"ଓଡ଼ିଆ ସାହିତ୍ୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୨୩ କ ଧାଡ଼ି:
:::::::::::::<nowiki>*</nowiki>ଲଇଖଣ: ଲକ୍ଷ୍ମଣ, <small>ପୁରାତନ ଓଡ଼ିଆ</small>
 
ଓଷାବ୍ରତ ଆଦିରେ ଗାନ କରାହେବା ଲାଗି ମଧ୍ୟ ଅନେକ ଗୀତ ରହିଅଛି । ଆଦିବାସୀମାନଙ୍କ କରମା ଗୀତ, [[ପାଲା ସଙ୍ଗୀତ|ପାଲା]] ଓ [[ଦାସକାଠିଆ ସଙ୍ଗୀତ]], [[ବାଲେଶ୍ଵରବାଲେଶ୍ବର ଜିଲା|ବାଲେଶ୍ଵରବାଲେଶ୍ବର]]ର [[ଚଢ଼େଇଆ ସଙ୍ଗୀତ]] ଆଦି ସବୁ ଏହି ଶ୍ରେଣୀର ।
ଗୀତ ପରି କଥା ଓ କାହାଣୀ ବି ଲୋକମୁଖରେ ଚଳୁଅଛି । ସେସବୁକୁ ଲୋକ କଥା କୁହାଯାଏ । ଭୁତ, ପ୍ରେତ, ଦେବତା, ଅସୁର, ଅସୁରୁଣୀ, ରଜାପୁଅ, ସାଧବପୁଅ, ପଶୁପକ୍ଷୀ, ଗାଈଆଳ, ଚଷା, ବିଧବା ଏ ସଭିଙ୍କୁ ନେଇ ଅନେକ ପଲ୍ଲୀ ଗୀତ ଓ କଥା ତିଆରି ହୋଇଅଛି ।
 
ସେହିପରି ପଶ୍ଚିମ ଓଡ଼ିଶାରେ ସମ୍ବଲପୁରୀ, [[କଳାହାଣ୍ଡି ଜିଲା|କଳାହାଣ୍ଡି]]ର ଦେଶିଆ ଓଡ଼ିଆ, [[ବାଲେଶ୍ଵରବାଲେଶ୍ବର ଜିଲା|ବାଲେଶ୍ଵରବାଲେଶ୍ବର]], [[ଭଦ୍ରକ ଜିଲା|ଭଦ୍ରକ]], [[ମୟୂରଭଞ୍ଜ ଜିଲା|ମୟୂରଭଞ୍ଜ]] ଆଦି ଉତ୍ତର ଓଡ଼ିଶାର ଜିଲାରେ କଥିତ ବାଲେଶ୍ଵରୀବାଲେଶ୍ବରୀ ଓଡ଼ିଆ ତଥା ଦକ୍ଷିଣ ଓଡ଼ିଶାର [[ଗଞ୍ଜାମ ଜିଲା|ଗଞ୍ଜାମ]], [[ଗଜପତି ଜିଲା|ଗଜପତି]] ଆଦିରେ କଥିତ ଭାଷା ଗଞ୍ଜାମି ଓଡ଼ିଆରେ ଅନେକ ଲୋକ କଥା ଓ ଲୋକଗୀତ ଓଡ଼ିଆ ସାହିତ୍ୟକୁ ପରିପୁଷ୍ଟ କରିଅଛି ।
 
=== ଓଡ଼ିଆ ଭାଷା ଓ ସାହିତ୍ୟ ===
[[ଓଡ଼ିଆ ଭାଷା|ଓଡ଼ିଆ]] ଭାରତର ଆଞ୍ଚଳିକ ଭାଷାମାନଙ୍କ ମଧ୍ୟରେ ଅନ୍ୟତମ । ଏହା ମୁଖ୍ୟତଃ ଓଡ଼ିଶାର ଅଧିବାସୀମାନଙ୍କଦ୍ଵାରାଅଧିବାସୀମାନଙ୍କଦ୍ବାରା ବ୍ୟବହୃତ । ଓଡ଼ିଶା [[ଭାରତ|ଭାରତର]] ପୂର୍ବାଭାଗରେ ଅଛି । ହେଲେ ତା ବାଦେ ଓଡ଼ିଶାକୁ ବେଢ଼ିରହିଥିବା [[ଆନ୍ଧ୍ର ପ୍ରଦେଶ]], [[ଛତିସଗଡ଼|ଛତିଶଗଡ଼]], [[ଝାଡ଼ଖଣ୍ଡ]] ଆଉ [[ପଶ୍ଚିମବଙ୍ଗ]] ଏହି ଚାରୋଟି ସୀମାନ୍ତରାଜ୍ୟର ଭାଷାରେ ମଧ୍ୟ ଓଡ଼ିଆ ଭାଷାଭାସୀ ଲୋକେ [[ଓଡ଼ିଆ ଭାଷା|ଓଡ଼ିଆ]]ରେ କଥା କହନ୍ତି ଆଉ ଏସବୁ ଭାଷାରେ ଓଡ଼ିଆରେ ପ୍ରଭାବ ଦେଖିବାକୁ ମିଳେ । ଏହାକୁ ଛାଡ଼ି [[ଭାରତ|ଭାରତର]] ଅନ୍ୟାନ୍ୟ ରାଜ୍ୟମାନଙ୍କରେ, ଏବଂ ବିଦେଶରେ ମୁଖ୍ୟତଃ [[ଯୁକ୍ତରାଷ୍ଟ୍ର ଆମେରିକା]], [[କାନାଡ଼ା]], [[ଅଷ୍ଟ୍ରେଲିଆ]] ଏବଂ [[ଇଉରୋପ]] ପ୍ରଭୃତି ପାଶ୍ଚତ୍ୟ ଦେଶମାନଙ୍କରେ ମଧ୍ୟ ବେଶ କିଛି ଓଡ଼ିଆ ଅଧିବାସୀ ଓଡ଼ିଆକୁ ବିଦେଶରେ ବି ଖ୍ୟାତ କରାଇଛନ୍ତି ।
 
[[ଓଡ଼ିଆ ଭାଷା]] ଖ୍ରୀଷ୍ଟାବ୍ଦ ୧୨୦୦ରୁ ଏହାର ଆଧୁନିକ ରୂପ ଧାରଣ କରିଛି । ଏହି ସମୟରୁ ବିଭିନ୍ନ ପଦ୍ୟ ଯଥା କୋଇଲି, ଚଉତିଶା ଇତ୍ୟାଦିର ରଚନା ଆରମ୍ଭ ହୋଇଥିଲା । ଚତୁର୍ଦ୍ଦଶ ଶତାବ୍ଦୀରେ [[ସାରଳା ଦାସ]] [[ଓଡ଼ିଆ ଭାଷା|ଓଡ଼ିଆ]]ରେ [[ମହାଭାରତ]] ରଚନା କରିଥିଲେ । ଚତୁର୍ଦ୍ଦଶରୁ ଷୋଡଶ ଶତାବ୍ଦୀ ପର୍ଯ୍ୟନ୍ତ କବିମାନେ ସଂସ୍କୃତରୁ ବିଭିନ୍ନ ପୁରାଣର ଓଡ଼ିଆ ଅନୁବାଦ କରିଥିଲେ । ସପ୍ତଦଶ ଶତାବ୍ଦୀରୁ କାବ୍ୟ କବିତାର ଲୋକପ୍ରିୟତା ବୃଦ୍ଧି ପାଇଥିଲା । ସପ୍ତଦଶରୁ ଉନ୍ନବିଂଶ ଶତାବ୍ଦୀ ଯାଏଁ ଓଡ଼ିଶାର କବିବୃନ୍ଦ ବିଭିନ୍ନ ଛନ୍ଦ, ରାଗ ଓ ତାଳରେ ଭିନ୍ନ ଭିନ୍ନ କାବ୍ୟ, କବିତା, ଭଜନ, ଜଣାଣ, ଛାନ୍ଦ, ଚଉପଦୀ ଇତ୍ୟାଦି ରଚନା କରି [[ଓଡ଼ିଆ ଭାଷା]]କୁ ସମୃଦ୍ଧ କରିଥିଲେ । ଏହି ସମୟରେ [[ଓଡ଼ିଆ ଭାଷା]] ଉନ୍ନତିର ଚରମ ସୀମାରେ ପହଞ୍ଚିଥିଲା । ଉନ୍ନବିଂଶ ଶତାବ୍ଦୀ ପରଠାରୁ [[ଓଡ଼ିଆ ଭାଷା]]ର କ୍ରମନ୍ଵୟକ୍ରମନ୍ବୟ ପ୍ରଗତି ଘଟିଥିଲେ ମଧ୍ୟ ଏହା ଭାରତର ଅନ୍ୟାନ୍ୟ ଆଞ୍ଚଳିକ ଭାଷାର ପ୍ରଗତି ତୁଳନାରେ ଗୌଣ ।
 
== ୮ମ-୯ମ ଶତାବ୍ଦୀ ==
୩୯ କ ଧାଡ଼ି:
 
<!--Eighth century to Twelfth century: The writers of the Charyapada, some of them were definitely from the tract of land comprising Orissa. Oriya Natha Literature: The Bratakathas -->
ଭାରତର ସବୁଠୁ ପୁରୁଣା ଭାଷା [[ପାଳି ଭାଷା|ପାଳି]]ରୁ [[ଓଡ଼ିଆ ଭାଷା|ଓଡ଼ିଆ]]ର ତିଆରି । ୨୦୦୦ ବର୍ଷରୁ ଅଧିକ ଆଗରୁ ଓଡ଼ିଶାରେ [[ବୁଦ୍ଧ]]ଙ୍କ ଜନ୍ମ, ଧର୍ମପ୍ରଚାର ଓ [[ବୌଦ୍ଧ ଧର୍ମ]]ର ବିକାଶ କାଳରେ [[ପାଳି ଭାଷା]] ହିଁ ଥିଲା [[ଓଡ଼ିଆ ଭାଷା]] ତିଆରିର ମୂଳଦୁଆ ଯାହାକି ଆଧୁନିକ [[ଓଡ଼ିଆ ଭାଷା]]ର ମୂଳଦୁଆ । <ref>[http://www.odia.org/articles/harvardLecture.pdf ହାରଭାଡ଼ ଭାଷଣ]</ref> ଓଡ଼ିଶା ଏବଂ ଏହାର ସୀମାନ୍ତ ରାଜ୍ୟମାନଙ୍କର ବିଭିନ୍ନ ଅଞ୍ଚଳରୁ ସଂଗୃହୀତ ତାମ୍ରଫଳକ ଏବଂ ପଥରରେ ଖୋଦିତ ଲେଖାମାନଙ୍କରୁ ଖ୍ରୀଷ୍ଟାବ୍ଦ ୭୦୦ରୁ ୧୦୦୦ ଶତାବ୍ଦୀ ମଧ୍ୟରେ ଉକ୍ତ ଭାଷାର ପ୍ରଚଳନ ଥିବାର ସ୍ଵଷ୍ଟସ୍ବଷ୍ଟ ପ୍ରମାଣ ମିଳିଛି । ଏହା ବ୍ୟତୀତ ନେପାଳରୁ ସଂଗ୍ରହ କରାଯାଇଥିବା ବୌଦ୍ଧଧର୍ମୀ ଚର୍ଯାପଦମାନଙ୍କ ପଦ୍ୟରଚନା ଗୁଡିକ ମଧ୍ୟରୁ ଏହି ସମୟରେ [[ଓଡ଼ିଆ ଭାଷା]]ର ଆଦ୍ୟାବସ୍ଥାର ପରିଚୟ ମିଳିଅଛି । ଆଦିଯୁଗରେ ଓଡ଼ିଆ ଭାଷା ଏବେକାର ଓଡ଼ିଆ ଭାଷା ପରି ନଥିଲା । ଅଷ୍ଟମ-ନବମ ଶତାବ୍ଦୀର ଓଡ଼ିଆ [[ପାଳି ଭାଷା]]ର ଅନୁରୂପ ଥିଲା । ସେତେବେଳେ ଆର୍ଯ୍ୟମାନଙ୍କ ଓଡ଼ିଶା ଆଗମନ ହେତୁ ଅନେକ ଓଡ଼ିଆ ଶବ୍ଦ ସଂସ୍କୃତ ଦେଇ ପ୍ରଭାବିତ ହେଲା ଓ ଶବ୍ଦ ଗଢଣରେ ବଦଳ ଆସିଲା । ଏହି ପରିବର୍ତ୍ତିତ ଶବ୍ଦ ସବୁ କ୍ରମେ ସଂସ୍କୃତ ଭାଷା ଭଣ୍ଡାରକୁ ଉନ୍ନତ କରିଛି । ସେତେବେଳର ଓଡ଼ିଶା ବା [[କଳିଙ୍ଗ]] ଭୂଖଣ୍ଡ ଭିତରେ ଆଜିର [[ଓଡ଼ିଶା]], [[ପଶ୍ଚିମବଙ୍ଗ|ବଙ୍ଗଳା]], [[ବିହାର]] ଓ [[ଆସାମ]] ଆଦି ଥିଲା, ତେଣୁ ଓଡ଼ିଆ ଭାଷା ଏ ସବୁ ଅଞ୍ଚଳର ଭାଷା ଓ ସାହିତ୍ୟକୁ ବହୁ ଭାବରେ ପ୍ରଭାବିତ କରିଥିଲା । ଏହି କାଳର ପାଳି ଭାଷାକୁ କେହି ସାନ୍ଧ୍ୟ ଭାଷା କହିଥାନ୍ତି । ଏଥିରେ ଲିଖିତ ଗୀତିକବିତା କେତେକ ମିଳିଅଛି ଯାହାକୁ [[ଚର୍ଯାଗୀତି]] ବା [[ଚର୍ଯାଗୀତିକା]] କୁହାଯାଏ । [[ବୌଦ୍ଧ ଧର୍ମ|ବୌଦ୍ଧ]] [[ସିଦ୍ଧ]] କବିମାନେ ଏସବୁର ରଚନା କରିଥିଲେ । ଏଗୁଡ଼ିକ ଆକାରରେ ଖୁବ ଛୋଟ । [[କାହ୍ନୁ ପା]], [[ଲୁଇ ପା]], [[ସବରି ପା]], [[ହାଡୁ ପା]], [[କୁକୁରି ପା]] ଏହି କାଳର କବି । ଧନସି, ରାମତରି, ମାଳସିରି, ବରାଡ଼ି ଆଦି ରାଗରେ ଏସବୁ ଲେଖା । ଏସବୁ ଭଲ ଭାବରେ ବୋଲାଯାଇପାରେ ଓ ନିତାନ୍ତ ସରଳ ଓ ମୌଳିକ ଭାଷାରେ ଲିଖିତ । ଏହି କବିତା ଗୁଡ଼ିକରେ ଶବର, ଶବରୁଣୀ, ଜହ୍ନାକ୍ଷେତ, କପାବୁଣିବା, ସୁନା, ବେଙ୍ଗ ଆଦିର ରୂପକ ବା ପ୍ରତୀକ ଛବି ରହିଅଛି ।
 
ଏହି [[ଚର୍ଯାଗୀତି]] ବା ଚରିଜାଗିତି ସବୁ [[ଓଡ଼ିଆ ଭାଷା|ଓଡ଼ିଆ]], ବଙ୍ଗଳା, ଅସିମିଆ ଓ ମୈଥିଳି ସାହିତ୍ୟର ଆଦିରୂପ ବୋଲି କୁହାଯାଏ । ଏହି ଯୁଗକୁ ସିଦ୍ଧସାହିତ୍ୟର ଯୁଗ ବା ଚରିଜାଗିତିର ଯୁଗ କୁହାଯାଏ ।
୫୯ କ ଧାଡ଼ି:
 
==== ବର୍ଣ୍ଣନାମୂଳକ ଚଉତିଶା ====
ଏହି ପୌରାଣିକ ଚଉତିଶା ଗୁଡ଼ିକରେ ନାନାଦି ପୌରାଣିକ ଓ ବାସ୍ତବ ଘଟଣାର ବର୍ଣ୍ଣନା କରାଯାଇଥାଏ । ପୁରାତନ ଓଡ଼ିଆ ସାହିତ୍ୟରେ ଶିଶୁ ଶ୍ୟାମଙ୍କର କୁସୁମିତ ଚୂତ କୁଞ୍ଜ ଚଉତିଶା, ନରସିଂହ ସେଣଙ୍କର କୁସୁମ ସମୟ କାଳେ (ଇନ୍ଦୁମତୀ ସ୍ଵୟମ୍ବରସ୍ବୟମ୍ବର ବର୍ଣ୍ଣନା), [[ଦନାଇ ଦାସ]] (ଜନାର୍ଦନ ଦାସ)ଙ୍କର କାଳୀୟ ଦଳନ ଚଉତିଶା ଓ ଦ୍ଵିଜଦ୍ବିଜ ଶ୍ରୀଧରଙ୍କର ଗୁଣ୍ଡିଚାବିଜେ ଚଉତିଶା ଆଦି ପ୍ରଧାନ ।
==== ଆଳଙ୍କାରିକ ଚଉତିଶା ====
ପୁରାତନ ଓଡ଼ିଆ ସାହିତ୍ୟରେ ଅନେକ ଅଳଙ୍କାରିକ ତଥା କାବ୍ୟତତ୍ଵକାବ୍ୟତତ୍ବ ନାନାଦି ବିଷୟକୁ ନେଇ ଚଉତିଶା ଲେଖାଯାଇଅଛି । ନାରାୟଣଙ୍କ ଲିଖିତ ଚଉତିଶାମାଳାରେ ନାରୀମାନଙ୍କର ନାନା ବିଭାଗରେ ସ୍ଵାଧିନଭର୍ତ୍ତୃକାସ୍ବାଧିନଭର୍ତ୍ତୃକା, ବାସକସଜ୍ଜା, କଳହାନ୍ତରିତା ଓ ଅଭିସାରିକା ଆଦି ନାୟିକାମାନଙ୍କ କଥା ବଖଣାଯାଇଅଛି । ଲୋକନାଥ ଦାସଙ୍କ ଛନ୍ଦ ଶ୍ଲେଷ ଯମକ ଚିନ୍ତାମଣି ଓ ଉପେନ୍ଦ୍ର ଭଞ୍ଜଙ୍କ ଯମକରାଜ ଚଉତିଶା ଏହି ଶ୍ରେଣୀର ।
 
==== ଶ୍ଳୋକ ବା ବିଳାପମୂଳକ ଚଉତିଶା ====
୬୮ କ ଧାଡ଼ି:
ଓଡ଼ିଶାରେ ଜ୍ଞାନମିଶ୍ର ସନ୍ଥକବିମାନେ ଅନେକ ବ୍ରହ୍ମଜ୍ଞାନ ମୂଳକ ଚଉତିଶା ଲେଖିଯାଇଅଛନ୍ତି । ଗାଁ ଗହଳିରେ ଅତି ସାଧାରଣ ସ୍ତରରେ ଶରୀର ଭେଦ ବା ବ୍ରହ୍ମଜ୍ଞାନମୂଳକ ଚଉତିଶାଗୁଡ଼ିକ ଭଜନ ମାଧ୍ୟମରେ ଗୀତ ଓ ଆଲୋଚିତ ହୋଇଥାଏ । ଏହି ସବୁ ଚଉତିଶା ଶରୀର ଭେଦ ଚଉତିଶା ନାମରେ କଥିତ । ଶିଶୁବେଦ ଚଉତିଶା (ଅଜଣା କବି), ଦ୍ବରିକ ଦାସଙ୍କ ବାଳବୋଲି ଚଉତିଶା ଓ ମରୁଆ ଫୁଲ ଚଉତିଶା, [[ଜଗନ୍ନାଥ ଦାସ]]ଙ୍କ କମଳ କେଶର ଚଉତିଶା, ହଋଦାସଙ୍କର ଗୋପୀଜ୍ଞାନ ଚଉତିଶା, ନନ୍ଦା ଅରକ୍ଷିତଙ୍କର ରସବ୍ରହ୍ମ ଚଉତିଶା, ପରସୁରମ ଦାସଙ୍କର କହୁଅଛି ମୁଁ ଯେ ମନକୁ ଆଦି ଚଉତିଶା ଏହି ଶ୍ରେଣୀର ।
==== ବୈରାଗମୂଳକ ଚଉତିଶା ====
ନଶ୍ଵରତାନଶ୍ବରତା ଓ ବୈରାଗ ପରାୟଣତାକୁ ନେଇ ପ୍ରାଚୀନ ସାହିତ୍ୟରେ ଅନେକ ଛୋଟ ବଡ଼ କବିତା ରଚିତ ହୋଇଥିଲା । ଏହିପ୍ରକାର ଚଉତିଶା ଭିତରୁ [[ଭକ୍ତଚରଣ ଦାସ]]ଙ୍କ [[ମନବୋଧ ଚଉତିଶା]] ପ୍ରଧାନ । ହରିଦାସଙ୍କର କହିଲି ମତେ ନ ବୁଝିଲୁ ମାନଦୀ ଏହି ଶ୍ରେଣୀର ।
 
ଏହି ସବୁ ପ୍ରଧାନ ବିଭାଗକୁ ଛାଡ଼ି ଆହୁରି ଅନେକ ବିଷୟରେ ଅନେକ ବିଷୟରେ ଚଉତିଶା ଲେଖାଯାଇଛି । ପୁରାତନ [[ଓଡ଼ିଆ ଗଣିତଶାସ୍ତ୍ର]]ରେ ଅନେକ ଗଣିତସୂତ୍ର, [[ଜ୍ୟୋତିଷ ଶାସ୍ତ୍ର]]ରେ ଅନେକ ଗଣନା ସମ୍ବନ୍ଧୀୟ ବର୍ଣ୍ଣନା, [[କାମଶାସ୍ତ୍ର]], [[ବୈଦ୍ୟଶାସ୍ତ୍ର]]ରେ ଅନେକ ବିଷୟ ଚଉତିଶା ଭାବରେ ଲେଖାଯାଇଥିଲା । ଏହା ଛଡ଼ା ଶାଶୁବୋହୁ ଛଟା ଓ ଉପଦେଶମୂଳକ ଅନେକ ଚଉତିଶା ରଚିତ ହୋଇଥିଲା । ପୁରାତନ ଓଡ଼ିଆ ସାହିତ୍ୟରେ ଚଉତିଶାକୁ ପୁରୋଭାଗରେ ରଖାଯାଇଥାଏ । ଏହା ଏକ ବିଶାଳ ଗୀତିସାହିତ୍ୟ ଅଟେ । ଚଉତିଶାର ସମକକ୍ଷ ସାହିତ୍ୟ ହେଉଛି ଚଉପଦୀ ।
୭୮ କ ଧାଡ଼ି:
===ସାରଳା ଯୁଗ===
;ପଦ୍ୟ ସାହିତ୍ୟ:
୧୫ଶ ଶତାବ୍ଦୀରେ [[ଜଗତସିଂହପୁର ଜିଲା|ଜଗତସିଂହପୁର]]ର [[ଝଙ୍କଡ଼]]ଠାରେ ସାରଳା ଦାସ ଜନ୍ମିଥିଲେ । ତାଙ୍କ ମୂଳ ନାମ ଥିଲା ସିଦ୍ଧେଶ୍ଵରସିଦ୍ଧେଶ୍ବର ପରିଡ଼ା । ସେ ଚଣ୍ଡୀଙ୍କର ଜଣେ ଭକ୍ତ ଥିଲେ, ତାଙ୍କ କୃପାରୁ ସେ ସାହିତ୍ୟ ସର୍ଜନା କରିବାର କ୍ଷମତା ଲଭିଥିଲେ ବୋଲି ଲୋକ ବିଶ୍ଵାସବିଶ୍ବାସ ରହିଅଛି । ସେ [[ତାଳପତ୍ର ପୋଥି]]ରେ ୧୮ ଖଣ୍ଡ [[ଓଡ଼ିଆ ମହାଭାରତ|ମହାଭାରତ]] ଲେଖିଥିଲେ । ଏହା ଦାଣ୍ଡିବୃତ୍ତରେ ଲେଖା । ଏଥିରେ କେବଳ ପୁରାଣ ବଖାଣ ନାହିଁ, ବରଂ ଓଡ଼ିଶାର ଇତିହାସ, ଭୂଗୋଳ, ଲୋକକଥା ଓ ସାଧାରଣ ଜନଜୀବନର ଛବି ରହିଛି । ତାଙ୍କ ରଚିତ [[ବିଲଙ୍କା ରାମାୟଣ]], [[ଚଣ୍ଡୀପୁରାଣ]] ଓ [[ରାମାୟଣ]] ଗ୍ରନ୍ଥ ଏହି ଯୁଗର କିଛି କଳାଜୟୀ ସୃଷ୍ଟି ସମ୍ପଦ ।
 
;ଗଦ୍ୟ ସାହିତ୍ୟ:
ଓଡ଼ିଆ ଗଦ୍ୟ ରଚନାରେ [[ନାରାୟଣାନନ୍ଦ ଅବଧୂତ ସ୍ଵାମୀସ୍ବାମୀ]]ଙ୍କ ରଚିତ [[ରୁଦ୍ର ସୁଧାନିଧି]] ଏକ ଅମୂଲ୍ୟ ଗ୍ରନ୍ଥ । ଖୁବ ଛୋଟ ଛୋଟ ବାକ୍ୟରେ ଏହା ଲେଖାଯାଇଛି । ଏହାର ଗଦ୍ୟ ରଚନା ଭଙ୍ଗୀରେ ପଦ୍ୟ ମାଧୁରୀ ଦେଖିବାକୁ ମିଳିଥାଏ । [[ବତ୍ସା ଦାସ]]ଙ୍କ [[କଳସା ଚଉତିଶା]] ଓ [[ମାର୍କଣ୍ଡ ଦାସ]]ଙ୍କ [[କେଶବ କୋଇଲି]] ଓଡ଼ିଆ ସାହିତ୍ୟର ଦୁଇଟି ପ୍ରାଚୀନ ରଚନା । ଚଉତିଶା ଓ କୋଇଲି ରଚନା ଓଡ଼ିଆ ସାହିତ୍ୟକୁ ଅତି ଉନ୍ନତ କରିଛି ।
<!--Sixteenth and Seventeenth Century: Balarama Das (Jagamohana Ramayana, Bhaba Samudra, Brahamanda Bhugola) Jagannatha Das (Bhagabata, Artha Koili, Tulabhina, Darubrahma Gita) Achhyutananda Das (Gurubhakti Gita, Tattwabodhini, Sunya Samhita, Brahmasankuli, anakara Samhita) Jasobanta Das (Sibaswarodaya, Prembhakti Brahmagita)-->
 
୧୦୨ କ ଧାଡ଼ି:
[[ବନମାଳୀ ଦାସ]], [[ଗୋପାଳକୃଷ୍ଣ ପଟ୍ଟନାୟକ]], [[ଗୌରଚରଣ (କବି)|ଗୌରଚରଣ]] ପ୍ରମୁଖ ଗୀତିକାରମାନେ ଏହି କାଳରେ ଅନେକ ଗୀତୀ କବିତା ଓ କାବ୍ୟ ରଚିଯାଇଛନ୍ତି ।
 
[[ଭୀମଭୋଇ]]ଙ୍କ ଭଜନରେ ଭକ୍ତି ଓ ବିଶ୍ଵମାନବବାଦବିଶ୍ବମାନବବାଦ ଦେଖାଯାଇଥାଏ ।
 
=== ରାଧାନାଥ ଯୁଗ ===
୧୧୩ କ ଧାଡ଼ି:
;ଓଡ଼ିଶାରେ ଆଧୁନିକ ଶିକ୍ଷାର ବିସ୍ତାର :-
 
ଓଡ଼ିଶାରେ ମିସନାରୀମାନଙ୍କର କାର୍ଯ୍ୟକଳାପ ଯେତେବେଳେ ସକ୍ରିୟ ହୋଇ ଉଠିଥିଲା, ସେତେବେଳେ ଆଧୁନିକଧରଣର ବିଦ୍ୟାଳୟ ପ୍ରତିଷ୍ଠା ସେମାନଙ୍କର ପ୍ରଥମ ଲକ୍ଷ୍ୟ ହୋଇପଡିଥିଲା । ସେହିମାନଙ୍କର ପ୍ରଚେଷ୍ଠାରେ ପ୍ରଥମେ କଟକରେ ଆଧୁନିକ ସ୍କୁଲ ଖ୍ରୀ.୧୮୨୨ରେ ପ୍ରତିଷ୍ଠା ହେଲା । କମ୍ପାନୀ ସରକାରଙ୍କ ନୂତନ ଶିକ୍ଷାନୀତି ଫଳରେ ଖ୍ରୀ.୧୮୩୫ରେ ମିସନାରୀମାନଙ୍କ ପୁରୀ ଇଂରେଜୀ ସ୍କୁଲ ଖ୍ରୀ.୧୮୪୧ରେ କଟକ ଇଂରେଜୀ ସ୍କୁଲ ଓ ଅନ୍ୟ ୮ଟି ସ୍ଥାନରେ ଇଂରେଜୀ ସ୍କୁଲ ମାନ ପ୍ରତିଷ୍ଠା ହେଲା । ଦେଶୀୟ ବିଦ୍ୟାଳୟଗୋଡିକରେ ଏ ଦେଶର ଛାତ୍ର ମାନଙ୍କୁ ପଶ୍ଚ।ତ୍ୟ ଜ୍ଞାନ-ବିଜ୍ଞାନ ସହିତ ପରିଚିତ କରାଇ ଏ ଦେଶ ଜନସଧାରଣଙ୍କ ପାରମ୍ପରିକ ରୁଚିବୋଧକୁ ବଦଳାଇଦେବା ଓ ଏ ଦେଶ ଲୋକଙ୍କ ଦୃଷ୍ଟିକୋଣରେ ପରିବର୍ତ୍ତନ ସୂତ୍ରପାତ କରିବା ଏ ଶିକ୍ଷାର ଥିଲା ମୂଳ ଲକ୍ଷ୍ୟ । ମିସନାରୀମାନେ ଖ୍ରୀ.୧୮୨୨ରେ ଓଡ଼ିଶାରେ ପ୍ରଥମ ଇଂରାଜୀ ୪ଟି ସ୍କୁଲ ପ୍ରତିଷ୍ଠା କରିଥିଲେ ମଧ୍ୟ ଅର୍ଥାଭାବ ହେତୁ ତାହା ବେଶି ଦିନ ଚଳାଇ ପାରି ନଥିଲେ । ତେଣୁ ଖ୍ରୀ.୧୮୪୧ରେ କମ୍ପାନୀ ସରକାର ଏହି ସ୍କୁଲର ପରିଚାଳନାଭାର ଗ୍ରହଣ କରିଥିଲେ । ଏହି ବିଦ୍ୟାଳୟଟି କାଳକ୍ରମେ ଓଡ଼ିଶାର ପ୍ରଧାନ ଶିକ୍ଷାକେନ୍ଦ୍ର ହୋଇଉଠିଥିଲା । ପ୍ରଥମେ ହାଇସ୍କୁଲ ଓ ପରେ ଏଠାରେ ଖ୍ରୀ.୧୮୬୮ ଏଫ.ଏ ଶ୍ରେଣୀ ଖୋଲାଯାଇଥିଲା । ଏଥିରେ ଖ୍ରୀ.୧୮୭୬ ବି.ଏ ଶ୍ରେଣୀ ଖୋଲାହେବା ପରେ କଲେଜ ଓ ସ୍କୁଲ ପରସ୍ପର ଠାରୁ ପୃଥକ ହୋଇପଡିଲେ । ଏହି କଲେଜହିଁ ବିଶ୍ୱବିଦ୍ୟାଳୟ ଶିକ୍ଷାର ଅନ୍ୟତମ ପ୍ରଧାନ କେନ୍ଦ୍ର "ରେଭେନ୍ସା କଲେଜ" । ଖ୍ରୀ.୧୮୫୩ ବେଳକୁ ପୁରୀ ଓ ବାଲେଶ୍ୱରରେ ଉଚ୍ଚ ଇଂରାଜୀ ବିଦ୍ୟାଳୟ ପ୍ରତିଷ୍ଠା ହେଲା । ସେତେବେଳେ ଓଡ଼ିଶାର ପୁରୀ,ଖୋର୍ଦ୍ଧା,ବାଲେଶ୍ଵରବାଲେଶ୍ବର,ରେମୁଣା,ଭଦ୍ରକ, କେନ୍ଦ୍ରାପଡା,ମହାଙ୍ଗା,ହରିହରପୁର ପ୍ରଭୃତି ସ୍ଥାନରେ ୮ଟି ଭର୍ଣ୍ଣ।କୁଲ।ର ସ୍କୁଲ ପ୍ରତିଷ୍ଠା କରାଗଲା। ଓଡ଼ିଶାର ଅନ୍ୟ ଅଞ୍ଚଳରେ ମଧ୍ୟ ଖ୍ରୀ.୧୮୫୦ ଠାରୁ ୧୮୬୦ ମଧ୍ୟରେ ଖ୍ରୀଷ୍ଟିଆନ ଓ ପାଦ୍ରୀ ଓ କମ୍ପାନୀ ସରକାରଙ୍କ ପରିଚାଳନାରେ ପ୍ରାୟ ୨୦ଟି ପର୍ଯ୍ୟନ୍ ଭର୍ଣ୍ଣ।କୁଲ।ର ସ୍କୁଲ ପ୍ରତିଷ୍ଠା ହେଲା। । ସମୟକ୍ରମେ ସରକାରୀ ଓ ବେସରକ।ରୀ ସ୍କୁଲସଂଖ୍ୟା ଖ୍ରୀ.୧୮୭୦ ବେଳକୁ ପ୍ରାୟ ୧୦୦ ପାଖାପାଖି ହୋଇଯାଇଥିଲା । ଏଥିରୁ ମାତ୍ର ୧୪ଟି ଥିଲା ଇଁରାଜୀ ବିଦ୍ୟାଳୟ ଓ ବାକି ସବୁ ଭର୍ଣ୍ଣାକୁଲ।ର ସ୍କୁଲ ।
 
;ସତ୍ୟବାଦୀ ଯୁଗ
[[ଫାଇଲ:ଗୋପବନ୍ଧୁ ଦାସ.jpg|thumb|ଗୋପବନ୍ଧୁ ଦାସ, ସତ୍ୟବାଦୀ ଯୁଗର ପୁରୋଧା]]
[[ଆଚାର୍ଯ୍ୟ ହରିହର]], [[ପଣ୍ଡିତ କୃପାସିନ୍ଧୁ]] ପ୍ରମୁଖ ସତ୍ୟବାଦୀ ଗୋଷ୍ଠୀର ରଚନାରେ ଆମ ଦେଶର ଚଳଣି ଜାତୀୟତାବାଦର ସ୍ଵରସ୍ବର ଦେଖିବାକୁ ମିଳିଥାଏ । ଏହି କାଳରେ [[ଇତିହାସ ସାହିତ୍ୟ|ଇତିହାସ]], [[ସମାଲୋଚନା ସାହିତ୍ୟ]]ର ସାହିତ୍ୟ ଲେଖାଗଲା । [[ଗୋଦାବରୀଶ ମହାପାତ୍ର]], କାନ୍ତକବି [[ଲକ୍ଷ୍ମୀକାନ୍ତ ମହାପାତ୍ର]], [[ପଦ୍ମଚରଣ ପଟ୍ଟନାୟକ]] ପ୍ରଭୃତି ସ୍ରଷ୍ଟାମାନେ ଏହି କାଳରେ ଲେଖନୀ ଚାଳନା କରିଥିଲେ । ଗୋଦାବରୀଶଙ୍କ [[ନିଆଁଖୁଣ୍ଟା ପତ୍ରିକା]] ଓଡ଼ିଶାରେ ବେଶ ପଠନଯୋଗୀ ଓ ଜନପ୍ରିୟ ହୋଇପାରିଥିଲା । ସେକାଳର ସରକାରଙ୍କ ଦୋଷ ତ୍ରୁଟି ସବୁକୁ ପଦାରେ ପକାଇଦେବାରେ ଓ ଇଂରେଜ ସରକାର ବିରୋଧରେ ଜାତୀୟତାବାଦର ଉନ୍ମେଷ ପାଇଁ ଏହି ସମୟର ରଚନା ସବୁ ବାଟ କଢ଼ାଇଥିଲା ।
 
ପଣ୍ଡିତ [[ଗୋପବନ୍ଧୁ ଦାସ]], [[ନୀଳକଣ୍ଠ ଦାସ]] ଏହି ଯୁଗର ଅନ୍ୟତମ ବିଶିଷ୍ଟ ଲେଖକ ଥିଲେ । [[ଗୋପବନ୍ଧୁ ଦାସ]]ଙ୍କ ପ୍ରତିଷ୍ଠିତ [[ସମାଜ (ଖବରକାଗଜ)|ସମାଜ ଖବରକାଗଜ]] ଓଡ଼ିଶାର ଏକ ପ୍ରମୁଖ ଖବରକାଗଜ ଭାବରେ ପ୍ରତିଷ୍ଠିତ ।
୧୨୭ କ ଧାଡ଼ି:
ଏହି ସମୟରେ ନଅଜଣ ଲେଖକଙ୍କ ଦେଇ ଲେଖା [[ବାସନ୍ତୀ ଉପନ୍ୟାସ]] ଏକ ସାହିତ୍ୟରେ ଏକ ନୂତନ ପରୀକ୍ଷା ।
 
ଏହି ସମୟର ସମକାଳୀନ କବି ଓ ଲେଖକମାନେ ହେଲେ [[କୁନ୍ତଳା କୁମାରୀ ସାବତ]], [[ମାୟାଧର ମାନସିଂହ]] ଓ [[ସଚି ରାଉତରାୟ]] । କବି [[ମାୟାଧର ମାନସିଂହ|ମାନସିଂହ]] ଜଣେ ଶିକ୍ଷାବିତ୍, କବି ଓ ସମାଲୋଚକ ଭାବରେ ଅନେକ ବହୁମୂଲ୍ୟ ରଚନା ରଚି ଯାଇଛନ୍ତି । ତାଙ୍କ ରଚିତ [[ଓଡ଼ିଆ ସାହିତ୍ୟର ଇତିହାସ (ବହି)|ଓଡ଼ିଆ ସାହିତ୍ୟର ଇତିହାସ]] ଏକ ଗବେଷଣାଭିତ୍ତିକ ନିବନ୍ଧ । ଜ୍ଞାନପୀଠ ପୁରସ୍କାରରେ ସମ୍ମାନିତ <ref name=Jnanpith>{{cite web|url=http://jnanpith.net/laureates/index.html|title=Jnanpith Laureates Official listings|publisher=[[Jnanpith]] Website}}</ref>[[ସଚି ରାଉତରାୟ]] ସାହିତ୍ୟରେ ମୁକ୍ତଛନ୍ଦ ପ୍ରୟୋଗ କରି ଆଧୁନିକ କବିତାରେ ଏକ ନୂଆଯୁଗ ସୃଷ୍ଟି କରିଯାଇଛନ୍ତି । ତାଙ୍କର [[ବାଜି ରାଉତ]] କବିତା ପାଇଁ ସେ ବିଶ୍ଵବିଦିତବିଶ୍ବବିଦିତ । ଏହି ସମୟର ଗାଥା କବି ହେଲେ [[ରାଧାମୋହନ ଗଡ଼ନାୟକ]] ଓ [[କୃଷ୍ଣଚନ୍ଦ୍ର ତ୍ରିପାଠୀ]] ।
 
== '''ସ୍ୱାଧୀନତା ପରର ସାହିତ୍ୟ''' ==
୧୩୮ କ ଧାଡ଼ି:
 
=== ଉପନ୍ୟାସ ===
ଉମେଶ ଚନ୍ଦ୍ର ସରକାରଙ୍କ ଲିଖିତ [[ପଦ୍ମମାଳି]] ଥିଲା ପ୍ରଥମ ସମ୍ପୂର୍ଣ୍ଣ ଓଡ଼ିଆ ଉପନ୍ୟାସ ।<ref name="Mukherjee2002">{{cite book|author=Meenakshi Mukherjee|title=Early Novels in India|url=http://books.google.com/books?id=VPJ7jqVSl34C&pg=PA240|date=1 January 2002|publisher=Sahitya Akademi|isbn=978-81-260-1342-5|pages=240–}}</ref> ଅକ୍ଟୋବର ୧୮୮୮ରେ ଏହା କଟକ ପ୍ରିଣ୍ଟିଂ କମ୍ପାନୀଦ୍ଵାରାକମ୍ପାନୀଦ୍ବାରା ପ୍ରକାଶିତ ହୋଇଥିଲା । ପଦ୍ମମାଳି ପ୍ରକାଶିତ ହେବାର ପ୍ରାୟ ଦଶବର୍ଷ ପୂର୍ବରୁ [[ରାମଶଙ୍କର ରାୟ]]ଙ୍କଦ୍ଵାରାଙ୍କଦ୍ବାରା ଐତିହାସିକ ପଟ୍ଟଭୂମି ଉପରେ ଲିଖିତ ଉପନ୍ୟାସ 'ସୌଦାମିନୀ', ୧୮୭୮ ମସିହାରେ ‘ଉତ୍କଳ ମଧୂପ’ ପତ୍ରିକାରେ ଧାରବାହିକ ଭାବେ ପ୍ରକାଶ ପାଇଥିଲା । ପ୍ରାୟ ୩୦ ଥର ଛପାଯିବା ପରେ ୧୮୮୦ ମସିହାରେ ପତ୍ରିକାଟିର ପ୍ରକାଶନ ବନ୍ଦ ହୋଇଯିବାରୁ ସମ୍ପୂର୍ଣ୍ଣ ଭାବେ ପ୍ରକାଶ ପାଇପାରିନଥିଲା । ପରେ ସେ ଏହାକୁ ସମ୍ପୂର୍ଣ୍ଣ କରିନଥିଲେ ଓ ୧୯୩୦ରେ ପ୍ରକାଶିତ ରାମଶଙ୍କର ଗ୍ରନ୍ଥାବଳିରେ ମଧ୍ୟ ଏହା ସ୍ଥାନ ପାଇନଥିଲା ।<ref>{{cite journal|last=Patnaik|first=Jitendra Narayan|title=Rise of the Oriya Novel : 1878-1897|journal=Orissa Review|date=August 2007|page=112|url=http://odisha.gov.in/e-magazine/Orissareview/august-2007/engpdf/Page112-114.pdf|accessdate=14 February 2016}}</ref>
ଓଡ଼ିଆ ସାହିତ୍ୟରେ ଫକୀର ମୋହନ ସେନାପତିଙ୍କ [[ମାମୁଁ (ଉପନ୍ୟାସ)|ମାମୁଁ]], [[ଲଛମା]], [[ଛ ମାଣ ଆଠଗୁଣ୍ଠ]] ଆଦି କାଳଜୟୀ ଉପନ୍ୟାସ ସୃଷ୍ଟି ହୋଇଥିଲା । [[ଗୋପୀନାଥ ମହାନ୍ତି]]ଙ୍କ କାଳରେ ଓଡ଼ିଆ ଉପନ୍ୟାସ ଅନେକ ଉନ୍ନତ ହୋଇଛି । ତାଙ୍କ ରଚିତ [[ଦାଦିବୁଢ଼ା]] (୧୯୪୪), [[ପରଜା]] (୧୯୪୫), [[ଅମୃତର ସନ୍ତାନ]] (୧୯୪୭), [[ହରିଜନ (ଉପନ୍ୟାସ)|ହରିଜନ]] (୧୯୪୮) ଆଦି ପ୍ରମୁଖ ଉପନ୍ୟାସ । ମାଟିମଟାଳ (୧୯୬୪ରେ ଲେଖା) ପାଇଁ ସେ ୧୯୭୩ରେ [[ଜ୍ଞାନପୀଠ ପୁରସ୍କାର]]ରେ ସମ୍ମାନିତ । <ref name=Jnanpith/> ଓଡ଼ିଆ ଉପନ୍ୟାସକୁ [[କାହ୍ନୁଚରଣ ମହାନ୍ତି]], [[ସୁରେନ୍ଦ୍ର ମହାନ୍ତି]], [[ପ୍ରତିଭା ରାୟ]], [[ସଚି ରାଉତରାୟ]],[[ମନୋଜ ଦାସ]], [[ରାମଚନ୍ଦ୍ର ବେହେରା]], [[ଶାନ୍ତନୁ ଆଚାର୍ଯ୍ୟ]], [[ବିଭୂତି ପଟ୍ଟନାୟକ]]ଙ୍କ ଉପନ୍ୟାସ ସବୁ ବହୁ ଭାବରେ ଉତ୍କୃଷ୍ଟ କରିଛନ୍ତି ।
 
୧୪୬ କ ଧାଡ଼ି:
=== ନାଟକ ===
[[ଜଗନମୋହ‌ନ ଲାଲ]]ଙ୍କ ରଚିତ [[ବାବାଜୀ (ନାଟକ)|ବାବାଜୀ]] (୧୮୭୭) ଥିଲା ପ୍ରଥମ ଓଡ଼ିଆ ନାଟକ ।<ref name="Datta1988">{{cite book|author=Amaresh Datta|title=Encyclopaedia of Indian Literature|url=http://books.google.com/books?id=zB4n3MVozbUC&pg=PA1091|year=1988|publisher=Sahitya Akademi|isbn=978-81-260-1194-0|pages=1091–}}</ref>
ଓଡ଼ିଆ ସାହିତ୍ୟକୁ [[କାଳିଚରଣ ପଟ୍ଟନାୟକ]], [[ରାମଚନ୍ଦ୍ର ମିଶ୍ର]], [[ପ୍ରାଣବନ୍ଧୁ କର]] , [[ଗୋପାଳ ଛୋଟରାୟ]], [[ମନୋରଞ୍ଜନ ଦାସ]], [[ବିଶ୍ଵଜିତବିଶ୍ବଜିତ ଦାସ]] ଓ [[ବିଜୟ ମିଶ୍ର]]ଙ୍କ ନାଟକ କ୍ଷେତ୍ରରେ ଅବଦାନ ଅବିସ୍ମରଣୀୟ ।
==== ବେତାର ନାଟକ ====
====ମଞ୍ଚ ନାଟକ====
୧୬୦ କ ଧାଡ଼ି:
 
== ହାସ୍ୟରସ ==
ଓଡ଼ିଆ ସାହିତ୍ୟରେ ଆଦିକାଳରୁ ପଦ୍ୟ ଓ ଗଦ୍ୟରେ ହାସରସ ରହିଥିଲେ ହେଁ କେବଳ ହାସରସକୁ ନେଇ ଲେଖା ସାହିତ୍ୟ ବିଶେଷ କରି [[ଫତୁରାନନ୍ଦ]]ଙ୍କ କାଳରେ ବିକାଶ ଲାଭ କରିଛି । ସେହିପରି [[ଫକିର ମୋହନ ସେନାପତି]]ଙ୍କ [[ପେଟେଣ୍ଟ ମେଡିସିନ]] ଭଳି ଗପ ଓ [[ମାମୁଁ (ଉପନ୍ୟାସ)|ମାମୁଁ]], [[ଲଛମା]], ଛ ମାଣ ଆଠଗୁଣ୍ଠ ପରି ଉପନ୍ୟାସରେ ହାସ୍ୟରସର ବହୁଳତା ଦେଖିବାକୁ ମିଳିଥାଏ । ଗୋଦାବରୀଶଙ୍କ ସମ୍ପାଦିତ [[ନିଆଁଖୁଣ୍ଟା ପତ୍ରିକା]] ସମଗ୍ର ଓଡ଼ିଶାରେ ରମ୍ୟରଚନା ମାଧ୍ୟମରେ ଇଂରେଜ ସରକାରର ଦୋଷ ଦୁର୍ବଳତାକୁ ପଦରେ ପକାଇବାରେ ସ୍ଵାଧୀନତାସ୍ବାଧୀନତା ଆନ୍ଦୋଳନକୁ ମଧ୍ୟ ତେଜିଥିଲା । ଗୋପାଳ ଛୋଟରାୟଙ୍କ ଅନେକ ନାଟକ, [[ଚୌଧୁରୀ ହେମକାନ୍ତ ମିଶ୍ର]]ଙ୍କ ରମ୍ୟ ରଚନା ବ୍ୟଙ୍ଗ ସାହିତ୍ୟରେ ଅନେକ ନୂଆ ଫରଦ ଯୋଡ଼ିଛନ୍ତି । ଆଧୁନିକ ଯୁଗର ବ୍ୟଙ୍ଗ ଲେଖକ ଗନ୍ତାୟତ ଶିବ ପ୍ରସାଦ, ରାଧୁ ମିଶ୍ର, ଜ୍ଞାନ ହୋତା, ଶ୍ରୀ ସତ୍ୟାନାଶ, ଡ. କୁଳାଙ୍ଗାର ପ୍ରମୁଖଙ୍କ ବ୍ୟଙ୍ଗ ରଚନା ଉଲ୍ଲେଖଯୋଗ୍ୟ ।
 
== ବିଜ୍ଞାନ କାହାଣୀ ==