"ଉପେନ୍ଦ୍ର ଭଞ୍ଜ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୭୫ କ ଧାଡ଼ି:
 
=== ବାଲ୍ୟଶିକ୍ଷା ===
ଉପେନ୍ଦ୍ରଙ୍କର ବାଲ୍ୟଶିକ୍ଷା ଚାହାଳୀରେ ଆରମ୍ଭ ହୋଇଥିଲା । ବାପା ନୀଳକଣ୍ଠ ଓ ଜେଜେ ଧନଞ୍ଜୟଙ୍କଠାରୁ ସେ ବିଭିନ୍ନ ଶାସ୍ତ୍ର ପଢ଼ିଥିଲେ । ଧନଞ୍ଜୟ ଭଞ୍ଜ ଜଣେ କବି ହୋଇଥିବାରୁ ତାଙ୍କ ଦରବାରକୁ ଅନେକ କବି, ପଣ୍ଡିତ, ସାଧୁସନ୍ଥ ବିଭିନ୍ନ ସମୟରେ ଆସୁଥିଲେ ଓ ସେଠାରେ ରହି ସାହିତ୍ୟ ସଙ୍ଗୀତ ବିଷୟରେ ଚର୍ଚ୍ଚା କରୁଥିଲେ । ଉପେନ୍ଦ୍ର ମଧ୍ୟ ଜେଜେଙ୍କ ପାଖରେ ବସି ସେଗୁଡିକ ଶୁଣୁଥିଲେ ଓ ଧୀରେ ଧୀରେ ସେମାନଙ୍କଦ୍ଵାରାସେମାନଙ୍କଦ୍ବାରା ପ୍ରଭାବିତ ହୋଇ ସେ ଶାସ୍ତ୍ରମାନ ଆୟତ୍ତ କରିଥିଲେ । ଚାହାଳୀରେ ପଢୁଥିବା ସମୟରେ ଉପେନ୍ଦ୍ର କବିତା ଲେଖିବା ଆରମ୍ଭ କରି ଦେଇଥିଲେ ଯାହା ଜେଜେ ଧନଞ୍ଜୟ ବେଶ୍ ପସନ୍ଦ କରିଥିଲେ ଓ ନାତିକୁ ଆହୁରି ଲେଖିବାକୁ ପ୍ରେରଣା ଦେଲେ । ଉପେନ୍ଦ୍ର ଯାହା ଯେତେବେଳେ ଲେଖୁଥିଲେ ଜେଜେଙ୍କୁ ନେଇ ଦେଖାଉଥିଲେ ଓ ତାଙ୍କର ପରାମର୍ଶ ନେଉଥିଲେ । ସେ ଜେଜେଙ୍କୁ ନିଜର କାବ୍ୟଗୁରୁ ଭାବରେ ବିଚାର କରି ନିଜ ସାଧନାରେ ଆଗେଇ ଯାଉଥିଲେ ।
 
ରାଜା ଧନଞ୍ଜୟଙ୍କ ଦରବାରକୁ ଥରେ ରଘୁନାଥ ନାମରେ ଜଣେ ସିଦ୍ଧପୁରୁଷ ସନ୍ୟାସୀ ଅସିଥିଲେ । ସେ ଉପେନ୍ଦ୍ରଙ୍କର ପାଠପଢ଼ା ଓ କବିତା ଲେଖିବାର ଆଗ୍ରହ ଦେଖି ତାଙ୍କୁ "ତାରକ ମନ୍ତ୍ର" ବୋଲି ଏକ ସିଦ୍ଧ ମନ୍ତ୍ର ଶିଖାଇ ଏହାକୁ କେମିତି ସାଧନା କରିବାକୁ ହେବ ବତାଇଦେଲେ । ମନ୍ତ୍ରଟି ଶିଖିବା ପାଇଁ ଉପେନ୍ଦ୍ର କୁଲାଡ଼ଗଡ଼ ଛାଡ଼ି ଅଳ୍ପ ଦୂରରେ ଥିବା ଏକ ନିର୍ଜନ ସ୍ଥାନକୁ ଚାଲିଗଲେ । ହିଂସ୍ରଜନ୍ତୁପୂର୍ଣ୍ଣ ଓ ପାହାଡ ପର୍ବତଘେରା ସେହି ସ୍ଥାନରେ ଗୋଟିଏ ଗୁମ୍ଫା ଭିତରେ ବସି କିଛିଦିନ ଗୁରୁମନ୍ତ୍ର ସାଧନା କରିବାପରେ ସିଦ୍ଧିଲାଭ କରି ସେ ରାଜପ୍ରସାଦକୁ ଫେରି ଆସିଲେ । ସେହି ସ୍ଥାନଟି ଏବେ "ବାଘବଲି" ଓ "ଡାମଣ ଝୋଲି" ନାମରେ ପରିଚିତ ।
୮୪ କ ଧାଡ଼ି:
 
=== ବିବାହ ===
୧୮ ବର୍ଷ ବୟସରେ ଉପେନ୍ଦ୍ରଙ୍କର ବିବାହ ନୟାଗଡ଼ ରାଜା ପୁରୁଷୋତ୍ତମ ମାନ୍ଧାତାଙ୍କ ଭଉଣୀ ଲାବଣ୍ୟବତୀଙ୍କ ସହ ସମ୍ପନ୍ନ ହେଲା । ଲାବଣ୍ୟବତୀ ସୁନ୍ଦରୀ, ବୁଦ୍ଧିମତୀ ଓ ସସ୍କୃତ ସାହିତ୍ୟରେ ନିପୁଣ ଥିଲେ । କୁଲାଡ଼ଗଡ ପାଖରେ ଅନ୍ଧାରଗଡ ବୋଲି ଦୂର୍ଗଟିଏ, ପାହାଡ଼ ଓ ସବୁଜିମା ଭରା ଜଙ୍ଗଲଦ୍ଵାରାଜଙ୍ଗଲଦ୍ବାରା ଘେରି ରହିଥିଲା । ଉପେନ୍ଦ୍ର ସେହି ସ୍ଥାନକୁ ସବୁବେଳେ ଏକୁଟିଆ ଚାଲିଯାଉଥିଲେ ଏବଂ କିଛିଦିନ ସେଠାରେ ରହିବା ପରେ ଫେରି ଆସୁଥିଲେ । ଥରେ ଉପେନ୍ଦ୍ର ସେହି ସ୍ଥାନକୁ ଯାଇ ବହୁଦିନ ପର୍ଯ୍ୟନ୍ତ ରାଜଉଆସକୁ ଫେରିଲେ ନାହିଁ । ଏଣେ ରାଜପ୍ରାସାଦରେ ଲାବଣ୍ୟବତୀ ବ୍ୟସ୍ତ ହୋଇପଡିଲେ ଓ ପତିଙ୍କୁ ଖୋଜି ଆଣିବା ପାଇଁ ଦୂତଟିଏ ପଠାଇଲେ । ଦୂତଟି ଗଡ଼ ଭିତରକୁ ନଯାଇ ଅଳ୍ପବାଟରୁ ଫେରି ଆସିଲା ଓ କହିଲା ଯେ ସେ ଗୋଟିଏ ମହାବଳ ବାଘ ଦେଖିଲା । ତା ପାଖରେ ମଣିଷର ରକ୍ତାକ୍ତ ଶବ ପଡିଥିବାର ଦେଖି ଭୟରେ ଫେରି ଆସିଲା । ଦୂତଠାରୁ ଏପରି ଖବର ଶୁଣି ଲାବଣ୍ୟବତୀ ଧୈର୍ଯ୍ୟ ଧରି ରହି ପାରିଲେ ନାହିଁ, ତାଙ୍କର ସଙ୍ଗେ ସଙ୍ଗେ ଚେତା ବୁଡିଗଲା ଓ ଚାହୁଁ ଚାହୁଁ ତାଙ୍କର ପ୍ରାଣବାୟୁ ଉଡିଗଲା । କିଛିଦିନ ପରେ ଉପେନ୍ଦ୍ର ରାଜପୁରକୁ ଫେରିଲା ପରେ ପତ୍ନୀ ଲାବଣ୍ୟବତୀଙ୍କ ସ୍ଵର୍ଗବାସସ୍ବର୍ଗବାସ କଥା ଜାଣି ବହୁତ ମର୍ମାହତ ହେଲେ ।
ଉପେନ୍ଦ୍ରଙ୍କ ଶଳାଭାଉଜ ଶୋଭବତୀଙ୍କର କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ ବୋଲି ଜଣେ ସୁନ୍ଦରୀ ଓ ବୁଦ୍ଧିମତୀ ଭଉଣୀଟିଏ ଥିଲେ, ତାଙ୍କ ସହିତ ଉପେନ୍ଦ୍ରଙ୍କ ଦ୍ଵିତୀୟଥରଦ୍ବିତୀୟଥର ବିବାହ ଉତ୍ସବ ଅନୁଷ୍ଠିତ ହେଲା । କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ ଉପେନ୍ଦ୍ରଙ୍କୁ କାବ୍ୟ ଲେଖିବାରେ ସାହାଯ୍ୟ କରୁଥିଲେ, ତାଙ୍କର ପରାମର୍ଶରେ ଉପେନ୍ଦ୍ର ମଧ୍ୟ ନିଜର କାବ୍ୟକବିତାକୁ ସଂଶୋଧନ କରି ଆହୁରି ଉନ୍ନତି କରିବାରେ ସମର୍ଥ ହେଉଥିଲେ ।
 
ରାଜ୍ୟ ପ୍ରତ୍ୟାବର୍ତ୍ତନ
୧୦୭ କ ଧାଡ଼ି:
ପୁରୀରୁ ଫେରିଲା ପରେ ଉପେନ୍ଦ୍ର 'କ' ଅକ୍ଷରକୁ ପ୍ରଥମରେ ରଖି "କଳାକୌତୁକ" ନାମରେ କବିତାଟିଏ ଲେଖିଲେ ଯାହାର ମୂଳରେ "କ" ଅକ୍ଷରକୁ ରଖି କୃଷ୍ଣଙ୍କର ସମସ୍ତ ଲୀଳାଖେଳା ବର୍ଣ୍ଣିତ।
 
ଉପେନ୍ଦ୍ର ଭଞଙ୍କ ପୂର୍ବବର୍ତ୍ତୀ କବିମାନେ ତତ୍କାଳିନ ପାଠକମାନଙ୍କର ପସନ୍ଦକୁ ଅନୁସାରେ କେବଳ ରାଧାକୃଷ୍ଣଙ୍କ ଉପରେ ବର୍ଣିତ କାବ୍ୟକବିତା ଲେଖିଥିଲେ । ଉପେନ୍ଦ୍ର ପ୍ରଥମ କରି ଓଡ଼ିଆ ସାହିତ୍ୟରେ ସୀତାରାମଙ୍କୁ ନେଇ କାବ୍ୟ ଲେଖିଲେ । ନୂଆ ପ୍ରକାରର କାବ୍ୟ ରସାମୃତ ପରିବେଷଣ ହେବା ଫଳରେ ସେତେବେଳର ସମାଜରେ ତାହା ବେଶ୍ ଅଲୋଡନ ସୃଷ୍ଟି କରିବା ସହିତ ପାଠକମାନଙ୍କଦ୍ଵାରାପାଠକମାନଙ୍କଦ୍ବାରା ଆଦରଲାଭ ମଧ୍ୟ କଲା । ନିଜର ଆରାଧ୍ୟ ଠାକୁର ରାମସୀତାଙ୍କ ଲୀଳା ବର୍ଣ୍ଣନା କରିବାରେ ତାଙ୍କର ଲେଖନୀ ଚଳଚଞ୍ଛଳ ହୋଇ ଉଠିଲା । ନିପୁଣ ଭାବରେ ସେ ରାମସୀତା ଚରିତ ବିଭିନ୍ନ ଛନ୍ଦରେ ମାଳଟିଏ ଗୁନ୍ଥିଥିଲେ କହିଲେ ଅତ୍ୟୁକ୍ତି ହେବନାହିଁ । ସାଧାରଣ ପାଠକଟିଏ ଏହି କାବ୍ୟଟି ପଢିବାଦ୍ଵାରାପଢିବାଦ୍ବାରା ତାର ଆଧ୍ୟାତ୍ମ୍ୟ ଜ୍ଞାନ ବୃଦ୍ଧି ପାଇଲା ।
 
ଉପେନ୍ଦ୍ର ଭଞ୍ଜ ବହୁ ଶାସ୍ତ୍ର ପଢିଥିଲେ, ଯାହାଫଳରେ ସେଗୁଡିକ ନିଜ କାବ୍ୟକବିତାରେ ପ୍ରୟୋଗ କରିବାରେ ସଫଳ ହୋଇପାରିଥିଲେ । ତାଙ୍କ ପୁର୍ବରୁ ଯେଉଁ କାବ୍ୟକବିତା ଲେଖା ହୋଇଥିଲା ସେଥିମଧ୍ୟରୁ ଅଧିକାଂଶ ସଂସ୍କୃତରେ ଲେଖା ହୋଇଥିଲା । ତେଣୁ ଓଡ଼ିଆ ଭାଷୀ ଲୋକମାନଙ୍କ ପକ୍ଷରେ ବୁଝିବା ଟିକେ କଷ୍ଟ ହୋଇପଡୁଥିଲା । ତାଛଡା ସଂସ୍କୃତ ଅଳଙ୍କାରକୁ ନେଇ ଓଡ଼ିଆ କାବ୍ୟରେ ପ୍ରୟୋଗ କରିବାରେ ଉପେନ୍ଦ୍ର ଥିଲେ ପ୍ରଥମ ଓ ସିଦ୍ଧହସ୍ତ । ତାଙ୍କ ରଚନାବଳୀରେ ଯେଉଁ ବହୁଳ ଶବ୍ଦ ଭଣ୍ଡାରର ପ୍ରୟୋଗ ହୋଇଛି, ତାହା ମଧ୍ୟ ପଢିଲେ ଆଶ୍ଚର୍ଯ଼୍ୟ ଲାଗେ । ବିଭିନ୍ନ ଛନ୍ଦ ଓ ବୃତ୍ତର ବ୍ୟବହାର କରିବାଦ୍ଵାରାକରିବାଦ୍ବାରା ତାଙ୍କ କାବ୍ୟଗୁଡିକ ସଙ୍ଗୀତ ଜଗତରେ ଏକ ଉଜ୍ଵଳଉଜ୍ବଳ ମଣିତୁଲ୍ୟ ଶୋଭାପାଉଛି । କବି ସମାଜରେ ଉପେନ୍ଦ୍ର ଭଞଙ୍କ ସ୍ଥାନ ସମସ୍ତଙ୍କଠାରୁ ବହୁ ଉଚ୍ଚରେ ରହିଲା । ସମସ୍ତ ଶାସ୍ତ୍ରରେ ପାଣ୍ଡିତ୍ୟ ଅର୍ଜନ କରି କାବ୍ୟମାନ ଲେଖିଥିବାରୁ ଆଜି ସେ ବାସ୍ତବରେ କବି ସମ୍ରାଟ ଭାବରେ ସବୁଆଡେ ପରିଚିତ ।<ref>ଗୌରୀକୁମାର ବ୍ରହ୍ମା, ଭଞ୍ଜ ଭୂମିକା</ref>
 
== ରଚନାବଳୀ==
୧୧୫ କ ଧାଡ଼ି:
 
===ଲାବଣ୍ୟବତୀ===
ଉପେନ୍ଦ୍ରଙ୍କ ପତ୍ନୀ ଲାବଣ୍ୟବତୀଙ୍କର ଭାଇ ପୁରୁଷୋତ୍ତମ ଜଣେ ପ୍ରସିଦ୍ଧ କବି ଓ ଭାଉଜ ଶୋଭାବତୀ ଜଣେ ବିଦୁଷୀ ନାରୀ ଥିଲେ । ଥରେ ପୁରୁଷୋତ୍ତମ "ଶୋଭାବତୀ" ନାମରେ କାବ୍ୟଟିଏ ଲେଖି ଉପେନ୍ଦ୍ରଙ୍କ ପାଖକୁ ପଠାଇଥିଲେ । ଉପେନ୍ଦ୍ର କାବ୍ୟଟିକୁ ନେଇ ଲାବଣ୍ୟବତୀଙ୍କୁ ଦେଖାଇଲେ, କବିତାଟି ପଢି ଲାବଣ୍ୟବତୀ ମନେ ମନେ ଭାଉଜଙ୍କୁ ଈର୍ଷା କଲେ । ଭାଉଜଙ୍କଠାରୁ ସେ ଥିଲେ ବହୁତ ସୁନ୍ଦର, ହେଲେ ତାଙ୍କ ନାଁରେ କଣ ଏମିତି ଗୋଟାଏ କାବ୍ୟ ତାଙ୍କ ସ୍ଵାମୀସ୍ବାମୀ ଲେଖି ପାରିବେ? ଲାବଣ୍ୟବତୀ ଅଭିମାନରେ ନିଜ ଶୋଇବା ଘରେ ମୁହଁମାଡି ଶୋଇଲେ. ଉପେନ୍ଦ୍ର ସ୍ତ୍ରୀଙ୍କ ମନଦୁଃଖ ହୋଇଥିବା କଥା ଜାଣିପାରି ତାଙ୍କୁ କହିଲେ "କିଛିଦିନ ସମୟ ଦିଅ. ତୁମକୁ ମୁଁ ଏହାଠାରୁ ଅଧିକ ସୁନ୍ଦର ଓ ଉନ୍ନତମାନର କାବ୍ୟଟିଏ ଲେଖି ଉପହାର ଦେବି"। ସ୍ଵାମୀଙ୍କଠାରୁସ୍ବାମୀଙ୍କଠାରୁ ଭରସା ପାଇ ଲାବଣ୍ୟବତୀ ଅଭିମାନ ଛାଡି ଉଠିଲେ । ମାତ୍ର ଦୁଇ ମାସ ପରେ ଉପେନ୍ଦ୍ର "ଲାବଣ୍ୟବତୀ" ନାମରେ କାବ୍ୟଟିଏ ଲେଖି ଆଣି ସ୍ତ୍ରୀଙ୍କ ହାତରେ ଅର୍ପଣ କଲେ । ଲାବଣ୍ୟବତୀ ନିଜ ନାମରେ ଲେଖା ଯାଇଥିବା କାବ୍ୟଟିକୁ ହାତରେ ପାଇ ନିଜକୁ ଗର୍ବିତ ମନେ କଲେ. ଉପେନ୍ଦ୍ର ସେହି କାବ୍ୟରୁ ଗୋଟିଏ ପୋଥି ନିଜ ଶଳା ଓ ଶଳା ଭାଉଜଙ୍କ ପାଖକୁ ମଧ୍ୟ ପଠାଇଲେ.
ଏକ କାଳ୍ପନିକ ବିଷୟବସ୍ତୁକୁ ନେଇ ଲେଖାଯାଇଥିବା "ଲାବଣ୍ୟବତୀ" କାବ୍ୟଟିକୁ ପଢି ରସପ୍ରେମୀ ପାଠକମାନେ ମୁଗ୍ଧ ହୋଇଯାଆନ୍ତି । ବିଷୟବସ୍ତୁ, ଅଳଙ୍କାର, ଶବ୍ଦ ବିନ୍ୟାସ କୌଣସି କ୍ଷେତ୍ରରେ କାବ୍ୟଟି କମ୍ ନୁହେଁ. ଓଡ଼ିଶାର ପୁରପଲ୍ଲୀର ଚିତ୍ର ଓ ପ୍ରାକୃତିକ ସୌନ୍ଦର୍ଯ୍ୟର ବର୍ଣ୍ଣନାରେ କାବ୍ୟଟିର ବିଷୟବସ୍ତୁ ପ୍ରତ୍ୟେକ ପାଠକର ମନକୁ ହରି ନେଇଥାଏ. କାବ୍ୟଟି ଯଦିଓ କାଳ୍ପନିକ ବିଷୟବସ୍ତୁକୁ ନେଇ ଆଧାରିତ ତଥାପି ଏଥିରେ ନାରୀ ଚରିତ୍ରର ସମସ୍ତ ଗୁଣ ଅତି ସୁନ୍ଦର ଭାବେ ବର୍ଣ୍ଣନା କରାଯାଇଛି. ତେଣୁ ଏହା ତତ୍କାଳିନ କବିସମାଜକୁ ନତମସ୍ତକ ହେବାକୁ ବାଧ୍ୟ କରିଥିଲା.
 
୧୨୧ କ ଧାଡ଼ି:
{{Quote box|quote=<poem>'''ବଇଦେହୀଶ ବିଳାସ''' ନାମ ଗୀତ ବକାରେ ରଚନ ।
ବାନପଦେ ଛାନ୍ଦ ଉପଇନ୍ଦ୍ର କୃତ ବୁଝିବେ ସୁମନ । ୫୨ । </poem>|source=—ଚତୁର୍ବିଂଶ ଛାନ୍ଦ, [[ବୈଦେହୀଶ ବିଳାସ]]|align=right}}ଉପେନ୍ଦ୍ର ନିଜର ଆରାଧ୍ୟ ରାମସୀତାଙ୍କର ଲୀଳାକୁ ନେଇ ଗୋଟିଏ ସୁନ୍ଦର କାବ୍ୟ ଲେଖି ତା'ର ନାଁ ଦେଲେ "ବୈଦେହୀଶ ବିଳାସ" । କାବ୍ୟଟିର ବିଶେଷତା ହେଲା ପ୍ରତି ଛନ୍ଦର ପ୍ରଥମ ଅକ୍ଷରଟି "ବ"ରେ ଆରମ୍ଭ ହେଉଥିଲା । ନାନା ପ୍ରକାର ଅଳଙ୍କାର ଓ ଛନ୍ଦର ପ୍ରୟୋଗ ହୋଇଥିବା ଯୋଗୁଁ କାବ୍ୟଟି ପଣ୍ଡିତ ସମାଜରେ ବେଶ୍ ଆଦରଲାଭ କଲା ।
"ବୈଦେହୀଶ ବିଳାସ"ରେ ପ୍ରଭୁ ରାମଚନ୍ଦ୍ରଙ୍କ ଜନ୍ମ, ବିବାହ, ବନବାସ ସହିତ ଅଯୋଧ୍ୟାରେ ଅଭିଷେକ ହେବା ପ୍ରଭୃତି ମୁଖ୍ୟ ଘଟଣାଗୁଡିକୁ ତାଛଡା ସୀତାଙ୍କର ନିର୍ବାସନ, ବାଲ୍ମୀକି ଆଶ୍ରମରେ ଲବକୁଶଙ୍କର ଜନ୍ମ, ଲବକୁଶଙ୍କଦ୍ଵାରାଲବକୁଶଙ୍କଦ୍ବାରା ହନୁମାନ ଓ ଶ୍ରୀରାମଙ୍କ ପରାଜୟ, ସୀତାଙ୍କର ଅଗ୍ନି ପରୀକ୍ଷା ଓ ପାତାଳପୁରକୁ ଗମନ, ରାମଚନ୍ଦ୍ରଙ୍କର ସ୍ଵର୍ଗପ୍ରାପ୍ତିସ୍ବର୍ଗପ୍ରାପ୍ତି ଆଦି ଘଟଣା ଅତି ସୁନ୍ଦର ଭାବରେ ବର୍ଣ୍ଣନା କରାଯାଆଇଅଛି । ଜେଜେ ଧନଞୟ ଭଞଙ୍କୁ ଦେଇଥିବା କଥାଟିକୁ ପୂରଣ କରିପାରିଥିବାରୁ ଉପେନ୍ଦ୍ର ନିଜର ପରିଶ୍ରମକୁ ସାର୍ଥକ ମଣିଲେ ।
 
===କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ===
"ବୈଦେହୀଶ ବିଳାସ", "ଲାବଣ୍ୟବତୀ" ଭଳି ଦୁଇଟି ପ୍ରସିଦ୍ଧ କାବ୍ୟ ଲେଖିସାରିଲା ପରେ ଉପେନ୍ଦ୍ର ନିଜର ତୃତୀୟ କାବ୍ୟ "କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ" ଲେଖିଲେ । କାବ୍ୟଟିରେ କବି ଚମ୍ପାନଗରୀର ରାଜା ବିଶ୍ଵାସନନ୍ଦକବିଶ୍ବାସନନ୍ଦକ ଓ ରାଣୀ ବିଚିତ୍ରକଳାଙ୍କର କନ୍ୟା କୋଟି ବ୍ରହ୍ମାଣ୍ଡ ସୁନ୍ଦରୀଙ୍କର କଥାକୁ ବର୍ଣ୍ଣନା କରିଛନ୍ତି. ରାଜାରାଣୀ ଝିଅଟିକୁ କେମିତି ଲାଭ କଲେ, କିପରି ତାର ଲାଳନ ପାଳନ କଲେ ଏସବୁ କଥା ଅତି ସୁନ୍ଦର ଭାବରେ ଲେଖିଛନ୍ତି । ପାଟଳିପୁତ୍ରର ରାଜପୁତ୍ର ପୁଷ୍ପକେତୁଙ୍କ ସହିତ କୋଟି ବ୍ରହ୍ମାଣ୍ଡ ସୁନ୍ଦରୀଙ୍କ ବିବାହ କବିଙ୍କ ଲେଖନୀମୁନରେ ଅତ୍ୟନ୍ତ ସୁନ୍ଦର ଭାବରେ ବର୍ଣ୍ଣିତ ହୋଇଛି. ବିଭିନ୍ନ ଅଳଙ୍କାର, ରସ, ଭାବ ଓ ଶବ୍ଦ ବିନ୍ୟାସଦ୍ଵାରାବିନ୍ୟାସଦ୍ବାରା କାବ୍ୟଟି ଅତି ସୁନ୍ଦର ଏବଂ ହୃଦୟସ୍ପର୍ଶୀ ହୋଇପାରିଛି. ଜଗନ୍ନାଥଙ୍କର ଲୀଳାକୁ ମଧ୍ୟ ଉପେନ୍ଦ୍ର ଏହି କାବ୍ୟରେ ଅତି ସୁନ୍ଦର ଭାବରେ ରୁପାୟିତ କରିପାରିଛନ୍ତି. କାବ୍ୟଟିର ବିଷୟବସ୍ତୁ ସମ୍ପୁର୍ଣ୍ଣ କାଳ୍ପନିକ ହେଲେ ମଧ୍ୟ ପଢିଲେ ପାଠକଙ୍କୁ ସତ ବୋଲି ମନେ ହୁଏ. ଶ୍ରୀଜଗନ୍ନାଥଙ୍କ ଲୀଳାଚରିତ ବର୍ଣ୍ଣନା ପାଠକକୁ ଆତ୍ମହରା କରିଦିଏ. ଉପେନ୍ଦ୍ରଙ୍କର ସମସ୍ତ କାବ୍ୟ ରସଯୁକ୍ତ, ଛନ୍ଦମୟ ଓ ସୁର-ତାଳରେ ପରିବେଷିତ ।
 
ତିନୋଟି ଉନ୍ନତ ଧରଣର କାବ୍ୟ ଲେଖିସାରି ଉପେନ୍ଦ୍ର "ପ୍ରେମ ସୁଧାନିଧି", "ସୁବର୍ଣ୍ଣରେଖା", "ଅବନା ରସତରଙ୍ଗ" ଆଦି କାବ୍ୟ ମଧ୍ୟ ଲେଖିଲେ. "ଅବନା ରସତରଙ୍ଗ" କାବ୍ୟରେ ସୂର୍ପଣଖାର ନାକ କାନ କାଟିବାଠାରୁ ରାମଚନ୍ଦ୍ରଙ୍କର ଅଯୋଧ୍ୟା ଅଭିଷେକ ହେବା ପର୍ଯ଼୍ୟନ୍ତ ରାମାୟଣର ବିଷୟବସ୍ତୁ ଲେଖାଯାଇଛି. କାବ୍ୟଟିରେ ଏକ ଭିନ୍ନପ୍ରକାରର କାବ୍ୟିକ କୌଶଳର ଉପଯୋଗ କରାଯାଇଛି, ଏଥିରେ ସମସ୍ତ ଛନ୍ଦ ଅବନାରେ ଲେଖାଯ଼ଆଇଛି ଯାହା ଓଡ଼ିଆ ସାହିତ୍ୟରେ ଏକ ମାଇଲ ଖୁଣ୍ଟ.