"ପାରାଦ୍ୱୀପ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
୬୨ କ ଧାଡ଼ି:
'''ପାରାଦୀପ''' , [[ଜଗତସିଂହପୁର ଜିଲ୍ଲା]]ର ଏକ ପ୍ରମୂଖ ସହର ଓ ବାଣିଜ୍ୟ କେନ୍ଦ୍ର । ଏଠାରେ ଭାରତର ଏକ ପ୍ରଧାନ ବନ୍ଦର ରହିଛି । ପାରାଦୀପ ପୂର୍ବ ଭାରତରେ ସାମୁଦ୍ରିକ ବାଣିଜ୍ୟର ଏକ ପ୍ରମୁଖ ସ୍ଥାନ । ଏଠାରେ ବନ୍ଦର ବ୍ୟତୀତ ଅନେକ ଛୋଟ ବଡ଼ କଳ କାରଖାନା ଗଢ଼ି ଉଠିଛି । କଞ୍ଚାମାଲ ଆମଦାନୀର ସୁବିଧା ହେତୁ ସାର କାରଖାନା, ତୈଳ ବିଶୋଧନାଗାର ଆଦି ଶିଳ୍ପ ସ୍ଥାପିତ ହୋଇଛି ।କ୍ରମବର୍ଦ୍ଧିଷ୍ଣୁ ଶିଳ୍ପ ଓ ଜନସଂଖ୍ୟା ଯୋଗୁ ଏହି ସହର ଧୀରେ ଧୀରେ ପ୍ରସାରିତ ହେଉଛି । ଏହି ସହର ଓଡ଼ିଶାର ଏକ ପ୍ରମୁଖ ଜାତୀୟ ଓ ଅନ୍ତର୍ଜାତୀୟ ବାଣିଜ୍ୟ ସ୍ଥାନ ରୂପେ ଓଡ଼ିଶା ଅର୍ଥନୀତିକୁ ବିପୁଳ ଭାବେ ପ୍ରଭାବିତ କରିଛି । <ref>{{cite news|title=Paradip turning into industrial smart city|url=http://www.financialexpress.com/india-news/infrastructure-paradip-port-eyes-turning-into-smart-industrial-city/725146/|accessdate=13 July 2017}}</ref>
 
== ଭୌଗୋଳିକ ଅବସ୍ଥିତି ==
== ଭୌଗଳିକ ଅବସ୍ତିତି ==
ଏହି ସ୍ଥାନଟି ୨୦.୧୬° ଉ. ଓ ୮୬.୪୦° ପୂ.ରେ ଅବସ୍ଥିତ । ଏଠାରେ ଓଡ଼ିଶାର ପ୍ରଧାନ ନଦୀ ମହାନଦୀ ସମୁଦ୍ରରେବଙ୍ଗୋପସାଗରରେ ମିଶିଅଛି । ୧୯୯୩ ମସିହାରେ ଜିଲ୍ଲା ବିଭାଜନ <ref>[https://web.archive.org/web/20181130212139/http://dcmsme.gov.in/dips/2016-17/BIPS-Cuttack%202016-17.pdf http://dcmsme.gov.in/dips/2016-17/BIPS-Cuttack%202016-17.pdf]</ref>ପୂର୍ବରୁ ଅବିଭକ୍ତ କଟକ ଜିଲ୍ଲାର ଅଂଶ ଥିବା ଏହି ସହର ବର୍ତ୍ତମାନ ଜଗତସିଂହପୁର ଜିଲ୍ଲାରେ ରହିଛି । ପାରାଦୀପ ସଡ଼କ ପଥଦ୍ୱାରା କଟକ ଓ ଭୁବନେଶ୍ୱର ସହ ସଂଯୁକ୍ତ । ରାଜ୍ୟ ରାଜପଥ ବ୍ୟତୀତ ଏକ ଦ୍ରୁତଗାମୀ ଜାତୀୟ ରାଜପଥଦ୍ୱାରା ଏହା ଚଣ୍ଡିଖୋଲ, ଦୈତାରୀ, ଡୁବୁରୀ ଆଦି ସ୍ଥାନ ସହ ସଂଯୁକ୍ତ । କଟକରୁ ଏଠାକୁ ରେଳପଥର ସଂଯୋଗ ରହିଛି । ଜିଲ୍ଲା ସଦରମହକୁମା ଜଗତସିଂହପୁର ସହର ଠାରୁ ଏହା ୬୦ କି.ମି. ଓ କଟକ ସହର ଠାରୁ ୯୦ କି.ମି. ଦୂର । ବିଭିନ୍ନ ମାଲ ରପ୍ତାନୀ ଓ ଆମଦାନୀ ପାରାଦୀପ ବନ୍ଦର ମଧ୍ୟଦେଇ ହେଉଥିବାରୁ ଉଭୟ ସଡ଼କ ଓ ରେଳପଥର ଗୁରୁତ୍ତ୍ୱ ବୃଦ୍ଧି ପାଇଛି ।
==ଇତିହାସ==
ପ୍ରାଚୀନ କାଳର ପାରଦୀପ ସମ୍ପର୍କରେ ଯଦିଓ ଅଧିକ ତଥ୍ୟ ହସ୍ତଗତ ହୋଇନାହିଁ, ତଥାପି ଏହାକୁ ପ୍ରାଚୀନ ବନ୍ଦର ''ମନ୍ନଦ''ର ସ୍ଥାନରେ ଥିବାର ବିଶ୍ୱାସ କରାଯାଏ । ଇଂରେଜ ଅଧୀନକୁ ଆସିବା ପୂର୍ବରୁ ଏହା କୁଜଙ୍ଗ ରାଜ୍ୟର ଅଂଶ ଥିଲା । ତତ୍କାଳୀନ ଦେଶୀୟ ରାଜ୍ୟ କୁଜଙ୍ଗର ରାଜଧାନୀ ଗଡ଼କୁଜଙ୍ଗ ଏହି ସ୍ଥାନ ନିକଟରେ । ପାରାଦୀପରେ ସମ୍ଭବତଃ ଏକ ଦୁର୍ଗ ବା ଗଡ଼ ରହିଥିଲା । କୁଜଙ୍ଗର ଷଣ୍ଢ ରାଜାଙ୍କ ନାମରେ ଏଠାରେ ଥିବା ଷଣ୍ଢକୂଦ ନାମିତ ହୋଇଛି ।