"ବାଘ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୧୨ କ ଧାଡ଼ି:
| subdivision_ranks = [[Subspecies]]
| range_map = Tiger map.jpg
| range_map_caption = ୧୮୫୦ ମସିହା ଓ ୨୦୦୬ ମସିହା ବେଳକୁ ପୃଥିବୀରେ ବାଘ ପ୍ରଜାତିମାନଙ୍କର ଭୌଗୋଳିକ ବ୍ୟାପ୍ତି ଯଥାକ୍ରମେ ହଳଦିଆ ଓ ସବୁଜ ରଙ୍ଗଦ୍ଵାରାରଙ୍ଗଦ୍ବାରା ଚିହ୍ନିତ<ref name="dinerstein07" />
| synonyms =
* ''ଫେଲିସ୍ ଟାଇଗ୍ରିସ୍ (Felis tigris)'' <small>କାର୍ଲ୍ ଲିନାୟସ୍,&nbsp;୧୭୫୮</small><ref name="Linn1758" />
୧୯ କ ଧାଡ଼ି:
}}
 
'''ବାଘ''' ବା '''ବ୍ୟାଘ୍ର''' (ଈଂରାଜୀରେ '''Tiger''', ସମ୍ଵଲପୁରୀରେସମ୍ବଲପୁରୀରେ '''ବାଘ୍''', ହିନ୍ଦୀରେ '''बाघ''', ଜୀବବିଜ୍ଞାନ ନାମ '''''Panthera tigris''''') ବିଡ଼ାଳ ପ୍ରଜାତିର ସର୍ବବୃହତ ଜୀବପ୍ରଜାତି । ଏହାର ଈଷତ୍ ହଳଦିଆ ବା କମଳା ରଙ୍ଗର ଚମଡ଼ାରେ କଳା ରଙ୍ଗର ପଟା ପଟା ଦାଗ ଥାଏ ଓ ପେଟଟି ଧଳା ରଙ୍ଗର ହୋଇଥାଏ । ବାଘ, [[ସିଂହ]], [[କଲରାପତରିଆ ବାଘ]], [[ଜାଗୁଆର]] ଓ [[ହିମ କଲରାପତ୍ରିଆ ବାଘ (ସ୍ନୋ ଲେପର୍ଡ୍)|ହିମ କଲରାପତ୍ରିଆ ବାଘ]] ଇତ୍ୟାଦି ଜୀବ ପାନ୍ଥେରା ପ୍ରଜାତି ଭାବେ ପରିଗଣିତ ହୋଇଥାନ୍ତି । ବାଘ ନିଜ ପରିବାସର ଖାଦ୍ୟଶୃଙ୍ଖଳର ସର୍ବୋଚ୍ଚତମ ମାଂସାସୀ ଜୀବ । ଗୋରୁ ଓ ହରିଣ ପ୍ରଭୃତି ତୃଣଭୋଜୀ ପ୍ରାଣୀ ଏହାର ମୁଖ୍ୟ ଶିକାର । ବାଘମାନେ ମୁଖ୍ୟତଃ ଏକାକୀ ଜୀବନଯାପନ କରନ୍ତି, କେବଳ କେତେକ ପରିସ୍ଥିତିରେ କିଛି ବାଘମାନଙ୍କୁ ଏକାଠି ମିଳିମିଶି ରହୁଥିବା ଦେଖାଯାଏ । ବାଘମାନେ ସାଧାରଣତଃ ନିଜର ଏକ ଶିକାର କ୍ଷେତ୍ର ନିର୍ଦ୍ଧାରଣ କରି ତାହାର ନିୟନ୍ତ୍ରଣ କରନ୍ତି । ଶିକାରର ଚାହିଦା ମେଣ୍ଟାଇ ପାରୁଥିବା ଏକ ବିରାଟ ଅଞ୍ଚଳକୁ ସାଧାରଣତଃ ବାଘମାନେ ନିଜର ପରିବାସ ବା ଶିକାର କ୍ଷେତ୍ର ରୂପେ ଚୟନ କରିଥାନ୍ତି । ଅନେକ କାରଣରୁ ପୃଥିବୀର କେତେକ ଦେଶରେ ମନୁଷ୍ୟ ଓ ବାଘ ମୁହାଁମୁହିଁ ହେବା ଭଳି ପରିସ୍ଥିତି ସୃଷ୍ଟି ହୋଇଥାଏ ।
 
ନିଜ ଦେହର ସ୍ଵତନ୍ତ୍ରସ୍ବତନ୍ତ୍ର ସୁନ୍ଦର ରଙ୍ଗ ତଥା ଜଙ୍ଗଲରେ ନିଜର ଅଦ୍ଭୁତପୂର୍ବ ରାଜକୀୟ ଠାଣି ପାଇଁ ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକଙ୍କ ମହଲରେ ବାଘ ଖୁବ୍ ଲୋକପ୍ରିୟ । ପ୍ରାଚୀନ ପୌରାଣିକ କଥା, ଲୋକକଥା ଇତ୍ୟାଦିରେ ବାଘଙ୍କ ଉପସ୍ଥିତି ଦେଖାଯାଇପାରିବ ଓ ଆଧୁନିକ ସମୟରେ କଥାଚିତ୍ର, ବୃତ୍ତଚିତ୍ର, ସାହିତ୍ୟ, ପତାକା, ରାଜ ସଙ୍କେତ ଓ କ୍ରୀଡ଼ା ମାସ୍କଟ୍ ଭାବେ ବାଘମାନଙ୍କୁ ଦେଖିବାକୁ ମିଳେ । ବାଘ ହେଉଛି [[ଭାରତ]], [[ବଙ୍ଗଳାଦେଶ]], [[ମାଲେସିଆ]] ଓ [[ଦକ୍ଷିଣ କୋରିଆ]] ପ୍ରଭୃତି ଦେଶର ଜାତୀୟ ପଶୁ ।
== ନାମକରଣର ଇତିହାସ ==
ଲାଟିନ୍ ଶବ୍ଦ ''ଟାଇଗ୍ରିସ୍ (tigris)''ରୁ ପ୍ରାଚୀନ ଫରାସୀ ଶବ୍ଦ ''ଟିଗ୍ରେ (tigre)''ର ସୃଷ୍ଟି ଓ ପୁଣି ଏହି ଫରାସୀ ଶବ୍ଦରୁ ପୁରାତନ ଈଂରାଜୀ ଶବ୍ଦ ''ଟାଇଗ୍ରାସ୍ (tigras)'' ଓ ମଧ୍ୟଯୁଗୀୟ ଈଂରାଜୀ ଶବ୍ଦ ''ଟାଇଗର୍ (tigre)''ର ସୃଷ୍ଟି ।<ref>{{cite web |url=http://www.thefreedictionary.com/tiger |title=tiger |work=The Free Dictionary |publisher=Farlex |accessdate=6 April 2014}}</ref>
ପ୍ରାଚୀନ ଗ୍ରୀକ୍ ଶବ୍ଦ ''τίγρις (ଟାଇଗ୍ରିସ୍)''ରୁ ଏହି ଲାଟିନ୍ ଶବ୍ଦର ସୃଷ୍ଟି ହୋଇଥିଲା । ଗ୍ରୀକ୍ ଶବ୍ଦଟିର ମୂଳ କେଉଁଠାରୁ ତାହା ଅଜଣା, ତେବେ ଏହି ଶବ୍ଦଟି ବାଘ କିମ୍ଵାକିମ୍ବା "ଟାଇଗ୍ରିସ୍ ନଦୀ"କୁ ବୁଝାଇବା ପରି ମନେ ହୁଏ ।<ref>{{cite web |author1=Liddell, H. G. |author2=Scott, R. |lastauthoramp=yes | url=http://www.perseus.tufts.edu/hopper/text?doc=Perseus%3Atext%3A1999.04.0057%3Aentry%3Dti%2Fgris |title=τίγρις |work=A Greek-English Lexicon, revised and augmented |year=1940 |location=Oxford |publisher=Clarendon Press}}</ref>
ଆଉ ଏକ ମତାନୁସାରେ ପାରସୀ ଶବ୍ଦ ''ଟିଗ୍ରା - tigra'' ବା ଅୱେସ୍ତୀୟ ଭାଷାର ଶବ୍ଦ ''ତିଗ୍ରି - tigrhi'' ଏହି ଜୀବର ଈଂରାଜୀ ନାମର ମୂଳ ଶବ୍ଦ ହୋଇପାରେ । ପାରସୀ ଶବ୍ଦର ଅର୍ଥ ମୁନିଆ ହୋଇଥିବା ବେଳେ ଅୱେସ୍ତୀୟ ଶବ୍ଦର ଅର୍ଥ ହେଉଛି ତୀର । ବାଘ ସହ ଏହି ସବୁ ଶବ୍ଦର ସମ୍ପର୍କ ବିଷୟରେ ସବିଶେଷ ପ୍ରମାଣ ନଥିଲେ ମଧ୍ୟ ବାଘର ଲମ୍ଫର ବେଗ ବା ଶାରୀରିକ ବୈଶିଷ୍ଟ୍ୟ ଯୋଗୁଁ ଏଗୁଡ଼ିକ ବ୍ୟବହାର କରାଯାଇଥିବ ବୋଲି ଅନୁମାନ କରାଯାଏ ।<ref>{{cite web |author=Harper, D. |year=2001–2011 |url=http://www.etymonline.com/index.php?term=tiger |title=Tiger |work=Online Etymology Dictionary |publisher=Etymonline.com |accessdate=6 April 2014}}</ref><ref>Oxford English Dictionary, entry ''tiger''</ref>
 
ଜୀବ ପରିବାରର "ପାନ୍ଥେରା" ନାମର ସୃଷ୍ଟି ପ୍ରାଚୀନ ଫରାସୀ ଶବ୍ଦ ପାଣ୍ଟେରେ, ଲାଟିନ୍ ଶବ୍ଦ ପାନ୍ଥେରା କିମ୍ଵାକିମ୍ବା ପ୍ରାଚୀନ ଗ୍ରୀକ୍ ଶବ୍ଦ ପ୍ୟାନ୍ଥର୍‍ରୁ ହୋଇଥାଇପାରେ । ଏହି ସବୁ ଶବ୍ଦର ତତ୍କାଳୀନ ଅର୍ଥ ହେଲା – ହଳଦିଆ ପଶୁ । ପ୍ରାଚୀନ ଗ୍ରୀକ୍ କାଳରେ ପଣ୍ଡ୍ର ବୋଲି ମଧ୍ୟ ଏକ ଶବ୍ଦ ରହିଥିଲା ଯାହା ଧଳା-ହଳଦିଆ ମିଶା ରଙ୍ଗକୁ ବୁଝାଉଥିଲା ।<ref>{{cite web|author=Harper, D. |year=2001–2011 |url=http://www.etymonline.com/index.php?term=panther |title=Panther |work=Online Etymology Dictionary |publisher=[[Douglas Harper]]|accessdate=24 October 2011}}</ref> ପଣ୍ଡ୍ର ଶବ୍ଦଟି ସଂସ୍କୃତ ଶବ୍ଦ ପୁଣ୍ଡରୀକରୁ ସୃଷ୍ଟି ହୋଇଥିବା ସମ୍ଭବପର । ପୁଣ୍ଡରୀକ ଶବ୍ଦର ଅର୍ଥ ହେଲା ବାଘ ।<ref>Oxford Dictionary of English Etymology, edited by C.T. Onions, entry ''panther''</ref><ref>ପୂର୍ଣ୍ଣଚନ୍ଦ୍ର ଭାଷାକୋଶ</ref> (ତେବେ ପୁଣ୍ଡରୀକ ଶବ୍ଦର ଅନେକ ଅର୍ଥ ରହିଛି ।)
ଗ୍ରୀକ୍ ଲୋକକଥା ଅନୁସାରେ ଉପସ୍ଥାପିତ ମତ ଯେ ପ୍ୟାନ୍ଥର୍ ଶବ୍ଦ ପ୍ୟାନ୍ (ଅର୍ଥାତ୍ - ସମସ୍ତ) ଓ ଥେର୍ (ଅର୍ଥାତ୍ - ପଶୁ)ର ମିଶ୍ରଣରୁ ସୃଷ୍ଟ ତାହା ବିଭ୍ରାନ୍ତିକର ।<ref>Oxford Dictionary of English Etymology, edited by C.T. Onions, entry ''panther''</ref>
 
୫୩ କ ଧାଡ଼ି:
* [[ବାନ୍ଧବଗଡ଼ ଜାତୀୟ ଉଦ୍ୟାନ]]
* [[କଲରାପତରିଆ ବାଘ]]
* [[ରନ୍ଥାମ୍ଵୋର୍ରନ୍ଥାମ୍ବୋର୍ ଜାତୀୟ ଉଦ୍ୟାନ]]
 
 
"https://or.wikipedia.org/wiki/ବାଘ"ରୁ ଅଣାଯାଇଅଛି