"ଜନ୍ ଏଫ୍. କେନେଡ଼ି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୬୦ କ ଧାଡ଼ି:
ଦ୍ୱିତୀୟ ବିଶ୍ୱଯୁଦ୍ଧରେ କେନେଡ଼ି PT-109 ଓ PT-59 ଜାହାଜରେ କମାଣ୍ଡର ଦାୟିତ୍ୱରେ ଥିଲେ । ଯୁଦ୍ଧ ପରେ ମାସାଚୁସେଟ୍ସର ୧୧ତମ ଜିଲ୍ଲାରୁ ସେ ନିଜ ରାଜନୈତିକ ଜୀବନ ଆରମ୍ଭ କଲେ । ଆମେରିକୀୟ ସଂସଦର ନିମ୍ନ ସଦନ (ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସ)କୁ ସେ ଡେମୋକ୍ରାଟ ଦଳର ସଭ୍ୟ ରୂପେ ନିର୍ବାଚିତ ହୋ‍ଇଥିଲେ । ସେହି ସଦନରେ ସେ ୧୯୫୩-୬୦ ଯାଏଁ କ୍ରମାଗତ ନିର୍ବାଚିତ ହୋ‍ଇଥିଲେ । ୧୯୬୦ରେ ଉପରାଷ୍ଟ୍ରପତି ଓ ରିପବ୍ଲିକାନ ଦଳର ରାଷ୍ଟ୍ରପତି ପ୍ରତିନିଧି ରିଚାର୍ଡ଼ ନିକ୍ସନଙ୍କୁ ହରାଇ ଆମେରିକାର ରାଷ୍ଟ୍ରପତି ହେଲେ । ୪୩ ବର୍ଷ ବୟସରେ ସେ ଆମେରିକାର ରାଷ୍ଟ୍ରପତି ପଦବୀକୁ ନିର୍ବାଚିତ ହୋ‌ଇଥିବା କନିଷ୍ଠତମ ବ୍ୟକ୍ତି ପାଲଟିଗଲେ (ଥିଓଡ଼ୋର ରୁଜଭେଲ୍ଟ ୪୨ ବର୍ଷରେ ଆମେରିକାର ରାଷ୍ଟ୍ରପତି ହୋ‍ଇଥିଲେ, ତେବେ ସେ ନିର୍ବାଚିତ ହୋ‍ଇ ନ ଥିଲେ, ରାଷ୍ଟ୍ରପତି ୱିଲିଆମ ମ୍ୟାକ୍‌କିନଲିଙ୍କ ହତ୍ୟା ପରେ କାମଚଳା ଦାୟିତ୍ୱରେ ଥିଲେ) । ଆମେରିକାର ରାଷ୍ଟ୍ରପତି ହୋ‍ଇଥିବା ସେ ଏକମାତ୍ର ରୋମାନ କ୍ୟାଥଲିକ ।
 
୨୨ ନଭେମ୍ଵରନଭେମ୍ବର ୧୯୬୩ରେ ତାଙ୍କୁ ଡାଲାସ୍ଠାରେ ଗୁଳି କରି ହତ୍ୟା କରାଯାଇଥିଲା । ସେହି ସନ୍ଧ୍ୟାରେ ଅଭିଯୁକ୍ତ ଲି ହାର୍ଭି ଅସୱାଲ୍ଡକୁ ଗିରଫ କରାଗଲା । ତେବେ ଅଦାଲତରେ ମୋକଦମା ଚାଲିବା ଆଗରୁ ଜ୍ୟାକ୍ ରୁବି ନାମକ ବ୍ୟକ୍ତି ଲିଙ୍କୁ ଗିରଫ ହେବାର ଦୁଇ ଦିନ ପରେ ହିଁ ଗୁଳି କରି ହତ୍ୟା କଲେ । ପରେ FBI, ୱାରେନ କମିଶନ ଆଦିଙ୍କ ଜାଞ୍ଚରୁ ସ୍ପଷ୍ଟ ହେଲା ଯେ ଲି ହିଁ କେନେଡ଼ିଙ୍କୁ ହତ୍ୟା କରିଥିଲେ ।
 
==ପ୍ରାରମ୍ଭିକ ଜୀବନ==