"ଦେବଦାସୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୧ କ ଧାଡ଼ି:
{{ଛୋଟ|Devadasi}}
[[File:Devadasi 1920s.JPG|thumb|୧୯୨୦ମସିହାରେ ଉଠାଯାଇଥିବା ଦୁଇ ଜଣ ଦେବଦାସୀଙ୍କ ଫୋଟଚିତ୍ର]]
ଦେବାଦେବୀଙ୍କ ମନ୍ଦିରର ନୃତ୍ୟାଙ୍ଗନାମାନଙ୍କୁ '''ଦେବଦାସୀ''' କୁହାଯାଏ । ରାଜସଭାର ରାଜ ନର୍ତ୍ତକୀମାନଙ୍କ ଅନୁକରଣରେ ବିଭିନ୍ନ ମନ୍ଦିରରେ ଦେବଦାସୀ ପ୍ରଥାର ପ୍ରଚଳନ। ମର୍ତ୍ତ୍ୟରେ ଦେବତାମାନଙ୍କ ପ୍ରତି ଏମାନଙ୍କ ନୃତ୍ୟ ଓ ଜୀବନଶୈଳୀ ଉତ୍ସର୍ଗ । ଏହି ପୁରାତନ ପ୍ରଥା ରାଜ୍ୟ, ଦେଶ ଓ [[ବିଶ୍ଵବିଶ୍ବ]]ର ବହୁମନ୍ଦିରରେ ପ୍ରଚଳିତ ଥିଲା । ପରବର୍ତ୍ତୀ ସମୟରେ ଏହି ଦିବ୍ୟାନୁଭୂତି ସମର୍ପିତ କଳା ଲୁପ୍ତପ୍ରାୟ ହେବାକୁ ବସିଲାଣି ।
==ଇତିହାସ==
ମନ୍ଦିର ଗୁଡ଼ିକରେ ଦେବଦାସୀ ପ୍ରଥା କେବଳ [[ଭାରତ]]ରେ ନୁହେଁ ପୃଥିବୀର ଅନ୍ୟାନ୍ୟ ଦେଶରେ ଯଥା [[ଗ୍ରୀସ]]ର ଭେନସ ଦେବୀଙ୍କ ମନ୍ଦିରରେ, [[ମିଶର]]ର ଓରିସସ୍ ଓ ଆଇରିସ୍ ମନ୍ଦିରରେ ପ୍ରଚଳିତ ଥିଲା । ସୌରାଷ୍ଟ୍ରର ପ୍ରଖ୍ୟାତ [[ସୋମନାଥ|ସୋମନାଥ ମନ୍ଦିର]]ରେ ଚତୁର୍ଥ/ପଞ୍ଚମ ଶତାବ୍ଦୀରେ ମହାଦେବଙ୍କ ସମ୍ମୁଖରେ ଦେବଦାସୀମାନେ ତାଣ୍ଡବ ନୃତ୍ୟ କରୁଥିଲେ । ଦାକ୍ଷିଣାତ୍ୟର ଚୋଳ, ଚାଲୁକ୍ୟ, ରାଷ୍ଟ୍ରକୂଟ ଓ ପଲ୍ଲବ ବଂଶୀୟ ରାଜାମାନେ ଶିବ ଓ ବିଷ୍ଣୁ ମନ୍ଦିରରେ ନୃତ୍ୟାଙ୍ଗନା ଦେବଦାସୀ ନିଯୁକ୍ତ କରିବାର ପ୍ରମାଣ ମିଳେ । ଅଷ୍ଟମ ଶତାବ୍ଦୀରେ ଉଦ୍ୟତକେଶରୀଙ୍କ ମାତା କଳାବତୀଙ୍କଦ୍ୱାରା ନିର୍ମିତ ଭୁବନେଶ୍ୱରସ୍ଥ ବ୍ରହ୍ମେଶ୍ୱର ଶିବ ମନ୍ଦିରର ଶିଳାଲେଖା ଅନୁଯାୟୀ ଶିବଙ୍କ ଆଗରେ ଦେବଦାସୀମାନେ ନୃତ୍ୟ କରୁଥିଲେ । ତତ୍‌ପୂର୍ବରୁ ଭାରତୀୟ ସମାଜର ନଗର ଓ ଜନପଦରେ ନଗରବଧୂଙ୍କ ନୃତ୍ୟ ଆଦର ଲାଭ କରିଥିଲା । ଅଷ୍ଟମ ଶତାବ୍ଦୀରେ ତନ୍ତ୍ର ସାଧକଙ୍କଦ୍ୱାରା ବାମାଚାରୀ ତାନ୍ତ୍ରିକମାନେ ସର୍ବପ୍ରଥମେ ନାରୀଙ୍କଦ୍ୱାରା ଅଭିଚାରିତ କର୍ମ ସମ୍ପାଦନ କରୁଥିଲେ । ମର୍ତ୍ତ୍ୟରେ ମଧ୍ୟ ଦେବତାମାନଙ୍କ ପ୍ରତି ଉତ୍ସର୍ଗୀକୃତ ଥିଲେ ଦେବଦାସୀମାନେ । ‘ବାଚସ୍ପତ୍ୟମ୍’ ଗ୍ରନ୍ଥରେ ଲେଖାଅଛି, ‘ଦେବଂ ଇନ୍ଦ୍ରିୟଂ ଯାସ୍ମୋତିଦାସ ବଧେୟଣ୍- ଦେବାୟ କ୍ରୀଡ଼ାତୈ ଦାସିକ’ । ଅର୍ଥାତ୍ ଯେଉଁ ଅଙ୍ଗନାମାନେ ନିଜର ବାସନା ବା ଇନ୍ଦ୍ରିୟକୁ ଦମନ କରି ନିଜକୁ ଦେବତାଙ୍କ କ୍ରୀଡ଼ାରେ ନିଯୁକ୍ତ କରିଥାନ୍ତି, ସେମାନେ ହେଲେ ଦେବଦାସୀ । ବୈଷ୍ଣବୀୟ ମତରେ ଦେବଦାସୀମାନେ ହେଲେ ଭଗବାନଙ୍କ ନିତ୍ୟରାସର ଆହ୍ଲାଦିନୀ ଶକ୍ତି ରାଧାଙ୍କ ବିକଳ୍ପ ।
"https://or.wikipedia.org/wiki/ଦେବଦାସୀ"ରୁ ଅଣାଯାଇଅଛି