା ଏହା ପଛରେ କାରଣ ଥିଲା, ମୋତେ ସହସା ସେହି ଅନୁଷ୍ଠାନରେ ପୁରୁଷମାନଙ୍କ ସାଥିରେ ପ୍ରତିଦ୍ୱନ୍ଦିତା କରିବାକୁ ପଡ଼ିଥାଆନ୍ତା ।
ମୋ ଜୀବନରେ ଏହା ପ୍ରଥମ ଭୀରୁତା ଥିଲା । ଏହି ଭୀରୁତା ମୋତେ ମୋର ସମ୍ପୂର୍ଣ କ୍ଷମତାକୁ ଜୀବନ୍ତ କରିବାକୁ ଦେଲା ନାହିଁ । ଆମ ସମାଜ ଝିଅମାନଙ୍କ ମଧ୍ୟରେ ଏହି ଡରୁଆ ମନୋଭାବ ସୃଷ୍ଟି କରିଥାଏ । ମୁଁ ଗୋଟିଏ ପୁଅ ହୋଇଥିଲେ ଏହି ପ୍ରତିଦ୍ଵନ୍ଦିତାପ୍ରତିଦ୍ବନ୍ଦିତା ମୂଳକ ସଂସାରରେ ଏହି ଭୟ ମୋ ମନକୁ ଆସି ନ ଥାଆନ୍ତା । ଆଜିକାଲି ସମୟ ବଦଳିଛି ଓ ମୁଁ ଭାବୁଛି ଭଲ ଅନୁଷ୍ଠାନରେ ଏ ଭଳି ମନୋଭାବ ନ ଥିବ ।

ପ୍ରଥମେ ମୋର ଲକ୍ଷ [[ମ୍ୟାଥମାଟିକାଳ ବାୟୋଫିଜିକ୍ସ]] ପଢିବାକୁ ଇଚ୍ଛା ଥିଲା ବେଳେ କିନ୍ତୁ ଅଚିହ୍ନା ଓ ଆଶ୍ଚର୍ଯ୍ୟ ଜନକ [[ଏଲିମେଣ୍ଟାରି ପାର୍ଟିକ୍ଳ]]
ସଂସାରର ଆକର୍ଷଣ ହିସାବକୁ ନେଇ ନ ଥିଲି । ଏମ.ଏସ.ସି. ପଢିଲା ବେଳେ ଆମର ଦୁଇ ଜଣ ଶିକ୍ଷକ ଡଃ ଯତୀନ୍ଦ୍ର ବଜାଜ ଓ ପ୍ରଫେସର ଏମ.ପି.ଖାନ୍ନା ଥିଲେ ଯେଉଁମାନେ [[ଫଣ୍ଡାମେଣ୍ଟାଲ ପାର୍ଟିକ୍ଳ ଫିଜିକ୍ସ]] ପ୍ରତି ଆଗ୍ରହାନ୍ଵିତଆଗ୍ରହାନ୍ବିତ ଥିଲେ ଓ ସେ ବିଷୟରେ ଉତ୍ସାହିତ କରୁଥିଲେ । ଏହି ବିଷୟରେ ଅନେକ ଗାଣିତିକ ଜଟିଳତା ଓ ସୂକ୍ଷ୍ମତା ଥିଲା ଯାହା ମୋତେ ବହୁତ ଭଲ ଲାଗୁଥିଲା । ତେଣୁ ମୁଁ ଏଲିମେଣ୍ଟାରି ପାର୍ଟିକ୍ଳ ଫିଜିକ୍ସରେ
ପି.ଏଚ.ଡି. କରିବାକୁ ସ୍ଥିର କଲି । ସେତେବେଳେ ଏହା ପୃଥିବୀର ସବୁଠାରୁ ପ୍ରତିଦ୍ୱନ୍ଦିତା ପୂର୍ଣ୍ଣ ଓ ପରସ୍ପର ତଣ୍ଟିକଟା ବିଷୟ ବୋଲି ଜାଣି ନ ଥିଲି।
ମୁଁ ଗୋଟିଏ ଭୟାତୁରା ଛୋଟ ସହରୀ ଝିଅ ଯାହାର ଏହି ପୁରୁଷପ୍ରଧାନ ବିଷୟରେ ସ୍ୱଳ୍ପ ଜ୍ଞାନ ଅଛି ବୋଲି ଜାଣି ନ ଥିଲି ।

ମୁଁ ଶିକାଗୋ ୟୁନିଭରସିଟିରେ ପ୍ରବେଶ କରିବାରେ ଏକ ମାତ୍ର ମହିଳା ଥିଲି ଓ ମୋ ଚାରିପଟେ ପୁରୁଷ ପ୍ରତିଦ୍ଵନ୍ଦୀପ୍ରତିଦ୍ବନ୍ଦୀ ଘେରି ରହିଥିଲେ
ଯେଉଁମାନେ ମୋତେ ଆଦୌ ଗମ୍ଭୀର ଭାବରେ ନେଉ ନ ଥିଲେ । ମୋତେ ବିଖ୍ୟାତ ଫିଜିକ୍ସ ବିଶାରଦ ପ୍ରଫେସର ୟୋଇଛିରୋ ନାମ୍ବୁଙ୍କ
ସହ କାମ କରିବା ସୁଯୋଗ ମିଳିଥିଲା । ମୁଁ ତାଙ୍କଠାରୁ ବହୁତ କିଛି ଶିଖିଥିଲି ।