"ପରଶୁରାମ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
No edit summary |
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce |
||
୧୮ କ ଧାଡ଼ି:
ପୌରାଣିକ ମତେ '''ପର୍ଶୁରାମ''', [[ବିଷ୍ଣୁ]]ଙ୍କ ଷଷ୍ଠ ଅବତାର । ଭୃଗୁବଂଶର ଋଷି ଜମଦଗ୍ନି ଓ ରେଣୁକାଙ୍କ ଔରସରୁ ପର୍ଶୁରାମ ଜନ୍ମଗ୍ରହଣ କରିଥିଲେ । ପିଲାଦିନରୁ ପୂଜାପାଠ ଛାଡ଼ି ଧନୁଶର ଓ ପରଶୁ କୁଠାର ସାହାଯ୍ୟରେ ସେ ଯୁଦ୍ଧବିଦ୍ୟା ଶିକ୍ଷା କଲେ । ଏହି ସମୟରେ ମା’ ରେଣୁକାଙ୍କୁ ଚରିତ୍ର ସ୍ଖଳନ ଦୋଷରେ ଦୋଷୀ ସାବ୍ୟସ୍ତ କରି ଋଷି ଜମଦଗ୍ମି ତାଙ୍କୁ ମୃତ୍ୟୁଦଣ୍ଡ ଆଦେଶ ଦେଲେ । ଭୃଗୁପତି ପର୍ଶୁରାମ ପର୍ଶୁ ଆଘାତରେ ମାଆଙ୍କ ମୁଣ୍ଡରୁ ଗଣ୍ଡିକୁ ଅଲଗା କରିଦେଲେ । ପିତା ଜମଦଗ୍ନି ସନ୍ତୁଷ୍ଟ ହୋଇ ବର ଯାଚନା କଲେ । ମାଆଙ୍କୁ ପୁନର୍ଜୀବନ ଦେବା ପାଇଁ ପର୍ଶୁରାମ ବର ମାଗିଲେ । ଋଷି ଜମଦଗ୍ନି ସନ୍ତୁଷ୍ଟ ହୋଇ ରେଣୁକାଙ୍କୁ ଜୀବନ୍ୟାସ ମନ୍ତ୍ରପଢ଼ି ଜଳସିଞ୍ଚି ବଞ୍ଚାଇ ଦେଲେ । ତେବେ ମାତୃହତ୍ୟା କରିଥିବାରୁ ପାପଭାରରେ ପର୍ଶୁରାମଙ୍କ ପରଶୁ ତାଙ୍କ କାନ୍ଧରୁ ଉଠିଲା ନାହିଁ । ଏହା ଦେଖି ପିତା ଜମଦଗ୍ନି କହିଲେ ‘ଭାରତବର୍ଷର ସମସ୍ତ ତୀର୍ଥ ଦର୍ଶନ କରି ଜଳରେ ସ୍ନାନ କର । ତା’ପରେ କୈଳାସ ପର୍ବତକୁ ଯାଇ [[ଶିବ]] ପାର୍ବତୀଙ୍କ ନିକଟରେ ତପସ୍ୟା କର । ଶିବ ପାର୍ବତୀ ସନ୍ତୁଷ୍ଟ ହୋଇ ତୁମକୁ ପାପମୁକ୍ତ କରିବେ । ପିତାଙ୍କ ଆଦେଶ ପାଳନ କରି ପର୍ଶୁରାମ ଦୀର୍ଘଦିନ ତୀର୍ଥସ୍ଥାନ ପର୍ଯ୍ୟଟନ କରି କୈଳାସ ପର୍ବତରେ ତପସ୍ୟାରତ ହେଲେ । ତାଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ଶିବ ପାର୍ବତୀ ତାଙ୍କୁ ବର ପ୍ରଦାନ କରି ପାପମୁକ୍ତ କଲେ । ଫଳରେ ତାଙ୍କ କାନ୍ଧରୁ ପରଶୁ କୁଠାର ଖସିଗଲା ।
ଆଷାଢ଼ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିକୁ ପର୍ଶୁରାମଙ୍କ ଜନ୍ମ ଦିବସ ଭାବେ ପାଳନ କରାଯାଏ ।
|