"ଭାରତୀୟ ଉପମହାଦେଶ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ବଦଳ ସାରକଥା ଲୁଚାଇଦିଅନ୍ତୁ
("ଭାରତ, ଜମ୍ବୁଦ୍ଵୀପର ଦକ୍ଷିଣ ଭାଗର ଭୌଗଳିକ ନାମ, ଯାହ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ)
 
ମଧ୍ୟଯୁଗରେ ଉତ୍ତର ଭାରତରେ ଦିଲ୍ଲୀ, ଦକ୍ଷିଣ ଭାରତରେ ବୀଜୟନଗର, ପୂର୍ବ ଭାରତରେ କଟକ ଆଦି ରାଜନୈତିକ ଓ ଅର୍ଥନୈତିକ ରାଜଧାନୀ ଭାବେ ପ୍ରତିଷ୍ଠିତ ହୋଇଥିଲେ। ସପ୍ତଦଶ ଶତାବ୍ଦୀରେ ମୁଗଲ ସମ୍ରାଟ ଆକବର ଭାରତରେ ଏକଛତ୍ର ସାମ୍ରାଜ୍ୟର ନିର୍ମାଣ କରିଥିଲେ। ଅଷ୍ଟାଦଶ ଶତାବ୍ଦୀର ଶେଷାର୍ଦ୍ଧରେ ଅଧିକାଂଶ ଭାରତୀୟ ଅଞ୍ଚଳ ପୂର୍ବ ଭାରତୀୟ ସଂସାଦ (ଇଷ୍ଟ୍ ଇଣ୍ଡିଆ କମ୍ପାନି)ର ଅଧିନରେ ଓ ପରେ ଊନବିଂଶ ଶତାବ୍ଦୀର ଶେଷାର୍ଦ୍ଧରେ ସମଗ୍ର ଭାରତ (ଗାନ୍ଧାର ବ୍ୟତୀତ) ସଂଯୁକ୍ତ ସାମ୍ରାଜ୍ୟର ରାଜ ମୁକୁଟର ପ୍ରତ୍ୟକ୍ଷ ଶାସନାଧିନ ହେଲା ଏବଂ ମହାରାଣୀ ଭିକ୍ଟୋରିଆ ଏହାର ସମ୍ରାଜ୍ଞୀ ହେଲେ। ଅନେକ ସ୍ଵାଧୀନତା ସଂଗ୍ରାମୀମାନଙ୍କର ଆପ୍ରାଣ ଉଦ୍ୟମ ଦ୍ୱାରା ଇଂରେଜ ଶାସନାଧିନ ଭାରତ ଚାରୋଟି ସ୍ଵତନ୍ତ୍ର ରାଷ୍ଟ୍ରରେ ଏବଂ ଗାନ୍ଧାର ପ୍ରଦେଶ ଅନ୍ୟ ଏକ ସ୍ଵତନ୍ତ୍ର ରାଷ୍ଟ୍ର ରୂପେ ପ୍ରତିଷ୍ଠିତ ହେଲା।
 
== '''ନିରୁକ୍ତି ଓ ନାମକରଣ''' ==
ଓଡିଆ ଓ ଅନ୍ୟାନ୍ୟ ଭାରତୀୟ ଭାଷାମାନଙ୍କରେ ଏହାର ନାମ ହେଉଛି – ଭାରତ, ଭାରତଖଣ୍ଡ, ଭାରତବର୍ଷ, ଜମ୍ବୁଦ୍ଵୀପ। କେତେକ କ୍ଷେତ୍ରରେ ଉତ୍ତର ଭାରତକୁ ଆର୍ଯ୍ୟାବର୍ତ୍ତ ଓ ଦକ୍ଷିଣ ଭାରତକୁ ଦ୍ରାବିଡବର୍ତ୍ତ କୁହାଯାଏ। ପାରସୀ ଓ ଏହା ଦ୍ୱାରା ପ୍ରଭାବିତ ଭାଷାମାନଙ୍କରେ ଏହାର ନାମ ହିନ୍ଦୁସ୍ଥାନ୍, ହିନ୍ଦୁସ୍ତାନ୍, ଇଣ୍ଡିଆ, ଇତ୍ୟାଦି।
 
ଓଡିଆ ଓ ଅନ୍ୟାନ୍ୟ ଭାରତୀୟ ଭାଷାମାନଙ୍କରେ ଏହାର ନାମ ହେଉଛି – ଭାରତ, ଭାରତଖଣ୍ଡ, ଭାରତବର୍ଷ, ଜମ୍ବୁଦ୍ଵୀପ। କେତେକ କ୍ଷେତ୍ରରେ ଉତ୍ତର ଭାରତକୁ ଆର୍ଯ୍ୟାବର୍ତ୍ତ ଓ ଦକ୍ଷିଣ ଭାରତକୁ ଦ୍ରାବିଡବର୍ତ୍ତ ପାରସୀ ଓ ଏହା ଦ୍ୱାରା ପ୍ରଭାବିତ ଭାଷାମାନଙ୍କରେ ଏହାର ନାମ ହିନ୍ଦୁସ୍ଥାନ୍, ହିନ୍ଦୁସ୍ତାନ୍, ଇଣ୍ଡିଆ, ଇତ୍ୟାଦି।
 
ସଂସ୍କୃତରେ ଭାରତର ନାମକରଣର ଦୁଇଟି କାରଣ ଥାଇପାରେ – (1) ଭାରତରେ ବସବାସ କରୁଥିବା ସର୍ବ ପୁରାତନ ଭରତ ଜାତିର ଲୋକମାନଙ୍କ ନାମାନୁସାରେ, ଅଥବା (2) ଭାରତର ପ୍ରଥମ ଚକ୍ରବର୍ତ୍ତୀ ଭରତଙ୍କ ସାମ୍ରାଜ୍ୟ ହୋଇଥିବାରୁ।
ଇଂରାଜୀ ନାମ ଇଣ୍ଡିଆ ଗ୍ରୀକ୍ ଭାଷାର ଇଣ୍ଡସ୍-ରୁ ଆସିଅଛି, ଯାହା ଯଥାକ୍ରମେ ଭାରତର ପାରସୀ ନାମ ହିନ୍ଦୁରୁ ଉଦ୍ଧାରିତ। ପାରସୀ ହିନ୍ଦୁ ସଂସ୍କୃତ ସିନ୍ଧୁରୁ ନିଆଯାଇଥିଲା।
 
== '''<u>ଇତିହାସ</u>''' ==
 
''ପ୍ରାକ୍ ଐତିହାସିକ ଭାରତ''
 
=== ''ପ୍ରାକ୍ ଐତିହାସିକ ଭାରତ'' ===
ବର୍ତ୍ତମାନର ଭାରତୀୟ ଗଣରାଜ୍ୟର [[ତାମିଲନାଡୁ|ତାମିଳ ନାଡୁ]] ରାଜ୍ୟରେ 1.5 ଅୟୁତ ବର୍ଷ ପୁରୁଣା ମାଡ୍ରସୀ ସଂସ୍କୃତି ଭାରତର ସର୍ବ ପୁରାତନ ପ୍ରାଚୀନ ପ୍ରସ୍ତର ଯୁଗୀୟ ସ୍ଥଳୀ। ସମକାଳୀନ ମଧ୍ୟ ପ୍ରସ୍ତର ଯୁଗୀୟ ପ୍ରସ୍ତର କଳାକୃତି ଭାରତର ଅନେକ ସ୍ଥାନରେ ମିଳିଅଛି। ଭୀମବୈଠକା ପ୍ରସ୍ତର ଆଶ୍ରୟସ୍ଥଳୀ ତନ୍ମଧ୍ୟରୁ ଅନ୍ୟତମ। ଖ୍ରୀଷ୍ଟପୂର୍ବ ସପ୍ତମ ସହସ୍ରାବ୍ଦ ବେଳକୁ ମେହେରଗଡ ଆଦି ସ୍ଥାନମାନଙ୍କରେ ଜ୍ଞାତ ସର୍ବ ପୁରାତନ ନୂତନ ପ୍ରସ୍ତର ଯୁଗୀୟ ଜନବସତିର ପ୍ରମାଣ ମିଳେ। କ୍ରମଶଃ ଏହି ଜନବସତିଗୁଡିକ ଭାରତର ସର୍ବ ପ୍ରଥମ ନଗର ସଂସ୍କୃତି ସିନ୍ଧୁ ସଭ୍ୟତାରେ ପରିଣତ ହେଲା। 2500-1900 ଖ୍ରୀଷ୍ଟପୂର୍ବ ମଧ୍ୟରେ ଏହି ସଭ୍ୟତା ସିନ୍ଧୁ ନଦୀର କୂଳରେ ବିସ୍ତାରିତ ହୋଇସାରିଥିଲା। ମହେଞ୍ଜୋଦାରୋ, ହରପ୍ପା, ଢୋଲାବୀର ଓ କାଳୀବାଗାନ ଇତ୍ୟାଦି ସ୍ଥାନମାନଙ୍କରେ କେନ୍ଦ୍ରୀଭୂତ ଏହି ସଭ୍ୟତାର ସଭ୍ୟମାନେ ହସ୍ତଶିଳ୍ପ ଓ ବାଣିଜ୍ୟ ବ୍ୟବସାୟରେ ବିଜ୍ଞ ଥିଲେ।
ବେନାମି ସଭ୍ୟ