"ଚନ୍ଦ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୩୦ କ ଧାଡ଼ି:
ଅନ୍ୟଏକ ମତ ଅନୁସାରେ ବ୍ରହ୍ମା ଅତ୍ରିଙ୍କୁ ସୃଷ୍ଟି ସର୍ଜନା କରିବାକୁ ନିର୍ଦ୍ଦେଶ ହେଲେ । ସୁଚାରୁରୂପେ ସଂସାର ସୃଷ୍ଟିକରିବା ପାଇଁ ଶକ୍ତି ଆବଶ୍ୟକତା ଦୃଷ୍ଟିରୁ ଋଷି ତପସ୍ୟା କଲେ । ବିଷ୍ଣୁ ଋଷିଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ଏକ ଦିବ୍ୟଜ୍ୟୋତି ରୂପେ ଆସି ହୃଦୟରେ ରହିଲେ । ତାହା ଜାଣି ଅତ୍ରିଙ୍କ ଚକ୍ଷୁରୁ ଆନନ୍ଦାଶ୍ରୁ ଝରିପଡ଼ିଲା । ସେହି ଲୁହରୁ କେତେଗୁଡ଼ିଏ ଭ୍ରୂଣ ଜାତ ହେଲେ । ବ୍ରହ୍ମା ସେହି ଭ୍ରୂଣଗୁଡ଼ିକୁ ଏକାଠି କରି ଏକ ସୁନ୍ଦର ତରୁଣ ସୃଷ୍ଟିକଲେ । ସେହି ସୁନ୍ଦର ତରୁଣ ବ୍ରହ୍ମାଙ୍କ ଅଂଶରୁ ଜାତ ହୋଇଥିବାରୁ ତାଙ୍କର ରୂପ ଅତ୍ୟନ୍ତ ଦୀପ୍ତିମାନ ହୋଇଥିଲା । ସେ ହେଲେ ଚନ୍ଦ୍ରଦେବତା । ତତ୍ପରେ ମୁନି, ଋଷି, ଦେବତା, ଗନ୍ଧର୍ବ ଓ ଅପସରୀମାନେ ସାମବେଦ ଗାନ କରି ଚନ୍ଦ୍ରଙ୍କୁ ସ୍ତୁତିକଲେ । ସେହି ସ୍ତୁତି ହେତୁ ପୃଥିବୀରେ ଔଷଧୀୟ ବୃକ୍ଷଲତା ଉଦ୍ଭବ ହେଲେ । ତେଣୁ, ଚନ୍ଦ୍ରଙ୍କୁ ଔଷଧିମାନଙ୍କର ଅଧିପତି କହାଗଲା । ଆଉମଧ୍ୟ ହରିବଂଶ ପୁରାଣରେ ଚନ୍ଦ୍ରଙ୍କୁ ନକ୍ଷତ୍ରମାନଙ୍କର ରାଜା ରୂପେ ବର୍ଣ୍ଣନା କରାଯାଇଛି ।<ref> ଅସିତ ମହାନ୍ତି, ଆମଦେବାଦେବୀ, ପୃଷ୍ଠା-୮୫ </ref>
==ଚନ୍ଦ୍ରକ୍ଷୟ==
ଚନ୍ଦ୍ର ସୌନ୍ଦର୍ଯ୍ୟରେ ଅନୁମପ ତଥା ସମସ୍ତ ଉଦ୍ଭିଦଙ୍କ ରାଜା ହୋଇଥିବାରୁ ଯଶ, ଖ୍ୟାତି ବହୁଗୁଣିତ ହେଲା। ପ୍ରଜାପତି ଦକ୍ଷ ଚନ୍ଦ୍ରଙ୍କ ସହିତ ତାଙ୍କର ୨୭ଟି କନ୍ୟାମାନଙ୍କୁ ବିବାହ କରାଇଥିଲେ । ସେମାନେ ହେଲେ, [[ଅଶ୍ଵିନୀଅଶ୍ବିନୀ (ନକ୍ଷତ୍ର)|ଅଶ୍ଵିନୀଅଶ୍ବିନୀ]], [[ଭରଣୀ (ନକ୍ଷତ୍ର)|ଦ୍ଵିଜାଦ୍ବିଜା]], [[କୃତ୍ତିକା (ନକ୍ଷତ୍ର)|କୃତ୍ତିକା]], [[ରୋହିଣି (ନକ୍ଷତ୍ର)|ରୋହିଣି]], [[ମୃଗଶିରା (ନକ୍ଷତ୍ର)|ମୃଗଶିରା]], [[ଆର୍ଦ୍ରା (ନକ୍ଷତ୍ର)|ଆର୍ଦ୍ରା]], [[ପୁନର୍ବସୁ (ନକ୍ଷତ୍ର)|ପୁନର୍ବସୁ]], [[ପୁଷ୍ୟା (ନକ୍ଷତ୍ର)|ପୁଷ୍ୟା]], [[ଅଶ୍ଳେଷା (ନକ୍ଷତ୍ର)|ଅଶ୍ଳେଷା]], [[ମଘା (ନକ୍ଷତ୍ର)|ମଘା]], [[ପୂର୍ବ ଫାଲ୍‌ଗୁନୀ (ନକ୍ଷତ୍ର)|ପୂର୍ବଫାଲ୍ଗୁନୀ]], [[ଉତ୍ତର ଫାଲ୍‌ଗୁନୀ (ନକ୍ଷତ୍ର)|ଉତ୍ତର ଫାଲ୍ଗୁନୀ]], [[ହସ୍ତା (ନକ୍ଷତ୍ର)|ହସ୍ତା]], [[ଚିତ୍ରା (ନକ୍ଷତ୍ର)|ଚିତ୍ରା]], [[ସ୍ଵାତିସ୍ବାତି (ନକ୍ଷତ୍ର)|ସ୍ଵାତିସ୍ବାତି]], [[ବିଶାଖା (ନକ୍ଷତ୍ର)|ବିଶାଖା]], [[ଅନୁରାଧା (ନକ୍ଷତ୍ର)|ଅନୁରାଧା]], [[ଜ୍ୟେଷ୍ଠା (ନକ୍ଷତ୍ର)|ଜ୍ୟେଷ୍ଠା]], [[ମୂଳା (ନକ୍ଷତ୍ର)|ମୂଳା]], [[ପୂର୍ବାଷାଢ଼ା (ନକ୍ଷତ୍ର)|ପୂର୍ବାଷାଢ଼ା]], [[ଉତ୍ତରାଷାଢ଼ା (ନକ୍ଷତ୍ର)|ଉତ୍ତରାଷାଢ଼ା]], [[ଶ୍ରବଣା (ନକ୍ଷତ୍ର)|ଶ୍ରବଣା]], [[ଧନିଷ୍ଠା (ନକ୍ଷତ୍ର)|ଧନିଷ୍ଠା]], [[ଶତଭିଷା (ନକ୍ଷତ୍ର)|ଶତଭିଷା]], [[ପୂର୍ବ ଭାଦ୍ରପଦ (ନକ୍ଷତ୍ର)|ପୂର୍ବ ଭାଦ୍ରପଦ]], [[ଉତ୍ତର ଭାଦ୍ରପଦ (ନକ୍ଷତ୍ର)|ଉତ୍ତର ଭାଦ୍ରପଦ]] ଓ [[ରେବତୀ(ନକ୍ଷତ୍ର)|ରେବତୀ]] । ଦକ୍ଷଙ୍କର ସେହି ୨୭କନ୍ୟାଗଣ ଆକାଶରେ ତାରାରୂପେ ଦେଖାଯାଆନ୍ତି । ସେମାନଙ୍କ ସହିତ ଚନ୍ଦ୍ର ମହାମେରୁ ପରିକ୍ରମା କରନ୍ତି । ଜ୍ୟୋତିର୍ବିଜ୍ଞାନ ମଧ୍ୟ ପୌରାଣିକ ବିବରଣୀକୁ ସମର୍ଥନ କରେ। ଚନ୍ଦ୍ରଙ୍କର ବୈବାହିକ ଜୀବନରେ ପକ୍ଷପାତିତା ଅବଲମ୍ବନ କରିଥିଲେ, ୨୭ଜଣ ପତ୍ନୀଙ୍କ ମଧ୍ୟରୁ କେବଳ ଅପରୂପା ରୂପସୀ ରୋହିଣୀଙ୍କ ସହିତ ନିବିଡ଼ ସମ୍ପର୍କ ରଖୁଥିଲେ ବେଳେ ଅନ୍ୟମାନଙ୍କ ପ୍ରତି ଅବହେଳା ପ୍ରଦର୍ଶନ କରୁଥିଲେ । କନ୍ୟାମାନଙ୍କ ଅଭିଯୋଗକ୍ରମେ ପିତାଦକ୍ଷ ଚନ୍ଦ୍ରଙ୍କୁ ସତ୍ଉପଦେଶ ଦେଇଥିଲେ। କିନ୍ତୁ, ଚନ୍ଦ୍ରଙ୍କ ବ୍ୟବହାରରେ କୌଣସି ପରିବର୍ତ୍ତନ ଘଟିନଥିଲା; ବରଂ ରୋହିଣୀଙ୍କ ସହିତ ସମ୍ପର୍କ ଅଧିକ ନିବିଡ଼ତର ହେଲା । ବାରମ୍ବାର କନ୍ୟାମାନଙ୍କ ଅଭିଯୋଗରେ ଉତ୍‌କ୍ଷିପ୍ତହୋଇ ଚନ୍ଦ୍ରଙ୍କୁ କ୍ଷୟରୋଗ ‘[[ଯକ୍ଷ୍ମା]]’ ହେଉବୋଲି ଅଭିଶାପ ଦେଲେ । ଯକ୍ଷ୍ମାରେ ପୀଡ଼ିତ ଚନ୍ଦ୍ରଙ୍କର କାନ୍ତି ଓ ଶକ୍ତି ଦିନକୁ ଦିନ ହ୍ରାସ ଘଟିଲା ‌। ବହୁ ଯାଗଯଜ୍ଞଦ୍ୱାରା ମଧ୍ୟ କିଛି ସୁଫଳ ମିଳିଲାନାହିଁ । ଔଷଧମାନଙ୍କର ଅଧିପତି ଚନ୍ଦ୍ରଙ୍କର ଜ୍ୟୋତି ଓ ଶକ୍ତିହୀନତା ଯୋଗୁଁ ଔଷଧୀୟବୃକ୍ଷ ତଥା ସମଗ୍ର ଉଦ୍ଭିଦଜଗତ ରୋଗନାଶକ ଶକ୍ତି ହରାଇ ବସିଲେ । ସମଗ୍ର ସଂସାରରେ ହାହାକାର ପଡ଼ିଗଲା । ସମଗ୍ରଦେବତାଙ୍କ ଅନୁରୋଧ ଓ ଚନ୍ଦ୍ରଙ୍କ ଅନୁତାପରେ ବିଗଳିତ ହୋଇ ପ୍ରଜାପତି ଦକ୍ଷ ସବୁପତ୍ନୀଙ୍କ ସହିତ ସମ ସ୍ନେହପ୍ରୀତି ସ୍ଥାପନର ଉପଦେଶ ଦେଇ, ସରସ୍ୱତୀ ନଦୀରେ ସ୍ନାନଦ୍ୱାରା ରୋଗମୁକ୍ତିର ଉପାୟ ବତାଇଦେଲେ । ଚନ୍ଦ୍ରଙ୍କୁ ପ୍ରଭାଯୁକ୍ତ କରି ସରସ୍ୱତୀ ତୀର୍ଥ ‘ପ୍ରଭାସ’ ତୀର୍ଥ ନାମରେ ଖ୍ୟାତି ଅର୍ଜନ କରିଛି । <ref>(ମହାଭାରତ; ଶଲ୍ୟପର୍ବ, ୩୫ ଅଧ୍ୟାୟ) ଓଡ଼ିଶାର ଦେବଦେବୀ, ପୃଷ୍ଠା-୩୩୬</ref> କିନ୍ତୁ, ଚନ୍ଦ୍ରଙ୍କର ଅଧାଦିନ ବୃଦ୍ଧି ଓ ଅଧାଦିନ କ୍ଷୟ ହୁଏ ।
ଆଉମଧ୍ୟ, ଚନ୍ଦ୍ର ଅତ୍ୟନ୍ତ ସୁନ୍ଦର ହେତୁ ମନରେ କୌଣସି ଗର୍ବ ଅହଙ୍କାର ନଥିଲା । ଏକଦା ବିଷ୍ଣୁଙ୍କୁ ତପସ୍ୟା କଲେ। ବିଷ୍ଣୁ ତପସ୍ୟାରେ ସନ୍ତୁଷ୍ଟ ହୋଇ ଚନ୍ଦ୍ରଙ୍କୁ ବର ଯାଚନା କଲେ । ଚନ୍ଦ୍ର କହିଲେ , ସେ ସ୍ୱର୍ଗରେ ଏକ ଯଜ୍ଞ ଅନୁଷ୍ଠିତ କରିବେ, ସେଥିରେ ଶିବ ତ୍ରିଶୂଳ ଧରି ଯଜ୍ଞକୁ ରକ୍ଷା କରିବେ ଏବଂ ସମସ୍ତ ଦେବତା ଯଜ୍ଞରେ ଯୋଗଦେଇ ଯଜ୍ଞଭାଗ ଗ୍ରହଣ କରିବେ। ବିଷ୍ଣୁ ତାଙ୍କୁ ସେହିବର ଦେଲେ । ବିଷ୍ଣୁଙ୍କଠାରୁ ବର ପାଇବା ପରେ ଚନ୍ଦ୍ର ସ୍ୱର୍ଗରେ ଏକ ଯଜ୍ଞ ଅନୁଷ୍ଠିତ କଲେ। ସେଥିରେ ସମସ୍ତ ମୁନିଋଷି, ଦେବତା ଆଦି ଅଂଶ ଗ୍ରହଣ କଲେ । ଫଳରେ ଚନ୍ଦ୍ରଙ୍କର ସୌନ୍ଦର୍ଯ୍ୟ ବହୁଗୁଣିତ ହେଲା । ଏହା ଦେଖି ଲକ୍ଷ୍ମୀ ପ୍ରଭୃତି ଦେବୀଗଣ ମୁଗ୍‌ଧ ହେଲେ । ଏହା ଦେଖି ଚନ୍ଦ୍ରଙ୍କ ଛାତି ଗର୍ବରେ ଫୁଲିଉଠିଲା, ମନକୁ ଯାହା ଆସିଲା କଲେ ଏବଂ ଯଜ୍ଞରେ ଉପସ୍ଥିତ ନବଦେବୀଙ୍କୁ ଅସମ୍ମାନ କଲେ । <ref>ଆମଦେବାଦେବୀ, ପୃଷ୍ଠା-୮୫ </ref>ଏହିକର୍ମଦ୍ୱାରା ଚନ୍ଦ୍ରଙ୍କର ଦେବତ୍ୱ ହ୍ରାସ ଘଟେ । ଚନ୍ଦ୍ରଙ୍କର ତାରାଙ୍କ ସହିତ ଅବୈଧପ୍ରେମକୁ ନେଇ ଅନ୍ୟଏକ କଳଙ୍କମୟ ପୌରାଣିକ ପ୍ରବାଦ ରହିଛି । ଚନ୍ଦ୍ରକଳାର ହ୍ରାସବୃଦ୍ଧି ଅନୁସାରେ କୃଷ୍ଣଚତୁର୍ଦ୍ଦଶୀ ଦିନ ଚନ୍ଦ୍ରଙ୍କର କିଛି ଅବଶେଷ ରହେନାହିଁ । ପୁରାଣ ବର୍ଣ୍ଣନା ଅନୁସାରେ ଅମାବାସ୍ୟା ଦିନଟି ଚନ୍ଦ୍ର ଲୋକଲୋଚନରୁ ଲୁକ୍‌କାୟିତ ରହି ଦେବଗୁରୁ ବୃହସ୍ପତିଙ୍କ ଗୃହରେ ବିଦ୍ୟାର୍ଥୀରୂପେ ଅବସ୍ଥାନ କରନ୍ତି । ଗୁରୁଙ୍କ ଅନୁମତିରେ ମାସରେ ଏକଦିନ ଚନ୍ଦ୍ର ଗୁରୁଙ୍କ ଗୃହରେ ଆସି ଲୁକ୍‌କାୟିତ ଅବସ୍ଥାରେ ରହନ୍ତି ଏବଂ ଅମାବାସ୍ୟା ଓ ପ୍ରତିପଦାରେ ଲୋକଲୋଚନରେ ଦର୍ଶନରେ ଆସନ୍ତି । ସୌମ୍ୟକାନ୍ତ ଚନ୍ଦ୍ରଙ୍କ ଦର୍ଶନରେ ଗୁରୁପତ୍ନୀ ତାରା ମୁଗ୍‌ଧ ହୋଇ ପ୍ରେମ ନିବେଦନ କରନ୍ତି । ଚନ୍ଦ୍ର ରୂପସୀ ତାରାଙ୍କ ପ୍ରେମଭିକ୍ଷାକୁ ପ୍ରତ୍ୟାଖ୍ୟାନ ନକରି ନିଜର ସମ୍ମତି ପ୍ରଦାନ କରନ୍ତି ଏବଂ ନିତି ଅମାବାସ୍ୟାରାତିରେ ତାରାଙ୍କ ସହିତ ଅଭିସାର ରଚନ୍ତି। ଏହି ପରକୀୟା ସମ୍ପର୍କରୁ ଚନ୍ଦ୍ର ‘ତାରାପତି’ ନାମରେ ବିଦିତ । ଯଥାସମୟରେ ତାରାଙ୍କର ଏକ ପୁତ୍ରସନ୍ତାନ ପ୍ରସୂତ ହୁଏ । ଜାତକ ଗଣନାଦ୍ୱାରା ବୁଧ ଅବୈଧ ସନ୍ତାନ ବୋଲି ବୃହଷ୍ପତି ଜାଣିପାରନ୍ତି । ତେଣୁ ଚନ୍ଦ୍ରଙ୍କୁ ଅଭିଶାପ ଦିଅନ୍ତି, ଫଳରେ ଚନ୍ଦ୍ରଙ୍କ ଦେହରେ ଚିରଦିନ ରହିଯାଏ କଳଙ୍କ । ଗୁରୁପତ୍ନୀଙ୍କ ସହିତ ପ୍ରଣୟ ଶାସ୍ତ୍ରନିଷିଦ୍ଧ । ଏଣୁ ପୁରାଣ ବର୍ଣ୍ଣନାକୁ ଆଧାର କରି ଚତୁର୍ଦ୍ଦଶୀରେ ଚନ୍ଦ୍ରଙ୍କ ଗୁରୁଗୃହକୁ ଆସିବା ଓ ପ୍ରତିପଦାଯାଏ ରହଣି ସମୟକୁ, ଅର୍ଥାତ୍ ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ପ୍ରତିପଦାଦି ତିଥି ତ୍ରୟକୁ ବିଦ୍ୟାଧ୍ୟୟନ ପାଇଁ ନିଷେଧ କରାଯାଇଛି ।
 
"https://or.wikipedia.org/wiki/ଚନ୍ଦ୍ର"ରୁ ଅଣାଯାଇଅଛି