"ଆକାଶବାଣୀ (ରେଡ଼ିଓ ପ୍ରସାରଣ ସେବା)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରୁ +ରୁ , - ଠାରେ +ଠାରେ )
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୪୮ କ ଧାଡ଼ି:
 
== ଆଞ୍ଚଳିକ ସେବା ==
ସମଗ୍ର ଦେଶରେ ବର୍ତ୍ତମାନ ୪୦୦ରୁ ଉର୍ଦ୍ଧ୍ଵଉର୍ଦ୍ଧ୍ବ ଆକାଶବାଣୀ କେନ୍ଦ୍ର ରହିଛି । ସେସବୁକୁ ମୁଖ୍ୟତଃ ତିନି ଶ୍ରେଣୀରେ ବିଭକ୍ତ କରାଯାଇପାରେ: ରାଷ୍ଟ୍ରୀୟ ପ୍ରସାରଣ, ଆଞ୍ଚଳିକ ପ୍ରସାରଣ ତଥା ଏଫଏମ ପ୍ରସାରଣ ସେବା । ପ୍ରତ୍ୟେକ ରାଜ୍ୟରେ ପ୍ରାୟ ନିଜସ୍ୱ ମୁଖ୍ୟ ଭାଷାରେ ପ୍ରସାରଣ କରାଯାଉଥାଏ । [[ଓଡ଼ିଶା]]ରେ [[ଓଡ଼ିଆ ଭାଷା|ଓଡ଼ିଆ]] [[ଆନ୍ଧ୍ର ପ୍ରଦେଶ|ଆନ୍ଧ୍ର]]ରେ [[ତେଲୁଗୁ ଭାଷା|ତେଲୁଗୁ]], [[ପଶ୍ଚିମବଙ୍ଗ]]ରେ [[ବଙ୍ଗଳା ଭାଷା|ବଙ୍ଗଳା]], [[ମହାରାଷ୍ଟ୍ର]]ରେ [[ମରାଠୀ]] ଓ [[ଗୁଜରାଟ]]ରେ [[ଗୁଜରାଟୀ ଭାଷା|ଗୁଜରାଟୀ]] ଭାଷାରେ ପ୍ରସାରଣ ହୋଇଥାଏ । ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ୧୩ଟି ରେଡ଼ିଓ ଷ୍ଟେସନ ରହିଛି । କଟକଠାରେ ମୁଖ୍ୟ ପ୍ରସାରଣ କେନ୍ଦ୍ର ରହିଛି - ଯାହାକୁ କ୍ୟାପିଟାଲ ଷ୍ଟେସନ ବୋଲି ମଧ୍ୟ କୁହାଯାଏ । ସମଗ୍ର ରାଜ୍ୟ ପାଇଁ ଆଞ୍ଚଳିକ ସମ୍ବାଦ ପ୍ରସାରଣ ଏହିଠାରୁ କରାଯାଏ। ଏହାଛଡ଼ା ସମ୍ବଲପୁର ଏବଂ ଜୟପୁରରେ ମଧ୍ୟ ଆଞ୍ଚଳିକ ବା ପ୍ରାଥମିକ ଚ୍ୟାନେଲ ରହିଛି। କଟକଠାରେ ୧୯୪୮ରେ ଏହି କେନ୍ଦ୍ର ସ୍ଥାପିତ ହେଇଥିବା ବେଳେ ସମ୍ବଲପୁର ଓ ଜୟପୁରରେ ଏହା ୧୯୬୩ ତଥା ୧୯୬୪ ମସିହାରେ ସ୍ଥାପିତ ହୋଇଛି । ସମ୍ବଲପୁର କେନ୍ଦ୍ର ଓଡ଼ିଆ ଛଡ଼ା ସମ୍ବଲପୁର ଅଞ୍ଚଳର ଭାଷାରେ ମଧ୍ୟ ପ୍ରସାରଣ କରିଥାଏ । ଆକାଶବାଣୀ ଜୟପୁର କେନ୍ଦ୍ର ଓଡ଼ିଆ ବ୍ୟତୀତ [[ଦେଶିଆ ଓଡ଼ିଆ|ଦେଶିଆ]], [[କନ୍ଧ ଭାଷା|କନ୍ଧ]] ତଥା [[ସଉରା ଭାଷା|ସଉରା]] ଆଦି ଆଞ୍ଚଳିକ ଭାଷାରେ ମଧ୍ୟ ପ୍ରସାରଣ କରିଥାଏ । ଓଡ଼ିଶାର [[ବଲାଙ୍ଗୀର]], [[ବ୍ରହ୍ମପୁର]], [[ବାରିପଦା]], [[ଭବାନୀପାଟଣା]], [[ପୁରୀ]], [[ଜୋରନ୍ଦା]], [[କେଉଁଝର]] ଓ [[ରାଉରକେଲା]]ଠାରେ ମଧ୍ୟ ଆକାଶବାଣୀର କେନ୍ଦ୍ରମାନ ଖୋଲାଯାଇଛି ।
ଆକାଶବାଣୀ ଜୟପୁର: ଜୁନ୍ ୨୮, ୧୯୬୪ରେ ପ୍ରତିଷ୍ଠିତ । କେନ୍ଦ୍ରର ପ୍ରସାରଣ ମିଡିଅମ୍ ଵେଭ୍ରେବେଭ୍ରେ ୨୦୪.୫ ମିଟର ତଥା ୧୪୬୭ କିଲୋହର୍ଜ୍ ଯୋଗେ ପ୍ରସାରିତ ହେଉଥିବା ବେଳେ ସମଗ୍ର ଓଡ଼ିଶାର ଏକମାତ୍ର ଷର୍ଟଵେଭ୍ଷର୍ଟବେଭ୍ ଷ୍ଟେସନ୍ ଭାବରେ ସକାଳ ଓ ସାନ୍ଧ୍ୟ ଅଧିବେଶନ ୬୦ ମିଟର୍ ତଥା ୫୦୪୦ କିଲୋହର୍ଜ ଏବଂ ଦିନବେଳେ(ସକାଳ ୧୦ରୁ ଅପରାହ୍ଣ ୫ ମଧ୍ୟରେ) ୪୯ ମିଟର ତଥା ୬୦୫୦ କିଲୋହର୍ଜ୍ ଯୋଗେ ପ୍ରସାରଣ କରୁଛି । ଏହାଛଡା କେନ୍ଦ୍ରର ଏଫ୍ ଏମ୍ ପ୍ରସାରଣ ମଧ୍ୟ ୧୦୨ ମେଗାହର୍ଜରେ ଉପଲବ୍ଧ ହେଉଛି ।
 
== ଆଧାର==