"ପାରାଦ୍ୱୀପ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୬୭ କ ଧାଡ଼ି:
ପ୍ରାଚୀନ କାଳର ପାରଦୀପ ସମ୍ପର୍କରେ ଯଦିଓ ଅଧିକ ତଥ୍ୟ ହସ୍ତଗତ ହୋଇନାହିଁ, ତଥାପି ଏହାକୁ ପ୍ରାଚୀନ ବନ୍ଦର ''ମନ୍ନଦ''ର ସ୍ଥାନରେ ଥିବାର ବିଶ୍ୱାସ କରାଯାଏ । ଇଂରେଜ ଅଧୀନକୁ ଆସିବା ପୂର୍ବରୁ ଏହା କୁଜଙ୍ଗ ରାଜ୍ୟର ଅଂଶ ଥିଲା । ତତ୍କାଳୀନ ଦେଶୀୟ ରାଜ୍ୟ କୁଜଙ୍ଗର ରାଜଧାନୀ ଗଡ଼କୁଜଙ୍ଗ ଏହି ସ୍ଥାନ ନିକଟରେ । ପାରାଦୀପରେ ସମ୍ଭବତଃ ଏକ ଦୁର୍ଗ ବା ଗଡ଼ ରହିଥିଲା । କୁଜଙ୍ଗର ଷଣ୍ଢ ରାଜାଙ୍କ ନାମରେ ଏଠାରେ ଥିବା ଷଣ୍ଢକୂଦ ନାମିତ ହୋଇଛି ।
 
ସ୍ବାଧୀନତା ପରେ ୧୯୫୬ ମସିହାରେ ଏହି ସ୍ଥାନରେ ପାରାଦୀପ ବନ୍ଦରର ଶିଳାନ୍ୟାସ ହୋଇଥିଲା । ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଏହି ବନ୍ଦରର ଭିତ୍ତିପ୍ରସ୍ଥର ଜାନୁୟାରୀ ୦୩, ୧୯୬୨ରେ ସ୍ଥାପନ କରିଥିଲେ <ref name=":0">https://paradipport.gov.in/port_history.aspx</ref>। ପରବର୍ତ୍ତୀ କିଛି ବର୍ଷ ମଧ୍ୟରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଉଦ୍ୟମରେ ଏହି ବନ୍ଦରର ବିକାଶ ହୋଇ ଏହା ଏକ ପ୍ରଧାନ ବନ୍ଦରରେ ପରିଣତ ହୋଇଥିଲା <ref name=":0" />। ବିଗତ କିଛି ବର୍ଷ ମଧ୍ୟରେ ଏଠାରେ ଅନେକ ନୂତନ ଶିଳ୍ପ ସ୍ଥାପିତ ହୋଇଛି ।
 
== ଶିଳ୍ପ ଓ ଅର୍ଥନୀତି ==
ପାରାଦୀପ ପୂର୍ବ ଭାରତର ଏକ ପ୍ରମୁଖ ବାଣିଜ୍ୟ କେନ୍ଦ୍ର । ଏଠାରେ ଥିବା ବନ୍ଦରଦ୍ୱାରା ଅନେକ ପ୍ରକାରର ମାଲ ଆମଦାନୀ ରପ୍ତାନୀ ହୋଇଥାଏ । କଞ୍ଚାମାଲର ଉପଲବ୍ଧି ଯୋଗୁ ଏଠାରେ ଅନେକ ଶିଳ୍ପ ଗଢି ଉଠିଛି । ତନ୍ମଧ୍ୟରେ ପାରାଦୀପ ଫସପେଟସ ଲିମିଟେଡ଼ ଓ ଇଫକୋର ସାର କାରଖାନା, ଇଣ୍ଡିଆନ ଅଏଲଦ୍ୱାରା ନିର୍ମିତ ତୈଳ ବିଶୋଧନାଗାର ପ୍ରମୁଖ ଅଟେ <ref>https://jagatsinghpur.nic.in/history/</ref>। ଏହି ବନ୍ଦର ମଧ୍ୟ ଦେଇ ଲୁହାପଥର ବିଦେଶକୁ ରପ୍ତାନୀ କରାଯାଇ ଥାଏ ତଥା କୋଇଲା ଓ ଅନ୍ୟାନ୍ୟ କଞ୍ଚାମାଲ ଓ ଭାରୀ କଳ-କବଜା ପ୍ରଭୁତି ଆମଦାନୀ ହୋଇଥାଏ । ଏଠାରେ ଥିବା ମାଛଧରା ବନ୍ଦର ବିଭିନ୍ନ ସାମୁଦ୍ରିକ ଖାଦ୍ୟର ବାଣିଜ୍ୟ ବୃଦ୍ଧି କରିଛି।
== ଦର୍ଶନୀୟ ସ୍ଥାନ ==