|
|
|DorlandsSuf =
}}
'''କାନ''' ଏକ ଶ୍ରବଣ ଅଙ୍ଗ ଯାହା ଯାହା ସ୍ତନ୍ୟପାୟୀ ପ୍ରାଣୀଙ୍କର ଥାଏ ଓ ଏହଦ୍ୱାରା ସେମାନେ ଶବ୍ଦ ଶୁଣି ପାରନ୍ତି । ଏହା ଠାରୁ ଅନେକ ଅଧିକ କାମ କାନଦ୍ଵାରାକାନଦ୍ବାରା ସାଧିତ ହୁଏ । ଦେହର ସନ୍ତୁଳନ (Balance) ଓ ପୋଜିସନ ରକ୍ଷା କରିବା ମଧ୍ୟ ଏହାର କାମ । ଶ୍ରବଣ ମଣ୍ଡଳର ଏହା ଏକ ଅଂଶ । ବାହ୍ୟ କର୍ଣ୍ଣର ବାହାରକୁ ଦେଖାଯାଉଥିବା ଅଂଶକୁ ଓଡ଼ିଆ ଭାଷାରେ କାନ କୁହାଯାଏ ଯାହାକୁ ଇଂରାଜୀରେ ପିନ୍ନା ବା ଅରିକ୍ଲ ([[:en:Auricle (anatomy)|pinna]]) କୁହାଯାଏ ଓ ଏହା ମଧ୍ୟରେ ଏକ କେନାଲ ବା ନଳୀ ଦେଖାଯାଏ ଯାହାକୁ କାନ ନଳୀ ବା ଇଅର କେନାଲ [[ear canal]] କୁହାଯାଏ । ଅଧିକାଂଶ ପ୍ରାଣୀଙ୍କର ବାହାରକୁ ଦେଖାଯାଉଥିବାରୁ ଏହି ଅଂଶକୁ ମୁଖ୍ୟତଃ କାନ କହନ୍ତି ।<ref name="Oxford">{{cite web|title=Ear|url=http://www.oxforddictionaries.com/definition/english/ear|website=Oxford Dictionary|accessdate=25 February 2016}}</ref> ଶ୍ରବଣ ଯନ୍ତ୍ରର ଏହା ପ୍ରଥମ ଅଙ୍ଗ । ମୁଣ୍ଡର ଦୁଇ ପାଖରେ ସମ ଭାବ ଅବସ୍ଥିତିରେ ଦୁଇଟି କାନ ଥାଏ ଯାହାଦ୍ଵାରାଯାହାଦ୍ବାରା ଏହି ବ୍ୟବସ୍ଥାଦ୍ଵାରାବ୍ୟବସ୍ଥାଦ୍ବାରା ଶବ୍ଦ ଆସୁଥିବା ସ୍ଥାନ ଜାଣିହୁଏ ।
[[ଏକ୍ଟୋଡର୍ମ]]ରୁ ([[:en:ectoderm|ectoderm]]) ପ୍ରାକ୍ ଭୃଣ ସୃଷ୍ଟି ହୁଏ ଓ ଏଥିରେ ଥିବା ପ୍ରଥମ [[ଫାରିଞ୍ଜିଆଲ ପାଉଚ]] ([[:en:pharyngeal pouch (embryology)|pharyngeal pouch]]) ଓ ଛଅଟି ଛୋଟ ସ୍ଫୀତିକୁ [[ଅପ୍ଟିକ ପ୍ଲାକୋଡ]] ([[:en:otic placode|otic placode]]) କହନ୍ତି ଯେଉଁଥିରୁ କାନ ତିଆରି ହୁଏ ।
== କାନ ଓ ଶ୍ରବଣର ପରିଚୟ ==
ଶବ୍ଦ ବୋଧ ଶକ୍ତିକୁ ଇଂରାଜୀରେ ଅଡିସନ୍ କହନ୍ତି । [[ଶବ୍ଦ]] ଏକ [[ଶକ୍ତି]] (Energy) ତଥା ଏକ ରୈଖିକ ଚାପ ତରଙ୍ଗ ଯାହା ବାୟୁ, [[ଜଳ]] ଓ ଅନ୍ୟାନ୍ୟ ମାଧ୍ୟମରେ ଗତି କରେ । ଏହାଦ୍ଵାରାଏହାଦ୍ବାରା ଶୃତିଗତ ଭାବ ଆଦାନ ପ୍ରଦାନ ହୁଏ । କାନ କେବଳ ଶବ୍ଦ ଗ୍ରହଣ କରେ, [[ମସ୍ତିଷ୍କ]]ଦ୍ଵାରାଦ୍ବାରା ଶୁଣି ହୁଏ । [[କେନ୍ଦ୍ରୀୟ ସ୍ନାୟୁ ମଣ୍ଡଳ]]ରେ ଅବସ୍ଥିତ ଶ୍ରବଣ ସ୍ଥାନରେ ସ୍ନାୟୁ ତରଙ୍ଗ ପ୍ରବେଶ ଓ ତାହାର ଚିହ୍ନଟ ଯୋଗୁ ଶୁଣି ହୁଏ । ବାହାରୁ ଆସୁଥିବା ଶବ୍ଦ ତରଙ୍ଗ କାନଦ୍ଵାରାକାନଦ୍ବାରା ସ୍ନାୟୁ ତରଙ୍ଗରେ ପରିଣତ ହୁଏ ଯାହା ମସ୍ତିଷ୍କକୁ ପଠାଯାଏ । <br />
କାନର ବାହାରକୁ ଦେଖା ଯାଉଥିବା ଅଂଶ ଧ୍ଵନୀଧ୍ବନୀ ତରଙ୍ଗ ସଂଗ୍ରହ କରେ । ଏହି ତରଙ୍ଗ ମଝି କାନଦ୍ଵାରାକାନଦ୍ବାରା ବର୍ଦ୍ଧିତ ହୁଏ ଓ ଅନ୍ତ କର୍ଣ୍ଣରେ ଥିବା ତରଳ ପଦାର୍ଥରେ ଏହା ତରଙ୍ଗ ସୃଷ୍ଟି କରେ । ଏହି ତରଳ ପଦାର୍ଥ ମଧ୍ୟରେ ଏକ ପ୍ରକାର କେଶ ସ୍ନାୟୁ କୋଷ ଥାଏ ଯାହା ଏହି ତରଳ ପଦାର୍ଥ ଥିବା କୋଠରୀର କାନ୍ଥର ଜୀବ କୋଷରୁ (epithelium) ଆସିଥାଏ । ଶବ୍ଦ ଯୋଗୁ ତରଳ ପଦାର୍ଥରେ ସୃଷ୍ଟି ହୋଇଥିବା ତରଙ୍ଗ ଏହି କେଶମାନଙ୍କୁ ଉତ୍ତେଜିତ କରେ । ତରଳ ପଦାର୍ଥର ଚଳନ ଅନୁସାରେ କେଶ ବଙ୍କା ସିଧା ହେଉଥାଏ ଓ ଏହାର କମ୍ପନ ଅନୁସାରେ କେଶ ସ୍ନାୟୁରେ ସ୍ନାୟୁ ତରଙ୍ଗ ସୃଷ୍ଟି କରେ । ଏହି ସ୍ନାୟୁ ତରଙ୍ଗ (Nerve impulse) ମସ୍ତିଷ୍କରେ ପ୍ରବେଶ କରେ । ଏହି କେଶ ଏକ ପ୍ରକାର ମେକାନୋରିସେପ୍ଟର (Mechanoreceptor) କାମ କରେ ।
== ଆଧାର ==
|