"ନୂରଜାହାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୧୭ କ ଧାଡ଼ି:
|}}
 
'''ନୂରଜାହାନ''' ହେଉଛନ୍ତି ମୋଗଲ ସମ୍ରାଟ [[ଜାହାଙ୍ଗୀର]]ଙ୍କର ପତ୍ନୀ । ନୂରଜାହାନଙ୍କର ପିଲାଦିନର ନାମ ଥିଲା ମେହେର-ଉନ୍ନିସା । ତାନକ ପିତା ମିର୍ଜା ଗିୟାସ ବେଗ ଆକବରଙ୍କ ରାଜତ୍ଵରାଜତ୍ବ କାଳରେ ପାରସ୍ୟ ଦେଶରୁ ଭାରତକୁ ପଳେଇଆସି ଆକବରଙ୍କ ଦରବାରରେ ଚାକିରି କରୁଥିଲେ ।
== ଜାହାଙ୍ଗୀରଙ୍କ ସହ ବିବାହ ==
ତାଙ୍କ ପିତା ମେହେର-ଉନ୍ନିସାଙ୍କୁ ଆଲିକୁଲି ନାମକ ଜଣେ ବ୍ୟକ୍ତିଙ୍କ ସହିତ ବିବାହ କରେଇଥିଲେ । ଜାହାଙ୍ଗୀରଙ୍କ ରାଜତ୍ଵରରାଜତ୍ବର ଆରମ୍ଭରେ ଆଲିକୁଲି ବର୍ଦ୍ଧ ମାନଙ୍କର ଜାଗିରଦାର ନିଯୁକ୍ତି ହେଲେ ଓ ତାଙ୍କର ଉପାଧୀ ଶେର ଆଫଗାନ ରଖାଗଲା । ଶେର ଆଫଗାନ ବିଦ୍ରୋହ ପାଇଁ ପ୍ରସ୍ତୁତ ହେଉଛନ୍ତି ଶୁଣି ଜାହାଙ୍ଗୀର ତାଙ୍କୁ ଦମନ କରିବା ପାଇଁ ବଙ୍ଗର ଶାସନକର୍ତ୍ତା କୁତବୁଦ୍ଦିନଙ୍କୁ ପଠେଇଲେ । ଶେର ଆଫଗାନ କୁତବୁଦ୍ଦିନଙ୍କୁ ହତ୍ୟା କଲେ ମଧ୍ୟ କୁତବୁଦ୍ଦିନଙ୍କର ଅନୁଚରମାନଙ୍କଦ୍ଵାରାଅନୁଚରମାନଙ୍କଦ୍ବାରା ନିହତ ହେଲେ । ମେହେର-ଉନ୍ନିସା ଓ ତାଙ୍କ କ୍ନ୍ୟାଙ୍କୁ ରାଜଧାନୀକୁ ନିଆଯାଇ ମୋଗଲ ରାଜପ୍ରସାଦରେ ରଖାଗଲା। ଏହାର ଚାରିବର୍ଷ ପରେ ଜାହାଙ୍ଗୀର ୧୬୧୧ ଖ୍ରୀଷ୍ଟାବ୍ଦରେ ମେହେର-ଉନ୍ନିସାଙ୍କର ଅସାମାନ୍ୟ ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ ତାହାଙ୍କୁ ବିବାହ କରିଥିଲେ ।<ref> http://www.indianetzone.com/47/nur_jahan.htm</ref>ବିବାହ ପରେ ଜାହାଙ୍ଗୀର ମେହେର-ଉନ୍ନିସାଙ୍କ ନାମ ନୁରମହଲ (ପ୍ରାସାଦର ଆଲୋକ) ରଖିଲେ । <ref>http://www.womeninworldhistory.com/heroine11.html</ref>ପରେ ତାଙ୍କୁ ନୂରଜାହାନ ( ଜଗତର ଖ୍ୟାତି) ନାମ ଦିଆଗଲା। <ref>http://ebook-download-now.com/g/download/0195074882/Nur-Jahan:-Empress-of-Mughal-India/</ref>
 
== ମୋଗଲ ସାମ୍ରାଜ୍ୟ ==
ନୂରଜାହାନ ସୁନ୍ଦରୀ, ବୁଦ୍ଧିମତୀଓ ଗୁଣବତୀ ଥିଲେ । ତାଙ୍କଠାରେ ଉଚ୍ଚାଭିଳାଷ ପୁରି ରହିଥିଲା । ସାମ୍ରାଜ୍ଞୀ ହେବା ପରେ ସେ [[ଜାହାଙ୍ଗୀର]]ଙ୍କ ଉପରେ ଯଥେଷ୍ଟ ପ୍ରଭାବ ପକାଇଥିଲେ । ଜାହାଙ୍ଗୀର ମ୍ଦ୍ୟପାନ ଓ ବିଳାସ ବ୍ୟସନରେ କାଳାତିପାତ କରିବାରୁ ନୂରଜାହାନ ଶାସନ କ୍ଷେତ୍ରରେ ପ୍ରଭାବ ବିସ୍ତାର କରି ସର୍ବେସର୍ବା ହୋଇଉଠିଲେ । ସେ ତାନକ ପିତା [[ମିର୍ଜାଗିୟାସ ବେଗ]] ଓ ଭ୍ରାତା ଆସଫ ଖାଁଙ୍କୁ ଉଚ୍ଚ କାର୍ଯ୍ୟରେ ନିଯୁକ୍ତ କରିଥିଲେ । ରାଜଦରବାରରେ ବସି ଜାହାଙ୍ଗୀରଙ୍କ ସହିତ ରାଜକାର୍ଯ୍ୟ ପରିଚାଲନା କରୁଥିଲେ । ମୁଦ୍ରାମାନଙ୍କରେ ଜାହାଙ୍ଗୀରଙ୍କ ସହିତ ତାଙ୍କ ସ୍ଥାନ ପାଇଥିଲା । <ref>http://persian.packhum.org/persian/main?url=pf%3Ffile%3D00702015%26ct%3D304%26rqs%3D181</ref> ଜୀବନର ଶେଷଭାଗରେ ଜାହାଙ୍ଗୀରଙ୍କ [[କାଶ୍ମୀର]] ସୁରମ୍ୟ ଉପତ୍ୟକାରେ ଭୋଗବିଳାସରେ କାଲାତିପାତ କରିବାରୁ ନୂରଜାହାନ ସମସ୍ତ ଶାସନ ଦାୟିତ୍ଵଦାୟିତ୍ବ ବହନ କରିଥିଲେ । ନୂରଜାହାନଙ୍କ କ୍ଷମତା ଓ ପ୍ରତିପତ୍ତି ବୃଦ୍ଧି ପାଇବାରୁ ଅମୀରମାନେ ଉତ୍ତ୍ୟକ୍ତ ହୋଇଥିଲେ । ଜାହାଙ୍ଗୀରଙ୍କର କନିଷ୍ଠ ପୁତ୍ର ଶାହରିୟରଙ୍କ ସହିତ ଶେର ଆଫଗାନଙ୍କ ଔରଷରୁ ଜାତ ନିଜର କନ୍ୟାକୁ ବିବାହ କରେଇ ଜାହାଙ୍ଗୀରଙ୍କ ଅନ୍ତେ ଶାହରିୟରଙ୍କୁ ସମ୍ରାଟ କରିବା ପାଇଁ ନୂରଜାହାନ ସ୍ଥିର କରିଥିଲେ । ଫଲରେ ଯୁବରାଜ ଖୁରମ ଓ ସେନାପତି ମହବତ ଖାଁ ବିଦ୍ରୋହ କରିଥିଲେ । ଜାହାଙ୍ଗୀରଙ୍କ ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କର କ୍ଷମତା ଅପ୍ରତିହତ ରହିଥିଲା । ତାଙ୍କର ମୃତ୍ୟୁପରେ ନୂରଜାହାନ ରାଜକୋଷରୁ ବୃତ୍ତିପାଇ ୧୬୪୫ରେ ମୃତ୍ୟୁ ପର୍ଯ୍ୟନ୍ତ ସମୟ କଟାଇଥିଲେ । <ref>http://www.indianetzone.com/47/nur_jahan.htm</ref><ref>http://www.womeninworldhistory.com/heroine11.html</ref>
 
== ମୃତ୍ୟୁ ==
"https://or.wikipedia.org/wiki/ନୂରଜାହାନ"ରୁ ଅଣାଯାଇଅଛି